• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକରେ ନକଲି ମେଡିସିନ୍ କାରବାର ମାମଲାର ଅଭିଯୁକ୍ତଙ୍କ ଆତ୍ମସମର୍ପଣ । ଆଜି କଟକ ପୁରୀଘାଟ ଥାନାରେ ଆତ୍ମସମର୍ପଣ କରିଛନ୍ତି ୨ ଜଣ ଅଭିଯୁକ୍ତ । ନକଲି ମେଡିସିନ୍ ବିକ୍ରି ଅଭିଯୋଗରେ ଡ୍ରଗ୍ ଇନ୍ସପେକ୍ଟର ପୁରୀଘାଟ ଥାନାରେ ଏତଲା କରିଥିଲେ । ଏହାପରେ ପୋଲିସ୍  ଏହି ମାମଲାରେ ତଦନ୍ତ କରିଥିଲା । ନକଲି ମେଡିସନ୍ କେଉଁଠୁ ଆସୁଛି? କିଏ ଏହାକୁ ପ୍ରସ୍ତୁତ କରୁଛି ? ଏସବୁର ଚେର ଖୋଜିବାକୁ ସ୍ୱତନ୍ତ୍ର ଟିମ୍ ଗଠନ ହେବ ବୋଲି ଗତକାଲି କଟକ ଡିସିପି କହିଥିଲେ ।

ଟେଲମା -୪୦ ନକଲି ମେଡିସିନ୍ ବିକ୍ରି ଘଟଣାର ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହୋଇଥିଲା । ଜାଉଁଳିଆପଟିର ପୂଜା ଏଣ୍ଟରପ୍ରାଇଜର୍ସ ଓ ଭି. ଆର ଏଜେନ୍ସିର ସଂଘ ସଦସ୍ୟତା ରଦ୍ଧ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ବି ଦାବି ହୋଇଥିଲା । କଟକ ସମେତ ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ମେଡିସିନ୍ କାରବାର ନେଇ ଚଢ଼ାଉ ବି ହୋଇଛି ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ କଟକରେ ନକଲି ମେଡିସିନ୍ ଯୋଗାଣ ଅଭିଯୋଗ ପରେ ହୋଇଥିବା ଚଢ଼ାଉ ହୋଇଥିଲା । ପୁରୀଘାଟ ଥାନା ଅଞ୍ଚଳରେ ୨ଟି ଷ୍ଟକିଷ୍ଟ ଉପରେ ଚଢ଼ାଉ ହୋଇଥିଲା। ବେଙ୍ଗାଲୁରୁର ଏକ ବ୍ରାଣ୍ଡ୍‌ କମ୍ପାନୀର ମେଡିସିନ୍‌କୁ ଡୁପ୍ଲିକେଟ୍ କରିବା ଅଭିଯୋଗରେ ରେଡ୍ କରାଯାଇଥିଲା ।