Advertisment

ଗର୍ଜିଲା T-90 ଟ୍ୟାଙ୍କ, ବର୍ଷିଲା ଧନୁଷ ଓ ସାରଙ୍ଗ; ବିଶ୍ୱ ଦେଖିଲା ଭାରତର ପରାକ୍ରମ..

ହାଲୁକା ଲଢୁଆ ଯୁଦ୍ଧ ବିମାନ ତେଜସର ତେଜ୍ ସାଙ୍ଗକୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରଚଣ୍ଡର ପ୍ରହାର। ସ୍ଥଳ, ଜଳ ଓ ଆକାଶ ସହ ସାଇବର ଏବଂ ମହାକାଶ ସୁରକ୍ଷାରେ ସମର୍ପିତ ତିନି ସେନାର ସାହସ ଓ ଶକ୍ତିର ମିଳିତ ଅପରେସନ୍ ଭାରତ ଶକ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

PM Modi

ରାଜସ୍ଥାନର ପୋଖରାନରେ ଦମ୍ ଦେଖାଇଲା ଭାରତ। ସାରା ବିଶ୍ୱ ଦେଖିଛି ଭାରତର ସାମରିକ ପରାକ୍ରମ। ତିନି ସେନାର ମିଳିତ ସମରାଭ୍ୟାସ 'ଭାରତ ଶକ୍ତି'ରେ ପ୍ରଦର୍ଶିତ ହୋଇଛି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର। ସମରାଭ୍ୟାସରେ ସାମିଲ ହେବା ସହ ଆତ୍ମନିର୍ଭର ଭାରତର ଅଦମ୍ୟ ଶକ୍ତି ପ୍ରଦର୍ଶନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Advertisment

ଗର୍ଜିଲା T-90 ଟ୍ୟାଙ୍କ୍..ବର୍ଷିଲା ଧନୁଷ ଓ ସାରଙ୍ଗ। ଘନ ଘନ ମାଡ କଲା ଆକାଶ ମିଜାଇଲ। ହାଲୁକା ଲଢୁଆ ଯୁଦ୍ଧ ବିମାନ ତେଜସର ତେଜ୍ ସାଙ୍ଗକୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରଚଣ୍ଡର ପ୍ରହାର। ସ୍ଥଳ, ଜଳ ଓ ଆକାଶ ସହ ସାଇବର ଏବଂ ମହାକାଶ ସୁରକ୍ଷାରେ ସମର୍ପିତ ତିନି ସେନାର ସାହସ ଓ ଶକ୍ତିର ମିଳିତ ଅପରେସନ୍ ଭାରତ ଶକ୍ତି। ସ୍ଥଳସେନାର ସ୍ୱତନ୍ତ୍ର ଫୋର୍ସ, ନୌସେନାର ମାର୍କୋସ ଏବଂ ବାୟୁସେନାର ଗରୁଡ୍ କମାଣ୍ଡୋ ଦେଖାଇଛନ୍ତି ସୌର୍ଯ୍ୟ ଓ ପରାକ୍ରମ। ରାଜସ୍ଥାନ ଜୟସାଲମେରର ପୋଖରାନରେ ତିନି ସେନାର ମିଳିତ ସମରାଭ୍ୟାସକୁ ଦେଖି ଅଭିଭୂତ ସାରା ବିଶ୍ୱ।

ପୋଖରାନ ସମରାଭ୍ୟାସରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି ଆତ୍ମନିର୍ଭରତା ଉପରେ ଗୁରୁତ୍ୱ ଦେଇ କହିିଛନ୍ତି, ଆତ୍ମନିର୍ଭରତା ବିନା ବିକଶିତ ଭାରତ ଅସମ୍ଭବ। ଭାରତକୁ ବିକଶିତ କରିବାକୁ ହେଲେ ଆମକୁ ଅନ୍ୟଉପରେ ନିର୍ଭରତା କମାଇବାକୁ ପଡିବ। ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭର କରିବାକୁ ଗତ ୧୦ ବର୍ଷରେ ସରକାର ଲଗାତର ଉଦ୍ୟମ କରିବା ସହ MSME ଓ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହିତ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ସେଥିପାଇଁ ତ ପ୍ରତିରକ୍ଷା କ୍ଷେତ୍ରରେ କମିଛି ଆମଦାନି, ଏବେ ଭାରତ ବନିଛି ବିଶ୍ୱର ଏକ ଲାର୍ଜେଷ୍ଟ ଇମ୍ପୋର୍ଟର।

Advertisment

ଭାରତର ଅତ୍ମନିର୍ଭରତା, ଆତ୍ମବିଶ୍ୱାସ ଏବଂ ଆତ୍ମଗୌରବର ସାକ୍ଷୀ ବନିଛି ପୋଖରାନ। ଦେଶର ପରମାଣୁ ଶକ୍ତିର ସନ୍ତକ ପୋଖରାନରେ ସ୍ୱଦେଶୀକରଣରୁ ସଶକ୍ତୀକରଣର ଦମ୍ ଦେଖିଛି ସାରା ବିଶ୍ୱ। ପୋଖରାନରେ ଅନୁଷ୍ଠିତ ସମରାଭ୍ୟାସ-ଭାରତ ଶକ୍ତିର ମୁକସାକ୍ଷୀ ବନିଛନ୍ତି ୩୦ଟି ଦେଶର ପ୍ରତିନିଧି। ସମରାଭ୍ୟାସ ପରେ ପ୍ରଧାନମନ୍ତ୍ରୀ ସେନାର ବିଭିନ୍ନ ସ୍ୱଦେଶୀ ଯୁଦ୍ଧାସ୍ତ୍ର ଓ ଉପକରଣକୁ ଅତି ପାଖରୁ ଦେଖିବା ସହ ତା’ବିଷୟରେ ପଚାରି ବୁଝିଥିଲେ।

PM Modi Defence Assets Pokhran
Advertisment
Advertisment