ବର୍ତ୍ତମାନ ରଣବୀର କପୁରଙ୍କ ଏହି ଫିଲ୍ମର ଲକ୍ଷ୍ୟ ହେଉଛି ଶାହରୁଖ ଖାନଙ୍କ ଦୁଇଟି ବ୍ଲକ୍ବଷ୍ଟର ଫିଲ୍ମ ‘ପଠାନ’ ଏବଂ ‘ଜବାନ’ ଉପରେ। ଏଭଳି ପରିସ୍ଥିତିରେ ‘ଆନିମଲ୍’ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ଫିଲ୍ମ ‘ଗଦର ୨’, ‘ଜେଲର’, ‘ଟାଇଗର ୩’ ସମେତ ଚଳିତ ବର୍ଷର ବହୁ ଆୟକାରୀ ଚଳଚ୍ଚିତ୍ରର ପ୍ରଥମ ଦିନର ରେକର୍ଡ ଭାଙ୍ଗିଛି।
ଏଥର ସନ୍ଦୀପ ତାଙ୍କ ଫିଲ୍ମ ‘ଆନିମଲ୍’ରେ ବାପା-ପୁଅର ପ୍ରେମ କାହାଣୀକୁ ଦେଖେଇଛନ୍ତି। ଖାଲି ସେତିକି ନୁହେଁ, ସନ୍ଦୀପ ମଧ୍ୟ ଫିଲ୍ମରେ ଦମଦାର ଆକ୍ସନ୍କୁ ସ୍ଥାନ ଦେଇଛନ୍ତି। ଫିଲ୍ମରେ ଏମିତି କିଛି ଭାବନାତ୍ମକ କଥା ରହିଛି ଯାହା ଛାତିରେ କୋହ ଭରିଦିଏ। ଏହିପରି, ସେ ‘ଆନିମଲ୍’ରେ ସବୁକିଛି ଏଖି ଫିଲ୍ମକୁ ଏକ ଚରମ ସ୍ତରକୁ ନେଇଯାଇଛନ୍ତି।
ରଣବୀର କପୁରଙ୍କ ଫିଲ୍ମ 'ଆନିମଲ୍'କୁ ଲାଗିଲା ସେନ୍ସର୍ ବୋର୍ଡ ଝଟ୍କା। ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ବର୍ଷର ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ସେନ୍ସର ବୋର୍ଡ ପକ୍ଷରୁ 'ଏ' ପ୍ରମାଣପତ୍ର ଦିଆଯାଇଛି। ବୋର୍ଡ ଦ୍ୱାରା ଫିଲ୍ମରେ ଅନେକ ପରିବର୍ତ୍ତନ କରାଯାଇଛି ଏବଂ କିଛି ସିନ୍ ଉପରେ କଟ୍ ନିର୍ଦ୍ଦେଶ ବି ରହିଛି।
‘ଆନିମଲ’ ପାଇଁ ରଣବୀର କପୁର ଏବେ ଚାରିଆଡେ ଚର୍ଚ୍ଚାରେ। ତାଙ୍କ ଫି’ କଥା ଶୁଣେଲେ ହୋସ୍ ଉଡିଯିବ। ତେବେ ଏହି ଫିଲ୍ମର ମୁଖ୍ୟ ଆକର୍ଷଣ ଭାବରେ ବବି ଦେଓଲଙ୍କୁ ମଧ୍ୟ ଦେଖାଯାଏ। ସମସ୍ତେ ତାଙ୍କ ପରଫର୍ମାନ୍ସ ଦେଖି ସାରିଲେଣି। କିନ୍ତୁ ଫି’ ଦୃଷ୍ଟିରୁ ସେ ରଣବୀରଙ୍କଠାରୁ ବହୁତ ପଛରେ ଅଛନ୍ତି।
‘ଆନିମଲ୍’ରେ ବବି ଦେଓଲଙ୍କ ଲୁକ୍ ଏବେ ଚାରିଆଡେ ଚର୍ଚ୍ଚାରେ। ତାଙ୍କ ଲୁକ ସମସ୍ତଙ୍କୁ ଭୟଦେଉଥିବା ଲୋକେ କହୁଛନ୍ତି। କେହି କେହି କହୁଛନ୍ତି ବବି ହେଉଛନ୍ତି ଚଳିତ ବର୍ଷର ଶ୍ରେଷ୍ଠ ଖଳନାୟକ!
ୱେବ୍ ସିରିଜ୍ 'ଆଶ୍ରମ'ରେ ବବି ଦେଓଲଙ୍କୁ ଜବରଦସ୍ତ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଜଣେ ଖଳନାୟକ ଭୂମିକାରେ ଅଭିନୟ କରି ଅନେକ ବିବାଦ ସୃଷ୍ଟି କରିଥିଲେ। ବର୍ତ୍ତମାନ ସେ ତାଙ୍କ ଫିଲ୍ମ ‘ଅପ୍ନେ ୨’ ପାଇଁ ଚର୍ଚ୍ଚାରେ ଅଛନ୍ତି।
ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆନିମଲ’ର ରିଲିଜ୍ ତାରିଖ ଘୁଞ୍ଚିଛି। ଏହାର କାରଣ କହିଲେ ନିର୍ଦ୍ଦେଶକ। କେବେ ରିଲିଜ୍ ହେବ ଜାଣନ୍ତୁ।
'ଆଶ୍ରମ'ର ସିଜନ ୪ର ଝଲକ ସାମ୍ନାକୁ ଆସିବା ପରେ ବବି ଦେଓଲଙ୍କ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ବାବା ନିରାଲା ଚରିତ୍ରରେ ଦେଖିବାକୁ ଉତ୍ସାହର ସହ ଅନେଇ ବସିଛନ୍ତି। ଆଗକୁ ମଧ୍ୟ ବବି ଦେଓଲଙ୍କ ହାତରେ ଅନେକ ଚଳଚ୍ଚିତ୍ର ରହିଛି। ସେ ଭିଲେନ ଭୂମିକାରେ ଶାହରୁଖ, ସଲମାନ ଏବଂ ଅଜୟ ଦେବଗନଙ୍କ ଉପରେ ଭାରି ପଡିବେ।
ବବି ଦେଓଲ ବଲିଉଡ୍ର ସେହି ଷ୍ଟାର୍କିଡ୍ମାନଙ୍କ ମଧ୍ୟରୁ ଜଣେ ଯିଏକି ସେ ବଲିଉଡ୍କୁ ଆସୁ ଆସୁ ଛାଇ ଯାଇଥିଲେ। ତାଙ୍କୁ ଦିନେ ବିଫଳତାର ସ୍ୱାଦ ବି ଚାଖିବାକୁ ପଡିଥିଲା। ଉଦାସିନତାରୁ ମୁକ୍ତି ପାଇଁ ଦିନ ରାତି ନିଶାରେ ରହୁଥିଲେ।
‘ଆଶ୍ରମ’ର ଉଭୟ ସିଜନକୁ ଦର୍ଶକମାନେ ଖୁବ୍ ଭଲ ପାଇବା ଦେଇଥିଲେ। ତେବେ 'ଆଶ୍ରମ' ସୁଟିଂ ଠାରୁ ଆରମ୍ଭ କରି ଏହାର ରିଲିଜ୍ ପର୍ଯ୍ୟନ୍ତ ଅନେକ ବିବାଦ ଘେରରେ ଛନ୍ଦି ହୋଇରହିଛି। ସେହି ବିବାଦ ସବୁ କ’ଣ ଆସନ୍ତୁ ନଜର ପକେଇନେବା।
ପ୍ରକାଶ ଝାଙ୍କ ଶୁଟିଂ ସେଟ୍ରେ ବଜରଙ୍ଗ ଦଳର କର୍ମୀମାନେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି। ରବିବାର ମଧ୍ୟପ୍ରଦେଶ ଭୋପାଳରେ ୱେବ୍ ସିରିଜ୍ ଆଶ୍ରମ-୩ର ଶୁଟିଂ ଚାଲି ଥିବାବେଳେ ବଜରଙ୍ଗ ଦଳର ସଦସ୍ୟମାନେ ଶୁଟିଂ ସେଟ୍ ଭିତରେ ପଶି ହଙ୍ଗାମା କରିଥିଲେ।