• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

team india
ଟିମ୍‌ ଇଣ୍ଡିଆକୁ ପୁଣି ବଡ଼ ଝଟ୍‌କା

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ପୁଣି ପାକିସ୍ତାନକୁ ପରାସ୍ତ କରିଛି ଭାରତ। ଗତକାଲି ଦଳ ସପ୍ତମ ଥର ପାଇଁ ପାକିସ୍ତାନକୁ ହରାଇଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଭାରତ ୮୯ ରନ୍‌ରେ ବିଜୟୀ ହୋଇଥିଲା। କିନ୍ତୁ ଏହି ଖୁସି ଖବର ସହିତ ଏକ ଖରାପ ଖବର ବି ଆସିଛି। ଟିମ୍ ଇଣ୍ଡିଆର ମୁଖ୍ୟ ପେସ୍ ବୋଲର ଭୁବନେଶ୍ୱର କୁମାର ପରବର୍ତ୍ତୀ ଦୁଇ ତିନୋଟି ମ୍ୟାଚ୍ ଖେଳି ନପାରନ୍ତି। ଗତକାଲି ମ୍ୟାଚ୍ ବେଳେ ସେ ଆହତ ହୋଇଛନ୍ତି। ତାଙ୍କର ଗୋଟିଏ ଜଙ୍ଘର […]

  • Sunday, 11 July 2021
india win
ମାଞ୍ଚେଷ୍ଟରରେ ପାକିସ୍ତାନକୁ ଧୂଳି ଚଟାଇଲା ବିରାଟ ବାହିନୀ

ମାଞ୍ଚେଷ୍ଟର: ବିଶ୍ୱକପରେ ପୁଣିଥରେ ପାକିସ୍ତାନକୁ ହରାଇଛି ଟିମ୍ ଇଣ୍ଡିଆ । ରବିବାର ଆଇସିସି ବିଶ୍ୱକପର ଦ୍ୱାଦଶ ସଂସ୍କରଣର ସବୁଠାରୁ ହାଇଭୋଲଟେଜ୍ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ । ଏହି ମହାମୁକାବିଲାରେ ଟିମ୍ ଇଣ୍ଡିଆ ଡିଏଲ୍ ନିୟମରେ ୮୯ ରନରେ ବିଜୟୀ ହୋଇଛି । ଏଥିସହ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ରେକର୍ଡ ୭-୦ରେ ପହଞ୍ଚିଛି । ପାକିସ୍ତାନ ସବୁ ବିଭାଗରେ ଭାରତଠାରୁ ପଛରେ ପଡ଼ି ମ୍ୟାଚରେ ପରାସ୍ତ ହୋଇଛି । ଓଲ୍ଡ ଟ୍ରାଫର୍ଡରେ […]

  • Sunday, 11 July 2021
cricket ..
ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌: ପ୍ରଥମେ ବ୍ୟାଟିଂ କରିବ ଭାରତ

ଲଣ୍ଡନ: ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍। ସଣ୍ଡେର ଏହି ସୁପରହିଟ୍ ମୁକାବିଲାରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ଭାରତ ପ୍ରଥମେ ବ୍ୟାଟିଂ କରିବ। ଆହତ ଶିଖର ଧଓ୍ୱନଙ୍କ ସ୍ଥାନରେ ବିଜୟ ଶଙ୍କର ଟିମ୍‌ରେ ସ୍ଥାନ ପାଇଛନ୍ତି। ଅର୍ଥାତ୍ ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ ଇନିଂସ୍ ଓପନ୍ କରିବେ ଏବଂ ଚତୁର୍ଥ ସ୍ଥାନରେ ବିଜୟ ଶଙ୍କର ବ୍ୟାଟିଂ କରିବେ ବୋଲି ଜଣାପଡ଼ିଛି। […]

  • Sunday, 11 July 2021
viart
ବିରାଟଙ୍କ ଉପରେ ବିରାଟ ଭରସା

ନୂଆଦିଲ୍ଲୀ: ଗତ ୩ ବର୍ଷର ପରିସଂଖ୍ୟାନ ହିଁ କହୁଛି ବିରାଟ ଓ ରୋହିତ ଶର୍ମାଙ୍କ ଉପରେ ଟିମ୍ ଇଣ୍ଡିଆ କେତେ ନିର୍ଭରଶୀଳ। ଲଗାତାର ଭଲ ପ୍ରଦର୍ଶନ ସହ ଦଳ ଆଣିଛି ଅନେକ ବିଜୟ। କେବଳ ଦଳକୁ ଜିତାଇବା ପାଇଁ ନୁହେଁ ବରଂ ଲମ୍ବା ଇନିଂସ୍‌ ଖେଳିବାରେ ମଧ୍ୟ ଦୁଇ ବ୍ୟାଟସ୍‌ମ୍ୟାନ୍‌ ସିଦ୍ଧହସ୍ତ। ତେବେ କେମିତି ରହିଛି ଦୁଇ ବ୍ୟାଟସ୍‌ମ୍ୟାନ୍‌ଙ୍କ ରିପୋର୍ଟ କାର୍ଡ ଆସନ୍ତୁ ସେ ବିଷୟରେ ଜାଣିବା। ବିରାଟଙ୍କ ଉପରେ ଏବେ ସାରା ଦେଶର ନଜର। ଆଗ୍ରେସିଭ୍ […]

  • Sunday, 11 July 2021
cricket
ବିଶ୍ୱକପ୍‌ରେ ଆଜି ହାଇଭୋଲଟେଜ୍ ଟକ୍କର: ମ୍ୟାଞ୍ଚେଷ୍ଟରରେ ଭାରତ-ପାକିସ୍ତାନ ମ୍ୟାଚ୍‌

ମ୍ୟାଞ୍ଚେଷ୍ଟର: ୨୦୧୯ ବିଶ୍ୱକପ୍‌ର ଆଜି ହେଉଛି ସବୁଠୁ ବଡ଼ ଫାଇଟ୍। ଯାହା ଉପରେ ରହିଛି ସାରା ବିଶ୍ୱର ନଜର। ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ମଧ୍ୟରେ ଆଜି ହେବ କଡ଼ା ଟକ୍କର। ବିଶ୍ୱକପ୍‌ର ଏହି ହାଇଭୋଲଟେଜ୍ ଫାଇଟ୍ ପାଇଁ ଟିମ୍ ଇଣ୍ଡିଆ ପୂରା ପୂରି ପ୍ରସ୍ତୁତ। ଚଳିତ ସିଜନ୍‌ରେ ଦକ୍ଷିଣ ଆଫ୍ରିକା ଏବଂ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଟିମ୍ ଇଣ୍ଡିଆ ଫର୍ମରେ ରହିଛି। ବ୍ୟାଟିଂ ଏବଂ ବୋଲିଂ ଡିପାର୍ଟମେଣ୍ଟ ସନ୍ତୁଳିତ ରହିଛି। […]

  • Sunday, 11 July 2021
sikhar
ଆଘାତ କାରଣରୁ ବିଶ୍ୱକପ୍‌ର ପରବର୍ତ୍ତୀ ମ୍ୟାଚ୍‌ରୁ ବାଦ୍ ପଡ଼ିଲେ ଧାଓ୍ୱନ

ନୂଆଦିଲ୍ଲୀ: ଆଘାତ କାରଣରୁ ବିଶ୍ୱକପ୍‌ର ପରବର୍ତ୍ତୀ ମ୍ୟାଚ ଖେଳିପାରିବେ ନାହିଁ ଓପନର ଶିଖର ଧାଓ୍ୱନ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳେ ଶିଖର ଗୁରୁତର ଆହତ ହୋଇଥିଲେ। ଶିଖରଙ୍କ ବାମ ହାତର ଅଙ୍ଗୁଳିରେ ଆଘାତ ଲାଗିଛି। ଧାଓ୍ୱନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କୁଲଟର ନାଇଲଙ୍କ ବାଉନ୍ସ ବଲ୍‌କୁ ସାମ୍ନା କରିବା ବେଳେ ବାମ ହାତର ଅଙ୍ଗୁଳିରେ ଆଘାତ ପାଇଥିଲେ। କିନ୍ତୁ ବିଶ୍ରାମ ନନେଇ ସେ ଦମଦାର ଶତକ ମାରିଥିଲେ। ଅବଶ୍ୟ ଏହାପରେ ସେ ଫିଲ୍ଡିଂ ପାଇଁ ଓହ୍ଲାଇ ନଥିଲେ। […]

  • Sunday, 11 July 2021
cricket..
ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଲଣ୍ଡନ: ଆଜି କ୍ରିକେଟ୍ ବିଶ୍ୱକପ୍ ମ୍ୟାଚ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହାଇଭୋଲଟେଜ୍‌ ମୁକାବିଲା ହେବ। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବ ବୋଲି ନିଷ୍ପତ୍ତି ନେଇଛି। ଲଣ୍ଡନର କେନିଙ୍ଗଟନ ଓଭାଲରେ ଏହି ମ୍ୟାଚ୍‌ ଖେଳାଯାଉଛି। ଏଯାଏ ବିଶ୍ୱକପରେ ଅଷ୍ଟ୍ରେଲିଆ ୨ଟି ମ୍ୟାଚ୍ ଖେଳିଥିବା ବେଳେ ଭାରତ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଛି। ଗତ ବିଶ୍ୱକପ୍‌ରେ ଭାରତ ଓ ଅ​‌ଷ୍ଟ୍ରେଲିଆ ପରସ୍ପରକୁ ସେମି ଫାଇନାଲରେ ଭେଟିଥିଲେ। ଏଥିରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଆଜି ଅଷ୍ଟ୍ରେଲିଆ ପେସ୍ […]

  • Sunday, 11 July 2021
virat..
ପିଇବା ପାଣିରେ କାର୍ ଧୋଇବାରୁ କୋହଲିଙ୍କ ଉପରେ ଫାଇନ୍‌

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବେ ଇଂଲଣ୍ଡରେ ଅଛନ୍ତି। ସେ ବିଶ୍ୱକପ୍ ଖେଳିବାକୁ ଟିମ୍ ସହିତ ସେଠାକୁ ଯାଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଦଳ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଆଜି ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ତେବେ ଏହା ଭିତରେ ହରିୟାଣାର ଗୁରୁଗ୍ରାମ ମ୍ୟୁନିସିପାଲିଟି ବିରାଟଙ୍କ ଉପରେ ୫୦୦ ଟଙ୍କା ଫାଇନ୍ କରିଛି। ପିଇବା ପାଣିରେ କାର୍ ଧୋଇବାକୁ ନେଇ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ତାଙ୍କ ଉପରେ ଏହି ଫାଇନ୍ କରିଛନ୍ତି। ଅବଶ୍ୟ […]

  • Sunday, 11 July 2021
world cup
କଙ୍ଗାରୁ ଦଳକୁ ଚକ୍‌ମା ଦେବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଭାଲ୍‌: ଚଳିତ ବିଶ୍ୱକପ୍‌ରେ ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବ। ଦୁଇଥର ବିଶ୍ୱବିଜେତା ଭାରତ ୫ଥର ବିଶ୍ୱକପ୍‌ ଜିତିଥିବା ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ଲଣ୍ଡନର ଐତିହାସିକ ଓଭାଲ୍‌ ପଡ଼ିଆରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ଅପରାହ୍ଣ ୩ଟାରୁ ଆରମ୍ଭ ହେବ। ପ୍ରଥମଥର ପାଇଁ ୫୦-ଓଭର୍‌ ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍‌ରେ ବିରାଟ ବାହିନୀ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିବାକୁ ନିଶ୍ଚୟ ପ୍ରୟାସ […]

  • Sunday, 11 July 2021
barabati
ଅଢ଼େଇ ବର୍ଷ ପରେ ବାରବାଟୀକୁ ଫେରିଲା ଦିନିକିଆ ମ୍ୟାଚ୍‌

କଟକ: ଦୀର୍ଘ ଅଢ଼େଇ ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିଲା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍‌। ବାରବାଟୀରେ ଆଗାମୀ ଭାରତ-ୱେଷ୍ଟ୍‌ଇଣ୍ଡିଜ୍ ସିରିଜର ତୃତୀୟ ମ୍ୟାଚ୍‌ ଖେଳାଯିବ ନେଇ ଓସିଏ ପରିଚାଳନା କମିଟି ଅଧ୍ୟକ୍ଷ ଧୀରେନ୍ ପଲେଇ ସୂଚନା ଦେଇଛନ୍ତି। ବିସିସିଆଇ ପକ୍ଷରୁ ସମ୍ପୂର୍ଣ୍ଣ ଘରୋଇ ଅନ୍ତର୍ଜାତୀୟ ସୂଚୀ ପ୍ରକାଶ ପାଇଛି। ଏଥିରେ ଆଗାମୀ ଭାରତ-ୱେଷ୍ଟ୍‌ଇଣ୍ଡିଜ୍ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ପାଇଁ ବାରବାଟୀକୁ ଚୟନ କରାଯାଇଛି।  ଡିସେମ୍ବର ୨୨ରେ ଏହି ଦିବାରାତ୍ର ମ୍ୟାଚ୍‌ ଖେଳାଯିବ। […]

  • Saturday, 10 July 2021
team india
ବିଶ୍ୱକପ୍ ଅଭିଯାନ ଆରମ୍ଭ ପୂର୍ବରୁ ଟିମ୍‌ ଇଣ୍ଡିଆର ମସ୍ତି ଫଟୋ ଭାଇରାଲ

ନୂଆଦିଲ୍ଲୀ: ଜୁନ୍ ୫ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ଏହା ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଇଂଲଣ୍ଡରେ କିଛି ସ୍ଥାନକୁ ଗସ୍ତ କରି ମଉଜ୍‌ ମସ୍ତି କରୁଥିବା ଫଟୋ ଏବେ ଭାଇରାଲ ହୋଇଛି। Fun times with the boys ??? pic.twitter.com/f3vAuYiRWQ — Virat Kohli (@imVkohli) 31 May 2019 କ୍ୟାପ୍‌ଟେନ୍‌ ବିରାଟ କୋହଲି ନିଜ ଟ୍ୱିଟର୍‌ ପେଜ୍‌ରେ ଏହି ଫଟୋକୁ […]

  • Saturday, 10 July 2021
pak
ଏସିଆ କପ୍‌ ଆୟୋଜନ କରିବ ପାକିସ୍ତାନ

ଇସ୍‌ଲାମାବାଦ:୨୦୨୦ରେ ହେବାକୁ ଥିବା ଏସିଆ କପ୍‌ର ଆୟୋଜନ ପାକିସ୍ତାନ କରିବ। ଦୁଇ ବର୍ଷକୁ ଥରେ ଖେଳାଯାଉଥିବା ଏସିଆ କପ୍‌ ଏଥର ଟି-୨୦ ଫର୍ମାଟରେ ହେବ। ପାକିସ୍ତାନ ଏହାର ଆୟୋଜନ କରୁଥିଲେ ହେଁ ନିଜ ଦେଶରେ କୌଣସି ମ୍ୟାଚ୍‌ ଖେଳିବ ନାହିଁ। ବରଂ ୟୁଏଇରେ ମ୍ୟାଚ୍‌ ଗୁଡ଼ିକ ଅନୁଷ୍ଠିତ ହେବ। ମଙ୍ଗଳବାର ଦି ଏସିଆନ୍‌ କ୍ରିକେଟ୍‌ କାଉନସିଲ(ଏସିସି) ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପାକିସ୍ତାନକୁ ଏସିଆ କପ୍‌ ଆୟୋଜନ ପାଇଁ ଅନୁମତି ମିଳିଛି। ପାକିସ୍ତାନ ନିଜ ଦେଶରେ ମ୍ୟାଚ୍‌ […]

  • Saturday, 10 July 2021
world cup 2019
ଆରମ୍ଭରୁ ଝୁଣ୍ଟିଲା ଟିମ୍‌ ଇଣ୍ଡିଆ

ଲଣ୍ଡନ: ବିଶ୍ୱକପ୍‌ର ଅସଲ ପରୀକ୍ଷା ଆଗରୁ ଅଭ୍ୟାସ୍‌ ମ୍ୟାଚ୍‌ରେ ପରାସ୍ତ ହୋଇଛି ଟିମ୍‌ ଇଣ୍ଡିଆ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ବିରାଟ୍‌ କୋହଲିଙ୍କ ଟିମ୍‌ ଇଣ୍ଡିଆ ଶୋଚନୀୟ ପରାଜୟ ବରଣ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍‌ ଇଣ୍ଡିଆ ମାତ୍ର ୩୯.୨ ଓଭର୍‌ରେ ସମସ୍ତ ୱିକେଟ୍‌ ହରାଇ ୧୭୯ ହିଁ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ୭୮ଟି ବଲ୍‌ ପୂର୍ବରୁ ୪ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। […]

  • Saturday, 10 July 2021
sc-4
୨୦୨୦ ଅଲିମ୍ପିକ୍ସରେ ଖେଳିବେ ତେଜସ୍ୱିନୀ

ଦୋହା: ୧୪ତମ ଏସିଆନ ଚାମ୍ପିୟନଶିପ୍‌ର ମହିଳା ୫୦ ମିଟର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଜଣେ ଭାରତୀୟ ଶୁଟର । ନାଁ ତାଙ୍କର ତେଜସ୍ୱିନୀ ସାୱନ୍ତ । ସେ ୨୦୨୦ ଟୋକିଓ ଟିକେଟ ହାସଲ କରିଛନ୍ତି। ସେ ୧୨ତମ ଭାରତୀୟ ଶୁଟର ଭାବେ ୨୦୨୦ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ପାଇଛନ୍ତି। କ୍ୱାଲିଫାୟିଂ ରାଉଣ୍ଡରେ ୩୯ ବର୍ଷୀୟ ତେଜସ୍ୱିନୀ ମୋଟ ୧୧୭୧ ପଏଣ୍ଟ ସହ ୫ମ ସ୍ଥାନରେ ରହି ଫାଇନାଲ ଖେଳିବାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏବେ ସେ […]

  • Saturday, 10 July 2021
ipl
ଚତୁର୍ଥ ଥର ପାଇଁ ଆଇପିଏଲ୍‌ ଚାମ୍ପିଅନ୍‌ ହେଲା ମୁମ୍ବାଇ ଇଣ୍ଡିଆନ୍ସ

ହାଇଦ୍ରାବାଦ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ଦ୍ୱାଦଶ ସିଜିନ୍‌ରେ ଚାମ୍ପିଅନ୍ ହୋଇଛି। ଏକ ରୋମାଞ୍ଚକର ଫାଇନାଲ୍‌ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୧ ରନ୍‌ରେ ହରାଇ ରୋହିତ ଶର୍ମାଙ୍କ ମୁମ୍ବାଇ ଟିମ୍ ଚତୁର୍ଥ ଥର ପାଇଁ ଟାଇଟଲ୍‌ ଦଖଲ କରିଛି। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା। ୧୫୦ ରନ୍ ଟାର୍ଗେଟ୍‌ରେ ବ୍ୟାଟିଂ କରି ଚେନ୍ନାଇ ୧୪୮ ରନ୍ କରିପାରିଥିଲା। ଶେଷ ଓଭରରେ ଚେନ୍ନାଇକୁ ଜିତିବା ପାଇଁ ୯ […]

  • Saturday, 10 July 2021
dhoni-jiva
ଧୋନିଙ୍କ କାନ୍ଧ ମାଲିସ କଲେ ଝିଅ ଜିଭା

ରାଞ୍ଚି: କ୍ରିକେଟ ଠାରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂହ ଧୋନି ଏବେ ନିଜ ପରିବାର ବିଶେଷ କରି ଝିଅ ଜିଭାଙ୍କ ସହ ସମୟ କାଟିବାରେ ବ୍ୟସ୍ତ ରହିଛନ୍ତି। ଜିଭାଙ୍କ ସହ ଧୋନି କରୁଥିବା ମଜାମସ୍ତିକୁ ସେ ସୋଶାଲ ମିଡିଆରେ ମଧ୍ୟ ପୋଷ୍ଟ କରୁଛନ୍ତି। ଗତକାଲି ଉଭୟ ଗାଡ଼ି ଧୋଇବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଆଜି ଜିଭା ବାପା ଧୋନିଙ୍କ କାନ୍ଧକୁ ମାଲିସ୍‌ କରୁଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଭଡିଓ ଅନୁଯାୟୀ, […]

  • Saturday, 10 July 2021
4343434
ଡେ-ନାଇଟ୍ ହେବ ଟେଷ୍ଟ ମ୍ୟାଚ୍‌ !

ମୁମ୍ୱାଇ: ବିସିସିଆଇ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେବା ପରେ ସୌରଭ ଗାଙ୍ଗୁଲି ଗତକାଲି ମୁମ୍ୱାଇରେ କ୍ୟାପଟେନ୍‌ ବିରାଟ କୋହଲିଙ୍କ ସହ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦିନିକିଆ ଡେ’ ନାଇଟ୍ ମ୍ୟାଚ୍ ଭଳି ଟେଷ୍ଟ ମ୍ୟାଚ୍‌କୁ ଡେ ନାଇଟ୍ କରିବା ପାଇଁ ସେ କୋହଲିଙ୍କ ପରାମର୍ଶ ଲୋଡ଼ିଥିଲେ। କୋହଲି ତାଙ୍କ ପ୍ରସ୍ତାବରେ ରାଜି ହୋଇଥିବା ଜଣାପଡ଼ିଛି। ଏଣୁ ଆଗାମୀ ଦିନରେ ବିସିସିଆଇ ଡେ’ ନାଇଟ୍ ଟେଷ୍ଟ ମ୍ୟାଚ ଆୟୋଜନ କରିବ ବୋଲି ସ୍ପଷ୍ଟ ହୋଇଯାଇଛି ବୋଲି […]

  • Saturday, 10 July 2021
ipl match
ଆଇପିଏଲ୍‌ ୨୦୧୯: ଫାଇନାଲ୍‌ରେ ଚେନ୍ନାଇ-ମୁମ୍ବାଇ ମଧ୍ୟରେ ହେବ କଡ଼ା ଟକ୍କର

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଫାଇନାଲରେ ପ୍ରବେଶ କରିଛି। ବିଶାଖାପଟଣାରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟର୍‌ ମ୍ୟାଚ୍‌ରେ ଚେନ୍ନାଇ ୬ ଓ୍ୱିକେଟରେ ବିଜୟୀ ହୋଇଛି। ପୂର୍ବରୁ ଫାଇନାଲ୍‌ରେ ପ୍ରବେଶ କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଚେନ୍ନାଇ ଭେଟିବ। ଗତକାଲି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୧୪୭ ରନ କରିଥିଲା।  ଏହାର ଜବାବରେ ଚେନ୍ନାଇ ମାତ୍ର ୪ ଓ୍ୱିକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଟିମ୍‌  […]

  • Saturday, 10 July 2021
1111111
ଦାଦା ହେଲେ ବିସିସିଆଇ ବସ୍

ମୁମ୍ୱାଇ: ଆଜିଠୁ ବିସିସିଆଇରେ ଆରମ୍ଭ ହେଲା ସୌରଭ ଯୁଗ। ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟର (ବିସିସିଆଇ) ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌରଭ ଗାଙ୍ଗୁଲି। ୩୯ତମ ଅଧ୍ୟକ୍ଷ ଭାବେ ସୌରଭ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଫଳରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନ ଶେଷ ହୋଇଛି। ବିସିସିଆଇର ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କ ନାମାଙ୍କନ ସର୍ବସମ୍ମତିକ୍ରମେ ହୋଇଛି। ଏବେ ଭାରତର ସଫଳତମ କ୍ରିକେଟର ଏବଂ […]

  • Saturday, 10 July 2021
12111
ମ୍ୟାଚ୍‌ବେଳେ ଘୁମେଇ ପଡ଼ିଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ଘୁମେଇ ପଡ଼ିଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ।  ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଚାଲୁଥିବା ବେଳେ ପାଭିଲିୟନ୍‌ରେ କୋଚ୍ ରବି ଶାସ୍ତ୍ରୀ ଶୋଇପଡ଼ିଥିଲେ। ଏହି ସମୟର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହାଇଛି। ବିଭିନ୍ନ ମହଲରୁ ରବି ଶାସ୍ତ୍ରୀଙ୍କୁ ଏନେଇ ପ୍ରବଳ ସମାଲୋଚନା କରାଯାଇଛି ।  କିପରି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଚାଲୁଥିବା ବେଳେ ସେ ଶୋଇ ପଡ଼ିଥିଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି କିଛି କ୍ରୀଡ଼ା ପ୍ରେମୀ । ରାଞ୍ଚିରେ […]

  • Saturday, 10 July 2021
ipl
ଆଇପିଏଲ୍‌ ୨୦୧୯: ଆଜି କ୍ୱାଲିଫାୟାର୍‌-୨ରେ ଚେନ୍ନାଇ-ଦିଲ୍ଲୀ ଲଢ଼େଇ

ନୂଆଦିଲ୍ଲୀ: ଆଇପିଏଲ୍‌ ମହାସମରରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍‌ ମ୍ୟାଚ୍‌। ଦୁଇ ଶକ୍ତିଶାଳୀ ଟିମ୍ ଚେନ୍ନାଇ ସୁପରକିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। କାହିଁକି ନା ଏହି ମ୍ୟାଚରେ ଯେଉଁ ଟିମ୍ ବିଜୟୀ ହେବ, ସେହି ଟିମ୍ ମୁମ୍ବାଇ ବିପକ୍ଷରେ ଫାଇନାଲ ଖେଳିବ। ଏଲିମିନେଟର ମୁକାବିଲାରେ ସନ ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ରାଉଣ୍ଡକୁ ଦିଲ୍ଲୀ ପ୍ରବେଶ କରିଛି। ପୃଥ୍ୱୀ ସ ଓ ଋଷଭ ପନ୍ତଙ୍କ ଦମ୍‌ଦାର୍‌ ବ୍ୟାଟିଂରେ ଦିଲ୍ଲୀ ଏହି […]

  • Saturday, 10 July 2021
22222222222222222222222
୩-୦ରେ ସିରିଜ ପୋଛି ନେଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବୃହତ ରାଞ୍ଚି ବିଜୟ। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟରେ ବିଶାଳ ବିଜୟ ସହ ସିରିଜକୁ ୩-୦ରେ କ୍ଲିନ୍‌ ସୁଇପ୍ କରିଛି ଟିମ୍ ଇଣ୍ଡିଆ। ରା଼୍ଞ୍ଚି ଟେଷ୍ଟକୁ ଗୋଟିଏ ଇନିଂସ ଏବଂ ୨୦୨ରନରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ରାଞ୍ଚି ଟେଷ୍ଟର ଚତୁର୍ଥ ଦିନରେ ବିଜୟ ହାସଲ କରିଛି ଭାରତ ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସରେ ୪୯୭ରନ କରି ପାଳି ଘୋଷଣା କରିଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୧୬୨ […]

  • Saturday, 10 July 2021
odia girl
ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର: ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ମିଳିଛି ସ୍ୱର୍ଣ୍ଣ ପଦକ। ଚେକ୍ ରିପବ୍ଲିକ୍ ଗ୍ରାଁପି ଲିବେରେସନ୍ ସୁଟିଂ ପ୍ରତିଯୋଗିତାରେ ସେ ଏହି ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ମିକ୍ସଡ୍ ଇଭେଣ୍ଟରେ ଗଗନ ନାରଙ୍ଗଙ୍କ ସହ ଖେଳୁଥିଲେ ଓଡ଼ିଆ ଝିଅ ଶ୍ରୀୟଙ୍କା। ୧୦ ମିଟର ଏୟାର ରାଇଫଲରେ ସେ ଜିତିଛନ୍ତି ଏହି ପଦକ। ଗତକାଲି ୫୦ ମିଟର ଏୟାର ରାଇଫଲରେ ସେ ରୌପ୍ୟ ପଦକ ଜିତିଥିଲେ।

  • Saturday, 10 July 2021
23232323
ଦାଦା ହେବେ ବିସିସିଆଇର ବିଗ୍ ବସ୍ !

ନୂଆଦିଲ୍ଲୀ: ଦାଦା ହୋଇପାରନ୍ତି ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ)ର ବିଗ୍ ବସ୍!  ଟିିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ବିସିସିଆଇର ସଭାପତି ହୋଇପାରନ୍ତି ବୋଲି ଜଣାପଡ଼ିଛି।  ଆପାତତଃ ତାଙ୍କୁ ନେଇ ଏକ ପ୍ରକାର ସହମତି ପ୍ରକାଶ ପାଇଛି। ୪୭ ବର୍ଷୀୟ ଗାଙ୍ଗୁଲି ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲର ସଭାପତି ଅଛନ୍ତି। ଆଗରୁ ରେସ୍‌ର ଆଗରେ ଥିବା ବ୍ରିଜେଶ ପଟେଲଙ୍କୁ ଶେଷ ମୁହୂର୍ତ୍ତରେ ପଛରେ ପକାଇ ଦେଇଛନ୍ତି ସୌରଭ।  ବ୍ରିଜେଶଙ୍କ ପ୍ରତି ବିସିସିଆଇର ପୂର୍ବତନ […]

  • Saturday, 10 July 2021
mumbai indians
ଆଇପିଏଲ୍‌ ୨୦୧୯: ଚେନ୍ନାଇକୁ ପରାସ୍ତ କରି ଫାଇନାଲରେ ମୁମ୍ବାଇ

ନୂଆଦିଲ୍ଲୀ: ଆଇପିଏଲ୍‌ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ। ଗତକାଲି ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ଏହି ସଫଳତା ପାଇଛି। ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ସାମ୍ନାସାମ୍ନି ହେବେ। ଏଲିମିନେଟର୍ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ଦର୍ଶକ କଡ଼ା ଟକ୍କର ଦେଖିବାକୁ ପାଇବେ। ଆଜି ସନ୍ଧ୍ୟା ସାଢ଼େ ୭ଟାରେ ବିଶାଖାପଟଣାରେ ଏହି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଯିଏ ଜିତିବ ସେହି ଟିମ୍ ଚେନ୍ନାଇ ସହିତ ଦ୍ୱିତୀୟ […]

  • Saturday, 10 July 2021