Advertisment

ମୋ ଦେଶ ଆର୍ଥିକ ସଂକଟ ଦେଇ ଗତି କରୁଛି, ଏହା ଜାଣି ମୁଁ ଭାଙ୍ଗିପଡିଛି : ୟୋହାନୀ

ରାଜନୈତିକ ଅସ୍ଥିରତା କାରଣରୁ ଶ୍ରୀଲଙ୍କାରେ ଦେଖାଦେଇଛି ଆର୍ଥିକ ସଂକଟ। ଏନେଇ ଲୋକେ ଅତ୍ୟନ୍ତ ଦୟନୀୟ ଜୀବନ କାଟୁଛନ୍ତି। ଏହି ଖବର ଜାଣି ସହିପାରି ନାହାନ୍ତି ଗାୟିକା ୟୋହାନୀ। ଏନେଇ ସେ ଭାଙ୍ଗିପଡିଥିବା କହିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Yohani seeing what people in sri lanka are going through

Yohani seeing what people in sri lanka are going through

'ମନିକେ ମାଗେ ହିତେ...' ଗୀତ ଗାଇ ଦିନେ ସୋସିଆଲ୍ ମିଡିଆ ସେନ୍ସେସନ ବନିଥିବା ଶ୍ରୀଲଙ୍କା ଗାୟିକା ୟୋହାନୀ ଡିଲୋକା ଦେ ସିଲ୍‌ଭା ନିଜର ସଙ୍ଗୀତ ଜୀବନକୁ ଆଗକୁ ନେବା ଏବଂ ଭାରତୀୟ ସଂଙ୍ଗୀତ କ୍ଷେତ୍ରରେ ନିଜର କାମ ନେଇ ମୁମ୍ବାଇରେ ରହୁଛନ୍ତି। ଏହାରି ଭିତରେ ନିଜ ଦେଶ ଆର୍ଥିକ ସଂକଟ ଦେଇ ଗତି କରୁଥିବା ଜାଣି ସେ ଭାଙ୍ଗି ପଡିଛନ୍ତି।

Advertisment

ତେବେ ଆସନ୍ତୁ ଜାଣିବାକୁ ନିଜ ଦେଶର ଏହି ପରିସ୍ଥିତିକୁ ନେଇ କ’ଣ କୁହନ୍ତି ୨୮ ବର୍ଷିୟା ୟୋହାନୀ:

- ବର୍ତ୍ତମାନ, ମୋ ଦେଶ ଏକ କଠିନ ସମୟ ଦେଇ ଗତି କରୁଛି, ଏବଂ ଏହା ବର୍ତ୍ତମାନ ସବୁ ପ୍ରକାର ସହଯୋଗ କାମନା କରୁଛି। ଏହା କେବଳ ଯେ ଆର୍ଥିକ ସହାୟତା ଲୋଡୁଛି ତାହା ନୁହେଁ, ବରଂ ଲୋକମାନଙ୍କ ପାଇଁ ଆବଶ୍ୟକ ହେଉଥିବା ସବୁ ପ୍ରକାର ଗୁରୁତ୍ୱପୂର୍ଣ୍ଣ ସହଯୋଗ ଦେଶ ପାଇଁ ଦରକାର।

Advertisment

ମୋ ଦେଶ ପାଇଁ ନିଶ୍ଚୟ କିଛି କରିବି

- ମୋ ଦେଶର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମୋ ସ୍ୱର ଏବଂ ମୋର ଖ୍ୟାତିକୁ ବ୍ୟବହାର କରିବା ମୋ ପାଇଁ ଏବେ ଗୁରୁତ୍ୱପୂର୍ଣ୍ଣ।  ମୋ ଦେଶ ମୋତେ କିଛି କହିବାକୁ ବାଧ୍ୟ କରୁଛି, ଏବଂ ମୋର ସ୍ୱରକୁ ମୁଁ ଏଥି ପାଇଁ କାମରେ ଲଗେଇବି ଆଉ ଏ ଦିଗରେ ମୁଁ ଉଦ୍ୟମ ଜାରି ରଖିବି।

- ମୁଁ ଅନୁଭବ କରୁଛି ମୋ ଦେଶ ପାଇଁ ମୋର କିଛି ଦାୟିତ୍ୱ ଅଛି। ମୋ ଦେଶର ଏଭଳି ପରିସ୍ଥିତିରେ ଭାରତରେ ରହି ମୋର କିଛି କରିବାର ଅଛି। ମୁଁ ଯେଉଁ ଭଲ ପାଇବା ଓ କ୍ଷାତି ଅର୍ଜନ କରିଛି ମୁଁ ମୋ ଦେଶକୁ ଦେବାକୁ ଚାହୁଁଛି।

- ଏକ ଆନ୍ତର୍ଜାତୀୟ ପ୍ଲାଟ୍‌ଫର୍ମ ସହିତ ମୋ ଦେଶର ଜଣେ ରାଷ୍ଟ୍ରଦୂତ ଭାବରେ ମୁଁ ମୋର ନୀରବତା ଭାଙ୍ଗିବାକୁ ସ୍ଥିର କରିଛି ଏବଂ ଏଭଳି ପରିସ୍ଥିତିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୋ ସ୍ୱରକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି।

- ମୁଁ ମୋ ଦେଶ ପାଇଁ ସମର୍ପିତ। ମୁଁ ଯଦିଓ ବର୍ତ୍ତମାନ ମୁମ୍ବାଇରେ ଅଛି, ମୋର ବାପାମାଆ ସେଠାରେ ଅଛନ୍ତି, ମୋ ଭଉଣୀ ସେଠାରେ ଅଛନ୍ତି, ମୋର ବନ୍ଧୁମାନେ ସେଠାରେ ଅଛନ୍ତି, ମୋର ସମ୍ପୂର୍ଣ୍ଣ ଟିମ୍ ମଧ୍ୟ ସେଠାରେ ଅଛନ୍ତି। ଦେଖିବାକୁ ଗଲେ ମୁଁ ଯେଉଁସବୁ ସଙ୍ଗୀତକାର ଏବଂ ନିର୍ମାତାମାନଙ୍କ ସହ କାମ କରୁଥିଲି ସମସ୍ତେ ସେଠାରେ ଅଛନ୍ତି।”

- ମୁଁ ଜାଣେ ସେମାନେ ଏବେ କେଉଁ ପରିସ୍ଥିତି ଦେଇ ଗତି କରୁଛନ୍ତି। ବର୍ତ୍ତମାନ ସମୟରେ ଶ୍ରୀଲଙ୍କା ବହୁତ କଷ୍ଟକର ପରିସ୍ଥିତି ଦେଇ ଯାଉଛି। ମୁଁ ସେମାନଙ୍କର ଭାବନାକୁ ବୁଝିପାରୁଛି ଏବଂ ଏହା ମତେ ଭାଙ୍ଗିଦେଉଛି। ସେଥିପାଇଁ ମୁଁ ମୋ ଦେଶର ଉନ୍ନତି ପାଇଁ ନିଶ୍ଚୟ ସାହାଯ୍ୟ କରିବି।

Yohani Sri Lanka Crisis
Advertisment
Advertisment