• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Heat Wave

Temperature
ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା; ବୌଦ୍ଧରେ ତାପମାତ୍ରା ୪୫ ଡିଗ୍ରୀ

ରାଜ୍ୟରେ କ୍ରମାଗତ ଗ୍ରୀଷ୍ମପ୍ରବାହ ଓ ତତଲା ହାୱା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ବି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ରେକର୍ଡ କରାଯାଇଛି ଓ ସମଗ୍ର ରାଜ୍ୟରେ ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି ।

weather  today
ଏବର୍ଷର ରେକର୍ଡ ଭାଙ୍ଗିଲା ତାତି, ୪୫ ଡିଗ୍ରୀ ଛୁଇଁଲା ପାରଦ

ଆଭ୍ୟନ୍ତର ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି ।

weather-report-of-today
ଆହୁରି ତାତିବ ! ରାଜ୍ୟରେ ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଝାରସୁଗୁଡ଼ାରେ ତାପମାତ୍ରା ୪୩.୯ ଡିଗ୍ରୀ ଥିବା ବେଳେ ବଲାଙ୍ଗିରରେ ତାପମାତ୍ରା ୪୩.୮ ଡିଗ୍ରୀ ରହିଛି । ସେହିଭଳି ବାରିପଦାରେ ୪୩.୮ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସୋନପୁରରେ ୪୩.୬ ଡିଗ୍ରୀ

Severe heat wave conditions to prevail in Odisha for next 4-5 days!
ପ୍ରଚଣ୍ଡ ଖରାରେ ସିଝୁଛି ସାରା ରାଜ୍ୟ ; ୨୯ ଯାଏ ଖରାରୁ ମିଳିବନି ତ୍ରାହି

ପ୍ରଚଣ୍ଡ ଖରାରେ ସିଝୁଛି ସାରା ରାଜ୍ୟ । ଆସନ୍ତା ୨୯ ଯାଏ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

heat wave
ସର୍ବାଧିକ ଉତ୍ତପ୍ତ ସହର ଭୁବନେଶ୍ୱର : ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ

ଦିନ ୨ଟା ୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଛି ।

heat
ରାଜଧାନୀରେ ନିଆଁ ବର୍ଷା : ୪୧.୭ ଡ଼ିଗ୍ରୀ ସହ ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ଭୁବନେଶ୍ୱର

ତତଲା ତାଓ୍ୱା, ତତଲା ହାଓ୍ୱା । ବର୍ଷୁଥିବା ନିଆଁରେ ଜଳୁଛି ରାଜଧାନୀ । ପଥଚାରୀଙ୍କ ପାଇଁ ପ୍ରାଣ ଛାଡ଼ିଗଲା ଭଳି ସ୍ଥିତି ।

weather-report-of-today
୪୦ ଡିଗ୍ରୀ ଉପରେ ରାଜ୍ୟର ୧୨ ସହରର ତାପମାତ୍ରା

ରାଜ୍ୟର ଉତ୍ତପ୍ତ ସହର ଭାବେ ସୋନପୁର ରେକର୍ଡ କରିଛି

Traffic Cops Who Dare Heat Wave In Scorching Summer To Ensure Safe Traffic Flow In Baripada
ଉଦୁଉଦିଆ ଖରାରେ ସିଝୁଛନ୍ତି...ହେଲେ ଟ୍ରାଫିକ୍‌ ପୋଷ୍ଟ ଛାଡ଼ିକି ଯାଉନାହାନ୍ତି...

ବୈଶାଖ ମାସର ଟାଣ ଖରା। ୪୨ ଡିଗ୍ରୀ ଉପରେ ରହିଲାଣି ତାପମାତ୍ର...ଅସହ୍ୟ ଗରମରେ ରାସ୍ତା ଉପରେ ଟ୍ରାଫିକ୍‌ ଡ୍ୟୁଟି କରୁଛନ୍ତି ଟ୍ରାଫିକ୍‌ ପୋଲିସ୍‌। ଟ୍ରାଫିକ୍‌ ପୋଷ୍ଟ ତ ଦୂରର କଥା ଗଛ ଛାଇରେ ବି ଟିକିଏ ଛିଡ଼ା ହେବାକୁ ସମୟ ନାହିଁ କି ସୁଯୋଗ ବି ନାହିଁ

Heat Wave Conditions In Delhi
୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ୨୦୨୨ ମାର୍ଚ୍ଚର ଖରା, IMD ଜାରି କଲା ଅରେଞ୍ଜ ୱାର୍ଣ୍ଣିଂ

ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ୪୧.୬ ଡିଗ୍ରୀ ସେଲସିୟସର ତାପମାତ୍ରା ସହ ଦିଲ୍ଲୀରେ ସତେ ଯେମିତି ଆକାଶରୁ ନିଆଁ ଖଣ୍ଡ ଖସୁଛି।

Titilagarh Sizzles Under Heat Wave Conditions
ଏପ୍ରିଲ ଆରମ୍ଭରୁ ଫୁଟିଲାଣି ଟିଟିଲାଗଡ଼

ଏପ୍ରିଲ ଆରମ୍ଭରୁ ଫୁଟିଲାଣି ଟିଟିଲାଗଡ଼। ଗତକାଲି ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ଟିଟିଲାଗଡ଼ ସହରର ସର୍ବାଧିକ ତାପମାତ୍ରା ୪୩.୪ ଡିଗ୍ରୀ ସେଲସିୟସ ଥିଲା। ସାଧାରଣତଃ ଏପ୍ରିଲ ମାସରେ ତାତିରେ ରେକର୍ଡ କରେ ଟିଟିଲାଗଡ଼।

Hot Summer
କାଲିଠୁ ପ୍ରଚଣ୍ଡ ଖରା: ୪୦ ପାର୍‌ ହେବ ତାପମାତ୍ର

ମାର୍ଚ୍ଚରେ ହେଲାଣି ମୁଣ୍ଡଫଟା ଖରା । ରାଜ୍ୟରେ ହଠାତ୍ ଉପରମୁହାଁ ହେବାରେ ଲାଗିଛି ପାରଦ । ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଛି । ଆସନ୍ତା ୩ଦିନ ଡହଡହ ଖରାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Heat Wave
କାଲିଠୁ ବଢିବ ତାତି, ଦିନରେ ୪ ଘଣ୍ଟା ବସ୍‌ ଚଳାଚଳ ବନ୍ଦ ନିଷ୍ପତ୍ତି

ରାଜ୍ୟରେ ସମ୍ଭାବ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବସ୍ ଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି ପରିବହନ ବିଭାଗ।

heat 1
ଜଳୁଛି ପଶ୍ଚିମ ଓଡ଼ିଶା 

ଭୁବନେଶ୍ୱର : ରାଜ୍ୟରେ ଅସମ୍ଭାଳ ହେଲାଣି ଗ୍ରୀଷ୍ମ ପ୍ରବାହ। ପ୍ରଚଣ୍ଡ ତାତିରେ ଛଟପଟ ସାରା ଓଡ଼ିଶା। ବିଶେଷ କରି ପଶ୍ଚିମ ଓଡିଶାରେ ସ୍ଥିତି ଅସହ୍ୟ ହୋଇପଡିଛି। ଗୋଟିଏ ଦୁଇଟି ସ୍ଥାନରେ ପାରଦ ପାଖାପାଖି ୪୫ ଡିଗ୍ରୀକୁ ପହଞ୍ଚିଲାଣି। ଆଜି ବି ଗ୍ରୀଷ୍ମ ପ୍ରବାହ ସାଂଘାତିକ ରହିଛି। ପାଣିପାଗ ବିଭାଗ କହିଛି, ଆସନ୍ତା ୧୨ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଭଳି ସ୍ଥିତି ଯଦି ଲାଗିରହେ, ତେବେ ଅଂଶୁଘାତ ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ।

heat wave
୫ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଉପକୂଳ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଉଛି। ଗତକାଲି ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ଜଣାପଡିଛି। ମାତ୍ର ୫ଟି ସହର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ରେ ସର୍ବାଧିକ ୪୨. ୫ ଡିଗ୍ରୀ ରେକର୍ଡ ହୋଇଥିଲା।  ସେହିପରି ଆଭ୍ୟନ୍ତୀରଣ ଓଡ଼ିଶାର ଭବାନୀପାଟଣା, ବଲାଙ୍ଗିର, ମାଲକାନଗିରି ଓ ସୋନପୁରର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସାରା ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା […]

school--
ଆଜିଠୁ ସ୍କୁଲରେ ଖରାଛୁଟି

ଭୁବନେଶ୍ୱର : ଆଜିଠାରୁ ସ୍କୁଲରେ ଖରାଛୁଟି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସରକାର ଗତକାଲି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଖରାଛୁଟିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏନେଇ ସ୍ପଷ୍ଟ କରିଛନ୍ତି। ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମଧ୍ୟ ଏନେଇ ସ୍ପଷ୍ଟ କରିଛନ୍ତି। ଆଜି ଠାରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ। ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ଡିଗ୍ରି ଉପରେ […]

heat wave
ଆହୁରି ବଢ଼ିବ ଗ୍ରୀଷ୍ମର ପ୍ରକୋପ

ଭୁବନେଶ୍ୱର: ସାରା ରାଜ୍ୟରେ ମୁଣ୍ଡଫଟା ଖରା, ଅସହ୍ୟ ତାତି। ଗତକାଲି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଟିଟିଲାଗଡ଼ ଗତକାଲି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଅସହ୍ୟ ଗରମ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୨୮ ତାରିଖ ପରେ କାଳ ବୈଶାଖୀ ହେବାର ସମ୍ଭାବନା ଥିବାରୁ ତାପମାତ୍ରା କମିବ। ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ ଆଦି ଜିଲ୍ଲାରେ […]

heat wave
ଫୁଟୁଛି ପଞ୍ଚିମ ଓଡ଼ିଶା, କିଛି ସ୍ଥାନରେ କାଳବୈଶାଖୀ

ଭୁବନେଶ୍ୱର: ଟକ୍‌ମକ୍‌ ଖରାରେ ଏବେ ଫୁଟୁଛି ସାରା ରାଜ୍ୟ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ପ୍ରାୟ ପ୍ରତିଦିନ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ପରେ ରହୁଛି। ଖରା ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି ତ ଆଉ କିଏ କଳା ଚଷମା ପିନ୍ଧୁଛନ୍ତି। ଆଉ କିଛି ଲୋକ ଟିକେ ଥକା ମେଣ୍ଟାଇବା ପାଇଁ ଲସି, ଆଖୁ ରସ ଦୋକାନରେ ଭିଡ ଲଗାଉଛନ୍ତି। […]

heat wave
ପୁଣି ଲେଉଟିଲା ତାତି: ୪୧ ଡିଗ୍ରୀ ଛୁଇଁଲା ରାଜଧାନୀ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଖରାର ପ୍ରଭାବ ଜାରି ରହିବ।  କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ।  ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତକାଲି ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ସ୍ଥାନ ପାଇଥିଲା।  ଭୁବନେଶ୍ୱରର ତାପମାତ୍ରା ୪୧. ୨ ଡିଗ୍ରୀ ସେଲସିୟସ ଥିଲା।  ୪୧ ଡିଗ୍ରୀ ସହ ବଲାଙ୍ଗିର, ଟିଟିଲାଗଡ଼ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଥିଲା। ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ରାଜ୍ୟର […]

monsoon
କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ କମିଛି ତାତି

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ କମ୍ ରହିଛି ଦିନର ତାତି। ଏମିତିକି ଗତକାଲି ରାଜ୍ୟର କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିନଥିଲା। ଆଜି ମଧ୍ୟ ଉପକୂଳ ଓଡ଼ିଶାର କେତେକ ସ୍ଥାନ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀର ଅନୁମାନ କରୁଛି ପାଣିପାଗ ବିଭାଗ। ଏହି ସମୟ ମଧ୍ୟରେ ପବନ ସାଙ୍ଗକୁ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ତେବେ ୧୫ ତାରିଖ ପରେ ଖରା ପ୍ରକୋପ ବଢ଼ିବା ପୂର୍ବାନୁମାନ କରାଯାଇଛି। ଗତକାଲି ସୋନପୁରର ତାପମାତ୍ରା […]

monsoon
କାଳବୈଶାଖୀ ଯୋଗୁ ତାତି କମିବାର ସମ୍ଭାବନା

ଭୁବନେଶ୍ୱର: ଆଜି କାଳବୈଶାଖୀ ଯୋଗୁ ତାତି କମିବାର ସମ୍ଭାବନା ରହିଛି।  କିଛି ସ୍ଥାନରେ ଘଡ଼ଘଡ଼ି ସହିତ କୁଆପଥର ବୃଷ୍ଟି ହେବାର ମଧ୍ୟ ସମ୍ଭାବନା ଅଛି।  ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ରହିବ। ଆସନ୍ତା ଦୁଇ ଦିନ ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଅଛି। ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ୫ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ। ଏହାପରେ ପୁଣି ତାପମାତ୍ରା […]