• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ସହଜ ଓ  କମ୍ ଖର୍ଚ୍ଚରେ ବନାନ୍ତୁ ‘ଚିଙ୍ଗୁଡ଼ି ଲାଉ ରାଇ’

ସାଧାରଣତଃ ଚିଙ୍ଗୁଡିରେ ପ୍ରସ୍ତୁତ ରେସିପି ଖାଇବାକୁ ବେଶୀ ସୁଆଦିଆ ଲାଗିଥାଏ । ଘରେ ଆମେ ଚିଙ୍ଗୁଡ଼ିର ଅନେକ ରେସିପି ପ୍ରସ୍ତୁତ କରିଥାଉ ।  ଆଜି ଆମେ  ଆପଣଙ୍କୁ ଚିଙ୍ଗୁଡ଼ିର ଏକ ଦେଶୀ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଚିଙ୍ଗୁଡ଼ି ଲାଉ ରାଇ’ । ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ଚିଙ୍ଗୁଡ଼ି ଲାଉ ରାଇ’ ବନେଇବା ପାଇଁ ସାମଗ୍ରୀ:

ଲାଉ, ଚିଙ୍ଗୁଡ଼ି, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ,ଧନିଆ ଗୁଣ୍ଡ, ସ୍ୱାଦନୁସାରେ ଲୁଣ,କଟା ପିଆଜ, କଟା କଞ୍ଚା ଲଙ୍କା, କଟା ରସୁଣ, କଟା ଟମାଟୋ, ଗରମ ମସଲା,ରିଫାଇନ୍ ତେଲ  ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବେ ଧୋଇ ଏହାର ଚୋପା ଛଡାଇ ଦିଅନ୍ତୁ ।
  • ଏହାପରେ ସେଥିରେ ଲୁଣ ହଳଦୀ ଗୋଳାଇ ରଖି ଦିଅନ୍ତୁ ।
  • ଏହାପରେ ଲାଉର ଚୋପା ଛଡାଇ ଏହାକୁ ଛୋଟ ଛୋଟ କାଟି ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ ।
  • ତେଲ ଗରମ ହୋଇଗଲା ପରେ ସେଥିରେ ଅଳ୍ପ ଫୁଟଣ, କଟା କଞ୍ଚା ଲଙ୍କା ପକାନ୍ତୁ ।
  • ଏହାପରେ ସେଥିରେ କଟା ପିଆଜ, ସ୍ୱାଦନୁସାରେ ଲୁଣ, କଟା ରସୁଣ ପକାଇ ଭାଜି ଦିଅନ୍ତୁ ।
  • ଏହାପରେ ସେଥିରେ ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
  • ଏହାପରେ ପୂର୍ବରୁ ହଳଦୀ ଓ ଲୁଣ ଗୋଳା ହୋଇ ରହିଥିବା ଚିଙ୍ଗୁଡ଼ିକୁ କଡ଼େଇରେ ପକାଇ ଭଲ ଭାବେ ଗୋଳେଇ ଦିଅନ୍ତୁ ।
  • ଏହା ପରେ ସେଥିରେ କଟା ଟମାଟୋ ପକାଇ ଭଲ ଭାବେ କଷନ୍ତୁ ।
  • ଏହାପରେ ଛୋଟ ଛୋଟ ଛୋଟ କଟା ହୋଇ ରହିଥିବା ଲାଉକୁ ସେହି ଚିଙ୍ଗୁଡ଼ିରେ ପକାଇ ଗୋଳେଇ ଦେଇ ଘୋଡ଼ଣୀରେ ଘୋଡ଼େଇ ଦିଅନ୍ତୁ ।
  • ଲାଉରୁ ପାଣି ବାହାରି ଶୁଖିଗଲା ପରେ ସେଥିରେ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ ।
  • ଏହାପରେ ଚୁଲିକୁ ବନ୍ଦ କରି ଏକ ପାତ୍ରକୁ କାଢି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ଚିଙ୍ଗୁଡ଼ି ଲାଉ ରାଇ’ । ଏହି ରେସିପିଟିକୁ ଗରମ ଭାତ କିମ୍ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।