Advertisment

କାହିଁକି ଘୁଞ୍ଚିଲା 'ଆନିମଲ'ର ରିଲିଜ୍ ତାରିଖ; 'ଗଦର ୨' ଓ 'ଓଏମ୍‌ଜି ୨'ର ଭୟ ନା ଆଉ କିଛି...

ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆନିମଲ’ର ରିଲିଜ୍ ତାରିଖ ଘୁଞ୍ଚିଛି। ଏହାର କାରଣ କହିଲେ ନିର୍ଦ୍ଦେଶକ। କେବେ ରିଲିଜ୍ ହେବ ଜାଣନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Ranbir kapoor starrer animal release date postpone

Ranbir kapoor starrer animal release date postpone

ଫିଲ୍ମ ‘ଆନିମଲ’ ହେଉଛି ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର। ତାଙ୍କ ପ୍ରଶଂସକମାନେ ଦୀର୍ଘ ଦିନ ଧରି ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। ଫିଲ୍ମର ପୋଷ୍ଟର୍ ରିଲିଜ୍ ହେବା ପର ଠାରୁ ରଣବୀରଙ୍କ ଭୟଙ୍କର ଚେହେରା ଦେଖିବା ନେଇ ଉତ୍ସାହର ସହ ଅନେଇ ବସିଛନ୍ତି ଦର୍ଶକ।

Advertisment

ଏହି ସମୟରେ ରଣବୀରଙ୍କ ପ୍ରଶଂସକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ବାସ୍ତବରେ ତାଙ୍କ ଫିଲ୍ମ 'ଆନିମଲ' ରିଲିଜ ତାରିଖକୁ ଘୁଞ୍ଚେଇ ଦିଆଯାଇଛି। ଫିଲ୍ମଟି ୧୧ ଅଗଷ୍ଟରେ ରିଲିଜ୍ ହେବାର ଥିଲା।

ଏହି ସମୟରେ ସନ୍ନୀ ଦେଓଲଙ୍କ ଫିଲ୍ମ 'ଗଦର ୨' ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ 'ଓଏମ୍‌ଜି ୨' ମୁକ୍ତିଲାଭ କରିବ। ଏଭଳି ବ୍ଲକବଷ୍ଟର ଚଳଚ୍ଚିତ୍ରର ସିକ୍ୱେଲ ସମ୍ମୁଖରେ ରଣବୀର କପୁରଙ୍କ ଫିଲ୍ମରେ ବହୁତ କ୍ଷତି ହେବାର ସମ୍ଭାବନା ଥିଲା। ଯେଉଁଥିପାଇଁ ନିର୍ମାତା ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Advertisment

ଏହାର ସ୍ପଷ୍ଟୀକରଣରେ ସୋମବାର ଟ୍ୱିଟରରେ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, "ଆମେ କାହିଁକି ଅଗଷ୍ଟ ୧୧ରେ ଫିଲ୍ମ ରିଲିଜ୍ କରିବାକୁ ସକ୍ଷମ ନୁହଁ? ଏହାର ଏକମାତ୍ର କାରଣ ହେଉଛି ଗୁଣବତ୍ତା। ଏହା ଏକ ସାଧାରଣ ଉତ୍ତର ହୋଇପାରେ, କିନ୍ତୁ ପ୍ରକୃତ କଥା କେବଳ ଗୁଣାତ୍ମକ ଅଟେ। ... ଉଦାହରଣ ସ୍ୱରୂପ, ଫିଲ୍ମରେରେ ସାତୋଟି ଗୀତ ଅଛି, ଯେତେବେଳେ ସାତୋଟି ଗୀତ ପାଞ୍ଚଟି ଭାଷାରେ ହେବ ଏହା ୩୫ଟି ଗୀତ ହେବ। ଏନେଇ ଭିନ୍ନ ଭିନ୍ନ ଗୀତିକାର, କଣ୍ଠଶିଳ୍ପୀ ଜଡିତ। ଏହା ଅନେକ ସମୟ ନେବ।”

ପ୍ରକାଶଥାଉ ଯେ ଏହି ଫିଲ୍ମ ହିନ୍ଦୀ ସମେତ ତାମିଲି, ତେଲୁଗୁ, କନ୍ନଡ ଓ ମାଲାୟାଲାମରେ ମଧ୍ୟ ରିଲିଜ୍ ହେବ।

ସେ ଆହୁରି କହିଛନ୍ତି ଯେ "ଏଥିପାଇଁ ଆମେ ସମୟ ନେଉଛୁ ଏବଂ ଅନ୍ୟ କୌଣସି କାରଣ ନାହିଁ। ଆମେ ପାଇଥିବା ଉଚିତ ତାରିଖ ହେଉଛି ଚଳିତ ବର୍ଷ ଡିସେମ୍ବର ୧। ଭିଡିଓ, ଅଡିଓ ଦୃଷ୍ଟିରୁ ସର୍ବଶ୍ରେଷ୍ଠ ଗୁଣବତ୍ତା ସହିତ 'ଆନିମଲ' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।” ସନ୍ଦୀପ ଏହି ଫିଲ୍ମକୁ 'ଖୁବ୍ ବଡ' ବୋଲି ମଧ୍ୟ କହିଛନ୍ତି।

ତେବେ ସନ୍ଦୀପଙ୍କ ନିର୍ଦ୍ଦେଶିତ 'ଆନିମଲ'ରେ ମୁଖ୍ୟ ଭୂମିକାରେ ରଣବୀର କପୁରଙ୍କ ବ୍ୟତୀତ ବବି ଦେଓଲ, ରଶ୍ମିକା ମନ୍ଦାନା ଏବଂ ଅନିଲ କପୁର ମଧ୍ୟ ନଜର ଆସିବେ। ରିପୋର୍ଟ ଅନୁଯାୟୀ, ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ରଖିବାର କାରଣ ଏହାର ଭିଏଫଏକ୍ସକୁ କୁହାଯାଉଛି। ଏପର୍ଯ୍ୟନ୍ତ ଅନେକ କାମ ମଧ୍ୟ ବାକି ଅଛି।

ନିର୍ଦ୍ଦେଶକ ଫିଲ୍ମର କୌଣସି ଦିଗକୁ ବି ଛାଡିବାକୁ ଚାହୁଁନାହାଁନ୍ତି। ଏଭଳି ପରିସ୍ଥିତିରେ ଫିଲ୍ମର ଆକ୍ସନ୍‌କୁ ସର୍ବୋତ୍ତମ କରିବାକୁ ପ୍ରୟାସ କରାଯାଇଛି। ଏଭଳି ପରିସ୍ଥିତିରେ ଫିଲ୍ମର ରିଲିଜ୍ ତାରିଖ ବୃଦ୍ଧି କରାଯାଇଥିବା କୁହାଯାଉଛି।

Rashmika Mandanna Bollywood Anil Kapoor Ranbir Kapoor Bobby Deol
Advertisment
Advertisment