Advertisment

ସେଟ୍‌ରେ ଭଙ୍ଗାରୁଜା ଠାରୁ ଲିଗାଲ୍ ନୋଟିସ୍ ପର୍ଯ୍ୟନ୍ତ ଅନେକ ବିବାଦରେ ଛନ୍ଦା 'ଆଶ୍ରମ'

‘ଆଶ୍ରମ’ର ଉଭୟ ସିଜନକୁ ଦର୍ଶକମାନେ ଖୁବ୍ ଭଲ ପାଇବା ଦେଇଥିଲେ। ତେବେ 'ଆଶ୍ରମ' ସୁଟିଂ ଠାରୁ ଆରମ୍ଭ କରି ଏହାର ରିଲିଜ୍ ପର୍ଯ୍ୟନ୍ତ ଅନେକ ବିବାଦ ଘେରରେ ଛନ୍ଦି ହୋଇରହିଛି। ସେହି ବିବାଦ ସବୁ କ’ଣ ଆସନ୍ତୁ ନଜର ପକେଇନେବା।

author-image
Pramod Behera
Controversies related to Aashram web series

Controversies related to Aashram web series

ବବି ଦେଓଲ ନିଜ ଫିଲ୍ମ ପାଇଁ ହୁଏତ ବେଶି ନାଁ କରି ନଥାଇ ପାରନ୍ତି କିନ୍ତୁ ନିଜ ୱେବ୍ ସିରିଜ୍ 'ଆଶ୍ରମ'ରେ ବାବା ନିରାଲାଙ୍କ ଚରିତ୍ରରେ ହଇଚଇ ଖେଳେଇ ଦେଇଛନ୍ତି। ୨୦୨୦ ମସିହାରେ ‘ଆଶ୍ରମ’ ର ଉଭୟ ସିଜନ୍ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା। ଉଭୟ ସିଜନକୁ ଦର୍ଶକମାନେ ଖୁବ୍ ଭଲ ପାଇବା ଦେଇଥିଲେ। ଖବର ଅନୁଯାୟୀ, ରିଲିଜ୍ ହେବାର କିଛି ଦିନ ପରେ ଏହାର ଭିୟୁ ସଂଖ୍ୟା ୧୦୦ କୋଟି ଅତିକ୍ରମ କରିଥିଲା। ଦର୍ଶକମାନେ ଏହାର ତୃତୀୟ ଭାଗକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି, ଯାହାର ଟ୍ରେଲର ଶୁକ୍ରବାର ରିଲିଜ୍ ହୋଇଛି।

Advertisment

‘ଆଶ୍ରମ’ର କାହାଣୀ କୌଣସି ଚଳଚ୍ଚିତ୍ର ନୁହେଁ। ଧର୍ମ ନାମରେ ଚାଲିଥିବା ବେଆଇନ କାର୍ଯ୍ୟ, ବିଶ୍ୱାସ ନାମରେ ଲୋକଙ୍କୁ ପ୍ରତାରଣା କରିବା ଏବଂ ତା’ପରେ ସେମାନଙ୍କୁ ଶୋଷଣ କରିବା ଆଦି ଅନ୍ଧକାର ରାଜ୍ୟର ଏଭଳି ସତ୍ୟ, ଯାହା ସହ ଆଜି ବି ଆମ ସମାଜ ସଂଗ୍ରାମ ଜାରି ରଖିଛି। 'ଆଶ୍ରମ'ର ସୁଟିଂ ଠାରୁ ଆରମ୍ଭ କରି ଏହାର ରିଲିଜ୍ ପର୍ଯ୍ୟନ୍ତ ଅନେକ ବିବାଦ ଘେରରେ ଛନ୍ଦି ହୋଇରହିଛି। ତେବେ ସେହି ବିବାଦ ସବୁ କ’ଣ ଆସନ୍ତୁ ନଜର ପକେଇନେବା।

ସେଟ୍ ଉପରେ ହଙ୍ଗାମା:

ପ୍ରକାଶ ଝାଙ୍କ ୱେବ୍ ସିରିଜ୍ ‘ଆଶ୍ରମ’ର ତୃତୀୟ ସିଜନ୍ ଗତ ବର୍ଷ ଭୋପାଳରେ ସୁଟିଂ କରାଯାଇଥିଲା। ଖବର ଅନୁଯାୟୀ, କରଣୀ ସେନା ଓ ବଜରଙ୍ଗ ଦଳର କହିଥିଲେ ଯେ ଏଥିରେ ହିନ୍ଦୁ ଧର୍ମକୁ ଭୁଲ ଭାବରେ ଚିତ୍ରଣ କରାଯାଇଛି। ଏହା ପରେ କ୍ରୋଧିତ ଲୋକମାନେ ଭୋପାଳରେ ଏହାର ସେଟ୍‌କୁ ଭଙ୍ଗାରୁଜା କରିଥିଲେ ଏବଂ ପ୍ରକାଶ ଝାଙ୍କ ଉପରେ ସାୟୀ ମଧ୍ୟ ପକାଇଥିଲେ।

Advertisment

ଟାଇଟଲ୍ ପରିବର୍ତ୍ତନର ଦାବି:

ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ଏହି ସିରିଜ୍‌ର ଟାଇଟଲ୍ ବଦଳାଇବାକୁ ଦାବି କରିଥିଲେ, ନଚେତ ସେମାନେ ମଧ୍ୟପ୍ରଦେଶରେ ଏହାର ସୁଟିଂ କରିବାକୁ ଦେବେ ନାହିଁ ବୋଲି କହିଥିଲେ। ଲୋକମାନେ ‘ଆଶ୍ରମ’ ସେଟ୍‌ରେ ପ୍ରକାଶ ଝା ଓ ବବି ଦେଓଲଙ୍କ ନାମରେ ମୁର୍ଦାବାଦ ସ୍ଲୋଗାନ୍‌ ମଧ୍ୟ ଦେଇଥିଲେ।

ଆପତ୍ତିଜନକ ଦୃଶ୍ୟକୁ ନେଇ ଉତ୍ତେଜନା:

ବଜରଙ୍ଗ ଦଳର କର୍ମୀମାନେ ଅଭିଯୋଗ କରିଥିଲେ ଯେ ଏହି ୱେବ୍ ସିରିଜ୍‌ରେ ଅନେକ ଆପତ୍ତିଜନକ ଦୃଶ୍ୟ ମଧ୍ୟ ଦେଖାଯାଇଛି। ଏହି ପ୍ରସଙ୍ଗକୁ ନେଇ କର୍ମୀମାନେ ପ୍ରକାଶ ଝାଙ୍କୁ ଭେଟିବାକୁ ଚାହୁଁଥିଲେ, କିନ୍ତୁ ସୁରକ୍ଷା କାରଣରୁ ତାଙ୍କୁ ଭେଟିବାକୁ ଦିଆଯାଇ ନଥିଲା। ବହୁ ଉତ୍ତେଜନା ପରେ ଯେତେବେଳେ ବଜରଙ୍ଗ ଦଳର କର୍ମକର୍ତ୍ତା ପ୍ରକାଶ ଝାଙ୍କୁ ଭେଟିଥିଲେ, ସେତେବେଳେ ସେମାନେ ଏହି ସିରିଜ୍‌ରୁ ଆପତ୍ତିଜନକ ଦୃଶ୍ୟ ହଟାଇବାକୁ ଦାବି କରିଥିଲେ।

Bobby Deol Ashram 3
Advertisment
Advertisment