Advertisment

Happy Birthday Bobby Deol: କ୍ୟାରିୟର୍ ଏମିତି ହେଲା ଯେ ନାଇଟ୍ କ୍ଲବ୍‌ରେ ଡିଜେ ବଜେଇବାକୁ ପଡିଲା

ବବି ଦେଓଲ ବଲିଉଡ୍‌ର ସେହି ଷ୍ଟାର୍‌କିଡ୍‌ମାନଙ୍କ ମଧ୍ୟରୁ ଜଣେ ଯିଏକି ସେ ବଲିଉଡ୍‌କୁ ଆସୁ ଆସୁ ଛାଇ ଯାଇଥିଲେ। ତାଙ୍କୁ ଦିନେ ବିଫଳତାର ସ୍ୱାଦ ବି ଚାଖିବାକୁ ପଡିଥିଲା। ଉଦାସିନତାରୁ ମୁକ୍ତି ପାଇଁ ଦିନ ରାତି ନିଶାରେ ରହୁଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Bobby Deol Birthday 2023

Happy Birthday Bobby Deol unknown facts about his life and career

ବଲିଉଡ୍‌ର ଭେଟେରାନ୍ ଅଭିନେତା ବବି ଦେଓଲ୍ ତାଙ୍କର ଭିନ୍ନ ଅଭିନୟ ଏବଂ ଚଳଚ୍ଚିତ୍ରରେ ଚରିତ୍ର ପାଇଁ ଜଣାଶୁଣା। ଅନେକ ଚଳଚ୍ଚିତ୍ରରେ ତାଙ୍କର ଉତ୍କୃଷ୍ଟ ଅଭିନୟ ସହିତ ସେ ଏପର୍ଯ୍ୟନ୍ତ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି। ବବି ଦେଓଲ ୨୭ ଜାନୁଆରୀ ୧୬୬୯ରେ ଅଭିନେତା ଧର୍ମେନ୍ଦ୍ରଙ୍କ ଘରେ ଜନ୍ମ ହୋଇଥିଲେ। ବବି ଦେଓଲଙ୍କ ପୂରା ନାଁ ହେଉଛି ବିଜୟ ସିଂହ ଦେଓଲ୍‌। ବବି ଦେଓଲ ବଲିଉଡ୍‌ର ସେହି ଷ୍ଟାର୍‌କିଡ୍‌ମାନଙ୍କ ମଧ୍ୟରୁ ଜଣେ ଯିଏକି ସେ ବଲିଉଡ୍‌ କୁ ଆସୁ ଆସୁ ଛାଇ ଯାଇଥିଲେ।

Advertisment

ଆଜି ବବି ତାଙ୍କର ୫୪ତମ ଜନ୍ମଦିନକୁ ଧୂମଧାମ୍‌ରେ ପାଳନ କରୁଛନ୍ତି। ଏହି ଅବସରରେ ଆସନ୍ତୁ ତାଙ୍କ ବିଷୟରେ କିଛି କଥା ଜାଣିନେବା।

ବବି ଦେଓଲ ଜମୁନାବାଇ ନର୍ସି ସ୍କୁଲ୍‌ରୁ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ ଏବଂ ମୁମ୍ବାଇର ମିଠିବାଇ କଲେଜ ଅଫ୍ କମର୍ସରୁ ସ୍ନାତକ ହାସଲ କରିଛନ୍ତି। ସେ ଶିଶୁ କଳାକାର ଭାବରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ପ୍ରଥମ ଥର ପାଇଁ ସେ ବାପା ଧର୍ମେନ୍ଦ୍ରଙ୍କ ଫିଲ୍ମ 'ଧର୍ମ-ଭୀର'ରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ୧୯୭୭ରେ ଆସିଥିଲା। ଏଥିରେ ବବି ଦେଓଲ ଧର୍ମେନ୍ଦ୍ରଙ୍କ ପିଲାଦିନର ଚରିତ୍ରରେ ଅଭିନୟ କରିଥିଲେ। ୧୯୯୫ ମସିହାରେ ବବି ଦେଓଲ୍ ଜଣେ ମୁଖ୍ୟ ଅଭିନେତ୍ରୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଭୟଙ୍କର ରୂପ ନେଇ ଆସୁଛନ୍ତି ବବି ଦେଓଲ

ସେ ୧୯୯୫ରେ ନିର୍ଦ୍ଦେଶକ ରାଜକୁମାର ସନ୍ତିଷିଙ୍କ ଫିଲ୍ମ 'ବର୍ଷାତ୍‌'ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ରାଜେଶ ଖାନ୍ନାଙ୍କ ଝିଅ ଟ୍ୱିଙ୍କଲ ଖାନ୍ନା ମୁଖ୍ୟ ଭୂମିକାରେ ଥିଲେ। ଫିଲ୍ମ ବଡ ପରଦାରେ ହିଟ୍ ହୋଇଥିଲା। ଏହା ପରେ ବବି ଦେଓଲ ‘ଗୁପ୍ତ’, 'ସୋଲଜର୍', 'ବାଦଲ', 'ବିଛୁ', 'ଅଜନାବି', 'ହମରାଜ' ଏବଂ 'ଅପ୍‌ନେ' ଭଳି ଅନେକ ହିଟ୍ ଫିଲ୍ମ ଦେଇଥିଲେ, କିନ୍ତୁ ଏପରି ଏକ ସମୟ ଆସିଲା ​​ଯେତେବେଳେ ବବି ଦେଓଲଙ୍କୁ ବିଫଳତାର ସାମ୍ନା କରିବାକୁ ପଡିଥିଲା।

ତାଙ୍କର କ୍ରମାଗତ ଫ୍ଲପ୍ ଚଳଚ୍ଚିତ୍ର ଯୋଗୁଁ ବବି ଦେଓଲ୍ ଉଦାସୀନତା ଭିତରକୁ ଚାଲିଗଲେ। ଫଳରେ ସେ କାମ କରିବା ବନ୍ଦ କରିଦେଲେ। ଏହାକୁ ଭୁଲିବା ପାଇଁ ସେ ସବୁବେଳେ ନିଶାରେ ରହିଲେ। ଦିନରାତି ମଦ୍ୟପାନ କଲେ। କିନ୍ତୁ ତାଙ୍କ ପତ୍ନୀ ତାନ୍ୟା ଆହୁଜା ତାଙ୍କୁ ଏହି ନିଶା ଭିତରୁ ଟାଣି ବାହାର କରିନେଇଥିଲେ। କେବଳ ଏତିକି ନୁହେଁ, ବବି ଦେଓଲ କିଛି ବର୍ଷ ଧରି ଚଳଚ୍ଚିତ୍ରଠାରୁ ଦୂରରେ ରହି ଡିଜେ ହୋଇଯାଇଥିଲେ। ସେ ବଡ ନାଇଟ୍ କ୍ଲବ୍‌ରେ ଡିଜେ ବଜେଇବା ଆରମ୍ଭ କରିଦେଇଥିଲେ।

୨୦୧୩ ରେ ତାଙ୍କ ହୋମ୍ ପ୍ରଡକ୍ସନ୍ ‘ୟମ୍‌ଲା ପଗ୍‌ଲା ଦିୱାନା ୨’ ପରେ ବବିଙ୍କୁ ଚାରି ବର୍ଷର ଦୀର୍ଘ ବିରତି ନେବାକୁ ପଡିଲା। ୨୦୧୭ ରେ, ସେ ଶ୍ରେୟସ୍ ତଲପଡେଙ୍କ ନିର୍ଦ୍ଦେଶିତ ଡେବ୍ୟୁ ଚଳଚ୍ଚିତ୍ର ‘ପୋଷ୍ଟର ବଏଜ୍’ ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ସମୟରେ, ଦେଓଲ ପରିବାରର ଅତି ନିକଟ ସଲମାନ ଖାନ ବବିଙ୍କ କ୍ୟାରିୟରକୁ ସଜାଡିବାକୁ ଆସିଥିଲେ ଏବଂ ସେ ‘ରେସ୍‌ ୩’ ରେ ଏଣ୍ଟ୍ରି କରିଥିଲେ। ଏହି ଚଳଚ୍ଚିତ୍ର ମଧ୍ୟ ପ୍ରେକ୍ଷାଳୟରେ ବିଶେଷ ଭଲ ପ୍ରଦର୍ଶନ କରିପାରି ନଥିଲା।

୨୦୨୦ ବବି ଦେଓଲ୍‌ଙ୍କ ପାଇଁ ସ୍ୱତନ୍ତ୍ର ପ୍ରମାଣିତ ହୋଇଥିଲା। ବବି OTT ପ୍ଲାଟଫର୍ମରେ ଡେବ୍ୟୁ କରିଥିଲେ। ତାଙ୍କର ଚଳଚ୍ଚିତ୍ର ‘କ୍ଲାସ୍ ଅଫ୍ ୮୩’‌ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିଥିବାବେଳେ MX ପ୍ଲେୟାରରେ ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ୱେବ୍ ସିରିଜ୍ ‘ଆଶ୍ରମ’ରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ବବି ଦେଓଲଙ୍କ ଫିଲ୍ମ ଏବଂ ୱେବ୍ ସିରିଜ୍ ଉଭୟ ହିଟ୍ ବୋଲି ପ୍ରମାଣିତ ହୋଇଥିଲା। ୱେବ୍ ସିରିଜ୍ ‘ଆଶ୍ରମ’ରେ ସେ କାଶୀପୁରର ବାବା ନିରାଲା ଭୂମିକାରେ ଅଭିନୟ କରିଥିଲେ, ଯାହାକୁ ଲୋକେ ଖୁବ ପ୍ରଶଂସା କରିଥିଲେ।

Bollywood Bobby Deol
Advertisment
Advertisment