• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଗତ ୧୧ ତାରିଖରେ ଓଟିଭିରେ ପ୍ରସାରିତ ବେଆଇନ କ୍ରସର ସଂର୍ପକିତ ଖବରକୁ ତ ଦେଖିଥିବେ, ଖଣି ଅଧିକାରୀ ବୀରକିଶୋର ତୀର୍କି ଲୁଟକୁ ନେଇ, ଅସନ୍ତୋଷ ପ୍ରକାଶ କଲେ ।  କିନ୍ତୁ ପ୍ରତିକ୍ରୀୟା ଦେବାକୁ ମନା କରିଦେଲେ । ହେଲେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି ଜିଲ୍ଳା ପ୍ରଶାସନ । ଏବେ ବି ସଦରଥାନା ଅର୍ନ୍ତଗତ ଉଚ୍ଛବପାଲିରେ ମୁକେଶ ପଟେଲଙ୍କ ମାଲିକାନାରେ ଚାଲିଛି ବେଆଇନ କ୍ରସର । ଦିନ ତମାମ ବ୍ଳାଷ୍ଟିଂ ପାଇଁ ମେସିନ ଲଗାଇ ହୋଲ କରାଯାଉଛି । ରାତିରେ ବ୍ଳାଷ୍ଟିଂ ହେଉଛି । ଦିନରାତି କ୍ରସର ଚାଲି ଖଣି ଲୁଟ କରୁଛି ମାଲିକ ।

ପ୍ରଦୂଷଣ ବିଭାଗର ତାଲିକାରେ, କ୍ରସରର ନାଁ ଗନ୍ଧ ନାହିଁ । ଏପରିକି ଦିଆଯାଇଥିବା ଟାର୍ଗେଟ ଠାରୁ ଲକ୍ଷ ଗୁଣ ଖଣି ଖନ ନ ହେଉଛି । ମୁକେଶର ଏଭଳି କାରନାମାକୁ ଦେଖି, ଉତ୍ସାହିତ ଅନ୍ୟ ଖଣି ମାଫିଆ । ତେଣୁ ବିନା ଦଲିଲରେ ଆଉ ଦୁଇଟି କ୍ରସର ବି ଲାଗିଲାଣି । ଲୁଟ ହେଉଛି ପ୍ରାକୃତିକ ସଂପଦ । ନିକଟରେ ଥିବା ଗାଁ ଉଚ୍ଛବପାଲି, ଆଉ ବାସ ଉପଯୋଗୀ ହୋଇ ରହିନାହିଁ । ବ୍ଳାଷ୍ଟିଂ ପାଇଁ ଘରେ ଫାଟ ! ସ୍କୁଲରେ ଫାଟ ! ଭୟଭୀତ ଗାଁ ଲୋକେ । କିନ୍ତୁ ରାଜସ୍ବ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଳାପାଳ କହୁଛନ୍ତି, ଖଣି ଅଧିକାରୀଙ୍କୁ କହିକି ତଦନ୍ତ କରାଇବେ । ହେଲେ ଖଣି ଅଧିକାରୀ ପ୍ରତିକ୍ରୀୟା ଦେବାକୁ ରୋକଠୋକ ମନା କରିଦେଇଛନ୍ତି । 

ଅଧିକ ପଢ଼ନ୍ତୁ: ଗାଁରେ ବସିଲା ବୈଠକ; ଜଙ୍ଗଲରେ ନିଆଁ ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ...

ରାଜସ୍ବ ବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମାନ୍ୟବର ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ ରହିଛି । ପ୍ରଦୂଷଣ ବିଭାଗର ନିୟମ ଅବମାନନା କରିଥିଲେ, ଓଡିଶା ରାଜ୍ୟ ଭିତରେ କ୍ରସର ଚାଲିପାରିବ ନାହିଁ । ଏଭଳି ବେଆଇନ କ୍ରସରକୁ ତୁରନ୍ତ, ଜିଲ୍ଳା ଓ ପୋଲିସ ପ୍ରଶାସନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେବେ । 

ଏଭଳି ବେଆଇନ କ୍ରସରକୁ ତୁରନ୍ତ ବନ୍ଦ କରିଦେବା ପାଇଁ ମାନ୍ୟବର ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ । କିନ୍ତୁ ଏସବୁ ସତ୍ବେ, ଦିନ ଗଡାଉଛି ଜିଲ୍ଳା ପ୍ରଶାସନ । ଉପଜିଲ୍ଳାପାଳ କହୁଛନ୍ତି, ଆମେ ଭେରିଫିକେସନ କରୁଛୁ । ପ୍ରଦୁଷଣ ଅଧିକାରୀ କହୁଛନ୍ତି ଆମକୁ ଲିଖିତ ଅଭିଯୋଗ ଦିଅ । ତେଣୁ ଜିଲ୍ଳାରେ ଚାଲିଛି ବେଆଇନ କ୍ରସର । ଲୁଟ ହେଉଛି ଖଣି ! 

ଅଧିକ ପଢ଼ନ୍ତୁ: ସ୍କୁଲରେ ଭୂତ ଖାଉଛି ମଧ୍ୟାହ୍ନ ଭୋଜନ, ପିନ୍ଧୁଛି ସ୍କୁଲ୍ ଡ୍ରେସ୍...ହଷ୍ଟେଲରେ ବି ସମାନ ଅବସ୍ଥା

OTV is now on Whatsapp

Join and get latest news update delivered to you via whatsapp

Join Now