Advertisment

ସଚଳ ହେଉନି ଅଚଳ ପାନୀୟ ଜଳ ପ୍ରକଳ୍ପ, ଟୋପେ ପାଣି ପାଇଁ ଡହଳବିକଳ ଲୋକେ

ଡହ ଡହ ଖରାରେ ପାଣି ଢୋକେ ମିଳୁନାହିଁ। ଖରା ବଢିବା ସାଙ୍ଗକୁ ଉତ୍କଟ ହୋଇଛି ପିଇବା ପାଣି ସମସ୍ୟା। ପ୍ରଚଣ୍ତ ଖରା ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ବାସୁଦେବପୁର ପୌରପାଳିକା କହୁଛି ଏମିତି କଥା...

author-image
Prangyan Parimita
ଅଦ୍ୟତନ ହୋଇଛି
water problem

water problem

ପ୍ରଚଣ୍ତ ଖରା ଯୋଗୁ ଅସ୍ତବ୍ୟସ୍ତ ଲୋକେ। ଖରା ବଢିବା ସାଙ୍ଗକୁ ଉତ୍କଟ ହୋଇଛି ପିଇବା ପାଣି ସମସ୍ୟା। କେଉଁ ପ୍ରକଳ୍ପରୁ ଗୋଳିଆ ପାଣି ବାହାରୁଛି ତ ଆଉ କେଉଁଠି ଅଚଳ ହୋଇ ପଡି ରହିଛି ଜଳ ପ୍ରକଳ୍ପ। ଯାହାର ଉଦାହରଣ ଭଦ୍ରକ ଜିଲ୍ଲା ବାସୁଦେବପୁର। ଦୀର୍ଘଦିନ ହେବ ଏଠାରେ ଜଳ ପ୍ରକଳ୍ପ ଅଚଳ ହୋଇ ପଡି ରହିଥିବାରୁ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ।

Advertisment

ପ୍ରତିଦିନ ବିଭିନ୍ନ କାମ ପାଇଁ ବାସୁଦେବପୁର ପୌରପାଳିକା ଅଂଚଳକୁ ହଜାର ହଜାର ଲୋକେ ଆସିଥାନ୍ତି। କେବଳ ପୌରାଞ୍ଚଳ ନୁହେଁ, ବିଭିନ୍ନ ପଞ୍ଚାୟତର ଲୋକମାନେ ସରକାରୀ କାମ ପାଇଁ ଥାନା ଓ ବ୍ଲକ ଅଫିସକୁ ଆସୁଛନ୍ତି। କିନ୍ତୁ ଡହ ଡହ ଖରାରେ ପିଇବା ପାଇଁ ପାଣି ଢୋକେ ମିଳୁନାହିଁ। ସହରର ଆବଶ୍ୟକତାକୁ ନେଇ ପୌରପାଳିକା ପକ୍ଷରୁ ହାଇସ୍କୁଲ ଛକ ଓ ବ୍ଲକରୋଡ଼ରେ ଦୁଇଟି ବିଶୁଦ୍ଧ ଶୀତଳ ଜଳ ପ୍ରକଳ୍ପ ବସିଥିଲେ ମଧ୍ୟ ତାହା ଅକାମି ହୋଇ ପଡି ରହିଛି।

୨୦୧୬ ମସିହାରେ ପୌରପାଳିକା ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହି ଦୁଇଟି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ହୋଇଥିଲା। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏହା ଲୋକଙ୍କ କାମରେ ଲାଗି ପାରୁନାହିଁ। ହାଇସ୍କୁଲ ଛକ ପ୍ରକଳ୍ପଟି ଅକାମି ହୋଇ ପଡି ରହିଥିବା ବେଳେ ବ୍ଲକରୋଡ଼ ପ୍ରକଳ୍ପରୁ ଦୁଇଦିନ ପାଣି ବାହାରିଲେ ପାଞ୍ଚଦିନ ବନ୍ଦ ରହୁଛି। ଖାଲି ଏତିକି ନୁହେଁ, ଥଣ୍ଡା ପାନୀୟ ଜଳ ବଦଳରେ ଏଠାରୁ ବାହାରୁଛି ଗୋଳିଆ ଓ ଦୁର୍ଗନ୍ଧ ପାଣି।

Advertisment

ପ୍ରଚଣ୍ଡ ତାତିରେ ପାଣି ଟୋପେ ପାଇବା ପାଇଁ ଲୋକେ ଦହଗଂଜ ହେଉଛନ୍ତି। ସମସ୍ତ ସମସ୍ୟା ନେଇ ପୌର ନିର୍ବାହୀ ଅଧିକାରୀ କହିଛନ୍ତି, ରାସ୍ତା ସମ୍ପ୍ରସାରଣ ପାଇଁ ଅଚଳ ଥିବା ହାଇସ୍କୁଲ ପ୍ରକଳ୍ପଟି ଭଙ୍ଗା ଯିବାର ଅଛି। ସେଥିପାଇଁ ମରାମତି କରାଯାଉ ନାହିଁ। ଆଉ ବ୍ଲକରୋଡ଼ ପ୍ରକଳ୍ପ ଖୁବ ଶୀଘ୍ର ମରାମତି ହେବ ବୋଲି କହିଛନ୍ତି।

ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଯଦି ଖରା ଦିନରେ ଲୋକଙ୍କ ଶୋଷ ମେଣ୍ଟାଇ ପାରୁନି, ତେବେ ଏହା କାହିଁକି ନିର୍ମାଣ ହୋଇଛି ବୋଲି ପ୍ରଶ୍ନ ହେଉଛି।

ଭଦ୍ରକ ଜିଲ୍ଲା ବାସୁଦେବପୁରରୁ କିରୀଟି ଦାସଙ୍କ ରିପୋର୍ଟ

Drinking Water Crisis
Advertisment
Advertisment