ଏବେ ଆହୁରି ପୁଷ୍ଟିସାର ଯୁକ୍ତ ହେବ ପିଲାଙ୍କ ମଧ୍ୟାହ୍ନ ଭୋଜନ। ସୋୟାବିନ୍ ଓ ଅଣ୍ଡା ସହ ନିଇତି ମିଳିବ କ୍ଷୀର। ଛାତ୍ରଛାତ୍ରୀଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ଭିଟାମିନ୍ A ଓ D ଯୁକ୍ତ ଦୁଗ୍ଧ ଦେବାକୁ ବ୍ୟବସ୍ଥା କରିଛନ୍ତି ସରକାର।
ବାଃ ବାଃରେ ସରକାରୀ ସ୍କୁଲ। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଭାତ, ଡାଲମା ଓ ଅଣ୍ଡା ବଦଳରେ ମିଳୁଛି ୫ ଟଙ୍କିଆ ବିସ୍କୁଟ। ଅଧାଦିନ ଖାଇବା ପାଇଁ ବି ମିଳୁନି। ଖରାବେଳେ ସ୍କୁଲରେ ତାଲା ଠୁଙ୍କି ପଳାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ।
ହଠାତ ପହଂଚିଗଲେ ତହସିଲଦାର ଓ ପୋଲିସ। କହିଲେ ଗୋଦାମ ଖୋଲ। ଆଉ ନିଜ ଆଖିଲେ ଯାହା ଦେଖିଲେ, ତାହାକୁ ଦେଖି ହୋଇଗଲେ ତାଜୁବ୍। ବସ୍ତାଏ ନୁହେଁ, ଗୋଦାମରେ ରହିଥିଲା ପିଲାଙ୍କ ଖାଇବା ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ.