• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଭାରତର ପ୍ରତିରକ୍ଷା ବିଭାଗ ବୈଷୟିକ ଜ୍ଞାନକୌଶଳରେ ପୁଣି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ଆଡଭାନ୍ନ୍ସଡ ଲେଜର୍ ୱିପନ୍ ବା ଉନ୍ନତ ଲେଜର ଅସ୍ତ୍ର କ୍ଷେତ୍ରରେ ସଫଳତାର ସହ ନିଜର ଶକ୍ତି ପ୍ରଦର୍ଶନ କରିଛି ଭାରତ । ଏହା ଫଳରେ ଆମେରିକା, ଋଷ ଓ ଚୀନ ପାଖରେ ଥିବା ଆଡଭାନ୍ନ୍ସଡ ଲେଜର୍ ୱିପନ୍ ହାସଲ କରି ଭାରତ ଏହି କ୍ଲବରେ ସାମିଲ୍ ହୋଇଛି ।

୩୦ କିଲୋୱାଟର ଲେଜର୍ ୱିପନ୍ ସିଷ୍ଟମ ବ୍ୟବହାର କରି ଭାରତ ଆକାଶରୁ ବିମାନ, ମିସାଇଲ୍ ଓ ଏକାଧିକ ଡ୍ରୋନ୍ ଖସାଇବାରେ ସକ୍ଷମ ହୋଇଛି । Defence Research And Development Organisation ( DRDO ) ଏହି ଲେଜର୍ ଅସ୍ତ୍ର ତିଆରି କରିଛି । ଏହାକୁ Directed-Laser Weapon ( DEW ) କୁହାଯାଉଛି । ଡିଆରଡିଓ ପକ୍ଷରୁ ଏହି ଅସ୍ତ୍ରର ଉତ୍ପାଦନ ଖୁବ୍ ଶୀଘ୍ର ଆରମ୍ଭ କରାଯିବ । ସାରା ଦେଶରେ ସେନାବାହିନୀର ବିଭିନ୍ନ ପ୍ଲାଟଫର୍ମରେ ଏହି ଅସ୍ତ୍ର ମୁତୟନ କରାଯିବାକୁ ସ୍ଥିର ହୋଇଛି ।

ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ସମୀର ଡି କାମତ କହିଛନ୍ତି, ଏହା ଯାତ୍ରାର ଆରମ୍ଭ ମାତ୍ର । ଆମେ ଖୁବ୍ ଶୀଘ୍ର ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା । ଆମେ ହାଇ ଏନର୍ଜୀ ମାଇକ୍ରୋୱେଭ୍ ଓ ଇଲେକ୍ଟ୍ରୋମ୍ୟାଗନେଟିକ ପଲ୍ସରେ ମଧ୍ୟ କାମ କରୁଛୁ । ଅନେକ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ କାମ ଚାଲିଛି । ଏହା ଆମକୁ ବିଶେଷ ଯୁଦ୍ଧ କ୍ଷମତା ବା ଷ୍ଟାର ୱାର କାପାବିଲିଟି ପ୍ରଦାନ କରିବ । ଲେଜର୍ ୱିପନ୍ ଏହାର ଏକ ଅଂଶବିଶେଷ । ଏହି କ୍ଷମତା ହାସଲରେ ଆମେ ଚତୁର୍ଥ ବା ପଞ୍ଚମ ରାଷ୍ଟ୍ର । ଆମେରିକା, ଋଷ୍ ଓ ଚୀନ ପରେ ଇସ୍ରାଏଲ୍ ମଧ୍ୟ ଏହା ଉପରେ କାମ କରୁଛି । ଏହି ୩୦ କିଲୋୱାଟ ଲେଜର୍ ୱିପନ୍ ସିଷ୍ଟମ ଦ୍ୱାରା ଆକାଶ ମାର୍ଗରୁ ଆସୁଥିବା ବିପଦକୁ ପ୍ରତିହତ କରିହେବ ।

ଅଧିକ ପଢ଼ନ୍ତୁ:ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବଡ଼ ସଫଳତା; ଶତ୍ରୁର ରାଡାରକୁ ଉଡ଼ାଇବ 'ରୁଦ୍ରମ୍-୨'

୫ କିଲୋମିଟର ମଧ୍ୟରେ ଆକାଶରୁ ହେଲିକପ୍ଟର ଓ ଡ୍ରୋନକୁ ତଳକୁ ଖସାଇ ଦେଇହେବ । ଏହାର ଉନ୍ନତ ଯୁଦ୍ଧ କ୍ଷମତା ରହିଛି । ଏହା ଯୋଗାଯୋଗ ଓ ସାଟେଲାଇଟ ସିଗ୍ନାଲ ପାଇଁ ଜାମର ଭଳି କାମ କରିବ । ଏହା ସ୍ଥଳଭାଗ ଓ ସମୁଦ୍ରରେ ଜାହାଜ ଉପରୁ ବ୍ୟବହୃତ ହୋଇପାରିବ । ଏହି ସିଷ୍ଟମରେ ଇଲେକ୍ଟ୍ରୋ-ଅପ୍ଟିକାଲ୍ / ଇନ୍ଫ୍ରାରେଡ୍ ସେନସର୍ ବ୍ୟବସ୍ଥା ରହିଛି । ଏହା ଟାର୍ଗେଟ କରି ଚତୁର୍ଦିଗକୁ ଅର୍ଥାତ ୩୬୦ ଡିଗ୍ରୀରେ କାମ କରିବ । ଏହାକୁ ଆକାଶ, ରେଳ, ରାସ୍ତା ଓ ଜାହାଜରେ ବ୍ୟବହାର କରାଯାଇପାରିବ ।

ଡିଆରଡିଓର ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ଡାଇରେକ୍ଟର ଜେନେରାଲ୍ ଡକ୍ଟର ବିକେ ଦାସ କହିଛନ୍ତି, ଏହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ପ୍ରଥମ ଥର ଆମେ ଏହାର ବ୍ୟବହାର କରିଛୁ ଓ ଏହା ବହୁତ କ୍ଷତି କରିଦେବାର ସାମର୍ଥ୍ୟ ରଖିଛି । ବିଭିନ୍ନ ଡିଆରଡିଓ ଲାବ୍, ଷ୍ଟାର୍ଟଅପ୍, ବିଦ୍ୱାନ ଓ ଶିଳ୍ପସଂସ୍ଥାଙ୍କ ମିଳିତ ସହଯୋଗରେ ତିଆରି କରାଯାଇଛି । ଡିଆରଡିଓର ଅନ୍ୟ ଜଣେ ଅଧିକାରୀ ଡକ୍ଟର ଜଗନ୍ନାଥ ନାୟକ କହିଛନ୍ତି, ଏହା ବର୍ତ୍ତମାନ ସମୟରେ ଏକ ଅତ୍ୟାଧୁନିକ ଅସ୍ତ୍ର । ଏହା ମାସଲେସ୍ ବା ଏହାର ଓଜନ ନାହିଁ । ଲେଜର୍ ବାଇଟର କନସେଣ୍ଟ୍ରେସନ ସିଧା ଟାର୍ଗେଟ ଉପରେ ପଡେ ଓ ତାକୁ ନିଷ୍କ୍ରିୟ କରିଦିଏ । ଏହା କେବଳ ଡିଆରଡିଓ ନୁହେଁ ଦେଶର ଏକ ବଡ଼ ସଫଳତା । ଏହା ପରେ ୩୦୦ କିଲୋୱାଟ ଲେଜର୍ ୱିପନ୍ ତିଆରି କରାଯାଉଛି । ଏହା ୨୦ କିଲୋମିଟର ରେଞ୍ଜରେ କାମ କରିବ । ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହୋଇଛି । 

ଅଧିକ ପଢ଼ନ୍ତୁ: ପ୍ରତିରକ୍ଷା କ୍ଷେତ୍ରରେ ବଢିବ ଭାରତର ଶକ୍ତି; କିଣାଯିବ ୮୪ ହଜାର ୫୬୦ କୋଟିର ବିମାନ, ଟର୍ପିଡୋ ଓ ଯୁଦ୍ଧାସ୍ତ୍ର !