• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରଚଣ୍ଡ ଖରାରେ ସିଝୁଛି ସାରା ରାଜ୍ୟ । ଆସନ୍ତା ୨୯ ଯାଏ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ମେ ମାସର ତାତି ଏପ୍ରିଲ୍ ମାସରେ ଅନୁଭୂତ ହେଲାଣି । ଗତକାଲି ରାଜ୍ୟର ୨୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିବା ବେଳେ ୮ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ DG ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ତାତି ବଢ଼ୁଥିବାରୁ ରାଜ୍ୟରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଯାହା ଦ୍ୱାରା ଦିନ ୧୦ଟା ପରେ ଲୋକଙ୍କ ଘରୁ ବାହାରିବା ମୁସ୍‌କିଲ ହୋଇଗଲାଣି ।

ଏନେଇ ପାଣିପାଗ ବିଭାଗ DG ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ‘ ଆଭ୍ୟନ୍ତର ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଅନୁଭୂତି ହେଉଛି । ଆସନ୍ତା ୫ ଦିନ ପାଇଁ ଅର୍ଥାତ ୨୬,୨୭,୨୮,୨୯,୩୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ରହିବ । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ବ୍ୟକ୍ତିଙ୍କ ପାଇଁ ନିଆଯାଉଥିବା ସତର୍କତାମୂଳକ ପଦକ୍ଷେପକୁ ଲୋକେ ମାନିବା ସହ ଏହି ଗ୍ରୀଷ୍ମ ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିବା ଉଚିତ୍‌’।