• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

dhoni
ଚେନ୍ନାଇ ଜିତିଲା ପ୍ରଥମ ମ୍ୟାଚ୍‌

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ ସିଜିନ୍‌ରେ ପ୍ରଥମ ମ୍ୟାଚ୍‌ ଜିତିଲା ଚେନ୍ନାଇ ସୁପର କିଙ୍ଗ୍‌ସ। ଚେନ୍ନାଇରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମାତ୍ର ୭୦ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଚେନ୍ନାଇର ବୋଲିଂ ଆଗରେ ବାଙ୍ଗାଲୋରର ବ୍ୟାଟ୍ସମ୍ୟାନ୍‌ ତିଷ୍ଠି ପାରି ନଥିଲେ। ପାର୍ଥିବ ପଟେଲଙ୍କ ବ୍ୟତୀତ ଆଉ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ହରଭଜନ ସିଂ ଓ ଇମ୍ରାନ ତାହିର ୩ଟି ଲେଖାଏ ୱିକେଟ୍‌ ନେଇଥିଲେ। ଜବାବରେ ଚେନ୍ନାଇ ମାତ୍ର […]

  • Thursday, 15 July 2021
sreesant
ଶ୍ରୀସାନ୍ତଙ୍କ ଆଜୀବନ ବାସନ୍ଦ ରଦ୍ଦ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: କ୍ରିକେଟର ଏସ୍. ଶ୍ରୀସାନ୍ତଙ୍କୁ ଆଶ୍ୱସ୍ତି। ୨୦୧୩ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲାରେ ଫସିଥିବା ଶ୍ରୀସାନ୍ତଙ୍କ ଉପରୁ ଆଜୀବନ ବାସନ୍ଦ ନିର୍ଦ୍ଦେଶକୁ ସୁପ୍ରିମ୍‌ କୋର୍ଟ ହଟାଇ ଦେଇଛନ୍ତି। ତେବେ ୩ ମାସ ମଧ୍ୟରେ ସାନି ଦଣ୍ଡବିଧାନ ସ୍ଥିର କରିବାକୁ ସୁପ୍ରିମକୋର୍ଟ କୋର୍ଟ ବିସିସିଆଇର ଶୃଙ୍ଖଳା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ କେ.ଏମ୍ ଜୋଜେଫ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଶୁଣାଣି ବେଳେ ସ୍ପଷ୍ଟ ଭାବେ କହିଥିଲେ ଯେ ବିସିସିଆଇର ଶୃଙ୍ଖଳା କମିଟି […]

  • Thursday, 15 July 2021
stadium
ବିନା ଦର୍ଶକରେ ଚାଲିବ ଆଇପିଏଲ୍‌

ନୂଆଦିଲ୍ଲୀ: ବିନା ଦର୍ଶକରେ ଆୟୋଜନ ହେବ ଚଳିତ ବର୍ଷର ଆଇପିଏଲ୍। ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା। କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବ। ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ସତର୍କମୂଳକ ପଦକ୍ଷେପ ନେଇଛି। କେବଳ ୬ଟି ସ୍ଥାନରେ ମ୍ୟାଚ୍ ଆୟୋଜନ ହେବ। ଖେଳାଳିଙ୍କୁ ଟିକାକରଣ ନେଇ ବିଚାର କରାଯାଉଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛୁ ବୋଲି ରାଜୀବ ଶୁକ୍ଲା କହିଛନ୍ତି। ଏପ୍ରିଲ ୯ରୁ ଆରମ୍ଭ ହେବ […]

  • Thursday, 15 July 2021
india
ପୁଣେରେ ମାଟି କାମୁଡ଼ିଲା ଇଂଲଣ୍ଡ: ପ୍ରଥମ ମ୍ୟାଚ୍‌ରେ ଭାରତର ଜବରଦସ୍ତ ବିଜୟ

ପୁଣେ: ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତର ଜବରଦସ୍ତ ବିଜୟ। ପୁଣେରେ ଖେଳାଯାଇଥିବା ଏହି ମ୍ୟାଚକୁ ୬୬ ରନରେ ଜିତି ନେଇଛି ବିରାଟ ବାହିନୀ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ଓ୍ୱିକେଟ୍ ହରାଇ କରିଥିଲା। ୩୧୭ ରନ୍ ଶିଖର ଧାଓ୍ୱନ ୧୦୬ ବଲ ଖେଳି ୯୮ ରନ କରିଥିବା ବେଳେ ମାତ୍ର ଦୁଇ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସେହିଭଳି କୋହଲି, […]

  • Thursday, 15 July 2021
cricket
କୋହଲି ବାହିନୀର କମାଲ: ଟି-ଟ୍ୱେଣ୍ଟି ସିରିଜ କବ୍‌ଜା କଲା ଭାରତ

ଅହମ୍ମଦବାଦ: ମୋଟେରାରେ ଭାରତର ବିଜୟ। ୫ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୨ରେ ଜିତିଲା ଭାରତ। ଏଠାରେ ଚାଲିଥିବା ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍‌ ଜିତି ଭାରତ ସିରିଜ୍ ଦଖଲ କରିନେଇଛି। ଏହି ମ୍ୟାଚରେ କୋହଲି ବାହିନୀ ୩୬ ରନରେ ଇଂଲଣ୍ଡକୁ ହରାଇଛି।  ଭାରତ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଇଂଲଣ୍ଡ ଆଗରେ ୨୨୫ ରନ୍‌ର ବଡ଼ ଟାର୍ଗେଟ ରଖିଥିଲା କିନ୍ତୁ ଇଂଲଣ୍ଡ ଟିମ୍ ନିର୍ଦ୍ଧାରିତ ଓଭରରେ ୧୮୮ ରନ କରିବାକୁ ସକ୍ଷମ ହୋଇଥିଲା। ଏହାସହ […]

  • Thursday, 15 July 2021
ipl
ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ମହାସମର

ନୂଆଦିଲ୍ଲୀ: ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୧। ଏନେଇ ବିଧିବଦ୍ଧ ଭାବେ ଘୋଷଣା ବିସିସିଆଇ ଘୋଷଣା କରିଛି।ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ହେବ। ଉଦଘାଟନୀ ମ୍ୟାଚରେ ମୁମ୍ବାଇ-ବାଙ୍ଗାଲୋର ମୁକାବିଲା ହେବ। ମେ ୩୦ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ୍ ଖେଳାଯିବ। 🚨 BCCI announces schedule for VIVO IPL 2021 🚨 The season will kickstart on 9th April in Chennai and the final will take place […]

  • Thursday, 15 July 2021
sports
ଇନିଂସ୍ ବିଜୟ ସହ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଚତୁର୍ଥ ଟେଷ୍ଟକୁ ଦଖଲ କଲା ଟିମ୍ ଇଣ୍ଡିଆ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ଭାରତୀୟ ସ୍ପିନରଙ୍କ ମୁକାବିଲା କରି ନ ପାରି ଇଂଲଣ୍ଡ ଧରାଶୟୀ ହୋଇଛି। ଫଳରେ ଚତୁର୍ଥ ଟେଷ୍ଟରେ ଭାରତର ଇନିଂସ ବିଜୟ ହୋଇଛି। ଆଜି ତୃତୀୟ ଦିନରେ ଇଂଲଣ୍ଡକୁ ଏକ ଇନିଂସ ୨୫ ରନ୍‌ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୩୫ ରନ୍‌ରେ ଅଲ୍ଆଉଟ୍‌ ହୋଇଯାଇଛି। ପ୍ରଥମ ଇନିଂସରେ ୧୬୦ରନ୍ […]

  • Thursday, 15 July 2021
ind-vs-eng
ଅହମ୍ମଦାବାଦରେ ଭାରତୀୟ ସ୍ପିନରଙ୍କ ରାଜୁତି: ୧୦ ୱିକେଟ୍‌ରେ ଭାରତ ବିଜୟୀ

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ କରିଛି। ଅହମ୍ମଦାବାଦ ଟେଷ୍ଟରେ ଭାରତ ବିଜୟ ହାସଲ କରିଛି। ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ବ୍ୟାକଫୁଟକୁ ଭାରତ ଠେଲି ଦେଇଛି। ଏଠାରେ ଖେଳାଯାଇଥିବା ତୃତୀୟ ଦିବାରାଷ୍ଟ୍ର ଟେଷ୍ଟରେ ଭାରତ ୧୦ ୱିକେଟରେ ଇଂଲଣ୍ଡକୁ ହରାଇ ଦେଇଛି। ଦ୍ୱିତୀୟ ଇନିଂସରେ ଇଂଲିଶ ବ୍ୟାଟ୍ସମ୍ୟାନମାନେ ପୁଣିଥରେ ଭାରତୀୟ ସ୍ପିନରଙ୍କ ଆଗରେ ଆତ୍ମସମର୍ପଣ କରି ମାତ୍ର ୮୧ ରନରେ ଅଲଆଉଟ୍ ହୋଇଥିଲା। ଏଥିସହ ଭାରତ ଆଗରେ ମାତ୍ର ୪୯ […]

  • Thursday, 15 July 2021
chris
IPL ନିଲାମ: କ୍ରିସ୍‌ ମୋରିସ୍ ସବୁଠୁ ଦାମୀ ଖେଳାଳି

ଚେନ୍ନାଇ: ଚେନ୍ନାଇରେ ୨୦୨୧ ଆଇପିଏଲ ସଂସ୍କରଣ ପାଇଁ ନିଲାମ ଆରମ୍ଭ ହୋଇଛି। ୨୦୨୧ ଆଇପିଏଲ୍ ନିଲାମରେ ସବୁଠାରୁ ଦାମି କ୍ରିକେଟର ହୋଇଛନ୍ତି କ୍ରିସ ମୋରିସ। ତାଙ୍କୁ ୧୬ କୋଟି ୨୫ ଲକ୍ଷରେ ରାଜସ୍ଥାନ ରୟାଲ୍ସ କିଣିଛି। ଦ୍ୱିତୀୟ ସର୍ବାଧିକ ନିଲାମି କାଇଲ୍ ଜେମିସନଙ୍କ ନାଁରେ ଲାଗିଛି। ତାଙ୍କୁ ବାଙ୍ଗାଲୋର ଟିମ୍ ୧୫ କୋଟିରେ କିଣିଛି। ତୃତୀୟ ସ୍ଥାନରେ ଗ୍ଲେନ ମ୍ୟାକ୍ସୱଲ ଅଛନ୍ତି। ତାଙ୍କୁ ମଧ୍ୟ ବାଙ୍ଗାଲୋର ଟିମ୍ କିଣିଛି। ମ୍ୟାକ୍ସେଓ୍ୱଲଙ୍କ ଦାମ ରହିଛି ୧୪ କୋଟି ୨୫ […]

  • Thursday, 15 July 2021
lccc
୨୧ରୁ ଆରମ୍ଭ ହେବ ଅଣ୍ଡର-୧୪ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ୧୪ ବର୍ଷରୁ କମ୍ ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ।ଲାଇଭ୍ ଲିଜେଣ୍ଡ୍ କ୍ରିକେଟ୍ କ୍ଲବ୍ (LLCC) ପକ୍ଷରୁ ପ୍ରଥମଥର ଲାଗି ଏହି ଡ୍ୟୁଜ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ। କୁନି କୁନି ପିଲାଙ୍କୁ ଖେଳାଯିବାକୁଥିବା ଏହି ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୨୧ ତାରିଖରୁ LLCC ଗ୍ରାଉଣ୍ଡରେ ଖେଳାଯିବ। ଏ ନେଇ ଆଜି LLCC ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ କଟକ ଓ ଭୁବନେଶ୍ୱରର ବଛା ବଛା […]

  • Thursday, 15 July 2021
OTV-khbar-pant
ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଋଷଭ

ଅଷ୍ଟେଲିଆ: ବ୍ରିସବେନ ଟେଷ୍ଟକୁ ଜିତି ଟିମ୍ ଇଣ୍ଡିଆ ଇତିହାସ ରଚିବା ସହ ୨-୧ରେ ସିରିଜ୍ ଜିତିନେଇଛି। ଭାରତୀୟ ଦଳର ଯୁବ ଖେଳାଳିଙ୍କ ବ୍ୟାଟିଂ ଓ ବୋଲିଂ ଆଗରେ ମାଟି କାମୁଡ଼ିଥିଲା କଙ୍ଗାରୁ ଦଳ। ତେବେ କେବଳ ଟିମ୍ ନୁହେଁ ବରଂ ଯୁବ ଖେଳାଳି ଭାବେ ଆଉ ଏକ ରେକର୍ଡ ହାସଲ କରିଛନ୍ତି ଋଷଭ ପନ୍ତ। ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି ଋଷଭ ପନ୍ତ। […]

  • Thursday, 15 July 2021
Virat-KO
କାହିଁକି ବାୟୋ ବଦଳାଇଦେଲେ କୋହଲି?

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ୍ କୋହଲି ଜାନୁଆରୀ ୧୧ରେ ପିତା ହେବାର ଖବର ଜଣାଇଥିଲେ। କୋହଲି ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କରି କହିଥିଲେ ଯେ ଘରକୁ ଛୋଟ ଝିଅଟିଏ ଆସିଛି। ଝିଅର ଆଗମନ ଖୁସିରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜର ପ୍ରସଂଶକ ଏବଂ ଶୁଭେଚ୍ଛୁଙ୍କୁ  ଧନ୍ୟବାଦ୍ ଜଣାଇବା ସହ ନିଜେ ଭାବବିହ୍ୱଳ ହୋଇପଡ଼ିଥିଲେ। ବର୍ତ୍ତମାନ୍ କୋହଲି ନିଜର ଟ୍ୱିଟର୍ ଆକାଉଣ୍ଟ୍‌ରେ ନିଜ ବାୟୋ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତିତ […]

  • Thursday, 15 July 2021
rohit
ନିୟମ ଭାଙ୍ଗି ଅଡୁଆରେ ୫ ଭାରତୀୟ କ୍ରିକେଟର

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଟୁର୍‌ରେ ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ଆଇସୋଲେସନ୍‌ର ଟିମ୍ ଇଣ୍ଡିଆର ୫ ଜଣ କ୍ରିକେଟର୍। ରୋହିତ ଶର୍ମା, ରିଷଭ ପନ୍ତ, ଶୁଭମନ ଗିଲ, ନଭଦୀପ ସଇନି ଏବଂ ପୃଥ୍ୱୀ ଶ ଏବେ ଆଇସୋଲେସନରେ ଅଛନ୍ତି। ଟିମ୍ ଇଣ୍ଡିଆର ଏହି ୫ ଖେଳାଳି ଅଲଗାରେ ରହି ଅଭ୍ୟାସ କରିବେ। ତେବେ ସେମାନେ ଅଷ୍ଟ୍ରେଲିଆ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବେ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ସୁରକ୍ଷା ପ୍ରଟୋକଲ୍ ଭାଙ୍ଗି ଏହି ଖେଳାଳିମାନେ ମେଲବର୍ଣ୍ଣର […]

  • Thursday, 15 July 2021
khabar-cricket
ବକ୍ସିଂ ଡେ ଟେଷ୍ଟରେ ଟିମ୍ ଇଣ୍ଡିଆର ବାଜିମାତ୍

ମେଲବୋର୍ଣ୍ଣ: ବକ୍ସିଂ ଡେ ଟେଷ୍ଟରେ ଟିମ୍ ଇଣ୍ଡିଆର ବାଜିମାତ୍। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ପରାଜୟର ବଦଲା ନେବା ସହ ଦେଶବାସୀଙ୍କୁ ଆଡଭାନ୍ସ ନୂଆବର୍ଷ ଭେଟି ଦେଇଛି ଭାରତୀୟ ଦଳ। ବୋଲରଙ୍କ ଘାତକ ବୋଲିଂ ଆଗରେ ଟେକି ପାରିନଥିଲା ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନ୍ ବୁମରା ଓ ସିରାଜଙ୍କ ମାପଚୁପ ବୋଲିଂ ସାଙ୍ଗକୁ ଆର ଅଶ୍ୱିନୀଙ୍କ ଯାଦୁକାରୀ ସ୍ପିନ୍ କଙ୍ଗାରୁ ବ୍ୟାଟ୍ସମ୍ୟାନ ମାନଙ୍କୁ ଅସୁବିଧାରେ ପକାଇଥିଲା। ଦ୍ୱିତୀୟ ଟେଷ୍ଟକୁ ଜିତି ସିରିଜକୁ ୧-୧ରେ ବରାବର କରିବା ସହ ବକ୍ସିଂ […]

  • Thursday, 15 July 2021
ekalayv
ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ଏକଲବ୍ୟ

ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ପ୍ରଦାନ କରାଯାଇଛି। ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ୨୮ତମ ଏକଲବ୍ୟ ପୁରସ୍କାର ବାବଦରେ ନମିତାଙ୍କୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି। ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ IMPACT ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ଭାରୋତ୍ତଳକ ସ୍ନେହା ସୋରେନ ଓ ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ପୁରସ୍କାର ମିଳିଛି। ଏମାନଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ସହ ମାନପତ୍ର ଦିଆଯାଇଛି। […]

  • Thursday, 15 July 2021
hockey
ଓଡ଼ିଶାରେ ହେବ ଦେଶର ସର୍ବବୃହତ ହକି ଷ୍ଟାଡିୟମ

ରାଉଲକେଲା: ରାଉରକେଲାରେ ହେବ ଦେଶର ସର୍ବବୃହତ ହକି ଷ୍ଟାଡିଅମ। ୨୦ ହଜାର ଦର୍ଶକ ଏକାଠି ବସି ଷ୍ଟାଡିଅମରୁ ମ୍ୟାଚ୍ ଦେଖିପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଷ୍ଟାଡିଅମ୍ ନେଇ ଆଜି ଘୋଷଣା କରିଛନ୍ତି। ରାଉରକେଲାର ବିପିୟୁଟି କ୍ୟାମ୍ପସ ପରିସରରେ ୧୫ ଏକର ଜମିରେ ନିର୍ମାଣ ହେବ ଏହି ହକି ଷ୍ଟାଡିଅମ। ୨୦୨୩ ପୁରୁଷ ହକି ବିଶ୍ୱକପ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ। ଏହାପୂର୍ବରୁ ଏଠାରେ ବୃହତ ହକି ଷ୍ଟାଡିଅମ୍ ନିର୍ମାଣ ନେଇ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, […]

  • Thursday, 15 July 2021
khelo
ରାଜ୍ୟ ଖେଲୋ ଇଣ୍ଡିଆ ଏକ୍ସଲେନ୍ସ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟ ଖେଲୋ ଇଣ୍ଡିଆ ଏକ୍ସଲେନ୍ସ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟନ ହୋଇଛି।  କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜୁ ଭିଡିଓ କନ୍ଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି। ସାରା ଦେଶରେ ଆଜି ୮ଟି ରାଜ୍ୟରେ ଏହି ଖେଲୋ ଇଣ୍ଡିଆ ଏକ୍ସଲେନ୍ସ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟନ ହୋଇଛି। ଏହି ଉତ୍ସବରେ କ୍ରୀଡା ସଚିବ ବିଶାଳ ଦେବ ଏବଂ ଆନ୍ତର୍ଜାତୀକ ଆଥଲେଟ ପୂର୍ଣ୍ଣିମା ହେମ୍ବ୍ରମ ଉପସ୍ଥିତ ଥିଲେ। ଏହି ଅବସରରେ ରିଜ୍ଜୁ […]

  • Thursday, 15 July 2021
virat
ସ୍ୱଦେଶ ଫେରିଲେ କ୍ୟାପଟେନ୍ କୋହଲି

ଆଡିଲେଡ୍: ଜୁନିଅର୍ ଖେଳାଳୀଙ୍କୁ ବିଜୟମନ୍ତ୍ର ଦେଇ ପିତୃତ୍ୱ ଛୁଟିରେ ଆସିଲେ କ୍ୟାପଟେନ୍ କୋହଲି। ଆଜି ସକାଳୁ ସେ ଅଷ୍ଟ୍ରେଲିଆ ଛାଡ଼ି ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏବେ ଆଡିଲେଟ୍ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆର ଭାର ସମ୍ଭାଳିବେ ଆଜିଙ୍କ୍ୟ ରାହାଣେ। ସୂଚନାଯାଗ୍ୟ ଯେ, ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ତଥା ଜଣାଶୁଣା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଖୁବଶୀଘ୍ର ସେ ମାଆ ଏବଂ […]

  • Thursday, 15 July 2021
gavaskar
ଦିଆସିଲି କାଠିରେ ‘ବର୍ଡର ଗାଭାସ୍କର ଟ୍ରଫି’

ଭୁବନେଶ୍ୱର: ୧୭ ବର୍ଷୀୟ କଲେଜ ଛାତ୍ରଙ୍କ କମାଲ। ଦିଆସିଲି କାଠିରେ ତିଆରି କଲେ ‘ବର୍ଡର ଗାଭାସ୍କର ଟ୍ରଫି’। ସେ ହେଲେ ଯୁକ୍ତତିନିରେ ପଢୁଥିବା ପୁରୀ କୁମ୍ଭାରପଡ଼ାର ଶାଶ୍ୱତ ରଂଜନ। ସଂପୂର୍ଣ୍ଣ ଦିଆସିଲି କାଠିରେ ତିଆରି ଏହି ଟ୍ରଫିର ଉଚ୍ଚତା ୨୩ ଇଞ୍ଚ୍ ଓ ଗୋଲେଇ ୯ ଇଞ୍ଚ୍। ସୂଚନାଯୋଗ୍ୟ ଯେ ବର୍ଡର ଗାଭାସ୍କର ଟ୍ରଫି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥାଏ। କିମ୍ବଦନ୍ତୀ କ୍ରିକେଟର ଆଲାନ୍ ବର୍ଡର ଓ ସୁନୀଲ ଗାଭାସ୍କରଙ୍କ ନାମରେ ଏହା ନାମିତ। ଚଳିତ […]

  • Thursday, 15 July 2021
Indian Player
ଟିମ୍‌ ଇଣ୍ଡିଆରେ ପଶିଲା କରୋନା, ଇଂଲଣ୍ଡ ଗସ୍ତରେ ଥିବା ଜଣେ ଖେଳାଳି ପଜିଟିଭ୍‌ ଚିହ୍ନଟ

ଇଂଲଣ୍ଡ ଗସ୍ତରେ ଥିବା ଜଣେ ଭାରତୀୟ କ୍ରିକେଟର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୨୩ ଜଣ ଭାରତୀୟ ଖେଳାଳି ଇଂଲଣ୍ଡ ଗସ୍ତରେ ଅଛନ୍ତି। ସମ୍ପୃକ୍ତ ଖେଳାଳିଙ୍କ ଶରୀରରେ ଏଯାଏ କରୋନାର କୌଣସି ଳକ୍ଷଣ ଦେଖା ଯାଇ ନାହିଁ।

IPL
UAEରେ ଖେଳାଯିବ IPL ୨୦୨୧; ଅକ୍ଟୋବର ୧୦ରେ ଫାଇନାଲ ମ୍ୟାଚ୍‌, ଜାଣନ୍ତୁ କେବେ ହେବ ଆରମ୍ଭ..

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ୟାନ୍‌ମାନଙ୍କ ପାଇଁ ଆସିଲା ଖୁସି ଖବର । ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ଆୟୋଜନ କରାଯିବ । ଏହା ପୂର୍ବରୁ ଇଂଲଣ୍ଡରେ ଏହାର ଆୟୋଜନ କରାଯିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ୟୁଏଇରେ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବା ନେଇ ସ୍ଥିର ହୋଇ ସାରିଛି । ସ୍ପୋର୍ଟସ୍ ଟୁଡେ ଦାବି କରିଛି ଯେ ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ ସେପ୍ଟେମ୍ବର ୧୯ କିମ୍ବା ୨୦ରୁ ଆରମ୍ଭ […]

ipl2021
ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇପାରେ IPL ମ୍ୟାଚ୍

IPL ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର ! ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇପାରେ IPL ମ୍ୟାଚ୍

seha
କୋଲକତା ଉପରେ ସେହୱାଗ୍ ଖପ୍ପା, କହିଲେ ବୋରିଂ କରୁଛନ୍ତି...

ନୂଆଦିଲ୍ଲୀ: କୋଲକତା ନାଇଟ ରାଇଡର୍ସ ଉପରେ ଖପ୍ପା ବିରେନ୍ଦ୍ର ସେହୱାଗ। କହିଲେ ଦୁଇ ଦୁଇ ଥର ଟାଇଟଲ ହାସଲ କରିଥିବା ଏହି ଦଳ ଏଭଳି କେମିତି ଖେଳୁଛି। ଆଇପିଏଲ୍ ୨୦୨୧ରେ କୋଲକାତା ନାଇଟ୍ ରାଇଡର୍ସର ପ୍ରଦର୍ଶନ ଏପର୍ଯ୍ୟନ୍ତ ଖରାପ ରହିଆସିଛି । କେକେଆର୍ ଏହି ସିଜନରେ ୭ଟି ମ୍ୟାଚ୍ ଖେଳିଥିବା ବେଳେ ମାତ୍ର ଦୁଇଟି ମ୍ୟାଚରେ ଜିତିଛି । ଦୁଇ ଦିନ ପୂର୍ବେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଲିଗ ମ୍ୟାଚରେ ସେ ପଞ୍ଚମ ପରାଜୟର ସମ୍ମୁଖୀନ […]

  • Wednesday, 14 July 2021
Rashmika
IPL 2021: ବିରାଟ କୋହଲିଙ୍କ RCB ପାଇଁ ଦକ୍ଷିଣୀ ସୁନ୍ଦରୀ ରଶ୍ମିକାଙ୍କ ଦିଲ ଧକ୍ ଧକ୍, କହିଲେ...

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଥିବା ଦେଖାଯାଇଛି। ଏବେ ସୁଦ୍ଧା ଗୋଟିଏ ଥର ବି ଆଇପିଏଲ ଟାଇଟଲ ହାସ କରିନଥିବା ଏହି ଦଳ ଏଥର ଟାଇଟଲ ପାଇବା ରେସରେ ଆଗରେ ରହିଥିବା ଦେଖାଯାଉଛି। ଆରସିବି ଚଳିତ ସିଜନରେ ଏବେ ସୁଦ୍ଧା ୭ଟି ମ୍ୟାଚ୍ ଖେଳିସାରିଥିବା ବେଳେ ସେଥିରୁ ମାତ୍ର ଦୁଇଟି ପରାଜୟ ସ୍ୱୀକାର କରିଛି ଏବଂ ୫ରେ ବିଜୟ ହୋଇଛି। ସେ ୧୦ ପଏଣ୍ଟ ସହ ପଏଣ୍ଟ […]

  • Wednesday, 14 July 2021
Virat Kohli Barar
ଆଇପିଏଲ୍ ୨୦୨୧: ମ୍ୟାଚ୍ ପରେ ଆଉଟ୍ କରିଥିବା ବୋଲରଙ୍କ ପାଖରେ ପହଞ୍ଚିଲେ ବିରାଟ, କହିଲେ...

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଦଳ ୩୪ ରନରେ ପଞ୍ଜାବ କିଙ୍ଗସଠାରୁ ପରାଜୟ ସ୍ୱୀକାର କରିଛି। ଏହି ପରାଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଦଳ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଆସିଛି। ମ୍ୟାଚରେ ପଞ୍ଜାବ ଦଳ ପାଇଁ ଅଧିନାୟକ କେ.ଏଲ୍ ରାହୁଲ ସର୍ବାଧିକ ୯୧ ରନ୍ ସଂଗ୍ରହ କରି ନଟ ଆଉଟ ରହିଥିବା ବେଳେ ବାଙ୍ଗଲୋର ଦଳର ଅଧିନାୟକ ବିରାଟ କୋହଲି ସର୍ବାଧିକ ୩୫ ରନ୍ ସଂଗ୍ରହ କରି ଦଳକୁ ଦେଇଥିଲେ। […]

  • Wednesday, 14 July 2021