ରାଉରକେଲାରେ ଓଡ଼ିଶା ସରକାର ସୁଟ୍ ବସ୍ ସେବା ଆରମ୍ଭ କରିଥିଲେ। ଏବେ ଏକାଧିକ ସୁଟ୍ ବସ୍ ଶୋଇପଡ଼ିଛି। ଦେଖନ୍ତୁ ଭିଡିଓ
ଜୀବନ ସାରା ରୋଗୀ ଦେଖି ଦେଖି ଚାକିରିରୁ ଅବସର ନେଲେ। ପରିଣତ ବୟସରେ ଘରେ ବସି ଅଏସ୍ କରିବା କଥା। କିନ୍ତୁ ଏଇ ବୟସରେ ସେ ଗୋଟିଏ ନିଶାରେ ପଡ଼ିଛନ୍ତି।
ଅକ୍ଟୋବର ପହିଲାରୁ ଆର୍ଥିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ପେନସନଭୋଗୀଙ୍କୁ ମିଳିବ ସୁବିଧା ।
ଆଜିକାଲି ଦୁନିଆରେ ମାଗଣାରେ କିଏ କାହାର କିଛି କଲାଣି କି? କିନ୍ତୁ ଭେଟନ୍ତୁ ଏମିତି ଜଣେ ଗୁରୁଙ୍କୁ, ଯିଏ ଗତ ୨୩ ବର୍ଷ ଧରି ପିଲାମାନଙ୍କୁ ମାଗଣାରେ ପାଠ ପଢ଼େଇ ଆସୁଛନ୍ତି।
ପୁଣି ଥରେ ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କବାଦୀ ଚେହେରା। କିପରି ଆତଙ୍କବାଦୀଙ୍କୁ ପୃଷ୍ଟପୋଷକତା ଦେଉଛି ପାକ୍ ତାର ଗୋଟି ଗୋଟି କଥା କ୍ୟାମେରା ସମ୍ମୁଖରେ ବଖାଣିଛି ଉରୀ ସେରରୁ ଧରାପଡ଼ିଥିବା ୧୯ ବର୍ଷିୟ ଆତଙ୍କବାଦୀ ଅଲି ବାବର।
ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଆଉ ଗୋଟିଏ ପାଦ ଆଗେଇଛି। ପାରଳାଖେମୁଣ୍ଡି DFO, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ରିପୋର୍ଟ ଆସିଛି। ୩ ଜଣଙ୍କ ଲାଏ ଡିଟେକ୍ସନ ରିପୋର୍ଟ କ୍ରାଇମବ୍ରାଞ୍ଚ ପାଖକୁ ଆସିଛି।
ଆଜି ହେଉଛି ବିଶ୍ୱ ହୃତପିଣ୍ଡ ଦିବସ । ଲୋକଙ୍କୁ ହୃତପିଣ୍ଡ ଓ ହୃଦରୋଗ ବିଷୟରେ ସତର୍କ କରାଇବା ପାଇଁ ୨୦୦୦ ମସିହାଠାରୁ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହେଉଛି । ବିଶ୍ୱରେ ପ୍ରତିବର୍ଷ ହୃଦରୋଗ ଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଏହି ଅବସରରେ ସଚେତନାର ବାର୍ତ୍ତା ଦେଇଛି କେୟାର ହସ୍ପିଟାଲ
ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ବିତିଲାଣି ୭୫ ଦିନ। ତଦନ୍ତକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ସୌମ୍ୟଙ୍କ ବାପା। ପୁଣି ମୂଳରୁ ତଦନ୍ତ ପାଇଁ ଏଡିଜିଙ୍କୁ ଦେଲେ ଦାବିପତ୍ର। ତଦନ୍ତର ଏଯାଏଁ କିଛି ଫଳାଫଳ ନ ବାହାରିବାରୁ ସେ ପୁଣି ଥରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।
ଦଳୀୟ କନ୍ଦଳ ପାଇଁ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ କ୍ୟାପଟେନ୍ ଅମରିନ୍ଦର ସିଂ । କଂଗ୍ରେସ ନୂଆ ମୁଖ୍ୟମନ୍ତ୍ରୀ ବାଛିଲା । ଅମରିନ୍ଦର ଏବେ କଂଗ୍ରେସ ଉପରେ ଖପ୍ପା । ଯାହାଙ୍କ ପାଇଁ ଏତେ ଖେଳ ହେଲା, ସେ ହେଉଛନ୍ତି ନବଜୋତ ସିଂ ସିଦ୍ଧୁ । ସେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି।
ଏମିତି ଏକ ମୁଖ୍ୟମନ୍ତ୍ରୀ, ଯାହାଙ୍କ ଚର୍ଚ୍ଚା ଏବେ ସାରା ଦେଶରେ। କେତେବେଳେ ଷ୍ଟେଜରେ ନାଚନ୍ତି ତ ଆଉ କେତେବେଳେ ରାସ୍ତା ମଝିରେ ହଠାତ ଗାଡ଼ିକୁ ରଖି ନବବିବାହିତଙ୍କୁ ଆଶୀର୍ବାଦ କରିବା ସହ ମିଠା ମାଗି ଖାଇଥାନ୍ତି। ସେହି ମୁଖ୍ୟମନ୍ତ୍ରୀ ଜଣଙ୍କ ହେଉଛନ୍ତି ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣ ସିଂ ଚନ୍ନୀ।
ଏମିତି ଏକ ଯୋଜନା ଯେଉଁଥିରେ ସଂଚୟ କଲେ ଟଙ୍କା ମିଳିବ ନିଶ୍ଚୟ। ବୃଦ୍ଧ ଅବସ୍ଥାରେ ଆଉ ହାତ ପତାଇବାକୁ ପଡିବ ନାହିଁ। ରାସ୍ତାକଡର ଠେଲା ଦୋକାନୀ, ରିକ୍ସା ଚାଳକ ଓ ଶ୍ରମିକ ଏହି ଯୋଜନାର ଲାଭ ଉଠାଇ ପାରିବେ। ପ୍ରତିଦିନ ମାତ୍ର ୨ ଟଙ୍କା ସଞ୍ଚୟ କରି ବାର୍ଷିକ ୩୬ ହଜାର ଟଙ୍କାର ପେନସନ୍ ପାଇପାରିବେ।
ବିଶିଷ୍ଟ ଲେଖିକା ତଥା ‘ସମାଜ’ ଖବର କାଗଜର ପୂର୍ବତନ କାର୍ଯ୍ଯନିର୍ବାହୀ ସମ୍ପାଦିକା ମନୋରମା ମହାପାତ୍ର ଆଉ ନାହାଁନ୍ତି। ଆଜି ହେଉଛି ତାଙ୍କର ଦ୍ୱାଦଶାହ। ତେବେ ତାଙ୍କ ଦେହାନ୍ତର ମାତ୍ର କିଛିଦିନ ଆଗରୁ, ଅଗଷ୍ଟ ୨୯ ତାରିଖରେ ତାଙ୍କୁ ଭେଟିଥିଲେ #OTVର ଡିଜିଟାଲ୍ ଏଡିଟର ଅମରେଶ ବିଶ୍ୱାଳ। ଏହି ସାକ୍ଷତାକର ସମୟରେ ମନୋରମା ତାଙ୍କ ବାପା ରାଧାନାଥ ରଥ, ନିଜର ପିଲାଦିନ ଓ ନାରୀଶିକ୍ଷା ସଂପର୍କରେ ତାଙ୍କର ମତ ପ୍ରଦାନ କରିଥିଲେ।
ମିଛ କହୁଥିଲା ତାଲିବାନ। ପଦାକୁ ଆସିଲା ପ୍ରକୃତ ରୂପ। ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନ ଯାହା କହିଥିଲା, ତାହା ମିଛ ପ୍ରମାଣିତ ହୋଇଛି। ଆଉ ଏବେ ପଦାକୁ ଆସୁଛି ତାଲିବାନୀଙ୍କ ଅସଲ ଚେହେରା। ଆଫଗାନିସ୍ତାନରେ ପୁରୁଣା ଫତୱା ଜାରି କରିଛି ତାଲିବାନ। ଦାଢି କାଟିଲେ ମିଳିବ କଠୋର ଦଣ୍ଡ।
ବାୟା କଲାଣି ସୋସିଆଲ ମିଡିଆ । ବର୍ତ୍ତମାନର ଯୁବପିଢ଼ିଙ୍କୁ ସୋସିଆଲ ମିଡିଆ ଫେସ୍ବୁକ୍-ଇନ୍ଷ୍ଟାଗ୍ରାମ୍ ଆଦି ବାୟା କରୁଛି । ଯାହାଫଳରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ସେମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ାରେ । ଇନଷ୍ଟଗ୍ରାମରେ ବନ୍ଧୁତା କରି ଘରୁ ଖସି ପଳାଇ ଆସିଥିବା ଜଣେ ୧୨ ବର୍ଷୀୟ ଛାତ୍ରୀଙ୍କୁ ଉଦ୍ଧାର କରିଛି ପୋଲିସ । ଘରୁ ଆସିବାର ୧୦ ଘଣ୍ଟା ଭିତରେ କେନ୍ଦ୍ରପଡା ପୋଲିସ ସମ୍ପୃକ୍ତ ଛାତ୍ରୀଙ୍କୁ ଉଦ୍ଧାର କରି ପରିବାର ଜିମାରେ ଦେଇଛି ।
ରାତି ପାହିଲେ ଦ୍ୱିତୀୟା ଓଷା । ଦ୍ୱିତୀୟା ଭାର ସହ ଘରେ ଘରେ ପ୍ରସ୍ତୁତ ହେବ ଘାଂଟ ତରକାରୀ । ଏଥିପାଇଁ ଆବଶ୍ୟକ ବିଭିନ୍ନ କିସମର ପନିପରିବା । ତେବେ ଏହି ସମୟରେ ପନବିପରିବା ଦର ଆକାଶ ଛୁଆଁ ହୋଇଛି ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ ।
କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO। ଫଳରେ ଭାରତ ବାୟୋଟେକର କୋଭାକ୍ସିନ ନେଇଥିବା ଭାରତୀୟ ବିଶେଷ କରି ଛାତ୍ରମାନେ ବିଦେଶ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେବାରେ ବିଳମ୍ବ କରୁଛି। WHOର ମଞ୍ଜରୀ ନ ମିଳିବା କାରଣରୁ କୋଭାକ୍ସିନକୁ ବିଶ୍ୱର ଅଧିକାଂଶ ଦେଶ ସ୍ୱୀକୃତ ଭାକ୍ସିନ ବୋଲି ମାନିବ ନାହିଁ।
ଏସିଆର ସବୁଠୁ ଲମ୍ବା ଟନେଲ୍ ଜୋଜିଲା। ଜୋଜିଲା ଟନେଲକୁ ଅନୁଧ୍ୟାନ କରିବେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କାରୀI ୪ ହଜାର ୫ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଜୋଜିଲା ଟନେଲ୍।
ଦଶହରା ଅଳ୍ପ ଦିନ ଥିବାରୁ କଟକରେ ପ୍ରସ୍ତୁତି ଜୋରସୋରରେ କରାଯାଉଛି। କୋଭିଡ୍ କଟକଣାରେ ଛୋଟ ମୂର୍ତ୍ତି ନିର୍ମାଣ କରି ପୂଜା କରାଯାଉଛି। କଟକର ବିଭିନ୍ନ ପୂଜା ମଣ୍ତପରେ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ୪ ଫୁଟର ମୂର୍ତ୍ତି ନିର୍ମାଣ କରାଯାଇଛି। ମା’ଙ୍କ ଛୋଟ ମୂର୍ତ୍ତି ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।
ପୁରୀ ବଳଙ୍ଗା ଥାନା ବିସ୍ଫୋରଣ ମାମଲାରେ ତଦନ୍ତ ଆରମ୍ଭ। କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। କିପରି ଏହି ବିସ୍ଫୋରଣ ହେଲା ? ବିସ୍ଫୋରକ କେତେ ପରିମାଣର ଥିଲା ସେ ସମ୍ପର୍କରେ ତଦନ୍ତ ହେଉଛି। ଆଡିସନାଲ ଏସ୍ପିଙ୍କୁ ଘଟଣାର ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଥିବା ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।
କୋଟିଆ ଅଞ୍ଚଳରେ ତେଲୁଗୁ ଫଳକ ଲଗାଉଛି ଆନ୍ଧ୍ର ସରକାର। ଆଗରୁ ଏହି ଅଞ୍ଚଳର ଗାଁରେ ଓଡ଼ିଆ ଫଳକ ଲଗାଯାଇଥିଲା। ଏବେ ଆନ୍ଧ୍ର ଲଗାଉଛି ତେଲୁଗୁ ଫଳକ। ଓଡିଶା ସରକାରଙ୍କ ବାରମ୍ବାର ବାରଣ ସତ୍ତ୍ୱେ ଏପରି ଘଟଣା ଘଟାଉଛି ଆନ୍ଧ୍ରପ୍ରଦେଶ।
ଉପନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ଭବାନୀପୁରରେ ଉତ୍ତେଜନା । ଟିଏମ୍ସି ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ । ପ୍ରଚାର ବେଳେ ଟିଏମ୍ସି କର୍ମୀ ତାଙ୍କୁ ଗାଳିଗୁଲଜ ସହ ଠେଲାପେଲା କରିଥିବା ଅଭିଯୋଗ ଆଣିଛନ୍ତି ।
ରାଷ୍ଟ୍ରପତି ବାଇଡେନ ସୋମବାର ଭାକ୍ସିନର ତୃତୀୟ ଡୋଜ ନେଇଛନ୍ତି। ଏପରିକି ଭାକ୍ସିନ ନେବାକୁ ରାଜି ହେଉ ନ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରି କହିଛନ୍ତି, ଯେଉଁମାନେ ଭାକ୍ସିନ ନେଉ ନାହାନ୍ତି ସେମାନେ ଆମେରିକାର କ୍ଷତି କରୁଛନ୍ତି।
କଳାହାଣ୍ଡିର ପଟାୟତ ସାହୁ ଏବେ ଦେଶ ବିଦେଶରେ ଏକ ପରିଚିତ ନାଁ। କାରଣ ମନ୍ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ତାଙ୍କ ଔଷଧୀୟ ଉଦ୍ୟାନର ଭୁରୀ ଭୁରୀ ପ୍ରଶଂସା। ପ୍ରାୟ ୧ ଏକର ୨୦ ଡିସିମିଲର ଜାଗାରେ କରିଛନ୍ତି ଔଷଧୀୟ ବଗିଚା।
ପେଟ୍ରୋଲ ଓ ଡିଜେଲ ଦର ବଢିବା ପରେ ଇ-ଯାନ ଆଡକୁ ଆକର୍ଷିତ ହେଉଛନ୍ତି ଲୋକେ। ତେବେ ଦାମ ଅଧିକ ହୋଇଥିବାରୁ କିଛି ଲୋକ ଏହା କିଣିବାକୁ ପଛଘୁଞ୍ଚା ଦେଉଛନ୍ତି। ଏସବୁ ସମସ୍ୟାକୁ ଦେଖି ସରକାର ଏମିତି ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଇଲେକ୍ଟ୍ରିକ୍ ଯାନ କିଣିଲେ ସବସିଡି ମିଳିବ ବୋଲି ସରକାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
କଟକ SCBରୁ ଡିସ୍ଚାର୍ଜ ହେଲେ ଓଟିଭି କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା। ୩ ଦିନ ଚିକିତ୍ସା ପରେ ସୁସ୍ଥ ହୋଇ ସେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ୨୪ ତାରିଖ ଦିନ ହାତୀ ଉଦ୍ଧାର ବେଳେ କଟକ ମୁଣ୍ଡଳି ବ୍ୟାରେଜ ନିକଟରେ ହୋଇଥିବା ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ପ୍ରଭାତ ଆହତ ହୋଇଥିଲେ।