Advertisment

କେବେ ଖୋଲିବ ମାର୍କେଟ ବିଲ୍ଡିଂରୁ ତାଲା ?

ସପ୍ତାହେ ହେଲା ରାଜଧାନୀର ବ୍ୟବସାୟିକ ପେଣ୍ଠ ସ୍ଥଳ ଠପ୍ । ସ୍ଥାୟୀ ବ୍ୟବସାୟୀ ସଂଘ ଧାରଣାରେ ବସିଥିବାରୁ ମାର୍କେଟ ବିଲିଡିଂ ବନ୍ଦ ରହିଛି । ଉଠା ଦୋକାନୀଙ୍କୁ ହଟାଇବା ଦାବିରେ ଚାଲିଛି ଆନ୍ଦୋଳନ ।

author-image
Manoranjan Behera
ଅଦ୍ୟତନ ହୋଇଛି
Bhubaneswar Market Building

Bhubaneswar Market Building

ଥମିବାର ନାଁ ଧରୁନି ମାର୍କେଟ୍ ବିଲ୍ଡିଂ କଳି । ସ୍ଥାୟୀ ବ୍ୟବସାୟୀ କିମ୍ବା ଉଠା ଦୋକାନୀ, କେହି କାହାକୁ ଛାଡ଼ିବା ମୁଡରେ ନାହାନ୍ତି। ସପ୍ତାହେ ହେଲାଣି ଉଭୟ ସଂଘ ଧାରଣାରେ ବସିଥିବା ବେଳେ, ଭୁବନେଶ୍ୱରର ଏହି ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ବି ବନ୍ଦ ରହିଛି।

Advertisment

ଉଠା ଦୋକାନୀଙ୍କୁ ହଟାଇବା ଜିଦରେ ଅଡ଼ିବସିଥିବା ସ୍ଥାୟୀ ବ୍ୟବସାୟୀମାନେ ଗତକାଲି ଭୁବନେଶ୍ୱରର ଅନ୍ୟ ୫୦ଟି ବ୍ୟବସାୟୀ ସଂଘ ସହିତ ଆଲୋଚନା କରିଛନ୍ତି । ଆଜି ଭିତରେ ସମସ୍ୟାର ସମାଧାନ କରିବାକୁ ସରକାରଙ୍କୁ ମହଲତ ଦେଇଛନ୍ତି। ଯଦି ସମାଧାନର ବାଟ ନବାହାରେ, ଆବଶ୍ୟକ ହେଲେ ଗୋଟିଏ ଦିନ ଭୁବନେଶ୍ୱରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ଅନ୍ୟପକ୍ଷରେ ଉଠା ଦୋକାନୀଙ୍କ ଯୁକ୍ତି, ସେମାନେ ବର୍ଷ ବର୍ଷ ଧରି ସେଠାରେ ବ୍ୟବସାୟ କରିଆସୁଥିବା ବେଳେ, ଅନ୍ୟତ୍ର ଥଇଥାନ ନହେବା ଯାଏଁ ମାର୍କେଟ୍ ବିଲ୍ଡିଂ ନ ଛାଡ଼ିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେଣୁ ତୁରନ୍ତ ସେମାନଙ୍କ ଲାଗି ମାର୍କେଟ୍ ବିଲ୍ଡିଂ ଗେଟ୍ ଖୋଲାଯାଉ ।

Advertisment
Protests Bhubaneswar Market Building
Advertisment
Advertisment