/odishatv-khabar/media/post_attachments/uploadimage/library/16_9/16_9_0/BRIHASPATI_1747198452.jpg)
BRIHASPATI
ଆଜି ବୃହସ୍ପତି ଚଳନ। ବୃଷ ରାଶିରୁ ବାହାରି ମିଥୁନ ରାଶିକୁ ଚଳନ କରିବେ ଦେବଗୁରୁ। ଜ୍ୟୋତିଷ ଶାସ୍ତ୍ରରେ, ବୁଧ ଗ୍ରହକୁ ମିଥୁନ ରାଶିର କର୍ତ୍ତା ଭାବେ ବିବେଚନା କରାଯାଏ । ୨୦୨୫ ମେ ୧୪ ତାରିଖ ଅର୍ଥାତ୍ ଆଜି ରାତି ୧୦ଟା ୩୩ ମିନିଟ୍ ରେ ଦେବଗୁରୁ ବୃହସ୍ପତି ରାଶି ପରିବର୍ତ୍ତନ କରିବେ।
ତାହାଲେ ଏଠି ପ୍ରଶ୍ନ- ବୃହସ୍ପତି ଚଳନରେ କେଉଁ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭ ଫଳ ମିଳିବ ଓ କେଉଁମାନେ ଅଶୁଭ ଫଳ ଭୋଗ କରିବେ। ଜ୍ୟୋତିଷଶାସ୍ତ୍ରୀଙ୍କ ମତରେ ବୃହସ୍ପତି ଚଳନ ଯୋଗୁଁ ଗୋଚର ଶୁଦ୍ଧି ଫଳରେ- ବୃଷ, ସିଂହ, ତୁଳା, ଧନୁ ଓ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହେବ।
ମାନ ସମ୍ମାନ, ଚାକିରି, ବ୍ୟବସାୟ, ବିବାହ ଆଦି କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତ ହେବ। ଧାର୍ମିକ କାର୍ଯ୍ୟ, ମାଙ୍ଗଳିକ କାର୍ଯ୍ୟ, ଦାନ ଓ ପୁଣ୍ୟ ଆଦି କାରକ ଦେବଗୁରୁ ବୃହସ୍ପତି ହୋଇଥିବାରୁ ଏ ୫ ରାଶି ଉପରେ ତାଙ୍କର ଶୁଭ ଦୃଷ୍ଟି ରହିବ। ସେହିପରି ମେଷ, ମିଥୁନ, କର୍କଟ, ବିଛା, କନ୍ୟା, ମକର ଓ ମୀନ ରାଶିର ବ୍ୟକ୍ତିଙ୍କୁ ଅଶୁଭ ଫଳ ପ୍ରାପ୍ତ ହେବ। ଏମାନଙ୍କୁ ସାବଧାନ ହୋଇ ଚଳିବାକୁ ପଡ଼ିବ।.
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)