Advertisment

‘ଆନିମଲ୍’ରେ ବବି ଦେଓଲଙ୍କ ମୋନ୍‌ଷ୍ଟର୍ ଲୁକ୍ ଦେଖି ଦର୍ଶକ ଆତଙ୍କିତ

‘ଆନିମଲ୍’ରେ ବବି ଦେଓଲଙ୍କ ଲୁକ୍ ଏବେ ଚାରିଆଡେ ଚର୍ଚ୍ଚାରେ। ତାଙ୍କ ଲୁକ ସମସ୍ତଙ୍କୁ ଭୟଦେଉଥିବା ଲୋକେ କହୁଛନ୍ତି। କେହି କେହି କହୁଛନ୍ତି ବବି ହେଉଛନ୍ତି ଚଳିତ ବର୍ଷର ଶ୍ରେଷ୍ଠ ଖଳନାୟକ!

author-image
Pramod Behera
ranbir kapoor fan got worried after watching bobby deol monster look in animal

ranbir kapoor fan got worried after watching bobby deol monster look in animal

ସୋସିଆଲ ମିଡିଆରେ ରଣବୀର କପୁରଙ୍କ ‘ଆନିମଲ୍’ ଟ୍ରେଲର ବହୁତ ଟ୍ରେଣ୍ଡ୍‌ କରୁଛି। ରଣବୀର କପୁର ଏବଂ ବବି ଦେଓଲଙ୍କ ପ୍ରଶଂସକମାନେ ଫିଲ୍ମରେ ଥିବା ଆକ୍ସନ୍ ସିନ୍ ଦେଖି ବହୁତ ଖୁସି ହୋଇଯାଇଛନ୍ତି। ସମସ୍ତେ ସେମାନଙ୍କର ଫାଇଟ୍ ସିନ୍‌କୁ ନେଇ ଆଲୋଚନା କରୁଛନ୍ତି। ତେବେ ଏହି ଦୁଇ କଳାକାରଙ୍କୁ ନେଇ ନେଟିଜେନ୍ସମାନଙ୍କ ମଧ୍ୟରେ ଟକରାଟକରି ଆରମ୍ଭ ହୋଇଯାଇଛି। କିଏ କହୁଛି ବବି ଦେଓଲ ରଣବୀରଙ୍କ ଉପରେ ଭାରି ପଡିଛନ୍ତି ତ ଆଉ କିଏ କହୁଛି ରଣବୀର ନିଜ ଦମଦାର ଲୁକ୍‌ରେ ସମସ୍ତଙ୍କ ହୃଦୟ ଜିତୁଛନ୍ତି।

Advertisment

ତେବେ ରଣବୀର କପୁର ଏବଂ ବବି ଦେଓଲଙ୍କ 'ଆନିମଲ୍' ଲୁକ୍‌ ସୋସିଆଲ ମିଡିଆରେ ଖୁବ ଶେୟାର ହେବାରେ ଲଗିଛି। ଉଭୟ ତାରକା ନିଜ ଲୁକ୍‌ରେ ଖୁବ ଭୟଙ୍କର ଦେଖାଯାଉଛନ୍ତି। ଏହା ସହିତ ପ୍ରଶଂସକମାନେ ଟ୍ରେଲର୍‌ରେ ଦେଖାଯାଇଥିବା ଉଭୟର ଜବରଦସ୍ତ ସିନ୍‌ଗୁଡିକୁ ଶେୟାର କରୁଛନ୍ତି ଏବଂ ସେମାନଙ୍କର ଆକ୍ଟିଙ୍ଗ ଏବଂ ଏକ୍ସପ୍ରେସନ୍‌କୁ ତୁଳନା କରୁଛନ୍ତି।

ବବି ସୋସିଆଲ୍ ମିଡିଆରେ ଫିଲ୍ମର ଟ୍ରେଲର ଶେୟାର କରିବା ମାତ୍ରେ ଲୋକମାନେ ତାଙ୍କ ଲୁକ୍‌କୁ ବହୁତ ପ୍ରଶଂସା କରିଥିଲେ। ଲୋକେ କହୁଛନ୍ତି ଯେ ଟ୍ରେଲରର ଯେଉଁଠାରେ ବବି ଦେଓଲ୍‌ଙ୍କ ଏଣ୍ଟ୍ରୀ ହେଉଛି, ସେଠାରୁ ଟ୍ରେଲର୍‌ ଦେଖିବାର ଢଙ୍ଗ ବଦଳିଯାଉଛି। ନେଟିଜେନ୍ସ କଗୁଛନ୍ତି ଯେ ବବି ଦେଓଲ୍ ରଣବୀରଙ୍କ ଉପରେ ଭାରି ପଡୁଥିବା ମନେହୁଏ। ବବି ଫିଲ୍ମର ପ୍ରକୃତ ଆନିମଲ ପରି ଲାଗୁଛନ୍ତି, ଯାହାଙ୍କ ଆତଙ୍କ ଯୋଗୁଁ ସମସ୍ତେ ଥରିଉଠିବା ଥୟ।

Advertisment

ବବିଙ୍କ ଇନଷ୍ଟାଗ୍ରାମ ପୋଷ୍ଟ୍‌ରେ ଜଣେ ପ୍ରଶଂସକ ଲେଖିଛନ୍ତି, “‘ଆନିମଲ୍‌’ରେ ବବି ଦେଓଲଙ୍କ ମୋନ୍‌ଷ୍ଟର୍ ଲୁକ୍ ରଣବୀରଙ୍କୁ ଖାଇ ନ ଯାଉ।” ଆଉ ଜଣେ ଲେଖିଛନ୍ତି, “ବବି ଆପଣଙ୍କୁ ଏକ ଭିଲେନ୍ ଭୂମିକା ପାଇଁ ପୁରସ୍କାର ମିଳିବ! ମୁଁ ‘ଆନିମଲ୍‌’ର ଟିଜର ଏବଂ ଟ୍ରେଲର ଦେଖିଛି, ମୋର ଶୁଭକାମନା ଆପଣ ଶ୍ରେଷ୍ଠ ହୁଅନ୍ତୁ।” ଆଉ ଜଣେ କହିଛନ୍ତି, “ବବି ଭାଇଙ୍କ ସାମ୍ନାରେ କେହି କିଛି କହିପାରିବେ କି?” ଏହା ସହିତ ଟ୍ୱିଟ୍‌ରରେ ମଧ୍ୟ ବବିଙ୍କ ଲୁକ୍ ଏବଂ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି।

‘ଆନିମଲ୍’ର କାହାଣୀ ବିଷୟରେ କହିବାକୁ ଗଲେ, ଏହା ବାପା-ପୁଅର ସମ୍ପର୍କ ଉପରେ ଆଧାରିତ। ଏଥିରେ ରଣବୀର କପୁର ଏପରି ଜଣେ ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଯିଏ ତାଙ୍କ ପରିବାର ଏବଂ ବାପାଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ। ଏହି ଫିଲ୍ମରେ ରଶ୍ମିଲା ମନ୍ଦନା ରଣବୀରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ରଣବୀରଙ୍କ ବାପା ଭୂମିକାରେ ଅନିଲ କପୁର ଅଭିନୟ କରିଥିବାବେଳେ ବବି ଦେଓଲ୍ ଏହି ଫିଲ୍ମର ଭିଲେନ୍ ଭୂମିକାରେ ଅଛନ୍ତି। ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଡିସେମ୍ବର ୧ରେ ମୁକ୍ତିଲାଭ କରିବ।

Bollywood Ranbir Kapoor Bobby Deol
Advertisment
Advertisment