• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Defence Assets

Laser Weapon
India's Advanced Laser Weapon Success: ଭାରତର ଲେଜର୍ ୱିପନ୍ ସଫଳତା, ଆଉ ଏକ ମାଇଲଖୁଣ୍ଟ

ଏହି ୩୦ କିଲୋୱାଟ ଲେଜର୍ ୱିପନ୍ ସିଷ୍ଟମ ଦ୍ୱାରା ଆକାଶ ମାର୍ଗରୁ ଆସୁଥିବା ବିପଦକୁ ପ୍ରତିହତ କରିହେବ । ୫ କିଲୋମିଟର ମଧ୍ୟରେ ଆକାଶରୁ ହେଲିକପ୍ଟର ଓ ଡ୍ରୋନକୁ ତଳକୁ ଖସାଇ ଦେଇହେବ । ଏହାର ଉନ୍ନତ ଯୁଦ୍ଧ କ୍ଷମତା ରହିଛି । ଏହା ଯୋଗାଯୋଗ ଓ ସାଟେଲାଇଟ ସିଗ୍ନାଲ ପାଇଁ ଜାମର ଭଳି କାମ କରିବ । ଏହା ସ୍ଥଳଭାଗ ଓ ସମୁଦ୍ରରେ ଜାହାଜ ଉପରୁ ବ୍ୟବହୃତ ହୋଇପାରିବ । ଏହି ସିଷ୍ଟମରେ ଇଲେକ୍ଟ୍ରୋ-ଅପ୍ଟିକାଲ୍ / ଇନ୍ଫ୍ରାରେଡ୍ ସେନସର୍ ବ୍ୟବସ୍ଥା ରହିଛି ।

1500 HP tank engine
ଯୁଦ୍ଧ ଟ୍ୟାଙ୍କ ପାଇଁ ସ୍ୱଦେଶୀ ଇଞ୍ଜିନର ପରୀକ୍ଷଣ କଲା ଭାରତ

ଜେନେରେସନ୍-୨ ରେ DRDOର ପ୍ରୟୋଗଶାଳା କମ୍ବାଟ ଭେୟିକିଲ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟରେ ଏହି ଇଞ୍ଜିନର ବିଭିନ୍ନ ସ୍ତରରେ ପରୀକ୍ଷଣ କରାଯିବ।

PM Modi
ଗର୍ଜିଲା T-90 ଟ୍ୟାଙ୍କ, ବର୍ଷିଲା ଧନୁଷ ଓ ସାରଙ୍ଗ

ରାଜସ୍ଥାନର ପୋଖରାନରେ ଦମ୍ ଦେଖାଇଲା ଭାରତ। ସାରା ବିଶ୍ବ ଦେଖିଛି ଭାରତର ସାମରିକ ପରାକ୍ରମ। ତିନି ସେନାର ମିଳିତ ସମରାଭ୍ୟାସ 'ଭାରତ ଶକ୍ତି'ରେ ପ୍ରଦର୍ଶିତ ହୋଇଛି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର। ସମରାଭ୍ୟାସରେ ସାମିଲ ହେବା ସହ ଆତ୍ମନିର୍ଭର ଭାରତର ଅଦମ୍ୟ ଶକ୍ତି ପ୍ରଦର୍ଶନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

PM Modi
ଗର୍ଜିଲା T-90 ଟ୍ୟାଙ୍କ, ବର୍ଷିଲା ଧନୁଷ ଓ ସାରଙ୍ଗ; ବିଶ୍ୱ ଦେଖିଲା ଭାରତର ପରାକ୍ରମ..

ହାଲୁକା ଲଢୁଆ ଯୁଦ୍ଧ ବିମାନ ତେଜସର ତେଜ୍ ସାଙ୍ଗକୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରଚଣ୍ଡର ପ୍ରହାର। ସ୍ଥଳ, ଜଳ ଓ ଆକାଶ ସହ ସାଇବର ଏବଂ ମହାକାଶ ସୁରକ୍ଷାରେ ସମର୍ପିତ ତିନି ସେନାର ସାହସ ଓ ଶକ୍ତିର ମିଳିତ ଅପରେସନ୍ ଭାରତ ଶକ୍ତି।