ଦ୍ରୋହ ଏତେ ଯେ, ବିବାଦ ଥାଇ ବି ବିଧାୟକଙ୍କ ଟିକଟ୍ କାଟିପାରୁନି ବିଜେଡି । ଆଉ ଯେଉଁ କାଁ ଭାଁ କଟୁଛି ସେମାନଙ୍କୁ ବି ମ୍ୟାନେଜ୍ କରିବାରେ ଅସମର୍ଥ । ଯେମିତି ଗତକାଲି ଟିକେଟ କଟିବା ପରେ ତାତିଛନ୍ତି ସମୀର ଦାଶଙ୍କ ସମର୍ଥକ । ଏକାଠି ଦଳୀୟ ନିଷ୍ପତ୍ତିକୁ ବିରୋଧ କରିବା ସହ ପରିବର୍ତ୍ତନ ନକଲେ ସାମୂହିକ ଇସ୍ତଫା ଚେତାବନୀ ବି ଦେଇଛନ୍ତି ।
ଟିକେଟ କଟିଥିବା ଆଉ ଦୁଇ ନେତା ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା ଆଉ କୁଚିଣ୍ଡାର କିଶୋର ନାୟକଙ୍କ ଶିବିରରେ ସମାନ ଅସନ୍ତୋଷ । ଅନ୍ୟ ପଟେ ଏଯାଏଁ ବି କିଛି ଆସନରେ ଟିକେଟ ଘୋଷଣା ହେଉନଥିବାରୁ ତାତିଲେଣି ଦାବିଦାର ନେତାଙ୍କ କର୍ମୀ । ଟିକେଟ୍ କାଟିଲ, ଏବେ ସମ୍ଭାଳ। ତାତିଲେଣି କର୍ମୀ ।
Published By: Santosh Kumar Sahoo
Last updated: 18 April 2024, 10:31 PM IST
ନବୀନଙ୍କ ୨୪ ବର୍ଷର ଶାସନ ପରେ ବି ଭୋକର ଭୂଗୋଳ ଭିତରେ ଦି’ମୁଠା ଦାନା ପାଇଁ ଦାଦନ ଯାଉଛି ଗରିବ ଖଟିଖିଆ ମଣିଷ । ସେ ଗଞ୍ଜାମ ହେଉ ଅବା ବଲାଙ୍ଗିର । ଆଜି ବି ଦାଦନ ଦହନରେ ଜଡ଼ସଡ଼ ।