Advertisment

ରାଜ୍ୟରେ ପ୍ରଥମ ଫେଜ୍ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲର ପ୍ରକ୍ରିୟା।

author-image
Santosh Kumar Sahoo

୨୪ ମହାସଂଗ୍ରାମ ପାଇଁ ରାଜ୍ୟରେ ଆରମ୍ଭ ହେଲା ପ୍ରକ୍ରିୟା । ମେ' ୧୩ ଭୋଟ୍ ପାଇଁ ବାହାରିଲା ବିଧିବଦ୍ଧ ବିଜ୍ଞପ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନ ସମସ୍ତ ୨୮ଟି ବିଧାନସଭା ଆସନରେ ଭୋଟ୍ ପଡ଼ିବ। ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ସବୁଠି ସକାଳ ୭ଟାରୁ ମତଦାନ ଆରମ୍ଭ ହେବ। ହେଲେ ଭୋଟର ଓ ପୁଲିଂ ପାର୍ଟିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ମତଦାନ ଶେଷ ସମୟକୁ ଭିନ୍ନ ଭିନ୍ନ ରଖାଯାଇଛି । କେଉଁଠି ଅପରାହ୍ଣ ୪ଟାରେ ଭୋଟ୍ ଗ୍ରହଣ ଶେଷ ହେବାକୁ ଥିଲା ବେଳେ କେଉଁଠି ୫ଟା, ପୁଣି କେଉଁଠି ୬ଟାରେ ସରିବ ଭୋଟ୍ ।

Advertisment
Nomination Filing General Elections 2024 First Phase Voting
Advertisment
Advertisment