କଟକ ଆସୁଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି. ରମନ୍ନା । କଟକରେ ନିର୍ମିତ ଓଡ଼ିଶା ରାଜ୍ୟ ଆଇନସେବା ଭବନ ଓ ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟର ନୂତନ କୋଠାକୁ କରିବେ ଉଦଘାଟନ।
ହାତୀକୁ ଘଉଡାଇବାକୁ ଯାଇଥିବା ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ଏବେ ବି ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବାକୁ ୧୪ଟି ଟିମ୍ କୁ ନିୟୋଜିତ କରାଯାଇଛି ।
ପଞ୍ଚଭୂତରେ ବିଲୀନ ହେଲା ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ପାର୍ଥିବ ଶରୀର । ଆଜି ତାଙ୍କ ପୈତୃକ ଗାଁରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ବୈତରଣୀ ନଦୀ କୂଳରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି
ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ଓଟିଭି MD।
ଦିନେ କଂଗ୍ରେସ ନେତା ତାରାପ୍ରସାଦ ବାହୀନିପତି ଅରିନ୍ଦମଙ୍କୁ ପଚାରିଥିଲେ ତୁ ଫାଇଲିନ୍, ହୁଡହୁଡ ବେଳେ ଅଣ୍ଟାଏ ପାଣିରେ ପଶି କାହିଁ ରିପୋର୍ଟିଂ କରୁଛୁ। ସେଦିନ ଉତ୍ତରରେ କ’ଣ କହିଥିଲେ ଅରିନ୍ଦମ ଶୁଣନ୍ତୁ। T
ଆପଣଙ୍କ ଫୋନ୍ରେ ଥିବା ବ୍ୟକ୍ତିଗତ ତଥ୍ୟ, ଫଟୋ, ଭିଡ଼ିଓ ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରି ନେଉଛି ଚାଇନା। ଯଦି ଆପଣ ଚାଇନା ମୋବାଇଲ ବ୍ୟବହାର କରୁଛନ୍ତି ତେବେ, ନିଶ୍ଚିତ ଦେଖନ୍ତୁ ଏହି ଭିଡ଼ିଓ...
୨୦୨୦ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଶୁଭମ୍ କୁମାର ହେଲେ IAS ଟପ୍ପର। ଜାଗ୍ରତି ଅୱସ୍ତି ଦ୍ୱିତୀୟ ଓ ଅଙ୍କିତା ଜୈନ ୩ୟ ସ୍ଥାନ ହାସଲ କରିଛନ୍ତି। IASTopper SuvamKumar
ସମ୍ଭାବ୍ୟ ବାତ୍ୟାକୁ ନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରେସମିଟ୍। ଶୁଣନ୍ତୁ ସେ କଣ କହୁଛନ୍ତି।
୨୧ବର୍ଷର ଝିଅ ମିତାଲୀ। ଏଇ ବୟସରେ ଯିଏ ଫୁଲିଟିଏ ପରି ଫୁଟି ଉଠିବା କଥା, ସ୍ୱପ୍ନରେ ଭାସିବୁଲିବା କଥା ସେଇ ବୟସରେ ସେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ନିଜର ଶୈଶବ, କୈଶୋର ଓ ଯୁବାବସ୍ଥାକୁ ହରେଇବାକୁ ବସିଲାଣି।
ଦେଶରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ଏସିଆର ପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର୍। ଯାହାର ମଡେଲ ଦେଖିବାକୁ ଖୁବ ସୁନ୍ଦର। ଏଥିରେ ନିଜେ ଯିବା ସହିତ ମାଲ ପରିବହନ ଓ ଜରୁରୀକାଳୀନ ସେବା ଯୋଗାଇ ହେବ। ତେବେ ଏହି ଫ୍ଲାଇଙ୍ଗ କାର ଲଞ୍ଚ ହେବାର ତାରିଖ ଜାଣି ନିଅନ୍ତୁ...
କିଏ କହେ ସିଏ ଓଡ଼ିଶା ସାମ୍ବାଦିକ ଜଗତର ଝଡ଼, ଆଉ କିଏ କହେ ଡେୟାର ଡେଭିଲ୍। ତାଙ୍କ ରିପୋର୍ଟିଂ ସୁନ୍ଦର ଏବଂ ମାର୍ଜିତ। ସିଏ ସୃଷ୍ଟି କରିଥିଲେ ଦୁଃସାହସିକ ସାମ୍ବାଦିକତାର ଏକ ନୂଆ ଦିଗ।
ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି। ଅରିନ୍ଦମଙ୍କ ମୃତ୍ୟୁ ନେଇ ଏସ୍ସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। କଟକ ବଡ଼ମେଡିକାଲରେ ରିସିଭ୍ ଡେଡ୍ ଘୋଷଣା କଲେ ଡାକ୍ତର।
ହାତରେ ଆଉ ମାତ୍ର କେଇଟା ଦିନ ବାକି। ବଦଳିବାକୁ ଯାଉଛି ଟଙ୍କା ପଇସା ସଂପର୍କୀତ ନିୟମ। ଏଣିକି ଆପଣଙ୍କୁ ନ ଜଣାଇ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କେହି ନେଇ ପାରିବେ ନାହିଁ। ଜାଣନ୍ତୁ, କ’ଣ ସେହି ନିୟମ?
ଦିଲ୍ଲୀର ରେସ୍ତୋରାଁରେ ଶାଢ଼ୀ ପିନ୍ଧିଥିବା ବିବାଦକୁ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ ମହିଳା କମିଶନ I ଦିଲ୍ଲୀ ପୋଲିସକୁ ମାମଲାର ତଦନ୍ତ କରିବା ସହ ସବିଶେଷ ରିପୋର୍ଟ ତଲବ କରିଛନ୍ତି
ଆମେରିକା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭେଟିଲେ ମୋଦି। ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା।କୋଭିଡ୍ ବେଳେ ଆମେରିକାର ସହାୟତା ପାଇଁ ଜଣାଇଲେ କୃତଜ୍ଞତା
କୋଭିଡ଼ ଗାଇଡଲାଇନ ମାନି ପୂଜା କମିଟିମାନେ ପୂଜା ଆୟୋଜନ କରିବେ। ଇଣ୍ଡୋର ଭଳି ବ୍ୟବସ୍ଥାରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ ।
ପାଣିରେ ଭାସି ଯାଉଛି ଦନ୍ତା। କୂଳକୁ ଆସିବାକୁ ଚେଷ୍ଟା ବି କରୁଛି। ସମୟ ବଢ଼ିବା ସହ ବଢ଼ୁଛି ହାତୀ ପ୍ରତି ବିପଦ।ଚାରିଆଡେ ପ୍ରଖର ପାଣି।
ବାପା, ମା, ବଡ଼ଭାଇ। ଡକାଡକି ହୋଇ ତିନି ହେଁ ଚାଲିଗଲେ। ଏବେ ଏକା ଏକା ବଞ୍ଚୁଛନ୍ତି କୋରାପୁଟର ଦୁଇ ଭାଇ ଭଉଣୀ ସୁରେଶ ଆଉ ପ୍ରିୟଙ୍କା। ଘରଦ୍ୱାର ନାହିଁ।
କରୋନା ଟିକାକରଣ ଅଭିଯାନରେ ଶିଥିଳତା । ଆଶାନୁରୂପ ଚାଲିନି ଦ୍ୱିତୀୟ ଡୋଜ୍ ଟିକାକରଣ । ପ୍ରଥମ ଡୋଜ୍ ନେବାର ୩ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଲୋକେ ଦ୍ୱିତୀୟ ଡୋଜ୍ ନେଉ ନାହାନ୍ତି ।
କୌଣସି ଉପାନ୍ତ ଅଞ୍ଚଳ ନୁହେଁ କି ଅନୁନ୍ନତ ଗାଁ ନୁହେଁ । ଖୋଦ୍ ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟରେ ହେଉଛି ଫୈସଲା । ଏଭଳି ଏକ ଖବର ସାମ୍ନାକୁ ଆସିଛି ଭୁବନେଶ୍ୱରସ୍ଥିତ ସାଲିହା ସାହି ବସ୍ତିରୁ। ପିଲାଙ୍କ କଳି ସମାଧାନ କରୁଛି କଙ୍ଗାରୁକୋର୍ଟ।
ଜଳଦ ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର । ସୁନିଲ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ପରେ ଖାଲିଥିଲା ପଦବୀ । ଏହି ପଦବୀ ପାଇଁ ଜଳଦ ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ତାମିଲନାଡୁର ପୂର୍ବତନ ପୋଲିସ ଡିଜି ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍ ଥିଲେ ଜଳଦ ତ୍ରିପାଠୀ ।
କଟକର ବେଆଇନ୍ ପାଉଁରୁଟି କାରଖାନା ଉପରେ ଚଢାଉ। କଟକ ଶିଖରପୁର ସ୍ଥିତ ପାଉଁରୁଟି କାରଖାନାରେ ସିଏମସି ଅଧିକାରୀଙ୍କ ତନାଘନା। ବିନା ଅନୁମତି ଓ କାଗଜପତ୍ର ନଥାଇ କାରଖାନା ଚଳାଉଥିବାର ଅଭିଯୋଗ ଆସିଛି। ନିମ୍ନ ମାନର ପାଉଁରୁଟି ତିଆରି କରୁଥିବା ଅଭିଯୋଗରେ ସିଏମସି ଚଢାଉ କରିଛି।
ଗତକାଲି ରାଜ୍ୟରେ ୪ ଲକ୍ଷ ୫ ହଜାର କୋଭିଡ ଟୀକାକରଣ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୬୭% ଲୋକେ ପ୍ରଥମ ଡୋଜ୍ ଟିକା ନେଇସାରିଲେଣି ଏବଂ ୭୨% ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି। ୩ ମାସ ବ୍ୟବଧାନ ଯୋଗୁଁ ଲୋକେ ଦ୍ୱିତୀୟ ଡୋଜ୍ ନେବା ପାଇଁ ଭୁଲି ଯାଇଛନ୍ତି।
ଆମେରିକାରେ ବୟସ୍କଙ୍କୁ ବୁଷ୍ଟର ଡୋଜ ଦିଆଯିବ। ଫାଇଜର କମ୍ପାନୀର ବୁଷ୍ଟର ଡୋଜ୍ ବୟସ୍କଙ୍କୁ ଦିଆଯିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ୬୫ ବର୍ଷରୁ ଅଧିକ ବୟସ୍କ ଲୋକମାନଙ୍କୁ ବୁଷ୍ଟର ଡୋଜ୍ ନେବା ପାଇଁ ଆମେରିକାର ଫୁଡ୍ ଏବଂ ଡ୍ରଗ୍ର ମୁଖ୍ୟ ସୁଚନା ଦେଇଛନ୍ତି।
SCBରେ ଆଉ ଜଣେ ଇକମୋ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ। ଇକମୋ ଚିକିତ୍ସା ଆରମ୍ଭ ପରଠୁ ଏହା ଚତୁର୍ଥ ରୋଗୀ ମୃତ୍ୟୁ। ପୂର୍ବରୁ ବଲାଙ୍ଗିର, କେନ୍ଦ୍ରାପଡା,ଭୁବନେଶ୍ୱରରେ ଜଣେ ରୋଗୀଙ୍କର ଇକମୋ ୟୁନିଟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।