Advertisment

ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ କରିବାରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଭୂମିକା

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଭାଷା, ସ୍ୱାସ୍ଥ୍ୟ ଏବଂ ପ୍ରଶାସନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲେ। ତାଙ୍କ ଶାସନ ସମୟରେ ରୂପ୍‌ସା-ବାରିପଦା ମଧ୍ୟରେ ନାରୋ ଗଜ୍ ରେଲ୍‌ୱେ ଆରମ୍ଭ ହୋଇଥିଲା।

author-image
Pramod Behera
ଅଦ୍ୟତନ ହୋଇଛି
Profile of Shriramchndra Bhanjadeo

Profile of Shriramchndra Bhanjadeo

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ମୟୂରଭଞ୍ଜ ଗଡଜାତ ରାଜ୍ୟର ଏକ ରାଜକୀୟ ପରିବାରରେ ୧୮୭୧ ମସିହା ଡିସେମ୍ବର ମାସ ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଶ୍ରୀରାମଚନ୍ଦ୍ର ୧୮୯୨ ମସିହା ଅଗଷ୍ଟ ମାସ ୧୫ ତାରିଖରେ ସିଂହାସନ ଆରୋହଣ କରିଥିଲେ। ମୟୂରଭଂଜ ରାଜ୍ୟର ସାମଗ୍ରିକ ଉନ୍ନତି ନିମନ୍ତେ ସେ କାମ କରିଥିଲେ ଏବଂ ଜନସାଧାରଣଙ୍କ ମଙ୍ଗଳ ସକାଶେ ବିଭିନ୍ନ ଜନହିତକର ପଦକ୍ଷେପ ଗ୍ରହଣ କରିଥିଲେ।

Advertisment

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏହି ଶାସକଙ୍କ ବନ୍ଧୁ, ଦାର୍ଶନିକ ଏବଂ ତତ୍ତ୍ୱାବଧାରକ ଥିଲେ। ଶ୍ରୀରାମଚନ୍ଦ୍ର ଭାଷା, ସ୍ୱାସ୍ଥ୍ୟ ଏବଂ ପ୍ରଶାସନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲେ। ତାଙ୍କ ଶାସନ ସମୟରେ ରୂପ୍‌ସା-ବାରିପଦା ମଧ୍ୟରେ ନାରୋ ଗଜ୍ ରେଲ୍‌ୱେ ଆରମ୍ଭ ହୋଇଥିଲା। ସେ ହାଲ୍‌ଡିହା ଓ ହଳଦିଆ ଠାରେ ୬ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ବୃହତ୍ ଜଳାଶୟ ନିର୍ମାଣ କରିଥିଲେ।

ସେହିପରି ଶିକ୍ଷା କ୍ଷେତ୍ରରେ ତାଙ୍କ ରାଜ୍ୟ ସୀମା ମଧ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ୪୪ରୁ ୪୦୦ ପର୍ଯ୍ୟନ୍ତ ବଢାଇ ଦେଇଥିଲେ। ଯଡିଓ ସେ ମୟୂରଭଞ୍ଜର ରାଜା ଥିଲେ ତଥାପି ସମଗ୍ର ଓଡିଶା ପ୍ରତି ତାଙ୍କର ଅଗାଧ ଭଲପାଇବା ଥିଲା। ମଧୁସୂଦନଙ୍କ ନେତୃତ୍ୱରେ ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ କରିବା ପାଇଁ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ୧୯୦୩ରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଶ୍ରୀରାମଚନ୍ଦ୍ର ଅଧ୍ୟକ୍ଷତା କରିଥିଲେ। ତା’ପରେ, ସଂଗଠିତ ଉଦ୍ୟମ ବଳରେ ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟରେ ପରିଣତ ହେବାର ସ୍ୱପ୍ନ ୧୯୩୬ ମସିହା ଅପ୍ରେଲ ମାସ ୧ ତାରିଖରେ ବାସ୍ତବ ରୂପ ନେଇଥିଲା। ୧୯୧୨ ମସିହା ଫେବୃଆରୀ ମାସ ୨୨ ତାରିଖରେ ଓଡିଶାର ଏହି ବରପୁତ୍ରଙ୍କର ମହାପ୍ରୟାଣ ଘଟିଥିଲା।

Advertisment

(ସୌଜନ୍ୟ - ଉତ୍କଳ ପ୍ରସଙ୍ଗ)

Garbare Kuha Mun Odia Utkal Diwas
Advertisment
Advertisment