Advertisment

ମାଆ ମଲା ଖବର ପାଇ ଆସିଲେନି ପୁଅ, ମୁହଁରେ ନିଆଁ ଦେଲେ ୪ ଝିଅ

କଳିଯୁଗର କୁଳାଙ୍ଗାର ପୁଅ, ବଂଚିଥିବା ବେଳେ ଆସିଲେନି କି ମଲା ପରେ ପଚାରିଲେନି

author-image
Sarbeswar
Puri

Puri

ହଜିଗଲା ମାନବିକତା। ଜନ୍ମ କଲା ମାଆକୁ ଦୁଇ ପୁଅ ବଞ୍ଚିଥିବା ବେଳେ ତ ପଚାରିଲେନି। ମୃତ୍ୟୁ ପରେ ବି ଆସିଲେନି। ଶେଷରେ ଚାରି ଝିଅ ଚାରି କାନ୍ଧ ଦେଇ ସ୍ୱର୍ଗଦ୍ୱାର ନେଲେ। ପୁରୀ ମଙ୍ଗଳାଘାଟର ୮୦ ବର୍ଷୀୟା ଜଟି ସାହୁଙ୍କ କ୍ଷେତ୍ରରେ ଏହା ଘଟିଛି। ଜଟିଙ୍କର ଦୁଇ ପୁଅ ଅଛନ୍ତି। ବଞ୍ଚିଥିବା ବେଳେ କେହି ଖାଇବାକୁ ଦିମୁଠା ଦେଉନଥିଲେ କି ପଚାରୁନଥିଲେ। ମାଆର ମୃତ୍ୟୁ ଖବର ପାଇବା ପରେ ମଧ୍ୟ ଘରକୁ ଆସିବାକୁ ଉଚିତ୍ ମନେ କଲେନି।

Advertisment

ଶେଷରେ ସାହିବାସିନ୍ଦା ଚାରି ଝିଅଙ୍କୁ ଡାକିଥିଲେ। ଝିଅମାନେ କାନ୍ଧ ଦେଇ ୪ କିଲୋମିଟର ଚାଲି ଚାଲି ମାକୁ ସ୍ୱର୍ଗଦ୍ୱାର ନେଇ ଅନ୍ତିମ ସଂସ୍କାର କରିଥିଲେ। କୁହାଯାଏ, ମାଆର ଋଣକୁ କେହି ଶୁଝି ପାରନ୍ତି ନାହିଁ। କିନ୍ତୁ ଏଠି ସ୍ୱାର୍ଥପର ଓ ବିବେକହୀନ ପୁଅଙ୍କ ପାଖରେ ହଜିଯାଇଛି ମଣିଷ ପଣିଆ।

Puri Swargadwar
Advertisment
Advertisment