Advertisment

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା। ବାହାର ଜିଲ୍ଲାର ଶବ ସତ୍କାର ନେଇ ଜାରି ରହିଥିବା କଟକଣାକୁ ଜିଲ୍ଲା ପ୍ରଶାସନ ହଟାଇ ଦେଇଛି। ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇବା ପରେ ଏହି ନିୟମକୁ କୋହଳ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Puri Swargadwar

Puri Swargadwar

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା। ବାହାର ଜିଲ୍ଲାର ଶବ ସତ୍କାର ନେଇ ଜାରି ରହିଥିବା କଟକଣାକୁ ଜିଲ୍ଲା ପ୍ରଶାସନ ହଟାଇ ଦେଇଛି। ବାହାର ଜିଲ୍ଲାର ଅଣକୋଭିଡରେ ମୃତ ବ୍ୟକ୍ତିଙ୍କ ଏବଂ ବାହାର ରାଜ୍ୟର ମୃତକଙ୍କ ସତ୍କାର ନେଇ ପୂର୍ବରୁ ଜାରି ହୋଇଥିବା କଟକଣାକୁ ପୁରୀ ଜିଲ୍ଲା ପ୍ରଶାସନ ହଟାଇ ଦେଇଛି।

Advertisment

ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇବା ପରେ ଏହି ନିୟମକୁ କୋହଳ କରାଯାଇଛି। ତେବେ କୋଭିଡ ନିୟମାବଳୀ ଅନୁପାଳନ ପୂର୍ବକ ସର୍ବାଧିକ ୧୦ ଜଣଙ୍କ ଉପସ୍ଥିତିରେ ଶବ ସତ୍କାର କରିପାରିବେ।

ସୂଚନାଥାଉ କି, ଗତକାଲି ରାଜ୍ୟରେ ୫,୯୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ ପୁରୀରୁ ୧୧୭ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ପୁରୀରେ ୪୯,୦୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୭,୫୪୧ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌-୧,୦୦୮ ରହିଛି। ସେହିପରି ୪୬୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି।

Advertisment
Covid19 Guidelines Puri Swargadwar COVID Restriction
Advertisment
Advertisment