• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

  • ୧୩୨ଟି ଦେଶରେ ବ୍ୟାପିଛି ଡେଲଟା ଭାରିଏଣ୍ଟ୍

କରୋନା ଭାଇରସ ଠାରୁ ରକ୍ଷା ପାଇବାକୁ ହେଲେ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ । ଆଗାମୀ ଭବିଷ୍ୟତରେ ଡେଲଟା ଭାରିଏଣ୍ଟ୍ ଏବଂ ନୂଆ ନୂଆ ଭାରିଏଣ୍ଟ୍ ବର୍ତ୍ତମାନ ତୁଳନାରେ ଅଧିକ ମାରାତ୍ମକ ହୋଇପାରନ୍ତି ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡେଲଟା ଭାରିଆଣ୍ଟ ସମସ୍ତଙ୍କ ପାଇଁ ଏକ ଚେତାବନୀ । କରୋନାର ଏହି ରୂପକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉଚିତ, ନଚେତ୍ ସ୍ଥିତି ଆହୁରି ଭୟଙ୍କର ହୋଇପାରେ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଟିକାକରଣ ଅଭିଯାନ ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି WHO କହିଛି । ଡେଲଟା ଭାରିଏଣ୍ଟର ବିପଜ୍ଜନକ ପରିଣାମକୁ ଦୃଷ୍ଟିରେ ରଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ସେପ୍ଟେମ୍ବର ଶେଷ ସୁଦ୍ଧା ସମସ୍ତ ଦେଶ, ସେମାନଙ୍କ ଜନସଂଖ୍ୟାର ଅତିକମରେ ୧୦ ପ୍ରତିଶତ ଲୋକଙ୍କୁ ଟିକା ଦେବା ଜରୁରୀ ବୋଲି କହିଛି WHO ।

୧୩୨ଟି ଦେଶରେ ବ୍ୟାପିଛି ଡେଲଟା ଭାରିଏଣ୍ଟ୍

ଦ୍ରୁତ ଗତିରେ ସଂକ୍ରମିତ କରୁଥିବା ଡେଲଟା ଭାରିଆଣ୍ଟ ଏପର୍ଯ୍ୟନ୍ତ ୧୩୨ଟି ଦେଶକୁ ବ୍ୟାପି ସାରିଛି । WHO ଜରୁରୀକାଳୀନ ନିର୍ଦ୍ଦେଶକ ମାଇକେଲ ରିଆନ୍ କହିଛନ୍ତି, ଡେଲଟା ଆମ ପାଇଁ ଏକ ଚେତାବନୀ । ଡେଲଟା ଭାରିଏଣ୍ଟକୁ ଗୁରୁତର ସହ ନେଇ ଆମକୁ ସତର୍କ ରହିବା ଉଚିତ୍ । ଏହାସହ ଅଧିକ ବିପଜ୍ଜନକ ଭାରିଏଣ୍ଟ୍ ଆସିବା ପୂର୍ବରୁ ଡେଲଟାକୁ ରୋକିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ସେପଟେ WHO ମୁଖ୍ୟ Tedros Adhanom Ghebreyesus କହିଛନ୍ତି, ଏପର୍ଯ୍ୟନ୍ତ ଚାରୋଟି ଭାରିଏଣ୍ଟକୁ ନେଇ ଚିନ୍ତା କରାଯାଉଛି । ଯେବେ ପର୍ଯ୍ୟନ୍ତ କରୋନା ସଂକ୍ରମଣ ବ୍ୟାପି ଚାଲିଥିବ, ନୂଆ ନୂଆ ଭାରିଏଣ୍ଟ୍ ମଧ୍ୟ ଆସିବ । ଗତ ଚାରି ସପ୍ତାହ ମଧ୍ୟରେ WHOର ୬ଟି ଅଞ୍ଚଳରୁ ପାଞ୍ଚଟିରେ ହାରାହାରି ୮୦ ପ୍ରତିଶତ ହାରରେ ସଂକ୍ରମଣ ବୃଦ୍ଧି ପାଉଛି ।

ଡେଲଟା ଭାରିଆଣ୍ଟକୁ ନେଇ ଉଦବେଗ ପ୍ରକାଶ କରିବା ସହ ଟେଡ୍ରୋସ କହିଛନ୍ତି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିରକ୍ଷା ମୂଳକ ପଦକ୍ଷେପ ଆବଶ୍ୟକ । ସାମାଜିକ ଦୂରତା, ଫେସ୍ ମାସ୍କ, ସ୍ୱଚ୍ଛତା, ଭିଡ଼ ନକରିବା ଭଳି ପଦକ୍ଷେପ ଗୁଡିକ ଭାଇରସ୍ ବିରୋଧରେ ପ୍ରଭାବଶାଳୀ । ସଚେତନ ହେବା ଦ୍ୱାରା ଡେଲଟାକୁ ରୋକାଯାଇ ପାରବ । ବିଶେଷକରି ଟିକାକରଣ ଉପରେ ଗୁରୁତ୍ୱ ଦେଲେ ଡେଲଟାକୁ ନିୟନ୍ତ୍ରଣକୁ ନିଆଯାଇପାରିବ। WHO ଅନୁସାରେ ଏହି ଭାରିଏଣ୍ଟ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ତେଣୁ ବେଳ ଥାଉ ଥାଉ ଗେମ ପ୍ଲାନ୍ ପ୍ରସ୍ତୁତ କରିବାକୁ ପଡ଼ିବ । ଏଥିପାଇଁ ଟିକାକରଣ ହେଉଛି ସବୁଠାରୁ ବଡ଼ ଅସ୍ତ୍ର ।

ସେପଟେ ଚୀନରେ ଆତଙ୍କ ଖେଳାଇଛି ଡେଲଟା ଭାରିଏଣ୍ଟ୍ । ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ଚୀନର ରାଜଧାନୀ ବେଜିଂ ସମେତ ୧୫ଟି ସହରରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଡିସେମ୍ବର ୨୦୧୯ରେ ଉହାନରେ ଭାଇରସ୍ ପ୍ରକୋପ ପରେ ସରକାରୀ ମିଡିଆ ଏହାକୁ ସବୁଠାରୁ ବ୍ୟାପକ ରୋଗ ସଂକ୍ରମଣ ବୋଲି କହିଛି । 'ଗ୍ଲୋବାଲ ଟାଇମ୍ସ' ରିପୋର୍ଟ ଅନୁସାରେ କୋଭିଡ -୧୯ ମାମଲାରେ ନୂତନ ସଂକ୍ରମଣ ପୂର୍ବ ଚୀନର ଜିଆଙ୍ଗସୁ ପ୍ରଦେଶର ରାଜଧାନୀ ନାନଜିଙ୍ଗର ଏକ ବିମାନବନ୍ଦରରୁ ଆରମ୍ଭ ହୋଇଛି । ଏବଂ ସଂକ୍ରମଣ ବର୍ତ୍ତମାନ ସୁଦ୍ଧା ଅନ୍ୟ ପାଞ୍ଚଟି ପ୍ରଦେଶ ତଥା ବେଜିଂକୁ ବ୍ୟାପି ସାରିଛି ।

ସେହପରି ହାଡ଼ଫୁଟି ଭଳି ସଂକ୍ରାମକ କରୋନାର ଡେଲଟା ଭାରିଏଣ୍ଟ୍ । ଭାଇରସର ଅନ୍ୟ ଭାରିଏଣ୍ଟ୍ ତୁଳନାରେ ଡେଲଟା ଭାରିଏଣ୍ଟ୍ ଘାତକ ହେବା ସହ ଚିକେନପକ୍ସ ବା ହାଡ଼ଫୁଟି ପରି ଦ୍ରୁତଗତିରେ ବ୍ୟାପିପାରେ ବୋଲି ଏକ ରିପୋର୍ଟରେ କହିଛି ଆମେରିକାର ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର (ସିଡିସି) । ତଥ୍ୟ ଅନୁସାରେ ଲୋକମାନେ ଟିକାର ଉଭୟ ଡୋଜ୍ ନେଇଥିଲେ ସୁଦ୍ଧା ଟିକା ନେଇନଥିବା ଲୋକଙ୍କ ପରି ତାଙ୍କୁ ଡେଲଟା ଭାରିଏଣ୍ଟ୍ ସଂକ୍ରମିତ କରିବାର ଅନେକ ସମ୍ଭାବନା ରହିଛି । ତୁଳନାତ୍ମକ ଭାବେ ଡେଲଟା ଭାରିଏଣ୍ଟର ସଂକ୍ରମଣ କ୍ଷମତା ଅଧିକ ।