• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀଲଙ୍କାରେ ଦିନକୁ ଦିନ ଆର୍ଥିକ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଅର୍ଥନୈତିକ ସଙ୍କଟ ଯୋଗୁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରୁନାହାନ୍ତି । ବିଭିନ୍ନ ସାମଗ୍ରୀର ଦର ଦୁଇ ଗୁଣ, ତିନି ଗୁଣ ବଢିଯାଇଥିବା ବେଳେ ଦୋକାନରେ ଜିନିଷ ବି ଉପଲବ୍ଧ ହୋଇପାରୁନାହିଁ । ଫଳରେ ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଥିବାବେଳେ ରାଜନୀତି ବି ସରଗରମ ହୋଇଛି ।

ଏହି ସମୟରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିରୋଧୀ ସଜବାଜ ହେଉଛନ୍ତି । ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ ଦଳ SJB, ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି । ଯଦି ଶ୍ରୀଲଙ୍କାବାସୀଙ୍କୁ ଗତ କିଛି ଦିନ ଧରି ଦେଖାଦେଇଥିବା ଅର୍ଥନୈତିକ ସଙ୍କଟରୁ ମୁକ୍ତି ନମିଳେ, ତେବେ ରାଷ୍ଟ୍ରପତି ଅନାସ୍ଥା ଭୋଟ୍ର ସାମ୍ନା କରିବେ ବୋଲି SJB କହିଛି ।

ସମସ୍ତ ବିରୋଧୀ ଦଳଙ୍କୁ ନେଇ ଏକ ବୈଠକ କରାଯିବ, ଏହାପରେ ଖୁବ୍ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀଲଙ୍କା ବିରୋଧୀ ଦଳ ନେତା ସଜିଥ୍ ପ୍ରେମ୍ଦାସା ସୂଚନା ଦେଇଛନ୍ତି।