Advertisment

ଆସୁଛି ‘ଅପ୍‌ନେ ୨’; ଦମଦାର ଭୂମିକାରେ ନଜର ଆସିବେ ବବି ଦେଓଲ

ୱେବ୍ ସିରିଜ୍ 'ଆଶ୍ରମ'ରେ ବବି ଦେଓଲଙ୍କୁ ଜବରଦସ୍ତ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଜଣେ ଖଳନାୟକ ଭୂମିକାରେ ଅଭିନୟ କରି ଅନେକ ବିବାଦ ସୃଷ୍ଟି କରିଥିଲେ। ବର୍ତ୍ତମାନ ସେ ତାଙ୍କ ଫିଲ୍ମ ‘ଅପ୍‌ନେ ୨’ ପାଇଁ ଚର୍ଚ୍ଚାରେ ଅଛନ୍ତି।

author-image
Pramod Behera
bobby deol open up why apne 2 is being delayed

bobby deol open up why apne 2 is being delayed

ବବି ଦେଓଲ୍ ତାଙ୍କର ପ୍ରତ୍ୟେକ ଚରିତ୍ର ସହିତ ଦର୍ଶକଙ୍କ ମନରେ କିଛି ନା କିଛି ପ୍ରଭାବ ପକାନ୍ତି। ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆନିମଲ୍’ରେ ତାଙ୍କ ଚରିତ୍ର ସହିତ ସେ ଦର୍ଶକଙ୍କୁ ଚିନ୍ତାରେ ପକେଇବାକୁ ବାଧ୍ୟ କରିଛନ୍ତି। ତେବେ ଏହା ପୂର୍ବରୁ ୱେବ୍ ସିରିଜ୍ 'ଆଶ୍ରମ'ରେ ତାଙ୍କୁ ଜବରଦସ୍ତ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଜଣେ ଖଳନାୟକ ଭୂମିକାରେ ଅଭିନୟ କରି ଅନେକ ବିବାଦ ସୃଷ୍ଟି କରିଥିଲେ। ବର୍ତ୍ତମାନ ସେ ତାଙ୍କ ଫିଲ୍ମ ‘ଅପ୍‌ନେ ୨’ ପାଇଁ ଚର୍ଚ୍ଚାରେ ଅଛନ୍ତି।

Advertisment

'ଆଶ୍ରମ'ରେ ବାବା ନିରାଲା ଭୂମିକା ପାଇଁ ବବି ଦେଓଲ ଯେଉଁ ପ୍ରଶଂସା ପାଇଥିଲେ, ତାହା ପ୍ରମାଣିତ କରିଥିଲା ଯେ ଖଳନାୟକ ଚରିତ୍ରରେ ତାଙ୍କର ଦକ୍ଷତା ଅଛି। ତେଣୁ ପରିସ୍ଥିତି ଏମିତି ହୋଇଯାଇଛି ଲୋକମାନେ ତାଙ୍କୁ କେବଳ ବ୍ୟାଡ୍ ବୟ ଭୂମିକାରେ ଦେଖିବାକୁ ପସନ୍ଦ କରୁଛନ୍ତି। ଚଳଚ୍ଚିତ୍ର ନିର୍ମାତାମାନେ ମଧ୍ୟ ତାଙ୍କୁ ବର୍ତ୍ତମାନ ସେହିଭଳି ଭୂମିକା ଦେଉଛନ୍ତି। ଖୁବ୍ ଶୀଘ୍ର ତାଙ୍କୁ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ'ରେ ଭୟଙ୍କର ଭିଲେନ୍ ଭୂମିକାରେ ଦେଖିବାକୁ ମିଳିବ।

ନିକଟରେ, ନ୍ୟୁଜ୍ ଏଜେନ୍ସି ANI ସହିତ କଥାବାର୍ତ୍ତା କରୁଥିବାବେଳେ ବବି ଦେଓଲ୍ ତାଙ୍କ ଫାମିଲି ପ୍ରଡକ୍ସନ ଚଳଚ୍ଚିତ୍ର ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି। ଯେତେବେଳେ ତାଙ୍କୁ ପଚରାଗଲା ଯେ ଦର୍ଶକମାନେ 'ୟମଲା ପଗଲା ଦିୱାନା' କିମ୍ବା 'ଅପ୍‌ନେ'ରେ ଦେଓଲ ପରିବାରକୁ ଏକାଠି ଦେଖି ଭଲ ପାଇବା ଦେଇଥିଲେ। ତେବେ ଭବିଷ୍ୟତରେ ଏହି ତିନିଜଣଙ୍କୁ ଏକାଠି କେବେ ଦେଖାଯିବ?

Advertisment

ଏହାର ଜବାବରେ ଅଭିନେତା କହିଛନ୍ତି, “ଆମେ ଆମ ତରଫରୁ ପୂରା ଚେଷ୍ଟା କରୁଛୁ ଯେ ‘ଅପ୍‌ନେ୨’ ତିଆରି ହେଉ ଏବଂ ସେହିଭଳି ଫିଲ୍ମ ଉପରେ ଆମେ ଅଧିକରୁ ଅଧିକ କାମ କରୁ। ବର୍ତ୍ତମାନ ‘ଅପ୍‌ନେ ୨’ର ସ୍କ୍ରିପ୍ଟ ଉପରେ କାମ ଚାଲିଛି, ଯେତେବେଳେ ସ୍କ୍ରିପ୍ଟ ଭଲ ହେଇଯିବ, ଆମେ ପୁଣି ଏକାଠି ଆସିବୁ।”

କ୍ରୀଡା ଡ୍ରାମା ଉପରେ ଆଧାରିତ 'ଅପ୍‌ନେ' ୨୦୦୭ରେ ଯେତେବେଳେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା, ବକ୍ସ ଅଫିସ୍‌ରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ଧର୍ମେନ୍ଦ୍ର, ସନ୍ନି ଦେଓଲ ଏବଂ ବବି ଦେଓଲଙ୍କୁ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲା ​। ଦର୍ଶକ ଏହି ଫିଲ୍ମକୁ ଖୁବ ପସନ୍ଦ କରିଥିଲେ।

ଏହା ପରେ ତିନିଜଣ ପୁଣି ଥରେ 'ୟମଲା ପଗଲା ଦିୱାନା'ରେ ପରଦାରେ ଆସି ଆଉ ଏକ ଆଲୋଡ଼ନ ସୃଷ୍ଟି କରିଥିଲେ। କିନ୍ତୁ ଏହାର ଦୁଇଟି ସିକ୍ୱେଲ୍ 'ୟମଲା ପଗଲା ଦିୱାନା ୨' ଏବଂ 'ୟମଲା ପଗଲା ଦିୱାନା ଫିର୍ ସେ'ରେ ଏହି ତିନିଜଣ ଦର୍ଶକଙ୍କୁ ଖୁସି କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସିକ୍ୱେଲରେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇ ନ ଥିଲେ।

ତେବେ ବବି ଦେଓଲଙ୍କୁ ଦୀର୍ଘ ଦିନ ହେବ କୌଣସି ଫିଲ୍ମରେ ଦେଖା ଯାଇ ନ ଥିଲା। ସେ 'ରେସ୍ ୩' ରେ ଫେରିଥିଲେ। ଦ୍ୱିତୀୟ ଇନିଂସରେ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ବର୍ତ୍ତମାନ ସେ ୱେବ୍ ସିରିଜ୍ ରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ତାଙ୍କର ପୂର୍ବ ସିରିଜ୍ ‘ଆଶ୍ରମ’ ହିଟ୍ ହୋଇଥିଲା।

Bollywood Bobby Deol Sunny Deol
Advertisment
Advertisment