• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Who

Coronavirus
WHO ର କରୋନା ତଦନ୍ତ ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଚୀନ୍

ମହାମାରୀ କରୋନାର ସୃଷ୍ଟି ଚୀନରୁ ହିଁ ହୋଇଛି ବୋଲି ସନ୍ଦେହ କରାଯାଉଥିବା ବେଳେ ଚୀନ କିନ୍ତୁ ଏନେଇ ସର୍ବଦା ଅସ୍ୱୀକାର କରିଆସୁଛି । ଅନୁମାନ କରାଯାଉଛି ଯେ ଚୀନର ବାଦୁଡିଙ୍କ ଠାରୁ କରୋନା ସଂକ୍ରମଣ ମଣିଷକୁ ବ୍ୟାପିଛି । ମହାମାରୀ କରୋନାର ଉତ୍ପତ୍ତି ଉହାନ୍‌ ସହର ପରିଦର୍ଶନ ପାଇଁ WHO ପକ୍ଷରୁ ଏକ ପ୍ରସ୍ତାବ ରଖାଯାଇଛି । କିନ୍ତୁ ଚୀନ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି ।

covid vaccine
ବୁଷ୍ଟର ଡୋଜ୍ ସପକ୍ଷରେ WHO

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଚୀନର ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ମାନଙ୍କୁ କୋଭିଡର ତୃତୀୟ ଡୋଜ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁଇଟି ଡୋଜ ପରେ ମଧ୍ୟ ଇମ୍ୟୁନିଟି ପାୱାର କମ ରହୁଥିବା କାରଣରୁ ଚୀନର ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ତୃତୀୟ ଡୋଜ ଦେବା ପାଇଁ WHO ପକ୍ଷରୁ ସୋମବାର ପରାମର୍ଶ ଦିଆଯାଇଛି । ଏହି ବୁଷ୍ଟର ଡୋଜ ପାଇଁ ସମସ୍ତ ଦେଶ ପ୍ରସ୍ତୁତି ହେବା ପାଇଁ WHO ପକ୍ଷରୁ କୁହାଯାଇଛି ।

Malaria Vaccine For Children
ବିଶ୍ୱର ପ୍ରଥମ ମ୍ୟାଲେରିଆ ଭ୍ୟାକ୍ସିନ୍‌କୁ WHOର ମଞ୍ଜୁରୀ

ମ୍ୟାଲେରିଆ ପାଇଁ ଭ୍ୟାକ୍ସିନ୍। ମ୍ୟାଲେରିଆ ବିପକ୍ଷରେ ବିଶ୍ୱର ପ୍ରଥମ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ମଞ୍ଜୁରୀ ଦେଇଛି। ମ୍ୟାଲେରିଆ ବିପଦକୁ କମ୍ କରିବା ପାଇଁ ବୈଜ୍ଞାନିକମାନେ ଏହି ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛନ୍ତି। ଏହି ଭ୍ୟାକ୍ସିନ୍ ଛୋଟ ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।

covaxine
କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO

କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO। ଫଳରେ ଭାରତ ବାୟୋଟେକର କୋଭାକ୍ସିନ ନେଇଥିବା ଭାରତୀୟ ବିଶେଷ କରି ଛାତ୍ରମାନେ ବିଦେଶ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେବାରେ ବିଳମ୍ବ କରୁଛି। WHOର ମଞ୍ଜରୀ ନ ମିଳିବା କାରଣରୁ କୋଭାକ୍ସିନକୁ ବିଶ୍ୱର ଅଧିକାଂଶ ଦେଶ ସ୍ୱୀକୃତ ଭାକ୍ସିନ ବୋଲି ମାନିବ ନାହିଁ।

Air Pollution
ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି: WHO

ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବାର WHO ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଦୂଷଣ ରୋକିବା ପାଇଁ WHO ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି ଏବଂ ଏହାକୁ ମାନିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛି।

Dr Soumya Swaminathan
ଭାରତରେ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଟିକାକରଣ : ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଲା WHO

ସୌମ୍ୟା ସ୍ୱାମୀନାଥନ ଟ୍ୱିଟ୍ କରି କହିଛନ୍ତି, 'ଭାରତ ୫୦ ପ୍ରତିଶତ ବୟସ୍କ ଜନସଂଖ୍ୟା ଅତି କମରେ ଗୋଟିଏ ଡୋଜ୍ ଟିକା ନେଇ ସାରିଛନ୍ତି । ଭାରତରେ ଏବେ ସୁଦ୍ଧା ୬୨ କୋଟି ଡୋଜ ଟିକାକରଣ ହୋଇଛି । ତେବେ ଏଥିରେ ଜଡିତ ହଜାର ହଜାର କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଡବ୍ଲୁଏଚଓର ପ୍ରମୁଖ ବୈଜ୍ଞାନିକ

who
ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ ନକଲେ ମାରାତ୍ମକ ହୋଇପାରେ ଡେଲଟା ଭାରିଏଣ୍ଟ୍

କରୋନା ଭାଇରସ ଠାରୁ ରକ୍ଷା ପାଇବାକୁ ହେଲେ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ । ଡେଲଟା ଭାରିଏଣ୍ଟ୍ ଏବଂ ନୂଆ ନୂଆ ଭାରିଏଣ୍ଟ୍ ବର୍ତ୍ତମାନ ତୁଳନାରେ ଅଧିକ ମାରାତ୍ମକ ହୋଇପାରନ୍ତି ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡେଲଟା ଭାରିଆଣ୍ଟ ସମସ୍ତଙ୍କ ପାଇଁ ଏକ ଚେତାବନୀ ।