ସୁରତ: ଦୀପ୍ତି ଶର୍ମାଙ୍କ ଘାତକ ବୋଲିଂକୁ ଆଧାର କରି ଭାରତୀୟ ମହିଳା ଟିମ୍ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୧ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଟିମ୍ ୮ ୱିକେଟରେ ୧୩୦ ରନ୍ କରିଥିଲା। ଭାରତ ପକ୍ଷରୁ କ୍ୟାପଟେନ୍ ହରମନପ୍ରୀତ କୌର୍ ସର୍ବାଧିକ ୪୩ (୩୪ ବଲ୍, […]
ଖେଳକୁଦ ପ୍ରତି ରୁଚି ରଖୁଥିବା ପିଲାମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ଭଲ ଆଥଲେଟ୍ ଭାବେ ଗଢିବାକୁ ପ୍ରୟାସ । ଏଭଳି ନିଆରା ଉଦ୍ୟମ କରୁଛନ୍ତି ଅନ୍ତର୍ଜାତୀୟ ସ୍ତରର ଆଥଲେଟ୍ ତଥା ସ୍ପ୍ରିଂଟ କୁଇନ ଦୂତି ଚାନ୍ଦଙ୍କ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦ
ବେଙ୍ଗାଲୁରୁ : ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ କ୍ୟାପଟେନ୍ କ୍ୱିଣ୍ଟନ୍ ଡି’କକଙ୍କ ଦମଦାର ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତକୁ ୯ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମୁକାବିଲାରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା। ରବିବାର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଭାରତ […]
ମୋହାଲି: ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସାଙ୍ଗକୁ କ୍ୟାପଟେନ୍ ବିରାଟ୍ କୋହଲି ଓ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ହୋଇଛି। ଏହାଛଡ଼ା ସ୍ୱଦେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଏହା ପ୍ରଥମ ବିଜୟ। ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଆଇଏସ୍ ବିନ୍ଦ୍ରା […]
ମୋହାଲି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୪୯ ରନ୍ କରିଛି । ଫଳରେ ଭାରତକୁ ମୁକାବିଲା ଜିତିବା ପାଇଁ ଭାରତକୁ ୧୫୦ ରନ୍ କରିବାକୁ ପଡ଼ିବ। ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମ ୧୦ ଓଭରରେ ଭଲ ବ୍ୟାଟିଂ କରିଥିଲେ ହେଁ, ଶେଷ ୧୦ ଓଭରରେ ରନ୍ […]
ନୂଆଦିଲ୍ଲୀ: ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୧୯ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ସବୁଠାରୁ ଅଧିକ ଦେଖାଯାଇଥିବା ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛି। ସାରା ଦୁନିଆରେ ୧.୬ ବିଲିୟନ ଲୋକେ ଏହାର ସିଧା ପ୍ରସାରଣ ଦେଖିଛନ୍ତି। ସେହିପରି ଡିଜିଟାଲ୍ ପ୍ଲାଟଫର୍ମରେ ମ୍ୟାଚର ସିଧା ପ୍ରସାରଣ ଦେଖିବା ମାମଲାରେ ଭାରତ ଶୀର୍ଷରେ ରହିଛି, ଯେଉଁଥିରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚକୁ ୨.୫୩ କୋଟି ଦର୍ଶକ ହଟଷ୍ଟାରରେ ଲାଇଭ୍ ଦେଖି ରେକର୍ଡ କରିଛନ୍ତି। ଏଥିସହ ଆଇସିସି ମଧ୍ୟ ନୂଆ […]
ଧର୍ମଶାଳା: ଯାହା ଆଶଙ୍କା କରାଯାଉଥିଲା, ଠିକ୍ ସେୟା ହୋଇଛି। ଲଗାତାର ବର୍ଷା ଯୋଗୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚକୁ ବାତିଲ କରିଦିଆଯାଇଛି। ଏହି ମ୍ୟାଚ୍ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏଚପିସିଏ) ଷ୍ଟାଡିୟମରେ ହେବାର ଥିଲା, କିନ୍ତୁ ନିୟମିତ ବର୍ଷା ଯୋଗୁ ଟସ୍ ପଡ଼ିପାରି ନଥିଲା। ଏଚପିସିଏର ଷ୍ଟାଡିୟମରେ ପାଣି ନିଷ୍କାସନ ପାଇଁ ଉନ୍ନତ ବ୍ୟବସ୍ଥା ଅଛି, କିନ୍ତୁ ବର୍ଷା ଏହା କରିବାକୁ ସୁଯୋଗ ଦେଇନାହିଁ। […]
ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ଗୁରୁବାର ବଦଳିଯାଇଛି। ଏବେ ଏହାକୁ ଅରୁଣ ଜେଟଲୀ ଷ୍ଟାଡିୟମ ନାଁରେ ସମ୍ବୋଧିତ କରାଯିବ। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ନାମିତ କରାଯାଇଛି। ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ପୂର୍ବରୁ ହିଁ ସ୍ପଷ୍ଟ କରିଥିଲା ଯେ ଫିରୋଜଶାହ କୋଟଲା ଷ୍ଟାଡିୟମର ନାଁ ଅରୁଣ ଜେଟଲୀ ଷ୍ଟାଡିୟମ ହେବ। କିନ୍ତୁ ଏହି ମଇଦାନର ନାଁ ଫିରୋଜ ଶାହ […]
ନୂଆଦିଲ୍ଲୀ : କ୍ରିକେଟରୁ ଅବସର ନେଇପାରନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ୨୦୧୯ ବିଶ୍ୱକପ୍ ପରେ କ୍ୟାପଟେନ କୁଲ୍ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବିରାଟ କୋହଲିଙ୍କ ଟ୍ୱିଟ ଏଥିରେ ଟ୍ୱିଷ୍ଟ ଆଣିଛି। ଏହାକୁ କିନ୍ତୁ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଖଣ୍ଡନ କରିଛନ୍ତି। ପ୍ରଥମ ଅଧିନାୟକ ଭାବେ ଆଇସିସିର ୩ଟି ଟ୍ରଫି ଜିତିବାରେ ସଫଳ ହୋଇଥିଲେ ଧୋନୀ। ୨୦୦୭ରେ ଟି-୨୦ ବିଶ୍ୱକପ, ୨୦୧୧ରେ ଦିନିକିଆ ବିଶ୍ୱକପ ଓ ୨୦୧୩ରେ […]
ନୂଆଦିଲ୍ଲୀ : ଚଳିତ ମାସ ୨୭ ତାରିଖରୁ ଦୋହାରେ ହେବାକୁଥିବା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ଭାରତର ୨୫ଜଣିଆ ଟିମର ଘୋଷଣା କରାଯାଇଛି। ଏହି ଟିମରେ ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ସ୍ଥାନ ପାଇଛନ୍ତି। ଖୋଦ୍ ଦୂତୀ ଟ୍ୱିଟର୍ ଜରିଆରେ ଏହି ସୂଚନା ଦେଇଛନ୍ତି। ଦୂତୀ କହିଛନ୍ତି, “ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁଥିବା ଦୋହା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ମୁଁ ୨୫ଜଣିଆ ଟିମରେ ମନୋନୀତ ହୋଇଛି। ଆପଣମାନେ ମୋତେ ସଫଳତା ପାଇଁ ଶୁଭକାମନା ଜଣାନ୍ତୁ।” ସୂଚନାଯୋଗ୍ୟ, […]
ୟୁଏସ୍ : ୟୁଏସ୍ ଓପନ୍ରେ ଆଉ ଏକ ରେକର୍ଡ ରଚିଲେ ରାଫେଲ୍ ନାଡାଲ୍। ଗତକାଲି ଖେଳାଯାଇଥିବା ୟୁଏସ୍ ଓପନ୍ର ଫାଇନାଲ୍ ମ୍ୟାଟ୍ରେ ରୁଷର ମେଡଭେଡେଭଙ୍କୁ ହରାଇ ନାଡ଼ାଲ ଉନ୍ନବିଂଶତମ ଟାଇଟାଲ୍ ଜିତିଛନ୍ତି। ପୁରୁଷ ସିଙ୍ଗଲ୍ସରେ ମେଡଭେଡେଭଙ୍କୁ ୭-୫, ୬-୩, ୫-୭, ୪-୬, ୬-୪ ସେଟ୍ରେ ମାତ ଦେଇଛନ୍ତି। ଚଳିତ ଥର ୟୁଏସ୍ ଓପନ୍ରେ ଲଗାତାର ଭାବେ ୧୦ଟି ମ୍ୟାଚ୍ ଜିତିଛନ୍ତି ନାଡ଼ାଲ୍ । ଏହାସହ ଆଉ ଏକ ରେକର୍ଡକୁ ନିଜ ନାଁକୁ କରିଛନ୍ତି ନାଡାଲ୍। ୩୦ ବର୍ଷରୁ […]
ଭୁବନେଶ୍ୱର : ଶେଷରେ ନିର୍ବାଚନ କରିବାକୁ ରାଜି ହୋଇଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍(ଓସିଏ)। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତି ପ୍ରାପ୍ତ ବିସିସିଆଇର ପ୍ରଶାସନିକ କମିଟି(ସିଇଓ)ର ନିର୍ଦ୍ଦେଶକ୍ରମେ ଓସିଏ ବିଭିନ୍ନ ପଦପଦବୀ ପାଇଁ ଭୋଟ କରିବାକୁ ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୨୭ ତାରିଖ ଦିନ ୧୧ଟାରେ ଭୋଟ ଗ୍ରହଣ ହେବ। ବାରବାଟୀ ଷ୍ଟାଡିୟମରେ ଥିବା ଓସିଏ କନଫରେନ୍ସ ହଲରେ ହିଁ ଏହି ଭୋଟ ପ୍ରକ୍ରିୟା ଅନୁଷ୍ଠିତ ହେବ। ଭୋଟରେ ଭାଗ ନେବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକା […]
ଭୁବନେଶ୍ୱର: ହକିକୁ ବିଧିବଦ୍ଧ ଭାବେ ଜାତୀୟ ଖେଳର ମାନ୍ୟତା ଦିଆଯାଉ। ଓ ଏ ନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ଦର୍ଶାଇଛନ୍ତି, ହକି ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଏକ ଲୋକପ୍ରିୟ ଖେଳ। ଓଡ଼ିଶା, ଛତିଶଗଡ, ଝାଡଖଣ୍ଡର ଆଦିବାସୀବହୁଳ ଅଞ୍ଚଳରେ ହକିକୁ ଜୀବନର ଅଂଶ ଭାବେ ଗ୍ରହଣ କରାଯାଇଥାଏ। ଏପରିକି ଓଡ଼ିଶା ସରକାର ଆସନ୍ତା ୫ ବର୍ଷ ପାଇଁ ଭାରତୀୟ ହକି ଦଳର […]
ରାଞ୍ଚି: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀ ପିସ୍ତଲ ଲାଇସେନସ ପାଇଁ ଅାବେଦନ କରିଛନ୍ତି I ସାକ୍ଷୀ ଅାବେଦନ ପତ୍ରରେ ଲେଖିଛନ୍ତି ଯେ ସେ ଅଧିକ ସମୟ ଘରେ ଏକା ରହୁଛନ୍ତି I ତାଙ୍କ ଜୀବନକୁ ବିପଦ ଅଛି ,ଏଥିପାଇଁ ତାଙ୍କୁ ହତିଅାର ରଖିବାର ଲାଇସେନସ ଦିଅାଯାଉ I ସାକ୍ଷୀ ପିସ୍ତଲ କିମ୍ବା 0.32 ରିଭଲଭର ଲାଇସେନସ ପାଇଁ ଅାବେଦନ କରିଛନ୍ତି I ରାଞ୍ଚି ମାଜିଷ୍ଟ୍ରେଟ ବାଲାଂଗୋଡା ପୋଲିସ […]
ଭୁବନେଶ୍ୱର : ଆୟୋଜକ ଋଷିଆ ପ୍ରଥମ ଦଳ ଭାବେ ଫିଫା ବିଶ୍ୱକପର ପ୍ରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି। ପ୍ରଥମ ମୁକାବିଲାରେ ସାଉଦି ଆରବକୁ ହରାଇଥିବା ଋଷିଆ ୩-୧ଗୋଲରେ ଇଜିପ୍ଟକୁ ପରାସ୍ତ କରିଛି। ଦକ୍ଷ ଖେଳାଳି ମହମ୍ମଦ ସଲାହ ଟିମକୁ ଫେରିଥିଲେ ମଧ୍ୟ ଇଜିପ୍ଟକୁ ବିଜୟୀ କରି ପାରି ନଥିଲେ। ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇ ପାରି ନଥିଲେ। କିନ୍ତୁ ଦ୍ୱିତୀୟାର୍ଦ୍ଧ ଖେଳର ଦୁଇ ମିନିଟ ପରେ ଇଜିପ୍ଟର ଅହମ୍ମଦ ଫାତିଙ୍କ ଆତ୍ମଘାତୀ ଗୋଲ ଜରିଆରେ ଋଷିଆ […]
ରିଓ ଡି ଜେନେରୋ: ଭାରତର ଷ୍ଟାର୍ ଶୁଟର ମନୁ ଭାକର ଓ ସୌରଭ ଚୌଧୁରୀ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଶୁଟିଂ ବିଶ୍ୱକପରେ ଭାରତର ଅଭିଯାନ ଶେଷ କରିଛନ୍ତି। ଏହି ଇଭେଣ୍ଟରେ ଭାରତର ଯଶସ୍ୱିନୀ ଦେସୱାଲ ଏବଂ ଅଭିଷେକ ବର୍ମାଙ୍କ ଯୋଡ଼ି ରୌପ୍ୟ ପଦକ ଜିତିଥିଲେ। ଏହିପରି ଭାବେ ଟୁର୍ଣ୍ଣାମେଣ୍ଟର ଶେଷଦିନରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି। ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ ୧୦ ମିଟର୍ ଏୟାର ରାଇଫଲ୍ […]
ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ମହିଳା ବ୍ୟାଟ୍ସମ୍ୟାନ୍ ମିତାଲି ରାଜ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ମିତାଲି ୨୦୨୧ରେ ହେବାକୁଥିବା ୫୦ ଓଭର ବିଶିଷ୍ଟ ବିଶ୍ୱକପ୍ ଖେଳିବାକୁ ଚାହାଁନ୍ତି। ୩୬ ବର୍ଷୀୟା ମିତାଲି ଶେଷଥର ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଗୌହାଟୀରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଟି-୨୦ ସିରିଜ୍ ପାଇଁ ଉପଲବ୍ଧ ହେବେ ବୋଲି ନିଜେ ମିତାଲି କହିଥିଲେ। ଆସନ୍ତାବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପ୍ ପାଇଁ ଚୟନକର୍ତ୍ତା […]
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜକୁ ଦ୍ୱିତୀୟ ଟେଷ୍ଟରେ ୨୫୭ ରନରେ ପରାସ୍ତ କରି ବିରାଟ୍ କୋହଲି ଟେଷ୍ଟ କ୍ରିକେଟ୍ ଇତିହାସରେ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଭାରତର ସବୁଠାରୁ ସଫଳ କ୍ୟାପଟେନ୍ ହୋଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ୪୮ ଟେଷ୍ଟ ମ୍ୟାଚରୁ ୨୮ଟିରେ ବିଜୟୀ ହୋଇଛି। ଧୋନି ନିଜ ନେତୃତ୍ୱରେ ୬୦ ଟେଷ୍ଟରେ ଭାରତକୁ ୨୭ଟିରେ ବିଜୟୀ କରାଇଥିଲେ। କ୍ୟାପଟେନ୍ ଭାବେ ଧୋନିଙ୍କର ବିଜୟ ପ୍ରତିଶତ ୪୫ ରହିଛି। ଧୋନିଙ୍କ ନେତୃତ୍ୱରେ ଭାରତ ୧୮ଟିରେ ହାରିଥିବା ବେଳେ ୧୫ଟି […]
ଦୁବାଇ: ଭାରତୀୟ କ୍ରିକେଟ୍ ଟିମର ଷ୍ଟାର ପେସ୍ ବୋଲର ଯଶପ୍ରୀତ ବୁମ୍ରା ଆଇସିସି ଟେଷ୍ଟ ବୋଲର ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ସେ କ୍ୟାରିୟରର ଶ୍ରେଷ୍ଠ ୮୩୫ ପଏଣ୍ଟ ହାସଲ କରିଛନ୍ତି। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ହୋଇଥିବା ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ବୁମ୍ରା ୧୩ଟି ୱିକେଟ୍ ନେଇଥିଲେ। ପ୍ରଥମ ଟେଷ୍ଟ ମ୍ୟାଚରେ ବୁମ୍ରା ଭାରତ ପକ୍ଷରୁ ସବୁଠାରୁ କମ୍ ମ୍ୟାଚରେ ୫୦ ୱିକେଟ୍ ହାସଲକାରୀ ବୋଲର ହୋଇଥିଲେ। ସେହିପରି ଦ୍ୱିତୀୟ ଟେଷ୍ଟରେ ସେ […]
ଦୁବାଇ: ଜାମାଇକା ଟେଷ୍ଟର ଦ୍ୱିତୀୟ ଇନିଂସରେ ପ୍ରଥମ ବଲରେ ଆଉଟ୍ ହେବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କୁ ମହଙ୍ଗା ପଡ଼ିଛି। ଏହି କାରଣରୁ ଟେଷ୍ଟ ରାଙ୍କିଙ୍ଗରେ କୋହଲିଙ୍କ ହାତରୁ ଶୀର୍ଷ ସ୍ଥାନ ଚାଲିଯାଇଛି। ଅଷ୍ଟ୍ରେଲିଆର ରନ୍ ମେଶିନ୍ ଷ୍ଟିଭ୍ ସ୍ମିଥ୍ ବର୍ତ୍ତମାନ ଟେଷ୍ଟ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ କୋହଲି ୭୬ ରନ୍ ଏବଂ ଦ୍ୱିତୀୟ ଇନିଂସରେ ଖାତା ଖୋଲିପାରିନଥିଲେ। ଏହି ବିଫଳତା […]
କିଙ୍ଗଷ୍ଟନ : କିଙ୍ଗଷ୍ଟନ ଟେଷ୍ଟ ଜିତି କ୍ଲିନ୍ ସୁଇପ୍ କରିଛି ଟିମ୍ ଇଣ୍ଡିଆ। ୨୫୭ ରନ୍ର ବଡ଼ ବ୍ୟବଧାନରେ ଭାରତ କାରିବିଆନ୍ ଟିମ୍କୁ ପରାସ୍ତ କରିଛି। ୪୬୮ ରନ ବିଜୟ ଲକ୍ଷ୍ୟ ପିଛା କରିଥିବା ୱେଷ୍ଟଇଣ୍ଡିଜ ମାତ୍ର ୨୧୦ ରନ୍ କରି ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ଶତକ ଓ ଦ୍ୱିତୀୟ ଇନିଂସରେ ଅପରାଜିତ ୫୩ ରନ୍ କରିଥିବା ହନୁମା ବିହାରୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡ଼େଜା ଘାତକ […]
କିଙ୍ଗଷ୍ଟନ୍: ଜାମାଇକାର ସବିନା ପାର୍କରେ ଚାଲିଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟ ଭ୍ରମଣକାରୀ ଭାରତ କବଜାରେ ରହିଛି। ୪୬୮ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଦିବସର ମଧ୍ୟାହ୍ନ ଭୋଜନ ସୁଦ୍ଧା ୪ ୱିକେଟ୍ ହରାଇ ୧୪୫ ରନ୍ କରିଛି। ଫଳରେ ୱେଷ୍ଟଇଣ୍ଡିଜ୍ ଏବେ ପରାଜୟ ଆଡ଼କୁ ଅଗ୍ରସର ହୋଇଛି। ବର୍ତ୍ତମାନ ପରିସ୍ଥିତିରେ କେବଳ ବର୍ଷା ହିଁ ୱେଷ୍ଟଇଣ୍ଡିଜକୁ ପରାଜୟକୁ ରକ୍ଷା କରିପାରିବ। ଶାମାର ବ୍ରୁକ୍ସ ୩୬ ଓ ଜର୍ମେନ୍ ବ୍ଲାକଉଡ୍ ୩୩ […]
କରାଚୀ: କଶ୍ମୀର ମାମଲାକୁ ନେଇ ପୂରା ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଗୋଟିଏ ପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କଶ୍ମୀରକୁ ନେଇ ଅଧୈର୍ଯ୍ୟ ହୋଇଛନ୍ତି, ସେହିପରି ଏଥିରେ ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ମଧ୍ୟ ମନଇଚ୍ଛା ମନ୍ତବ୍ୟ ଦେବାରେ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ଏହି ମାମଲାରେ ସାମ୍ନାକୁ ଆସିଛନ୍ତି ଜାଭେଦ୍ ମିଆଁଦାଦ। ସୋଶାଲ ମିଡିଆରେ ମିଆଁଦାଦଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ପ୍ରଦର୍ଶନ କରୁଥିବା ସମୟରେ ହାତରେ ଖଣ୍ଡା ଧରି କଶ୍ମୀରବାସୀଙ୍କ ସହ […]
କିଙ୍ଗଷ୍ଟନ : କିଙ୍ଗଷ୍ଟନ ଟେଷ୍ଟରେ ୱେଷ୍ଟଇଣ୍ଡିଜର ବିପର୍ଯ୍ୟୟ। ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୧୭ ରନ୍ରେ ଅଲ୍ ଆଉଟ୍ ହୋଇଯାଇଛି ଘରୋଇ ଦଳ। ଭାରତ ପ୍ରଥମ ପାଳିରେ ୪୧୬ ରନ କରିଥିବା ବେଳେ ୱେଷ୍ଟଇଣ୍ଡିଜ ୨୯୯ ରନ ପଛରେ ରହିଛି। ବୁମରାଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି କାରବିୟାନ ଟିମ୍। ବୁମରା ସର୍ବାଧିକ ୬ଟି ୱିକେଟ ପାଇଥିବା ବେଳେ ମହମ୍ମଦ ସାମି ୨ଟି ଓ୍ୱିକେଟ ନେଇଛନ୍ତି। ପ୍ରଥମ ଟେଷ୍ଟ ଜିତି ଭାରତ ୧-୦ରେ ସିରିଜ୍ ଆଗୁଆ […]
କିଙ୍ଗଷ୍ଟନ୍: ହନୁମା ବିହାରୀଙ୍କ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଟେଷ୍ଟର ଦ୍ୱିତୀୟ ଦିବସରେ ଭଲ ସ୍ଥିତିରେ ରହିଛି। ମଧ୍ୟାହ୍ନ ଭୋଜନ ବେଳକୁ ଭାରତ ୭ ୱିକେଟ୍ ବିନିମୟରେ ୩୩୬ ରନ୍ କରିଛି। ବିହାରୀ ୮୪ ଓ ଇଶାନ୍ତ ଶର୍ମା ୧୧ ରନରେ ବ୍ୟାଟିଂ କରୁଛନ୍ତି । ଦ୍ୱିତୀୟ ଦିବସ ଆରମ୍ଭରୁ ହିଁ ୱେଷ୍ଟଇଣ୍ଡିଜକୁ ସଫଳତା ମିଳିଥିଲା। ଶୁକ୍ରବାର ଅପରାଜିତ ଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଦ୍ୱିତୀୟ ଦିବସର […]