ସାଧାରଣତଃ ଚିଙ୍ଗୁଡିରେ ପ୍ରସ୍ତୁତ ରେସିପି ଖାଇବାକୁ ବେଶୀ ସୁଆଦିଆ ଲାଗିଥାଏ । ଘରେ ଆମେ ଚିଙ୍ଗୁଡ଼ିର ଅନେକ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆପଣଙ୍କୁ ଚିଙ୍ଗୁଡ଼ିର ଏକ ଦେଶୀ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡ଼ି ଲାଉ ରାଇ’। ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।