• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ରାଜପଥ ସମ୍ପ୍ରସାରଣ କାମରେ ଫାଟିଲା ପାଇପ । ୪ ଦିନ ହେଲା ସହରକୁ ଆସୁନି ପାଣି । ପାଇପ ଲାଇନ୍ ଫାଟିଥିବାରୁ ପ୍ରଭାବିତ ହୋଇଛି ଜଳ ଯୋଗାଣ ବ୍ୟବସ୍ଥା । ଫଳରେ ପୌରାଞ୍ଚଳରେ ଜଳ କଷ୍ଟ ଭୋଗୁଛନ୍ତି ଲୋକେ । ୪ ଦିନ ହେଲା ଜଳକଷ୍ଟ ଭୋଗୁଛନ୍ତି କେନ୍ଦ୍ରାପଡା ସହର ବାସିନ୍ଦା। । ଜାତୀୟ ରାଜପଥ ସମ୍ପ୍ରସାରଣ କାମ ନେଇଥିବା ଏକ କନଷ୍ଟ୍ରକ୍ସନ୍ କଂପାନୀର ମନମାନି ଯୋଗୁ ଲକ୍ଷାଧିକ ଲୋକ ପାଣି ଟୋପେ ପାଇଁ ହଇରାଣ ହେଉଛନ୍ତି ।

କଳପଡ଼ାରୁ ଇନଣ୍ଟେକ୍ ୱେଲ ଦ୍ୱାରା କେନ୍ଦ୍ରାପଡା ଇଚ୍ଛାପୁର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଜାତୀୟ ରାଜପଥ ଦେଇ ପାଣି ଆସେ। ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଦ୍ୱାରା ଏହି ପାଇପ ନଷ୍ଟ ହେବାରୁ ସହରକୁ ପାନୀୟ ଜଳ ଏକରକମ ଠପ୍ ହୋଇଯାଇଛି । ଏପରିକି ତୁଳସୀ କ୍ଷେତ୍ର ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ବି ବାହାରୁନି ପାଣି। ଫଳରେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଭୋଗୁଛନ୍ତି ସମସ୍ୟା। ଜନସ୍ୱାସ୍ଥ୍ୟ ବିଭାଗ ପୌରାଞ୍ଚଳରେ କେତୋଟି ଟ୍ୟାଙ୍କରରେ ପାଣି ଯୋଗାଇ ଦେଇ କାମ ସାରି ଦେଇଛି ।

ପୌରାଞ୍ଚଳରେ ଥିବା ଏକରୁ ଏକୋଇଶି ୱାର୍ଡରେ କିଛି ହାତଗଣତି ଟିୱେଲ ଉପରେ ଲୋକେ ପାଣି ପାଇଁ ନିର୍ଭରଶୀଳ । ପ୍ରଶାସନ ଯେଉଁ କେତୋଟି ପାଣି ଟ୍ୟାଙ୍କର ସାହାଯ୍ୟରେ ପାନୀୟ ଜଳ ଯୋଗାଇବାକୁ ବ୍ୟବସ୍ଥା କରିଛି, ତାହା ସମୁଦ୍ରକୁ ଶଂଙ୍ଖେ ବୋଲି ଅଭିଯୋଗ ହୋଇଛି । ତେଣେ କାମ କରୁଥିବା କର୍ମଚାରୀ କହିଛନ୍ତି, ସିମେଣ୍ଟ ପାଇବ ବଦଳରେ ଷ୍ଟିଲ ଲଗାଯିବ। ଶୀଘ୍ର ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଥିବାବେଳେ, ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଚାଲିଥିବା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

  • Reported by:
  • MANOJ SWAIN

OTV is now on Whatsapp

Join and get latest news update delivered to you via whatsapp

Join Now