ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଗିରଫ ବିବାଦ ଏଯାଏଁ ଥମିନଥିବା ବେଳେ ଟଲିଉଡରେ ମୁଣ୍ଡ ଟେକିଛି ଆଉ ଏକ ବିବାଦ । ତେଲୁଗୁ ସିନେମାର ୨୫ ଜଣ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ କରିଛି ତେଲେଙ୍ଗାନା ପୋଲିସ । ସୁପରଷ୍ଟାର ବିଜୟ ଦେବ୍ରକୋଣ୍ଡା ଓ ପ୍ରକାଶ ରାଜଙ୍କ ନାଁରେ ବି ପୋଲିସ୍ କେସ୍ । ଅଭିନେତ୍ରୀ ନିଧି ଅଗ୍ରୱାଲ, ଅନନ୍ୟା ନାଗଲା, ପ୍ରଣୀତା ଓ ଶ୍ରୀମୁଖୀ ନାଁରେ ବି ମାମଲା ।