ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଛି। ଏପ୍ରିଲ ୨୩ ରାତି ୮ଟା ୨୨ ମିନିଟ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୟୁପି-୧୧୨ ମୁଖ୍ୟାଳୟ ହ୍ୱାଟ୍ସଆପ୍ ଡେସ୍କକୁ ଏହି ଧମକପୂର୍ଣ୍ଣ ମେସେଜ ଆସିଥିଲା।
ଦୁର୍ଘଟଣାରେ ଯୋଗୀ ଆଦିତ୍ୟନାଥଙ୍କ OSD ମୋତିଲାଲ୍ ସିଂଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। କୌଣସି ଜନ୍ତୁକୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।