• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

download-1
ବିଶ୍ୱକପ୍ ଉଦଘାଟନୀ ମ୍ୟାଚରେ ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା

ଲଣ୍ଡନ: ବହୁ ପ୍ରତୀକ୍ଷିତ ଆଇସିସି ବିଶ୍ୱକପ ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟିମ୍ କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆୟୋଜକ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଉକ୍ତ ମ୍ୟାଚରେ ଇଂଲଣ୍ଡ ଆଶା ମୁତାବକ ଚୂଡ଼ାନ୍ତ ଏକାଦଶରେ ବିଶେଷ ପରିବର୍ତ୍ତନ କରିନାହିଁ। ଯୁବ ପେସ୍ ବୋଲର ଜୋଫ୍ରା ଆର୍ଚର ନିଜର ପ୍ରଥମ ବିଶ୍ୱକପ୍ […]

  • Saturday, 10 July 2021
22222222
କପିଲ ଶର୍ମାଙ୍କ ଶୋ’ରେ ଦୂତୀ

ନୂଆଦିଲ୍ଲୀ:ପୁଣି ଚର୍ଚ୍ଚାରେ ଦୂତୀ ଚାନ୍ଦ। ଏଥର ଆଉ ଏକ ସଫଳତାକୁ ନେଇ। ସୋନି ଚ୍ୟାନେଲରେ ବହୁଳ ପ୍ରସାରିତ  କପିଲ ଶର୍ମା ସୋ’ରେ ଭାଗ ନେଇଛନ୍ତି ଓଡ଼ିଆ ଦୌଡ଼ ରାଣୀ ଦୂତୀ । ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଏହି ଲୋକପ୍ରିୟ ଶୋ’ ରେ ଭାଗ ନେଉଛନ୍ତି। ଏଥିପାଇଁ ତାଙ୍କ ପାଖକୁ ନିମନ୍ତ୍ରଣ ଆସିଥିବା ଦୂତୀ ତାଙ୍କ ଫେସ୍‌ବୁକ୍‌ରେ ସେୟାର କରିଛନ୍ତି। ସେ ଫେସ୍‌ବୁକ୍‌ରେ ଲେଖିଛନ୍ତି, ‘କପିଲ ଶର୍ମା ଶୋ’ରେ ପାଦ ଥାପିଥିବାରୁ ମୁଁ ବହୁତ ଆନନ୍ଦିତ।’ […]

  • Saturday, 10 July 2021
hockey-1234
ଏଫଆଇଏଚ୍‌ ହକି ସିରିଜ ପାଇଁ ଖେଳାଳି ଘୋଷଣା: ଟିମ୍‌ରେ ୨ ଓଡ଼ିଆ

ଭୁବନେଶ୍ୱର: ଜୁନ୍ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏଫଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ୍ସ ପାଇଁ ଆଜି ୧୮ ଜଣିଆ ଭାରତୀୟ ଟିମର ଘୋଷଣା କରାଯାଇଛି। ଟିମର ନେତୃତ୍ୱ ଭାର ପୁନର୍ବାର ମନପ୍ରୀତ ସିଂହଙ୍କୁ ଦିଆଯାଇଛି। ସେହିପରି ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳର ଉପଅଧିନାୟକ ମନୋନୀତ କରାଯାଇଛି। ବୀରେନ୍ଦ୍ରଙ୍କ ବ୍ୟତୀତ ଆଉ ଜଣେ ଓଡ଼ିଆ ଖେଳାଳି ଭାବେ ଅମିତ୍ ରୋହିଦାସ ଟିମରେ ସ୍ଥାନ […]

  • Saturday, 10 July 2021
India vs Sri Lanka series
ଶ୍ରୀଲଙ୍କା କ୍ରିକେଟ ଟିମ୍‌ରେ ପଶିଲା କରୋନା, ଜୁଲାଇ ୧୩ରେ ହେବନି ଭାରତ-ଶ୍ରୀଲଙ୍କା ସିରିଜ୍‌

ବିଳମ୍ବରେ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସୀମିତ ଓଭର ସିରିଜ। ଶ୍ରୀଲଙ୍କା କ୍ରିକେଟ ଟିମ୍‌ର ଦୁଇଜଣ ଷ୍ଟାଫ୍ କରୋନା ଆକ୍ରାନ୍ତ ହେବା ପରେ ଶ୍ରୀଲଙ୍କା ବୋର୍ଡ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି।

Copa Cup
କୋପା ଆମେରିକା କପ୍ ଫାଇନାଲରେ ପହଞ୍ଚିଛି ବ୍ରାଜିଲ

କୋପା ଆମେରିକା କପ୍ ଫାଇନାଲରେ ପହଞ୍ଚିଛି ବ୍ରାଜିଲ । ଲଗାତର ଦ୍ୱିତୀୟ ଥର ପାଇଁ ବ୍ରାଜିଲ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି । ସେମିଫାଇନାଲ ମ୍ୟାଚରେ ବ୍ରାଜିଲ ୧-୦ଗୋଲରେ ପେରୁକୁ ହରାଇଛି । ଆଜିର ମ୍ୟାଚରେ ନେମ୍ୟାରଙ୍କ ଟିମ୍ ଚମତ୍କାର ପ୍ରଦର୍ଶନ କରିଥିଲା

archer
ଗାର୍ଲଫ୍ରେଣ୍ଡଙ୍କ ପାଇଁ କୋଭିଡ୍ ନିୟମ ଭାଙ୍ଗିଲେ ଏହି କ୍ରିକେଟର୍!

ଲଣ୍ଡନ: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଜୋଫ୍ରା ଆର୍ଚର୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ୟ ଟେଷ୍ଟ ପୂର୍ବରୁ ଜୈବ ସୁରକ୍ଷିତ କୋଭିଡ୍-୧୯ ନିୟମ ଉଲ୍ଲଙ୍ଘନ କରି ଦଣ୍ଡିତ ହୋଇଛନ୍ତି। ଏହି କାରଣରୁ ତାଙ୍କୁ ୨ୟ ଟେଷ୍ଟରୁ ବାଦ୍ ଦିଆଯାଇଛି। ଏବେ ଆର୍ଚର ୫ ଦିନିଆ ଆଇସୋଲେସନରେ ରହିଛନ୍ତି। ପ୍ରଥମ ଟେଷ୍ଟ ମ୍ୟାଚ୍ ପରେ ସବୁ ଖେଳାଳିଙ୍କୁ ସାଉଥମ୍ପଟନରୁ ଅଲଗା ଅଲଗା ଗାଡ଼ିରେ ମାଞ୍ଚେଷ୍ଟର ପହଞ୍ଚିବାର ଥିଲା। କିନ୍ତୁ ଆର୍ଚର ମାଞ୍ଚେଷ୍ଟର ଯିବା ପୂର୍ବରୁ ସୋମବାର ଆର୍ଚର୍ ବ୍ରିଟନସ୍ଥିତ ନିଜ […]

  • Tuesday, 06 July 2021
eng
ସିବଲେ ଓ ଷ୍ଟୋକ୍ସଙ୍କ ଶତକ, ବଡ଼ ସ୍କୋର ଅଭିମୁଖେ ଇଂଲଣ୍ଡ

ମାଞ୍ଚେଷ୍ଟର: ଓପ୍ନର ଡମ୍ ସିବଲେ ଓ ବେନ୍ ଷ୍ଟୋକ୍ସଙ୍କ ଦମଦାର ଶତକ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ୟ ଟେଷ୍ଟରେ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି। ରିପୋର୍ଟ ଲେଖା ହେଲା ବେଳକୁ ଇଂଲଣ୍ଡ ୩ ୱିକେଟ୍‌ ହରାଇ ୩୧୦ ରନ୍ କରିଛି। ଏହି ସମୟରେ ସିବଲେ ୧୧୮ ଓ ଷ୍ଟୋକ୍ସ ୧୨୮ ରନରେ ବ୍ୟାଟିଂ କରୁଥିଲେ। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୩ ୱିକେଟ୍ ହରାଇ ୨୦୭ ରନ୍ କରିଥିଲା। […]

  • Tuesday, 06 July 2021
t20
ଏ ବର୍ଷ ହେବନି ଟି-୨୦ ବିଶ୍ୱକପ୍

ଦୁବାଇ: ଶେଷରେ ଯାହା ଆଶଙ୍କା କରାଯାଉଥିଲା, ତାହା ହେଲା। କରୋନାଭାଇରସକୁ ଆଖି ଆଗରେ ରଖି ଆଇସିସି ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ପୁରୁଷ ଟି-୨୦ ବିଶ୍ୱକପକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ସୋମବାର ଟେଲିକନଫରେନ୍ସିଂ ଜରିଆରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନେଇଛି। ଟି-୨୦ ବିଶ୍ୱକପ୍ ସ୍ଥଗିତ ହେବା ଦ୍ୱାରା ବହୁଚର୍ଚ୍ଚିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ) ପାଇଁ ବାଟ ଫିଟିଯାଇଛି। ଏବେ ଟି-୨୦ ବିଶ୍ୱକପ୍ କେବେ ହେବ, ସେ ନେଇ […]

  • Tuesday, 06 July 2021
ipl
ଖୁସି ଖବର, ସେପ୍ଟେମ୍ବର ୧୯ରୁ ଆଇପିଏଲ୍

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣ ପାଇଁ ଏବେ ବାଟି ଫିଟିଛି। ଆଇପିଏଲର ୧୩ଶ ସଂସ୍କରଣ ଚଳିତ ବର୍ଷ ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ୍ ନଭେମ୍ବର ୮ ତାରିଖରେ ଖେଳାଯିବା ନେଇ ଶୁକ୍ରବାର ଆଇପିଏଲ୍‌ ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ସ୍ପଷ୍ଟ କରିଛନ୍ତି। ଆସନ୍ତା ସପ୍ତାହରେ ଆଇପିଏଲ୍ ଗଭର୍ଣ୍ଣିଂ କମିଟିର ବୈଠକ ହେବ, ଯେଉଁଥିରେ ଏହାକୁ ଅନ୍ତିମ ରୂପ ଦିଆଯିବା […]

  • Tuesday, 06 July 2021
broad
୫୦୦ ୱିକେଟ୍‌ କ୍ଲବରେ ଷ୍ଟୁଆର୍ଟ ବ୍ରଡ୍

ମାଞ୍ଚେଷ୍ଟର୍: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର୍ ଷ୍ଟୁଆର୍ଟ ବ୍ରଡ୍ ଟେଷ୍ଟ କ୍ରିକେଟରେ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି। ବ୍ରଡ୍ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ୍ ପୂରଣ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ଅନ୍ତିମ ଦିବସରେ ବ୍ରଡ୍ ଭ୍ରମଣକାରୀ ଦଳର ଓପ୍ନର କ୍ରେଗ୍ ବ୍ରାଥୱେଟଙ୍କୁ ଆଉଟ୍ କରି ସଫଳତା ଅର୍ଜନ କରିଛନ୍ତି। ଏଥିସହ ବ୍ରଡ୍ ଦୁନିଆର ସପ୍ତମ ବୋଲର ଭାବେ ଟେଷ୍ଟରେ ୫୦୦ ୱିକେଟ୍ ପୂରଣ କରିଛନ୍ତି। ସେ ମଧ୍ୟ ଇଂଲଣ୍ଡର ୨ୟ ବୋଲର […]

  • Monday, 05 July 2021
eng-vs-wi
ଲକଡାଉନ୍ ବ୍ରେକ୍ ପରେ ପ୍ରଥମ ସିରିଜ୍ ଜିତିଲା ଇଂଲଣ୍ଡ

ମାଞ୍ଚେଷ୍ଟର୍: ଷ୍ଟୁଆର୍ଟ ବ୍ରଡଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଇଂଲଣ୍ଡ ଏଠାରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ଭ୍ରମଣକାରୀ ୱେଷ୍ଟଇଣ୍ଡିଜକୁ ୨୬୯ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। କୋଭିଡ୍‌-୧୯ କାରଣରୁ ଲମ୍ବା ବ୍ରେକ୍ ପରେ ଏହା ପ୍ରଥମ ଅନ୍ତର୍ଜାତୀୟ ସିରିଜ୍ ଥିଲା, ଯାହାକୁ ଇଂଲଣ୍ଡ ନିଜ ନାଁରେ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୬୯ ରନ୍ କରିଥିଲା। ଜବାବରେ ଇଣ୍ଡିଜ୍ ୧୯୭ ରନରେ ଅଲଆଉଟ୍ […]

  • Monday, 05 July 2021
hardik
ବାପା ହେଲେ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାପା ହୋଇଛନ୍ତି। ତାଙ୍କ ପତ୍ନୀ ନତାଶା ସାଣ୍ଟୋଭିକ୍ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ହାର୍ଦ୍ଦିକ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ହାର୍ଦ୍ଦିକ ନିଜ ନବଜାତ ପୁଅର ହାତକୁ ନିଜ ହାତରେ ଧରିଥିବାର ଫଟୋ ଇନଷ୍ଟାଗ୍ରାମରେ ଶେଆର୍ କରିଛନ୍ତି। ଏହି ଫଟୋ ସହ ହାର୍ଦ୍ଦିକ ଲେଖିଛନ୍ତି, ‘ଆମକୁ ଏକ ପୁତ୍ର ସନ୍ତାନର ସୌଭାଗ୍ୟ ମିଳିଛି।’ ପୁତ୍ର ସନ୍ତାନ ଜନ୍ମ ହେବା ପାଇଁ ହାର୍ଦ୍ଦିକଙ୍କ ନିକଟକୁ […]

  • Monday, 05 July 2021
ganguly
ପରଲୋକରେ ସୌରଭ ଗାଙ୍ଗୁଲିଙ୍କ କୋଚ୍

କୋଲକାତା: ଭାରତର ପୂର୍ବତନ କ୍ୟାପଟେନ୍ ଏବଂ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପିଲାଦିନର କୋଚ୍ ଅଶୋକ ମୁସ୍ତାଫିଙ୍କର ୮୬ ବର୍ଷ ବୟସରେ ପରଲୋକ ହୋଇଛି। ଗାଙ୍ଗୁଲିଙ୍କୁ ପ୍ରଶିକ୍ଷଣ ଦେଇଥିବା ମୁସ୍ତାଫି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଅଶୋକ ହୃଦଜନିତ ରୋଗରେ ଆକ୍ରାନ୍ତ ଥିଲେ ଏବଂ ଏପ୍ରିଲ୍‌ ମାସରୁ ହିଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସକାଳେ ସେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଶୋକ ଜଣାଶୁଣା ଦୁଃଖଃରାମ କ୍ରିକେଟ୍‌ […]

  • Monday, 05 July 2021
ipl
ଆଇପିଏଲ୍: ୨ ସପ୍ତାହରେ ଖେଳାଳିଙ୍କ ୪ଟି କୋଭିଡ୍ ଟେଷ୍ଟ

ନୂଆଦିଲ୍ଲୀ: ଟି-୨୦ ୱାର୍ଲ୍ଡ କପ୍ ସ୍ଥଗିତ ହେବା ପରେ ବିସିସିଆଇ ଆଇପିଏଲ୍ ପ୍ରସ୍ତୁତିରେ ଲାଗି ପଡ଼ିଛି। ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁଥିବା ଆଇପିଏଲ୍ ଏବେ ସେପ୍ଟେମ୍ବରରୁ ଆରମ୍ଭ ହେବ। କରୋନାଭାଇରସ୍ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଜିଜ୍ୟୋର୍ (ଏସଓପି) ପ୍ରସ୍ତୁତ କରୁଛି। ଏସଓପିରେ କିଛି ବଡ଼ ସର୍ତ୍ତ ମାନିବାକୁ ପଡ଼ିବ। ବିସିସିଆଇର ଏହି ଏସଓପି ମୁତାବକ, ଯେଉଁ ଖେଳାଳି ଜୈବ ସୁରକ୍ଷା ପ୍ରୋଟୋକଲକୁ ଥରେ ପ୍ରବେଶ କରିବ, ସେ କୌଣସି ପ୍ରକାରର ନିୟମ […]

  • Monday, 05 July 2021
oca
ଓଡ଼ିଶାରେ ହେବ ଅନ୍ତର୍ଜାତୀୟସ୍ତରର କ୍ରିକେଟ୍ ଏକାଡେମୀ

କଟକ: ଉନ୍ନତମାନର ଏବଂ ଆନ୍ତର୍ଜାତିକସ୍ତରର କ୍ରିକେଟ୍ ଏକାଡେମୀ ସ୍ଥାପନ କରିବ ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ)। କଟକ-ଭୁବନେଶ୍ୱର ଟୁଇନ ସିଟି ମଧ୍ୟବର୍ତ୍ତୀ କୌଣସି ଅଞ୍ଚଳରେ ଏହି ଏକାଡେମୀ ପ୍ରତିଷ୍ଠା କରିବାକୁ ଓସିଏ ଯୋଜନା କରୁଛି। ୨୦ ରୁ ୪୦ ଏକର ପରିମିତ ସ୍ଥାନରେ ଏହି ଏକାଡେମୀ ତିଆରି କରାଯିବ। ଯେଉଁଠାରେ ୩ରୁ ୪ଟି ପ୍ରାକ୍ଟିସ୍ ଗ୍ରାଉଣ୍ଡ ସହ ୩ରୁ ୪ଟି ଅଭ୍ୟାସ ପିଚ୍‌ ମଧ୍ୟ ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହି ଏକାଡେମୀରେ ଖେଳାଳିମାନଙ୍କୁ ସୁବିଧା ପାଇଁ […]

  • Monday, 05 July 2021
IPL
ସେପ୍ଟେମ୍ବର ୧୯ରୁ ଆଇପିଏଲ୍, ଗ୍ରୀନ୍ ସିଗନାଲ୍‌ ଦେଲେ ଭାରତ ସରକାର

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଆୟୋଜିତ ହେବ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ। ଏହି ବ୍ୟୟବହୁଳ କ୍ରିକେଟ୍‌ ଲିଗର ଆୟୋଜନ ପାଇଁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)କୁ ଭାରତ ସରକାରଙ୍କ ତରଫରୁ ଅନୁମତି ମିଳିଛି। ଦେଶ ବାହାରେ ଆଇପିଏଲ୍ ଆୟୋଜନ ନେଇ ବିସିସିଆଇ ଭାରତ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିଲା, କିନ୍ତୁ ଆଜି ଆଇପିଏଲର ଗଭର୍ଣ୍ଣିଂ କାଉନସିଲ୍ ବୈଠକ ପରେ ଏହି ଟି-୨୦ ଲିଗ୍ […]

  • Monday, 05 July 2021
ddd
ଦୁନିଆର ସବୁଠାରୁ ମହଙ୍ଗା କାର୍ କିଣିଲେ ରୋନାଲ୍ଡୋ

ରୋମ୍: ପର୍ତ୍ତୁଗାଲ୍ ଟିମର ଷ୍ଟାର୍ ଫୁଟବଲର ତଥା ନାମୀ ଫୁଟବଲ୍ କ୍ଲବ୍ ଜୁଭେଣ୍ଟସର ମୁଖ୍ୟ ଖେଳାଳି କ୍ରିଷ୍ଟିଆନୋ ନିଜର ବିଳାସପୂର୍ଣ୍ଣ ଜୀବନ ପାଇଁ ଖୁବ୍ ଚର୍ଚ୍ଚାରେ ଥାନ୍ତି। ଏବେ ରୋନାଲ୍ଡୋ ଏବେ ଦୁନିଆର ସବୁଠାରୁ ମହଙ୍ଗା କାର୍ Bugatti La Voiture Noire କିଣିଛନ୍ତି। ରୋନାଲ୍ଡୋ ଯେଉଁ କ୍ଲବ୍ ପକ୍ଷରୁ ଫୁଟବଲ୍ ଖେଳନ୍ତି, ସେହି କ୍ଲବ୍ ନିକଟରେ ୩୬ତମ ସିରି-ଏ ଚାମ୍ପିୟନଶିପରେ ବିଜେତା ହୋଇଥିଲା। ଏହା ପରେ ସେ ନିଜ ପାଇଁ ଉପହାର ସ୍ୱରୂପ ଏହି କାର୍ […]

  • Monday, 05 July 2021
vi
ଚୀନ୍‌କୁ ଆଉଏକ ଝଟ୍‌କା, ଆଇପିଏଲ୍ ସ୍ପନସରଶିପରୁ ହଟିଲା 'VIVO'

ନୂଆଦିଲ୍ଲୀ: ଭାରତ-ଚୀନ୍ ବିବାଦର ପ୍ରଭାବ ୨୦୨୦ ଆଇପିଏଲ୍ ଉପରେ ପଡ଼ିଛି। ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ‘VIVO’ ଟାଇଟଲ୍ ସ୍ପନସରରୁ ହଟିଯାଇଛି। ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଚାଇନିଜ୍ ସ୍ପନସରକୁ ରିଟେନ୍ କରିବା ପରେ ଚାରିଆଡ଼ୁ ଏହାର ବିରୋଧ କରାଯାଉଥିଲା। ତେବେ ଲଗାତର ବିରୋଧ ପ୍ରଭାବରେ ଏବେ ଏହି ଚାଇନିଜ୍ ମୋବାଇଲ୍ କମ୍ପାନୀ ନିଜ ତରଫରୁ ଆଇପିଏଲରୁ ହଟିବାକୁ ନିଷ୍ପତ୍ତି ନେଇଛି। ଆଇପିଏଲ୍ ସହ ‘VIVO’ର ଚୁକ୍ତି ଆଉ ତିନିବର୍ଷ ବାକି ରହିଛି। ଏଥିପାଇଁ […]

  • Monday, 05 July 2021
ipl
ଚାଇନିଜ୍ କମ୍ପାନୀ 'VIVO'କୁ ସସ୍‌ପେଣ୍ଡ କଲା ବିସିସିଆଇ

ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦର ପ୍ରଭାବ ଆଇପିଏଲ୍‌ ଉପରେ ପଡ଼ିଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆଇପିଏଲର ପରବର୍ତ୍ତୀ ସିଜନ୍ ପାଇଁ ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ସ୍ପନସର୍ ଥିବା ଚାଇନିଜ୍ ମୋବାଇଲ୍ କମ୍ପାନୀ ‘VIVO’କୁ ସସପେଣ୍ଡ କରିଛି। ମଙ୍ଗଳବାର ଚାଇନିଜ୍ ମୋବାଇଲ୍ କମ୍ପାନୀ VIVO’ ଆଇପିଏଲର ଟାଇଟଲ୍ ସ୍ପନସରଶିପରୁ ହଟିବା ନେଇ ନିଷ୍ପତ୍ତି ନେଇଥିଲା। ଯାହାର ଦିନକ ବ୍ୟବଧାନରେ ବିସିସିଆଇ ନିଜ ତରଫରୁ VIVO’କୁ ଏହି ଟୁର୍ଣ୍ଣାମେଣ୍ଟରୁ ସସପେଣ୍ଡ କରିଥିବା […]

  • Monday, 05 July 2021
ipl2020
ଆଇପିଏଲ୍: ଘନଉଛି ବୋର୍ଡ ଓ ଫ୍ରାଞ୍ଚାଇଜି ବିବାଦ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)କୁ ନେଇ ଏପର୍ଯ୍ୟନ୍ତ ବିସିସିଆଇ ଓ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ସହମତି ହୋଇପାରିନାହିଁ। ତେବେ ‘ଆର୍ଥିକ’ କାରଣରୁ ଫ୍ରାଞ୍ଚାଇଜି ଓ ବୋର୍ଡ ମଧ୍ୟରେ ଏହି ମତଭେଦ ହୋଇଥିବା କୁହାଯାଉଛି। ଗୋଟିଏ ପଟେ ଫ୍ରାଞ୍ଚାଇଜିମାନେ ସେମାନଙ୍କର କ୍ଷତିର ଭରଣ କରିବାକୁ ଚାହୁଁଛନ୍ତି, କିନ୍ତୁ ବୋର୍ଡ ପାଖରେ ଏହାର କୌଣସି ବିକଳ୍ପ ନାହିଁ। ତେବେ ଫ୍ରାଞ୍ଚାଇଜିର ଏହି ଦାବି ପାଇଁ ବୋର୍ଡ ପାଖରେ କେଉଁସବୁ ସମ୍ଭାବ୍ୟ ରାସ୍ତା ରହିଛି, ଆସନ୍ତୁ ଜାଣିବା। ଚଳିତ ଆଇପିଏଲ୍‌ […]

  • Monday, 05 July 2021
akhtar
'ପାକିସ୍ତାନ ଆର୍ମି ପାଇଁ ଘାସ ଖାଇବାକୁ ପ୍ରସ୍ତୁତ'

ନୂଆଦିଲ୍ଲୀ: ପାକିସ୍ତାନର ପେସ୍ ବୋଲର ଶୋଏବ ଅଖତରଙ୍କ କ୍ରିକେଟ୍‌ କ୍ୟାରିୟର ବିବାଦପୂର୍ଣ୍ଣ ରହିଆସିଛି। ଅବସର ପରେ ମଧ୍ୟ ଅଖତର ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସମାଲୋଚନାର ଶିକାର ହୋଇଆସୁଛନ୍ତି। ଏବେ ଅଖତରଙ୍କର ଆଉଏକ ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସିଛି। ପାକିସ୍ତାନରେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ ଅଖତର କହିଛନ୍ତି ଯେ ସେ ନିଜ ଦେଶର ସେନା ପାଇଁ କିଛି ବି କରିବାକୁ ପ୍ରସ୍ତୁତ। ଏହାସହ ସେ ପାକିସ୍ତାନ ଆର୍ମିର ଅଧ୍ୟକ୍ଷଙ୍କ ତାଙ୍କ ସହ ବସି ଦେଶ […]

  • Monday, 05 July 2021
Yuzvendra Chahal
ଡାକ୍ତରଙ୍କୁ ବିବାହ କରିବେ ଚହଲ୍‌

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଭାରତୀୟ ଲେଗ୍‌ ସ୍ପିନର୍‌ ୟୁଜ୍‌ଭେନ୍ଦ୍ର ଚହଲ୍‌। କୋରିଓଗ୍ରାଫର୍ ତଥା ଡାକ୍ତର ଧନଶ୍ରୀ ବର୍ମାଙ୍କ ସହ ତାଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି। ଚହଲ୍‌, ଏନ୍‌ଗେଜ୍‌ମେଣ୍ଟ୍‌ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେଆର୍‌ କରିଛନ୍ତି। ଇନ୍‌ଷ୍ଟାରେ ଫଟୋ ଶେଆର୍‌ କରି ଚହଲ୍‌ ଲେଖିଛନ୍ତି, ‘ଆମେ ପରସ୍ପରକୁ ହଁ କହିଲୁ, ଆମ ପରିବାର ମଧ୍ୟ ହଁ କହିଛନ୍ତି। ଚହଲ୍‌ ଇନ୍‌ଷ୍ଟାରେ ୩ଟି ଫଟୋ ଶେଆର୍‌ କରିଛନ୍ତି। ୨ଟି ଫଟୋରେ ଚହଲ ଓ ଧନଶ୍ରୀ ଥିବାବେଳେ […]

  • Monday, 05 July 2021
PATANJALI
ଚାଇନିଜ୍ କମ୍ପାନୀ 'ଭିଭୋ'ର ସ୍ଥାନ ନେବ ବାବା ରାମଦେବଙ୍କ 'ପତଞ୍ଜଳି'!

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣ ପାଇଁ ଆଉ ଦେଢ଼ ମାସରୁ କମ୍ ସମୟ ବାକି ରହିଲା। କିନ୍ତୁ ଏପର୍ଯ୍ୟନ୍ତ ଆଇପିଏଲର ଟାଇଟଲ୍ ସ୍ପନସର୍ କିଏ ହେବ, ତାହା ଧାର୍ଯ୍ୟ ହୋଇପାରିନାହିଁ। ଆଇପିଏଲର ୧୩ଶ ସଂସ୍କରଣରୁ ଚାଇନିଜ୍ ମୋବାଇଲ୍‌ କମ୍ପାନୀ ‘ଭିଭୋ’ ହଟିବା ପରେ ଏବେ ନୂଆ ପ୍ରାୟୋଜକ ପାଇଁ ବାଟ ଫିଟିଛି। ଏଭଳି ସ୍ଥିତିରେ ଯୋଗଗୁରୁ ବାବା ରାମଦେବଙ୍କ ‘ପତଞ୍ଜଳି’ ମଧ୍ୟ ଏହି ଦୌଡ଼ରେ ସାମିଲ୍‌ ହୋଇଛି। ତେବେ ଏ ନେଇ ବିସିସିଆଇ […]

  • Monday, 05 July 2021
mandip
ହକି ତାରକା ମନଦୀପଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ହକି ଖେଳାଳୀ ମନଦୀପ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ପକ୍ଷରୁ ଗତକାଲି ସୂଚନା ଦିଆଯାଇଛି। ୨୫ ବର୍ଷୀୟ ମନଦୀପଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ମନଦୀପଙ୍କୁ ମିଶାଇ ୬ ଜଣ ହକି ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟ ୫ ଜଣ ବେଙ୍ଗାଲୁରୁର ଚିକିତ୍ସିତ ହେଉଛନ୍ତି। Sixth #hockey player tests positive for #COVID19: Forward Mandeep Singh is asymptomatic and is ‘administered […]

  • Monday, 05 July 2021
jaddu
ମାସ୍କ ପାଇଁ ମହିଳା କନଷ୍ଟେବଳଙ୍କ ସହ ଯୁକ୍ତିତର୍କ କଲେ କ୍ରିକେଟର୍ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ!

ରାଜକୋଟ୍: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଏକ ନୂଆ ବିବାଦରେ ଫସି ଯାଇଛନ୍ତି। ଜାଡେଜାଙ୍କ ପତ୍ନୀ ରିଭାବା ବିନା ମାସ୍କରେ ଯାଉଥିବା ବେଳେ ଜଣେ ପୁଲିସ୍ କନଷ୍ଟେବଳ ତାଙ୍କୁ ଅଟକାଇଥିଲେ ଏବଂ ଜୋରିମାନା ଦେବାକୁ କହିଥିଲେ। ଯାହା ପରେ ରିଭାବା ଉକ୍ତ କନଷ୍ଟେବଳଙ୍କ ସହ ଖୁବ୍ ଯୁକ୍ତିତର୍କ କରିଥିଲେ। ଉକ୍ତ କନଷ୍ଟେବଳଙ୍କର ରିଭାବାଙ୍କୁ ମାସ୍କ ନପିନ୍ଧିବାର କାରଣ ପଚାରିଥିଲେ। ଯେଉଁକାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଯାଇଥିଲା। ଏହି ଘଟଣା ସୋମବାର […]

  • Monday, 05 July 2021