ଗତକାଲି ୧୦ଟି ସହରରେ ପାରଦ ୩୯ ଡିଗ୍ରୀ ଟପିଥିଲା। ୪୦.୫ ଡିଗ୍ରୀ ସହ ପାରଳାଖେମୁଣ୍ଡି ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର।
ଆସନ୍ତା ୫ ଦିନ ଯାଏଁ ଖରାରୁ ନିସ୍ତାର ନାହିଁ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨ ଦିନ ରାଜ୍ୟରେ ହିଟୱେଭ୍ କଣ୍ଡିସନ ରହିବ ।
ଏଣେ ଅସହ୍ୟ ଗରମ, ତେଣେ ମାର୍କେଟରେ ଏସି ମରୁଡ଼ି। ଗ୍ରାହକ କରିବେ ତ କଣ କରିବେ,ଯିବେ ତ କୁଆଡ଼େ ଯିବେ। ଖରାରେ ସିଝି ସହର ସାରା ବୁଲି ବୁଲି ନୟାନ୍ତ ହେଉଛନ୍ତି ଅନେକ । ହେଲେ ଇଲେକ୍ଟ୍ରୋନିକ୍ସ ଦୋକାନରେ ମନମୁତାବକ ଏସି ମିଳିବା ମୁସ୍କିଲ ହୋଇଯାଉଛି। ତେବେ ଏସିର ବହୁଳ ପ୍ରଚଳନ ଖରାଦିନେ ବିଜୁଳି ସଂକଟକୁ ଆହୁରି ସଂଗୀନ କରିବା ଆଶଙ୍କା ଥିବା ଚେତାଇ ଦେଇଛନ୍ତି ଶକ୍ତି ବିଶେଷଜ୍ଞ ।
ଏଣେ ଅସହ୍ୟ ଗରମ, ତେଣେ ମାର୍କେଟରେ ଏସି ମରୁଡ଼ି। ଗ୍ରାହକ କରିବେ ତ କଣ କରିବେ, ଯିବେ ତ କୁଆଡ଼େ ଯିବେ। ଖରାରେ ସିଝି ସହର ସାରା ବୁଲି ବୁଲି ନୟାନ୍ତ ହେଉଛନ୍ତି ଅନେକ ।
ଆଜି ଦିନ ୨ଟା ୩୦ ସୁଦ୍ଧା ଚାନ୍ଦବାଲି, ଭୁବନେଶ୍ୱର, ବାଲେଶ୍ୱରରେ ତାପମାତ୍ରା ବଢ଼ିଛି ।
୧୫ ଓ ୧୬ ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୭ରୁ ୨୦ ତାରିଖ ବେଳକୁ ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବା ସମ୍ଭାବନା ରହିଛି।
ଆଜିଠାରୁ ପାରଦ ବଢ଼ିବା ସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଗାମୀ ୪ ଦିନ ଯାଏଁ ବଢ଼ିବ ୬ରୁ ୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ଲାଗି ରହିଛି। ବଲାଙ୍ଗୀର, ନୂଆପଡା ଏବଂ ବରଗଡ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି।
ଖରା ଦିନରେ ଅଧିକ ପାଣି ପିଇବା ସହ ଶରୀରକୁ ହାଇଡ୍ରେଟ୍ ରଖିବା ଉଚିତ । ଏହା ସହ ଖାଦ୍ୟରେ ମଧ୍ୟ କିଛି କିଛି ପରିବର୍ତ୍ତନ କରିବା ପାଇଁ ପଡିଥାଏ । ତେବେ ଖରା ଦିନରେ ଅଧିକ ପରିମାଣର ଫଳ ଖାଇବା ଉଚିତ ।
ଅସହ୍ୟ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ଆଜିଠୁ ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା। ଗୁଳୁଗୁଳିରେ ଦହଗଞ୍ଜ କରୁଛି, ଟାଣ ଖରାରେ ମୁଣ୍ଡ ଘୁରାଇ ଦେଉଛି। ଖାଲି ସେତିକି ନୁହେଁ, ଗତକାଲି ଗୋଟିଏ ଦିନରେ ୮ଜଣ ଅଂଶୁଘାତର ଶିକାର ହୋଇଛନ୍ତି ।
ଆଜି ବି ରାଜ୍ୟବ୍ୟାପି ଅଗ୍ନିବର୍ଷା ସ୍ଥିତି । ୪ ସହରରେ ୪୩ ଛୁଇଁଲା ପାରଦ । ୪୩.୫ ଡିଗ୍ରୀ ତାପମାତ୍ରା ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ।ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୨୨ ସହର ।
ସାରା ରାଜ୍ୟରେ କଲବଲ କରୁଛି ଖରା । ଗରମ ଏତେ ହେଉଛି କି ଘରେ ରହି ହେଉନି କି ବାହାରକୁ ଯାଇ ହେଉନି । ଦିନ ସାଢ଼େ ୧୧ ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି।
ରାଜ୍ୟରେ ତାତି ବଢିବା ସହ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ଅସୁସ୍ଥ ହେଲେଣି ୮ ଜଣ । ଅସୁସ୍ଥଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳରୁ ୫ ଜଣ ।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା । ତେବେ ସରକାର ଏଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।
ଏପ୍ରିଲ ଆରମ୍ଭରେ ତାପମାତ୍ରା ୪୩ ଡେଇଁଛି। ଆଜି ରାଜଧାନୀରେ ପାରଦ ୪୩.୫ ଡିଗ୍ରୀ ରହିଥିଲା। ସେହିପରି ୯ଟି ସ୍ଥାନରେ ୪୨ ଉପରେ ତାପମାତ୍ରା ରେକର୍ଡ ହୋଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସହ ବଢିଛି ଅଂଶୁଘାତ ଆଶଙ୍କା। ସେପଟେ ଆସନ୍ତାକାଲି ଯାଏଁ ୧୪ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଆଗକୁ ଗ୍ରୀଷ୍ମ ପ୍ରବାହ ଆହୁରି ତୀବ୍ର ହୋଇପାରେ। ତେଣୁ ଖରା ବଢୁଥିବାରୁ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।
ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବ। ଗତକାଲି ଦିନର ତାପମାତ୍ରା ୪୨ ଡିଗ୍ରୀକୁ ଛୁଇଁବା ସହ ପ୍ରବଳ ଖରାରେ ସିଝିଥିଲା ସାରା ଓଡ଼ିଶା।
ଦିନ ତାପମାତ୍ରା ସାଧାରଣ ତାପମାତ୍ରାରୁ ଅଧିକ ୩ରୁ ୫ ଡିଗ୍ରୀ ରହିବ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବ। ଗତକାଲି ଦିନର ତାପମାତ୍ରା ୪୨ ଡିଗ୍ରୀକୁ ଛୁଇଁବା ସହ ପ୍ରବଳ ଖରାରେ ସିଝିଥିଲା ସାରା ଓଡ଼ିଶା।
ଜଳ ବିରତି ଘଣ୍ଟି ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ। ଅଂଶୁଘାତ ଓ ଶରୀରରୁ ଜଳୀୟ ଅଂଶ ହ୍ରାସ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି।
ସମ୍ଭାବ୍ୟ ସ୍ଥିତିକୁ ଦେଖି ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ହିଟୱେଭ୍ ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଗତକାଲି ୪୨ ଡିଗ୍ରୀ ପାଖରେ ପହଞ୍ଚିଥିଲା ତାତି । ୭ ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା । ଏଥର ଏପ୍ରିଲ ଅଧିକ ତତଲା ହେବ ବୋଲି ପୂର୍ବରୁ ଚେତାବନୀ ଦେଇସାରିଛି ପାଣିପାଗ ବିଭାଗ ।
ଖରାକୁ ଦୃଷ୍ଟିରେ ରଖି ସକାଳ ୭ଟାରୁଦିନ ୧୧ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ। ଏହି ସମୟରେ ପ୍ରଧାନଶିକ୍ଷକମାନେ କ୍ୟାମ୍ପସରେ ପାନୀୟ ଜଳ, ଓଆରଏସ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆଗାମୀ ୨ ଦିନ ଭିତରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଏପ୍ରିଲ ୪ରୁ ୬ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ।