Advertisment

‘ଆନିମଲ୍’ ଦେଖିବାକୁ ଇଛା କରିଛନ୍ତି କି; ଥରେ ପଢିନିଅନ୍ତୁ ଏହି ଲେଖାଟି

ଏଥର ସନ୍ଦୀପ ତାଙ୍କ ଫିଲ୍ମ ‘ଆନିମଲ୍’ରେ ବାପା-ପୁଅର ପ୍ରେମ କାହାଣୀକୁ ଦେଖେଇଛନ୍ତି। ଖାଲି ସେତିକି ନୁହେଁ, ସନ୍ଦୀପ ମଧ୍ୟ ଫିଲ୍ମରେ ଦମଦାର ଆକ୍ସନ୍‌କୁ ସ୍ଥାନ ଦେଇଛନ୍ତି। ଫିଲ୍ମରେ ଏମିତି କିଛି ଭାବନାତ୍ମକ କଥା ରହିଛି ଯାହା ଛାତିରେ କୋହ ଭରିଦିଏ। ଏହିପରି, ସେ ‘ଆନିମଲ୍‌’ରେ ସବୁକିଛି ଏଖି ଫିଲ୍ମକୁ ଏକ ଚରମ ସ୍ତରକୁ ନେଇଯାଇଛନ୍ତି।

author-image
Pramod Behera
know how is ranbir kapoor film animal

know how is ranbir kapoor film animal

ସନ୍ଦୀପ ଭଙ୍ଗା ରେଡ୍ଡୀ ଏପରି ଜଣେ ନିର୍ଦ୍ଦେଶକ ଯାହାଙ୍କ ଫିଲ୍ମରେ ଏମିତି କିଛି ଦେଖିବାକୁ ମିଳେ ଯାହା ସୀମା ଅତିକ୍ରମ କରେ। ଏହାର ଏକ ଉଦାହରଣ ହେଉଛି ତାଙ୍କର ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ ଏବଂ ‘କବୀର ସିଂହ’ ଯେଉଁଥିରେ ପ୍ରେମୀ ପାଗଳଙ୍କୁ ଦେଖିବାକୁ ମିଳେ। ବର୍ତ୍ତମାନ ସେ ‘ଆନିମଲ୍’ ଆଣିଛନ୍ତି। ଏଥୁରେ ମୁଖ୍ୟ ଭୂମିକାରେ ରଣବୀର କପୁର, ଅନିଲ କପୁର, ରଶ୍ମିକା ମନ୍ଦନା ଏବଂ ବବି ଦେଓଲଙ୍କୁ ଦେଖିବାକୁ ମିଳେ।

Advertisment

ଏଥର ସନ୍ଦୀପ ତାଙ୍କ ଫିଲ୍ମରେ ବାପା-ପୁଅର ପ୍ରେମ କାହାଣୀକୁ ଦେଖେଇଛନ୍ତି। ଖାଲି ସେତିକି ନୁହେଁ, ସନ୍ଦୀପ ମଧ୍ୟ ଫିଲ୍ମରେ ଦମଦାର ଆକ୍ସନ୍‌କୁ ସ୍ଥାନ ଦେଇଛନ୍ତି। ଫିଲ୍ମରେ ଏମିତି କିଛି ଭାବନାତ୍ମକ କଥା ରହିଛି ଯାହା ଛାତିରେ କୋହ ଭରିଦିଏ। ଏହିପରି, ସେ ‘ଆନିମଲ୍‌’ରେ ସବୁକିଛି ଏଖି ଫିଲ୍ମକୁ ଏକ ଚରମ ସ୍ତରକୁ ନେଇଯାଇଛନ୍ତି।

କାହାଣୀ:

ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ‘ଆଲିମଲ୍‌’ର କାହାଣୀ ଏକ ପିତା-ପୁତ୍ର ସମ୍ପର୍କକୁ ନେଇ ଆଗକୁ ବଢେ। ବାପା ଜଣେ ଧନୀ ବ୍ୟକ୍ତି ହୋଇଥିବା ବେଳେ ସବୁବେଳେ ନିଜ କାମରେ ବ୍ୟସ୍ତ। ପୁଅ କିନ୍ତୁ ଚାହେଁ ସବୁବେଳେ ବାପାର ସ୍ନେହ ଆଉ ଧ୍ୟାନ। ଏନେଇ ସେ ସବୁକିଛି କରିବାକୁ ପ୍ରସ୍ତୁତ। ଯେତେବେଳେ ବାପା ଅସୁବିଧାରେ ପଡ଼ନ୍ତି, ଏହି ପୁଅ ହିଁ ଢାଲ ହୋଇ ଠିଆ ହୁଏ ଏବଂ ପ୍ରତ୍ୟେକ ସୀମା ଅତିକ୍ରମ କରେ।

Advertisment

ଏହି ଫିଲ୍ମରେ ରଶ୍ମିକା ମନ୍ଦନା ଏବଂ ବବି ଦେଓଲଙ୍କୁ ମଧ୍ୟ ଜବରଦସ୍ତ ଚରିତ୍ରରେ ଦେଖିବାକୁ ମିଳେ। କିନ୍ତୁ ପୂରା ଫିଲ୍ମ ବାପା-ପୁଅ ଉପରେ ଆଧାରିତ। ତେବେ ଏହି ବାପ-ପୁଅର ପ୍ରେମ ଶେଷରେ ଦର୍ଶକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୁଏ। ଫିଲ୍ମଟି ୩ ଘଣ୍ଟା ୨୧ ମିନିଟ୍‌ର ହୋଇଥିବା ବେଳେ ଏଥିରେ କିଛି ସମୟ ପାଇଁ ଡ୍ରାମା ପ୍ରଦର୍ଶିତ ହୋଇଥିବା ବେଳେ ପରେ ଏକ ଲମ୍ବା ଆକ୍ସନ୍ ଦୃଶ୍ୟ ଭର୍ତ୍ତି କରାଯାଇଛି। ଫିଲ୍ମର ପ୍ରଥମ ଭାଗ ଠିକଠାକ ଥିବାବେଳେ ଦ୍ୱିତୀୟ ଭାଗରେ ସେମିତି କିଛି ଖାସ୍ ନଥିବା ଜଣାଯାଏ। ମୋଟାମୋଟି ଭାବେ ଏକ ହାରାହାରି କାହାଣୀ ବୋଲି କୁହାଯାଏ।

ନିର୍ଦ୍ଦେଶନା:

ସନ୍ଦୀପ ଭଙ୍ଗା ରେଡ୍ଡି ପ୍ରତ୍ୟେକ ଥର ଚରମ ସୀମାକୁ ଯାଆନ୍ତି। ଏଥର ମଧ୍ୟ ସେ ତାହା କରି ଦେଖେଇଛନ୍ତି। ତାଙ୍କ ଦୁନିଆର ପୁରୁଷମାନେ ଅତ୍ୟନ୍ତ ହିଂସ୍ର ଏବଂ ଆକ୍ରମଣାତ୍ମକ ହୋଇଥାନ୍ତି। ‘କବୀର ସିଂହ’ ଏବଂ ‘ଅର୍ଜୁନ ରେଡ୍ଡୀ’ ପରେ ‘ଆନିମଲ୍‌’ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳେ।

ସନ୍ଦୀପ ଯେଉଁ ପ୍ରକାର ଫିଲ୍ମ ନିର୍ମାଣ କରିଛନ୍ତି, ସେ କିଛି ଜିନିଷକୁ ପୋକସରେ ଆଣିବାକୁ ଚେଷ୍ଟା କରନ୍ତି ଏବଂ ଏକ ଅନ୍ଧକାରମୟ ପରିବେଶ ସୃଷ୍ଟି କରନ୍ତି। କେବଳ ମନୋରଞ୍ଜନ ନାମରେ କେବଳ ଆକ୍ସନ୍ ଏବଂ ନିର୍ଦ୍ଦେଶକଙ୍କ ବ୍ୟକ୍ତିଗତ ନିରାଶାକୁ ନେଇ କାମ କରନ୍ତି। ତେବେ ଏହି ଉପାୟରେ, ଫିଲ୍ମକୁ ନେଇ ସୃଷ୍ଟି ହୋଇଥିବା ହାଇପର ମାନଦଣ୍ଡ ଅନୁଯାୟୀ ନିର୍ଦ୍ଦେଶନା ତିଷ୍ଟି ରୁହେ ନାହିଁ।

ଅଭିନୟ:

ଫିଲ୍ମରେ ରଣବୀର କପୁର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଛାଇଯାଇଛନ୍ତି। ଏଥିରେ ତାଙ୍କର ଆକ୍ସନ୍ ଷ୍ଟାଇଲ୍ ଖୁବ ଦମଦାର ଏବଂ ଅନେକ ଦୃଶ୍ୟରେ ବାପା-ପୁଅଙ୍କ ସଂଳାପ ମଧ୍ୟ ଚମତ୍କାର। ସବୁଠାରୁ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି କରେ “ବାପା… ବାପା… ବାପା…” ସିନ୍। ଏହି ଫିଲ୍ମରୁ ହିଁ ରଣବୀର କପୁରଙ୍କ ଭବିଷ୍ୟତ ଉଜ୍ଜଳ ହେବ ବୋଲି ଆଶା କରାଯାଉଛି।

ତେବେ ରଶ୍ମିକା ମନ୍ଦନା ସାଉଥ୍‌ର ଯେତିକି ବଡ ତାରକା, ଫିଲ୍ମରେ ତାଙ୍କର ସ୍ଥିତିକୁ ନେଇ ସେମିତି କିଛି ଦେଖିବାକୁ ମିଳେନି। ଏଥିରେ ଅନିଲ କପୁର ଖୁବ ଭଲ କାମ କରିଛନ୍ତି। ବବି ଦେଓଲଙ୍କଠାରୁ ମଧ୍ୟ ଅଧିକ କାମ ନିଆଯାଇ ପାରିଥାନ୍ତା। କିନ୍ତୁ ଏପରି ହୋଇଥିଲେ ସେ ରଣବୀର କପୁରଙ୍କ ଉପରେ ଭାରି ପଡିଯାଇଥାନ୍ତେ ।ଏନେଇ ଏଠାରେ ତାଙ୍କୁ ସୀମିତ କରିଦିଆଯାଇଛି।

ମୋଟାମୋଟି:

‘ଆନିମଲ୍‌’ ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ଏକ ଷ୍ଟାଇଲ୍ ଫିଲ୍ମ। କାହାଣୀ ମଧ୍ୟ ହାରାହାରି। ବାପା ହେଉଛନ୍ତି ପୁଅର ବିଶ୍ୱାସୀ। ଏହା ଆକ୍ସନରେ ଭରପୂର। ରଣବୀରଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳେ। ଯଦି କାହାର ୨୦୧ ମିନିଟ୍ ବସିବା ପାଇଁ ଧୈର୍ଯ୍ୟ ଥାଏ ଯେପରି ଦମଦାର ଆକ୍ସନ୍ ପ୍ରିୟ ଏବଂ ରଣବୀର କପୁରଙ୍କ ପ୍ରଶଂସକଙ୍କ ପାଇଁ ଏହା ଠିକ।

Rashmika Mandanna Bollywood Anil Kapoor Ranbir Kapoor Bobby Deol
Advertisment
Advertisment