'ଦି କପିଲ ଶର୍ମା ଶୋ'ର ଏକ ଏପିସୋଡ୍ରେ ମଲାଇକା ଆରୋରା, ଗୀତା କପୁର ଏବଂ ଟେରେନ୍ସ ଲୁଇସଙ୍କ ସହ ଶୋ' ଇଣ୍ଡିଆଜ୍ ବେଷ୍ଟ୍ ଡ୍ୟାନ୍ସର(ଆଇବିଡି) ର ପ୍ରମୋସନ ପାଇଁ ପହଞ୍ଚିଥିଲେ। ଏହି ଶୋ’ରେ ମଲାଇକା ଗୀତା କପୁରଙ୍କୁ ବେଲଜ୍ଜା ବୋଲି କହିଥିଲେ ଯେତେବେଳେ ସେ କମେଡି ଶୋ’ରେ ଅର୍ଚ୍ଚନା ପୁରଣ ସିଂଙ୍କ ସ୍ଥାନ ନେବାକୁ କହିଥିଲେ।
ମୁନ୍ନି ବାଦନାମ୍ ହୁଇ ଗୀତରେ ନାଚି ଦର୍ଶକଙ୍କ ମନ ଜିଣିଥିବା ମଲାଈକା ଆରୋରାଙ୍କ ଲାଇଫଷ୍ଟାଇଲ ବିଷୟରେ ଜାଣିଲେ ଆପଣଙ୍କର ଉଡିଯିବ ହୋସ। ଘର ସହିତ ମୁମ୍ୱାଇର ଏଇଠି ରହିଛି ଜାଗା। ଯିବା ଆସିବା ପାଇଁ ରହିଛି ଏସବୁ ଗାଡି। ଆଉ ବ୍ୟାଙ୍କ ବାଲାନ୍ସ ଏତେ ଯେ, ଲକ୍ଷରେ ଗଣି ହେବନି...
ବଲିଉଡର ଫିଟ୍ନେସ୍ ଅଭିନେତ୍ରୀ କିଏ। ଏ ପ୍ରଶ୍ନରେ କେବଳ ଗୋଟିଏ ଉତ୍ତର। ବଲିଉଡର ଫିଟ୍ନେସ୍ ଅଭିନେତ୍ରୀ ହେଉଛନ୍ତି ମଲାଈକା ଆରୋରା। ଚାଲ ଛେୟାଁ ଛେୟାଁ ଏବଂ ମୁନ୍ନି ବାଦନାମ୍ ହୁଇ ଗୀତରେ ବୋଲ୍ଡ ନୃତ୍ୟ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମଲାଇକା ଛୋଟ ପରଦାରେ ମଧ୍ୟ ବେଶ ସକ୍ରିୟ।
କିଛି ନା କିଛି ଘଟଣାକୁ ନେଇ ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଅଭିନେତା ଅର୍ଜୁନ କପୁରଙ୍କ ସହ ରିଲେସନଶିପ୍କୁ ନେଇ ମଲାଇକା ବେଶୀ ଚର୍ଚ୍ଚାରେ ଅଛନ୍ତି। ଏବେ ମଲାଇକା ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି।
'ବିଗ୍ ବସ୍ ଓଟିଟି' ଆଜି ରାତି ୮ ଟାରୁ ଭୁଟ୍ ଆପ୍ରେ ପ୍ରଦର୍ଶିତ ହେବ। ଆଜି ସକାଳୁ ସୋସିଆଲ ମିଡିଆରେ ଏହାକୁ ନେଇ ଗୁଜବ ସୃଷ୍ଟି ହୋଇଛି। ପ୍ରଶଂସକଙ୍କ ଖୁସିର ଜୁଆର ବୋଲ ମାନୁନି। କରଣ ଜୋହର ଏହି ଶୋ’ର ହୋଷ୍ଟ କରୁଛନ୍ତି। ସେ ଶୋ’ର ପ୍ରୋମୋରେ କହିଥିଲେ ଯେ ଏଥର ବିଗ୍ ବସ୍ରେ ହଟ୍ନେସ୍ର ତଡକା ଲାଗିବଏବଂ ଆମେ ଏହାର ପ୍ରଥମ ଝଲକ ମଧ୍ୟ ପାଇଛୁ। ବିଗ୍ ବସ୍ର ପ୍ରିମିୟମ୍ ରାତିରେ ପରମସୁନ୍ଦରୀ ମଲାଇକା ଅରୋରା ତାଙ୍କ ଡ୍ୟାନ୍ସ ଦ୍ୱାରା ଶୋ’ରେ ଗ୍ଲାମର ତଡକା ଲଗେଇବାର ନଜର ଆସିବେ।
ବଲିଉଡ୍ରେ ଅନେକ ପ୍ରେମୀ ଯୁଗଳଙ୍କ କାହାଣୀ ଦର୍ଶକେ ଶୁଣିଛନ୍ତି। ତେବେ ଏହାକୁ ନେଇ ଆଜିକାଲି ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଅରୋରା ଖୁବ୍ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ପୂର୍ବରୁ ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କର ଖବର ସାମ୍ନାକୁ ଆସିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ଗତ କିଛି ବର୍ଷ ହେବ ପରସ୍ପରକୁ ଡେଟ୍ କରୁଛନ୍ତି। ଦୁହେଁ ନିଜ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ପରସ୍ପରଙ୍କ ଫଟୋ ମଧ୍ୟ ସେୟାର କରୁଛନ୍ତି।
ମଲାଇକା ଆରୋରା ବଡିଉଡ ଜଗତର ସୁପର ଅଭିନେତ୍ରୀମାନଙ୍କ ଭିତରେ ଜଣେ। ସେ ନିଜର ସୌନ୍ଦର୍ଯ୍ୟ, ଚମତ୍କାର ଅଭିନୟ ଓ ଫିଟ୍ନେସ୍ ନେଇ ବେଶ ଚର୍ଚ୍ଚିତ। ସେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହୁଥିବା ବେଳେ ନିଜ ଫିଟ୍ନେସ୍କୁ ନେଇ ଫଟୋ ପୋଷ୍ଟ କରିବା କ୍ଷଣି ଫ୍ୟାନ୍ଙ୍କ ଅନେକ ପ୍ରଶଂସା ସାଉଁଣ୍ଟିଥାନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କର ଆକର୍ଷିତ ଚେହେରା ପ୍ରତି ପାଗଳ ହୋଇଯାଉଥିବା ଦେଖାଯାଏ।