କଟକରେ ଏକ ବିରଳ ପକ୍ଷୀ ଉଦ୍ଧାର କରାଯାଇଛି । ପକ୍ଷୀଟିର ମୁହଁ ଗରୁଡ଼ ସଦୃଶ ରହିଛି । ପକ୍ଷୀଟି ସ୍ଥାନୀୟ ଏକ ଦୋକାନରୁ ଉଦ୍ଧାର କରାଯାଇଛି ।
ବ୍ରହ୍ମପୁରରୁ ଗଞ୍ଜେଇ ଆସୁଥବା ଭାବି ଏକ ଗାଡ଼ିକୁ ଅଟକାଇ ତଲାସୀ କରିଥିଲେ ଅବକାରୀ ଟିମ୍ । କୋରାପୁଟରୁ ଦିଗପହଣ୍ଡି ରାସ୍ତା ଦେଇ ଆସୁଥିବା ଏକ ସ୍କର୍ପିଓକୁ ଅବକାରୀ ଟିମ୍ ଫାଷ୍ଟ ଗେଟ୍ ନିକଟରେ ଅଟକାଇ ଥିଲେ।
କ’ଣ କହିବେ ମୁଖ୍ୟ ଶାସନ ସଚିବ ? ଅପରାହ୍ନ ୨.୩୦ରେ ପ୍ରେସମିଟ୍ କରିବେ ମୁଖ୍ୟ ଶାସନ ସଚିବ । କୋଭିଡ ପରିଚାଳନା ନେଇ ଆକ୍ସନ ପ୍ଲାନ୍ ଘୋଷଣା କରିପାରନ୍ତି ।
ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କଲାଣି । ଉପକୂଳ ଓଡ଼ିଶାରେ ବର୍ଷା କମ୍ ହୋଇଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡିଛି । ରାଜ୍ୟରେ ବହୁ ଜିଲ୍ଲାରେ ନିଆଣ୍ଟିଆ ବର୍ଷା ହୋଇଛି ।
ବାମଦଳର ଓଡ଼ିଶା ବନ୍ଦ ଡାକରା । ଆଜି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛନ୍ତି ୪ଟି ବାମଦଳ । ସିପିଆଇ,ସିପିଆଇଏମ୍,ସିପିଆଇଏମ୍ଏଲ୍ ଏବଂ ଫରୱାଡ ବ୍ଲକ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।
ରାଜ୍ୟରେ ବଢ଼ିଲାଣି କରୋନାର R-ଫ୍ୟାକ୍ଟର । R-ଫ୍ୟାକ୍ଟର କହିଲେ କରୋନାର ରିପ୍ରଡକ୍ସନ ନମ୍ବର ବା ବଂଶବୃଦ୍ଧି ହାରକୁ ବୁଝାଇଥାଏ । କିଛି ରାଜ୍ୟରେ କରୋନା ସତର୍କତାର ଖୋଲାଖୋଲି ଉଲ୍ଲଂଘନ ଫଳରେ ଏହି R-ଫ୍ୟାକ୍ଟର ବଢ଼ିଛି ।
ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତି ଫେରିନଥିଲେ ବି ଧିରେ ଧିରେ ଅଣ୍ଟା ଶଳଖିବାକୁ ଚେଷ୍ଟା କରୁଛି ମନୋରଂଜନ ଦୁନିଆ । କରୋନା କଟକଣା କୋହଳ ହେବା ପରେ ଗାଇଡ୍ଲାଇନ୍ ମାନି ଚାଲିଛି ଲୋକପ୍ରିୟ ମନୋରଂଜନ ଚ୍ୟାନେଲ୍ ତରଙ୍ଗର ସିରିଏଲ ସୁଟିଂ
ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ। ତେଜୁଛି ପ୍ରତିବାଦ ଓ ପଲିଟିକ୍ସ। ରାଜ୍ୟବାସୀଙ୍କ ପ୍ରମୁଖ ସମସ୍ୟାକୁ ଆଧାର କରି ଜନତାଙ୍କ ନିକଟତର ହେବାକୁ ଅଣ୍ଟା ଭିଡିଲେଣି ବିରୋଧୀ ଦଳମାନେ। ଆବାସ କେଳେଙ୍କାରୀ ଓ ବିଦ୍ୟୁତ୍ ଦରବୃଦ୍ଧି ପ୍ରସଙ୍ଗକୁ ଧରି ବିଜେପି ରାଜ୍ୟ ସରକାରଙ୍କୁ ଘନ ଘନ ଆକ୍ରମଣ ଜାରି ରହିଥିବାବେଳେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବାମଦଳଙ୍କ ସହ ମିଶି ହୁଙ୍କାର ଦେଲାଣି କଂଗ୍ରେସ।
ପାଞ୍ଚଟି T ବେଶି ଗୁରୁତ୍ୱପୂର୍ଣ୍ଣ, ନା ଗୋଟିଏ P ଓ ଗୋଟିଏ C । ଆମେ ଆପଣଙ୍କୁ ଇଂରାଜୀ ବର୍ଣ୍ଣ ପରିଚୟ କରାଉନୁ । ଆପଣଙ୍କୁ ପରିଚିତ କରାଉଛୁ ସରକାରୀ ବାବୁଙ୍କ ଉପୁରି ମୋହ ସହ । ସିଧାସିଧା କହିଲେ, ପିସିର ମୋହ ଆଗରେ ବାବୁମାନଙ୍କ ପାଇଁ ସତେକି ତୁଚ୍ଛ ହୋଇଯାଇଛି କି ସରକାରଙ୍କ ଫାଇଭ୍-ଟି ମନ୍ତ୍ର ।
କେମିତି ହେଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ଦୁର୍ଘଟଣା, ଆତ୍ମହତ୍ୟା ନା ହତ୍ୟା ? ଘଟଣାକୁ ଏବେ ବି ସସପେନ୍ସ ଘେରିଥିଲା ବେଳେ ପରିବାର ଲୋକେ ସୌମ୍ୟଙ୍କ ପତ୍ନୀଙ୍କ ଅନୈତିକ ସଂପର୍କ କଥା ଉଠାଇ ଡିଏଫ୍ଓ ଏବଂ ରୋଷେଇ କରୁଥିବା ଗାର୍ଡକୁ ଦାୟୀ କରିଛନ୍ତି।
କେତେ ଜିଲ୍ଲା ଖୋଲିବ, ଆଉ କେଉଁ କେଉଁ କ୍ଷେତ୍ରରେ ନିୟମ କୋହଳ ହେବ? ଦିନକ ପରେ ଆଂଶିକ ଲକଡାଉନ୍ ଶେଷ ହେଉଥିବାରୁ ଆସନ୍ତାକାଲି ଆସିବ ନୂଆ ଗାଇଡଲାଇନ୍। ତେବେ କେନ୍ଦ୍ର ସରକାର, ସବୁ ରାଜ୍ୟର ମୁଖ୍ୟଶାସନ ସଚିବଙ୍କୁ ଲେଖିଥିବା ଚିଠି, ପଡୋଶୀ ରାଜ୍ୟରେ ବଢୁଥିବା ସଂକ୍ରମଣ ଓ ରାଜ୍ୟର କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଅନଲକ୍ ନେଇ ନିଷ୍ପତ୍ତି ନେବେ
୩ ପ୍ରତିଶତକୁ ଖସିଲାଣି ଟିପିଆରପି । ରାଜ୍ୟର ୨୬ଟି ଜିଲ୍ଲାରେ ୫ ପ୍ରତିଶତ ତଳେ ଟିଆରପି । ଅନଲକ୍ ପ୍ରକ୍ରିୟାକୁ ଗଲା ବେଳେ କଟକ ଭୁବନେଶ୍ୱର ପାଇଁ ହୋଇପାରେ ସ୍ୱତନ୍ତ୍ର ଷ୍ଟ୍ରାଟେଜି ।
ତେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଶୋଭାଯାତ୍ରା କରିଛି। ତେଲ ଓ ରନ୍ଧନ ଗ୍ୟାସର ଅତ୍ୟଧିକ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିଛି ରାଜ୍ୟ କଂଗ୍ରେସ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିକ ଛକରେ ଶତାଧିକ ସଂଖ୍ୟାରେ କଂଗ୍ରେସ କର୍ମୀ ଏକାଠି ହୋଇ ଶୋଭାଯାତ୍ରା କରିଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ କମିଛି କିନ୍ତୁ ଭୁବନେଶ୍ୱର, କଟକରେ ଟିକେ ଉଦେବେକ ସ୍ଥିତି ରହିଛି। ସଂକ୍ରମଣ କମିବା ଉପରେ ପଦକ୍ଷେପ ନିଆଯାଉଛି। ଛତିଶଗଡ଼ ସୀମାନ୍ତ ନୂଆପଡ଼ାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
୧୧% ମହଙ୍ଗା ଭତ୍ତା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ । କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ୨୮% ହେଲା । ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୧ରୁ ଲାଗୁ ହେବ ।
ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ମାସାଧିକ କାଳ ସର୍ପ ଦଂଶନ ଜ୍ୱାଳାରେ ଜଳୁଥିବା ୯ ବର୍ଷର ବାଳିକା ମଂଜୁଳା ଅଣ୍ଟିର ଚିକିତ୍ସା ଲାଗି ବ୍ୟବସ୍ଥା କରିଛି ।
ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ଘରୁ ୫୫୦ ଗ୍ରାମ ବ୍ରାଉନସୁଗର ଜତବ ହୋଇଛି। ଏହାସହ ୩୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
ବଜାରକୁ ଆସିଛି ନୂଆ ଟ୍ରେଣ୍ଡର ରେନ୍ କୋଟ୍ । କଟକରେ ମିଳୁଛି ବିଭିନ୍ନ ଟ୍ରେଣ୍ଟର ରେନ୍ କୋଟ୍ । ଗ୍ରାହକଙ୍କୁ ବହୁତ କମ୍ ଟଙ୍କା ଓ ସୁବିଧାରେ ରେନ୍ କୋଟ୍ ମିଳିପାରୁଛି । ସବୁଠୁ ଅଧିକ ଚାହିଦାରେ ଅଛି ପକେଟ୍ ରେନ୍ କୋଟ୍ ଯାହା ଗ୍ରାହାକଙ୍କୁ ବେସ୍ ପସନ୍ଦ ଆସୁଛି ।
ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଆଜି କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ବର୍ଷା ହାଜର ହୋଇଛନ୍ତି।
ମାତ୍ର ୫୦୦ ଟଙ୍କାରେ ହେଲା ବାହାଘର । ୫୦୦ ଟଙ୍କାର ବାହାଘରକୁ ନେଇ ଏବେ ସବୁଠି ଚର୍ଚ୍ଚା । ମଧ୍ୟପ୍ରଦେଶର ଭୋପାଲ ନିବାସୀ ମାଜିଷ୍ଟ୍ରେଟ୍ ଶିବାଙ୍ଗୀ ଜୋଶୀ ସ୍ଥାନୀୟ ଅଞ୍ଚଳର ସେନା ମେଜର ଅନିକେତ ଚର୍ତୁବେଦୀଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି ।
ଓଡ଼ିଶାରେ ବାଙ୍ଗଲାଦେଶୀ ଆତଙ୍କବାଦୀ । କୋଲକାତାରେ ୩ ଜଣ ବାଂଲାଦେଶୀ ଆତଙ୍କବାଦୀ ଧରାପଡ଼ିବା ପ୍ରସଙ୍ଗରେ ତନାଘନା । କୋଳକାତା ସହ ଯୋଗାଯୋଗରେ ରହିଥିବା କହିଛନ୍ତି ଓଡ଼ିଶା ଗୁଇନ୍ଦା ଅଧତ୍କାରୀ ।
କମିଶନରେଟ ପୋଲିସର ଚିନ୍ତା ବଢାଉଛି ସାଇବର ଫ୍ରଡ୍ । ଗତ ୬ ମାସରେ ସାଇବର ଠକ ଠକିଲେଣି ୬ କୋଟି ଟଙ୍କା
ଲଗାଣ ବର୍ଷା ପରେ ଏବେ ଉତ୍ତର ଭାରତରେ ସୃଷ୍ଟି ହୋଇଛି ଧ୍ୱଂସର ଲୀଲା । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଶହ ଶହ ସଂଖ୍ୟାରେ ଘର ଭାଙ୍ଗିଛି ।
ଗୋଟି ପହଣ୍ଡିରେ ଯାଉଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ। ଆଗରେ ସୁଦର୍ଶନ, ପରେ ବଡ଼ଭାଇ ଆଉ ତାହା ପଛକୁ ଦେବୀ ସୁଭଦ୍ରା ଓ ସର୍ବାଶେଷରେ ଯାଉଛନ୍ତି କାଳିଆ ଗୋସାଇଁ
ଏକ ନାଗସାପ ଓ ୯ ବର୍ଷିୟା କୁନିଝିଅର ଯନ୍ତ୍ରଣାର କାହାଣୀ ଶୁଣିଲେ ଆପଣ ବି ଅତ୍ୟନ୍ତ ଦୁଃଖିତ ହେବେ। ପ୍ରାୟ ମାସେ ତଳେ ସର୍ପ ଦଂଶନର ଶିକାର ହୋଇଥିଲା ନବରଙ୍ଗପୁର ବାଲିଝର ଗାଁର ୯ ବର୍ଷର ଝିଅ ମଞ୍ଜୁଳା। ପରିବାର ପାଖରେ ଝିଅର ଚିକିତ୍ସା ପାଇଁ ସମ୍ବଳ ନଥିବାରୁ ମାସେ ହେଲା ସେମିତି ଯନ୍ତ୍ରଣାରେ ଛଟପଟ ହେଉଛି କୁନିଝିଅ