• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mahakumbh 2025

ବାବାଙ୍କୁ ଦେବାକୁ ପଡ଼େ କଠିନ ପରୀକ୍ଷା
Mahakumbh 2025: ଆଖଡ଼ାରେ ବି ଅଛି ‘ପ୍ରମୋସନ ଓ ଆପ୍ରେଜାଲ’ ବ୍ୟବସ୍ଥା, ଜାଣନ୍ତୁ କିପରି ବଣ୍ଟାହୁଏ ପଦପଦବୀ

୧୨ ବର୍ଷର କଠିନ ତପସ୍ୟା ପରେ ଜଣେ ସାଧୁଙ୍କୁ ନାଗାର ସଜ୍ଞା ପ୍ରାପ୍ତ ହୋଇଥାଏ । ଏହି ପଦବୀ ପାଇବା ପରେ ଆଖଡ଼ାର ଦାୟିତ୍ୱବାନ ଅଧିକାରୀ ହୋଇଯାଆନ୍ତି ନାଗା ସାଧୁ । ବୈଷ୍ଣବ ଆଖଡ଼ାର ପରମ୍ପରା ଅନୁସାରେ ରକମୀ ସାଧୁଙ୍କୁ ନିଜର ବଡ଼ ବନ୍ଦଗିଦାରଙ୍କ ଠାରୁ ଆରମ୍ଭ କରି ମହାଅତୀତ ସାଧୁଙ୍କ ସେବା କରିବାକୁ ପଡ଼େ । ବନ୍ଦଗୀଦାର କୋଠି ଓ ଭଣ୍ଡାରର ବ୍ୟବସ୍ଥା କରନ୍ତି, ବାଡ଼ି ଉଠାଇବା ଓ ଶାସ୍ତ୍ରର ଶିକ୍ଷା ଗ୍ରହଣ କରିବା ତାଙ୍କର କାର୍ଯ୍ୟ ହୋଇଥାଏ । ସେମାନେ ମନ୍ଦିରର ଦେଖାରଖା ସହ ଖାଦ୍ୟବ୍ୟବସ୍ଥା ମଧ୍ୟ ଦେଖନ୍ତି ।

୪ କୋଟି ଟଙ୍କାରେ ନିଲାମ ହେଲା କୁମ୍ଭମେଳା ଚିଠି
Mahakumbh 2025: ୪.୩୨ କୋଟି ଟଙ୍କାରେ ନିଲାମ ହେଲା ଷ୍ଟିଭ ଜବ୍ସଙ୍କ ଚିଠି: କୁମ୍ଭ ମେଳା ଆସିବା ପାଇଁ ବନ୍ଧୁଙ୍କୁ ଲେଖିଥିଲେ ମନର କଥା

ଷ୍ଟିଭ ଜବ୍ସ ଏହି ଚିଠିକୁ ତାଙ୍କ ୧୯ତମ ଜନ୍ମଦିନର ପାଳର ଦିନକ ପୂର୍ବରୁ ବାଲ୍ୟ ବନ୍ଧୁ ଟିମ ବ୍ରାଉନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । ଏତେ କମ ବୟସରେ ସେ କେତେ ଆଧ୍ୟାତ୍ମବାଦୀ ଥିଲେ ଏବଂ କେତେ ଆତ୍ମବିଶ୍ଳେଷଣ କରୁଥିଲେ ଏହି ଚିଠିରୁ ତାହାର ଝଲକ ଦେଖିବାକୁ ମିଳେ । ଷ୍ଟିଭ ଜବ୍ସ ଜୈନ ବୌଦ୍ଧ ଧର୍ମ ଉପରେ ଖୁବ ବିଶ୍ୱାସ ରଖୁଥିଲେ ଏବଂ ସେ କୁମ୍ଭମେଳାରେ ଯୋଗ ଦେବା ପାଇଁ ଭାରତ ଯିବାକୁ ଚାହୁଁଥିଲେ ବୋଲି ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।

କୁମ୍ଭମେଳାର ଇତିହାସ
Mahakumbh 2025: ପ୍ରଥମ ଥର ପାଇଁ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ମହାକୁମ୍ଭ ?

ମହାକୁମ୍ଭ ଇତିହାସ ବହୁତ ପୁରୁଣା । କେତେକ ଗ୍ରନ୍ଥ ଅନୁଯାୟୀ, ସତ୍ୟଯୁଗରୁ ପ୍ରଥମ କୁମ୍ଭମେଳା ଆୟୋଜିତ ହୋଇଥିବା ବିଶ୍ୱାସ କରାଯାଏ । ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏହି ଭବ୍ୟ ମେଳା । ଆଉ କିଛି ଲୋକଙ୍କ ଅନୁସାରେ, ସମୁଦ୍ର ମନ୍ଥନ ପରେ ପରେ ଆରମ୍ଭ ହୋଇଥିଲା କୁମ୍ଭମେଳା । ଏ ବିଷୟରେ ବିସ୍ତୃତ ସୂଚନା ଉପଲବ୍ଧ ନାହିଁ । ପଣ୍ଡିତମାନଙ୍କ ଅନୁଯାୟୀ କୁମ୍ଭର ପରମ୍ପରା ହଜାରେ ବର୍ଷ ପୁରୁଣା।

Sadhu gets angry and thrashes youtuber with tongs
Viral Video: ୟୁଟ୍ୟୁବର୍ସଙ୍କ ପ୍ରଶ୍ନରେ ରାଗିଗଲେ ସାଧୁ; ଚୁମୁଟାରେ ପିଟି ପକେଇଲେ

ମହାକୁମ୍ଭ ମେଳାର ଏକ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି, ଯାହା ସୋସିଆଲ ମିଡିଆରେ ଉତ୍ତେଜନା ସୃଷ୍ଟି କରିଛି। ଏହି କ୍ଲିପ୍‌ରେ ଜଣେ ସାଧୁ ତାଙ୍କ ଚୁମୁଟାରେ ଜଣେ ୟୁଟ୍ୟୁବର୍‌ଙ୍କୁ ଆକ୍ରମଣ କରୁଥିବା ନଜର ଆସନ୍ତି।

Maha kumbh
Maha Kumbh 2025: ପ୍ରଥମ ସାହି ସ୍ନାନରେ ସାମିଲ ହେଲେ ସାଢେ ୩ କୋଟି ଶ୍ରଦ୍ଧାଳୁ

ମହାକୁମ୍ଭ ପାଇଁ ଉଠୁଛି ପଡ଼ୁଛି ଉତ୍ତରପ୍ରଦେଶର ପ୍ରୟାଗରାଜ। ଗଙ୍ଗା, ଯମୁନା ଓ ରହସ୍ୟମୟୀ ସରସ୍ବତୀର ମିଳନ ସ୍ଥଳରେ ଆଜି ବୁଡ଼ ପକାଇବାର ଦିବ୍ୟ ଅନୁଭବ ଲଭିଛନ୍ତି ସାଢ଼େ ୩ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ।

Mahakumbh Mela
Mahakumbh 2025: ବରଦାନ ନୁହେଁ ଅଭିଶାପର ପରିଣାମ କୁମ୍ଭମେଳା

ବର୍ତ୍ତମାନ ଲୋକଙ୍କ ପାଇଁ ବରଦାନ ପାଲଟିଥିବା ତ୍ରିବେଣୀ ସଂଗମ ଏକ ଅଭିଶାପରୁ ଆରମ୍ଭ ହୋଇଥିଲା । ଦେବତାଙ୍କୁ ମିଳିଥିଲା ଏ ଅଭିଶାପ, କିନ୍ତୁ ସମୟ ଗଡ଼ିବା ସଙ୍ଗେ ସଙ୍ଗେ ପୁଣ୍ୟତୋୟା ତ୍ରିଧାରାଙ୍କ ମିଳନସ୍ଥଳୀ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି ।

IITian Baba
Kumbha Mela IITian Baba: ମହାକୁମ୍ଭରେ IITian ବାବା; କେମିତି ହେଲେ ଇଞ୍ଜିନିୟରରୁ ସାଧୁ, ଜାଣନ୍ତୁ ରୋଚକ କାହାଣୀ...

୧୪୪ ବର୍ଷ ପରେ ପୂର୍ଣ୍ଣ ମହାକୁମ୍ଭ ପାଳିତ ହେଉଥିବାରୁ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି । ତେବେ ଏହି ମେଳାରେ ଏବେ ବେଶ୍ ଭାଇରାଲ ହେଉଛନ୍ତି ସବୁବେଳେ ହସି ହସି କଥା ହେଉଥିବା 'ଆଇଆଇଟିଆନ୍ ବାବା' ।

SHAHISNAN
MahaKumbh 2025: ଅମୃତ ଧାରା ପାଲଟିଛି ତ୍ରିବେଣୀ ସଂଗମ; ପ୍ରୟାଗରେ ଚାଲିଛି ପ୍ରଥମ ସାହି ସ୍ନାନ

ଖାଲି ସନାତନୀ ହିନ୍ଦୁ ନୁହଁନ୍ତି ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ହୋମ ଯଜ୍ଞ ଓ ଆଳତୀ ସାଙ୍ଗକୁ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ପ୍ରୟାଗତୀର୍ଥର ପରିସୀମା। ଆଜି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦୁଇଗୁଣା ହେବା ନେଇ ଅନୁମାନ କରିଛି ଉତ୍ତର ପ୍ରଦେଶ ପ୍ରଶାସନ।

ଇଂରେଜ ଅମଳର କୁମ୍ଭମେଳା
Mahakumbh 2025: ମହାକୁମ୍ଭରୁ ଟଙ୍କା ରୋଜଗାର କରୁଥିଲେ ଇଂରେଜ ସରକାର, ବୁଡ଼ ପକାଇଲେ କି ଦାଢ଼ି-ଚୁଟି କାଟିଲେ ନେଉଥିଲେ ଟ୍ୟାକ୍ସ

ସେତେବେଳେ ଜବାହରଲାଲ ନେହରୁ ଆହ୍ଲାବାଦ ମ୍ୟୁନିସିପାଲିଟି କର୍ପୋରେସନର ଚେୟାରମ୍ୟାନ୍ ଥିଲେ । ତାଙ୍କ ଆତ୍ମକଥାରେ ପବିତ୍ର କୁମ୍ଭମେଳା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ଜବାହରଲାଲ ନେହରୁ । ବ୍ରିଟିଶ ଶାସନ କାଳରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାକୁ ବାରଣ କରାଯାଇଥିଲା । ହେଲେ ବ୍ରିଟିଶ ସରକାରଙ୍କ ବିରୋଧରେ ଯାଇ ମହାନ୍ ରାଷ୍ଟ୍ରଭକ୍ତ ତଥା ସ୍ୱାଧୀନତା ସଂଗ୍ରାମୀ ମଦନ ମୋହନ ସିଂ ମାଲବ୍ୟ ଜଳ ସତ୍ୟାଗ୍ରହ ଆରମ୍ଭ କରିଥିଲେ ।

mahakumbh
Kumbh Mela Special Train: କୁମ୍ଭମେଳା ବୁଲିବା ହେବ ସହଜ; ଓଡ଼ିଶାରୁ ସ୍ୱତନ୍ତ୍ର ବସ୍‌-ଟ୍ରେନ୍ ସୁବିଧା

କୁମ୍ଭମେଳା ପାଇଁ ଓଡ଼ିଶା ଦେଇ ପ୍ରୟାଗରାଜ ଗଡିବ ସ୍ବତନ୍ତ୍ର ଟ୍ରେନ୍। ପୂର୍ବତଟ ରେଲୱେ ପକ୍ଷରୁ ୭ଟି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା ହୋଇଛି। ସେହିପରି ରାଜ୍ୟର ୪ ସହରରୁ ଅଯୋଧ୍ୟାକୁ ଗଡ଼ିଛି ସ୍ପେଶାଲ୍ ବସ୍। କୁମ୍ଭମେଳା ଦେଖିଯିବାକୁ ଓଡ଼ିଶାରୁ ଅଯୋଧ୍ୟା ଆରମ୍ଭ ହୋଇଛି ସ୍ବତନ୍ତ୍ର ବସ୍ ସେବା।

Mahakumbh 2025:
Mahakumbh 2025: ଆରମ୍ଭ ହେଲା ମହାକୁମ୍ଭ ମେଳା, ସଂଗମ ତଟରେ ବୁଡ଼ ପକାଇଲେ ସାଧୁ ସନ୍ଥ ଓ କୋଟି କୋଟି ଶ୍ରଦ୍ଧାଳୁ

ପୌଷ ପୂର୍ଣ୍ଣମୀ, ଏ ଦିବ୍ୟ ଦିବସର ବ୍ରାହ୍ମ ମୁହୂର୍ତ୍ତରେ ଧର୍ମ, ଆସ୍ଥା ଓ ସଂସ୍କୃତିର ମହାମିଳନ ପର୍ବ ମହାକୁମ୍ଭ ମେଳାର ଶୁଭାରମ୍ଭ ହୋଇଛି। ଭୋର୍ ୫ଟା ୦୩ ମିନିଟରେ ପ୍ରଥମ ସ୍ନାନ ଯୋଗ ରହିଥିଲା । ପ୍ରଥମେ ସାଧୁ ସନ୍ଥ ଓ ତାପରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ସଂଗମ ସ୍ଥଳରେ ବୁଡ଼ ପକାଇଛନ୍ତି।

ନାଗାସାଧୁଙ୍କ ଇତିହାସ
Mahakumbh- 2025: ମହାକୁମ୍ଭକୁ କେଉଁଠୁ ଆସନ୍ତି ନାଗା ସାଧୁ ? ହଠାତ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଆନ୍ତି ?

ନାଗାସାଧୁ ହେବାର ପଥରେ ଯାତ୍ରା କରିବା କେବଳ ନିଷ୍ପତ୍ତି ନୁହେଁ; ଏହା ଏକ କଠୋର ଯାତ୍ରା । ଏଥିପାଇଁ ଦିବ୍ୟ ସମର୍ପଣ ଭାବ ଓ କଠିନ ଅନୁଶାସନ ଆବଶ୍ୟକ । ପ୍ରାଚୀନ ହିନ୍ଦୁ ପରମ୍ପରାରେ ନିହିତ ଏହି ପ୍ରକ୍ରିୟା ପାଇଁ ଇଚ୍ଛୁକ ଲୋକଙ୍କୁ ଆଧ୍ୟାତ୍ମିକ ଏବଂ ଶାରୀରିକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼େ । ବ୍ରହ୍ମଚର୍ଯ୍ୟ ପରି କଠିନ ବ୍ରତ ସହିତ ଆରମ୍ଭ ହୁଏ ଏହି ଆଧ୍ୟାତ୍ମିକ ପ୍ରକ୍ରିୟା ।

ମହାକୁମ୍ଭରେ ମହାସ୍ନାନ
Mahakumbh 2025: ମହାକୁମ୍ଭରେ ସୃଷ୍ଟି ହେବ ମହାସଂଯୋଗ, ଜାଣନ୍ତୁ ଏହାର ପୌରାଣିକ ମହତ୍ତ୍ୱ ...

କେବଳ ଭାରତ ନୁହେଁ, ଦୁନିଆର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ କୁମ୍ଭ ମେଳାରେ ଯୋଗଦେବାକୁ ଆସନ୍ତି । କୁମ୍ଭମେଳା ସମୟରେ ଗଙ୍ଗା ନଦୀରେ ବୁଡ଼ ପକାଇଲେ ସମସ୍ତ ପାପ ଧୋଇ ହୋଇଯାଏ ଏବଂ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଜ୍ୟୋତିଷ ଶାସ୍ତ୍ରମତରେ ମକର ସଂକ୍ରାନ୍ତିଠାରୁ ମହା ଶିବରାତ୍ରି ପର୍ଯ୍ୟନ୍ତ ମହାକୁମ୍ଭ ସ୍ନାନ ଆଧ୍ୟାତ୍ମିକ, ଶାରୀରିକ ଓ ମାନସିକ ଶକ୍ତିରେ ବିକାଶ ଘଟାଏ । କୁମ୍ଭର ଆକ୍ଷରିକ ଅର୍ଥ ହେଉଛି ପାତ୍ର । ମୁନିଋଷିଙ୍କ କାଳରୁ ଅନୁଷ୍ଠିତ ହେଉଛି ଏହି ପବିତ୍ର ମେଳା ।

ଏହି ସାଧୁମାନେ ଦିଅନ୍ତି କଠିନ ପରୀକ୍ଷା
Mahakumbh Tangtoda Sadhus: ତଙ୍ଗତୋଡ଼ା ସାଧୁ କିଏ ? ଯାହାଙ୍କୁ IAS ଠାରୁ ମଧ୍ୟ କଠିନ ପରୀକ୍ଷା ଦେବାକୁ ପଡ଼େ

ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହାକୁମ୍ଭ ମେଳାରେ ସାମିଲ ହେବା ପାଇଁ ଦେଶ ତଥା ବିଶ୍ୱରୁ ଅନେକ ସାଧୁସନ୍ଥ ପହଞ୍ଚିଛନ୍ତି, ଯେଉଁଥିରେ ବିଶେଷ କରି ' ତଙ୍ଗତୋଡ଼ା ସାଧୁ' ସାମିଲ ଅଛନ୍ତି । ତଙ୍ଗତୋଡ଼ା ସାଧୁ ଉଦାସୀନ ଆଖଡ଼ା ସହିତ ଜଡିତ ଏକ ସ୍ୱତନ୍ତ୍ର ବର୍ଗର । ଆଖଡ଼ା ପରମ୍ପରାରେ ତାଙ୍କର ସ୍ଥାନ ବହୁତ ଉଚ୍ଚରେ । ସେମାନଙ୍କୁ ସାଧାରଣ ନାଗା ସାଧୁ ଠାରୁ ଭିନ୍ନ ବିବେଚନା କରାଯାଏ ଏବଂ ଏମାନଙ୍କ ଚୟନ ଖୁବ କଠିନ ପ୍ରକ୍ରିୟା ଜରିଆରେ କରାଯାଏ ।

ଓଡ଼ିଶାରୁ ଯିବ ପ୍ରୟାଗରାଜ
Mahakumbh Mela 2025: ମହାକୁମ୍ଭ ମେଳାକୁ ଓଡ଼ିଶାରୁ ଯିବା ହେଲା ସହଜ, ଏହି ସବୁ ସ୍ଥାନରୁ ଗଡ଼ିବ ବସ୍

ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ଭାବେ ଜାନୁଆରି ୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଚାଲିବ ବସ ସେବା । କୁମ୍ଭ ମେଳା ପରେ ବି ବସ ଚଳାଚଳ ଜାରି ରହିବ। ଏହା ବାଦ ଓଡ଼ିଶାର ଅନ୍ୟ ତୀର୍ଥ ସ୍ଥାନକୁ ବି ବସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

କୁମ୍ଭମେଳା ବଜେଟ ୭ ହଜାର କୋଟି
Maha Kumbh 2025: ବିଶ୍ବର ସର୍ବବୃହତ ଧାର୍ମିକ ସମ୍ମିଳନୀ, ଜାଣନ୍ତୁ ଏ ସମ୍ପର୍କରେ କିଛି ରୋଚକ ତଥ୍ୟ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହେବାକୁ ଯାଉଛି ବିଶ୍ବର ସର୍ବବୃହତ ଧାର୍ମିକ ସମ୍ମିଳନୀ କୁମ୍ଭ ମେଳା ୨୦୨୫। ୧୩ ଜାନୁୟାରୀରୁ ୨୬ ଜାନୁୟାରୀ ପର୍ଯ୍ୟନ୍ତ ଏହି ମେଳା ଆୟୋଜିତ ହେବ। ସମଗ୍ର ବିଶ୍ବର କୋଟି କୋଟି ଲୋକ ଏଥିରେ ସାମିଲ ହେବେ।

mauni baba
Chai Wale Baba: କୁମ୍ଭମେଳାରେ ମୌନ ବାବା; ୪୧ ବର୍ଷ ଧରି କଥା ହୋଇନାହାନ୍ତି; କେବଳ ଚା’ ପିଇ ବଞ୍ଚିଛନ୍ତି

ବାବା ବୁଲେଟ୍‌ ବି ଚଲାନ୍ତି। ବୁଲେଟରେ ମାତ୍ର ୪୫ ମିନିଟ୍‌ରେ ପ୍ରତାପଗଡ଼ରୁ ପ୍ରୟାଗରାଜ ପହଞ୍ଚିଛନ୍ତି। କେହି ତାଙ୍କୁ କୌଣସି ପ୍ରଶ୍ନ କଲେ ସେ ଲିଖିତ ଆକାରରେ ଉତ୍ତର ଦିଅନ୍ତି। ଗତ ୪୧ ବର୍ଷ ଧରି ବାବାଙ୍କ ପାଟିରୁ ଗୋଟିଏ ବି ଶବ୍ଦ ବାହାରିନି। କିନ୍ତୁ ତାଙ୍କ ପଢା ମାଧ୍ୟମରେ ଅନେକ ଛାତ୍ର ସିଭିଲ୍ ସର୍ଭିସ୍ ଏବଂ ଷ୍ଟେଟ୍ PCS ରେ ସଫଳତା ପାଇଛନ୍ତି।

ଶୀତରେ ଗରା ଗରା ଥଣ୍ଡା ଜଳରେ ସ୍ନାନ
Mahakumbh 2025: ନାଗା ସାଧୁଙ୍କ ଚମତ୍କାରିତା, ହଠ ଯୋଗରେ ସ୍ନାନ କରି ମୋହୁଛନ୍ତି ମନ

ପ୍ରବଳ ଶୀତରେ ଲୋକମାନେ ଘରୁ ବାହାରି ପାରୁନଥିବା ବେଳେ ଏହି ସାଧୁ ପ୍ରତିଦିନ ଭୋର୍ ୪ଟାରେ ୬୧ ଗରା ଥଣ୍ଡା ଜଳରେ ସ୍ନାନ କରୁଛନ୍ତି । ସେ ଏକ ସ୍ଥାନରେ ବସୁଛନ୍ତି ଓ ତାଙ୍କର ସହଯୋଗୀମାନେ ଥଣ୍ଡା ପାଣି ଢାଳୁଛନ୍ତି । ଦେହରେ ବିଭୂତି ବୋଳି ହୋଇ ନିଆଁ ପାଖରେ ପ୍ରାଣାୟାମ କରିବା ପରେ ସେ ଥଣ୍ଡା ପାଣିରେ ସ୍ନାନ କରୁଛନ୍ତି ।

ସ୍ୱତନ୍ତ୍ର ବ୍ୟବସ୍ଥା
Mahakumbha 2025:ମହାକୁମ୍ଭ ମେଳାରେ ଉଡ଼ିବେନି ମଶାମାଛି, ଆରାମଦାୟକ ହେବ ପରିବେଶ

କେବଳ ଶ୍ରଦ୍ଧାଳୁ ନୁହନ୍ତି ଆଖଡ଼ାରେ ସାଧୁସନ୍ଥଙ୍କୁ ମଧ୍ୟ ଆରାମଦାୟକ ପରିବେଶରେ ରଖାଯିବାର ବ୍ୟବସ୍ଥା ହୋଇଛି । ଏପରିକି ପାଖ ଟେଣ୍ଟ ସିଟିରେ ମଧ୍ୟ ସବୁ ପ୍ରକାରର ସୁବିଧା କରାଯାଇଛି । ମୋଟରେ ୧୧୦ଟି ବ୍ଲୋୟର୍ ମିଷ୍ଟ ମେସିନ ଓ ୧୦୭ଟି ମିନି ଫଗିଂ ମେସିନ୍ ମେଳା ସମୟରେ ବ୍ୟବହାର କରାଯିବ । 

PM Modi
Mahakumbh 2025: କୁମ୍ଭମେଳାରେ ହେବେନି ବାଟବଣା; ରାସ୍ତା ଦେଖାଇବ ‘କୁମ୍ଭ ସହାୟକ ଚାଟ୍‌ବଟ୍‌’

ସଫେଇ କର୍ମଚାରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ସେମାନେ ଦିନରାତି ଏକ କରି କାମ କରିଛନ୍ତି। କଂଗ୍ରେସକୁ ଟାର୍ଗେଟ୍ କରିବା ସହ କହିଛନ୍ତି, ପୂର୍ବ ସରକାର ଏହାର ମହାତ୍ମ୍ୟକୁ ଗୁରୁତ୍ବ ଦେଉ ନଥିଲେ । କିନ୍ତୁ ଆମ ସରକାର ଏହା ଉପରେ ଗୁରୁତ୍ବ ଦେଉଛନ୍ତି।