Advertisment

‘ଗୋ ଗୋଟାବାୟା ଗୋ’ ନାରାରେ କମ୍ପୁଛି ଶ୍ରୀଲଙ୍କା

ଲଙ୍କାରେ ହାହା କାର। ସୌନ୍ଦର୍ଯ୍ୟଭରା ଶ୍ରୀଲଙ୍କା ଏବେ ଶ୍ରୀହୀନ ହୋଇଯାଇଛି। ଦେଶବ୍ୟାପୀ ଜନ ଆନ୍ଦୋଳନ ତୀବ୍ର ହେଉ ଥିବାବେଳେ ଏବେ ଶ୍ରୀଲଙ୍କାର ସ୍ଥିତି ଶୋଚନୀୟ ହୋଇପଡ଼ିଛି। ଏବେ ଦେଶରେ ଶୁଭୁଛି ରାଜପକ୍ଷେ ପରିବାର ବିରୋଧୀ ସ୍ୱର।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sri Lanka Economic Crisis

Sri Lanka Economic Crisis

ଲଙ୍କାରେ ହାହା କାର। ସୌନ୍ଦର୍ଯ୍ୟଭରା ଶ୍ରୀଲଙ୍କା ଏବେ ଶ୍ରୀହୀନ ହୋଇଯାଇଛି। ଦେଶବ୍ୟାପୀ ଜନ ଆନ୍ଦୋଳନ ତୀବ୍ର ହେଉ ଥିବାବେଳେ ଏବେ ଶ୍ରୀଲଙ୍କାର ସ୍ଥିତି ଶୋଚନୀୟ ହୋଇପଡ଼ିଛି। ଏବେ ଦେଶରେ ଶୁଭୁଛି ରାଜପକ୍ଷେ ପରିବାର ବିରୋଧୀ ସ୍ୱର। ଦେଶର ରାଷ୍ଟ୍ରପତି ହୁଅନ୍ତୁ ଅବା ପ୍ରଧାନମନ୍ତ୍ରୀ ସେମାନେ ସମସ୍ତେ ଗୋଟିଏ ପରିବାରର। ଆଉ ଏବେ ଶ୍ରୀଲଙ୍କା ସଙ୍କଟ ପାଇଁ ଏଭଳି ପରିବାରବାଦ ରାଜନୀତିକୁ ଦାୟୀ କରାଯାଉଛି। 

Advertisment

‘ଗୋ ଗୋଟାବାୟା ଗୋ’ ଏଭଳି ନାରାରେ କମ୍ପୁଛି ଶ୍ରୀଲଙ୍କା। ଦରଦାମର ଅହେତୁକ ବୃଦ୍ଧି, ବିଜୁଳି କାଟ୍, ପେଟ୍ରୋଲ-ଡିଜେଲ୍‌ର ଅଭାବ ଭଳି ଦୟନୀୟ ସ୍ଥିତି ଉପୁଜିଛି ଶ୍ରୀଲଙ୍କାରେ। ଯାହାର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ପ୍ଲା-କାର୍ଡ ସାଙ୍ଗକୁ ସରକାର ବିରୋଧୀ ନାରା ଦେଉଛନ୍ତି ଉତ୍ତ୍ୟକ୍ତ ଲୋକେ। ଶ୍ରୀଲଙ୍କା ରାଜନୀତିରେ ସକ୍ରିୟ ତଥା ଲୋକପ୍ରିୟତାର ଶୀର୍ଷରେ ଥିବା ରାଜପକ୍ଷେ ପରିବାରକୁ ଜୋରଦାର ବିରୋଧର ସାମ୍ନା କରିବାକୁ ପଡ଼ୁଛି। ଏପରିକି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି ଜୋର ଧରିଛି।

କେବଳ ସେତିକି ନୁହେଁ, ଗତ ସପ୍ତାହରେ ପ୍ରଦର୍ଶନକାରୀ ରାଷ୍ଟ୍ରପତିଙ୍କ ବାସବଭନ ସାମ୍ନାରେ ଧାରଣାରେ ବସିଥିଲେ। ଆଉ ଏହାର ଗୋଟିଏ ଦିନ ପରେ ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ ରାଷ୍ଟ୍ରପତି ଗୋଟାବାୟା। ଏପରିକି ୩ ଦିନିଆ କର୍ଫ୍ୟୁ ମଧ୍ୟ ଲାଗିଲା ଦେଶରେ। ା କିନ୍ତୁ କୌଣସି ପ୍ରତିବନ୍ଧକୁ ଖାତିର ନକରି ବିକ୍ଷୋଭ ଜାରି ରଖିଛନ୍ତି ଲୋକେ। ଏନେଇ ଶ୍ରୀଲଙ୍କା ସରକାରର ୨୬ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ, ତାଙ୍କ ଭାଇ ତଥା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଇସ୍ତଫା ଦେଇ ନାହାନ୍ତି। ଏପ୍ରିଲ ୩ ଯାଏ ଶ୍ରୀଲଙ୍କା  ସରକାରରେ ରାଜପକ୍ଷେ ପରିବାରର ୫ ସଦସ୍ୟ ମନ୍ତ୍ରୀ ଥିଲେ। ଏହା ପୂର୍ବରୁ ଶ୍ରୀଲଙ୍କା ରାଜନୀତି ଏବଂ ରାଜପକ୍ଷେ ପରିବାରକୁ ନେଇ ଚର୍ଚ୍ଚା ହୋଇଆସିଛି। 

Advertisment
Sri Lanka Economic Crisis Sri Lanka Crisis
Advertisment
Advertisment