• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଶ୍ରୀଲଙ୍କାକୁ ପ୍ରଥମ ଦିନିକିଆରେ ୭ ୱିକେଟ୍‌ରେ ହରାଇଲା ଭାରତ ।

     

  • ଶ୍ରୀଲଙ୍କାର ବଡ଼ ବଡ଼ ଖେଳାଳିମାନେ ଟିମରୁ ବାହାରେ ଥିଲେ ।

  • ଅଭାବ ଅନଟନରେ ଦିନ କାଟୁଛନ୍ତି ଖେଳାଳି ।

କଲମ୍ବୋ: ଶ୍ରୀଲଙ୍କା ଦଳକୁ ପ୍ରଥମ ଦିନିକିଆରେ ୭ ୱିକେଟ୍‌ରେ ଭାରତଠାରୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି । ଟିମ୍ ଇଣ୍ଡିଆର ବି’ ଟିମ୍‌କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ସେପଟେ ଚୁକ୍ତିନାମା ବିବାଦ ହେତୁ ଶ୍ରୀଲଙ୍କାର ବଡ଼ ଖେଳାଳି ସିରିଜରୁ ଦୂରେଇ ରହିଛନ୍ତି । ଏହା ମଧ୍ୟରେ ଖବର ଆସିଛି ଯେ, ଶ୍ରୀଲଙ୍କାର କ୍ରିକେଟରମାନେ ଟଙ୍କା ଅଭାବର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନେ ନୂଆ ଚୁକ୍ତି ପାଇଁ ପ୍ରସ୍ତୁତ ଅଛନ୍ତି । ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ୨୦ ଜୁଲାଇ ମଙ୍ଗଳବାର ଦିନ ଖେଳାଯିବ ।

ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଖେଳାଳିମାନେ ଶ୍ରୀଲଙ୍କା ବୋର୍ଡକୁ ଏକ ଚିଠି ଲେଖି ଚୁକ୍ତିନାମାକୁ ସ୍ୱୀକାର କରିବା ସହ ଯଥାଶୀଘ୍ର ବକେୟା ଦେୟ ଦେବାକୁ କହିଛନ୍ତି । ଖେଳାଳିମାନେ ଚିଠିରେ ଲେଖିଛନ୍ତି, 'ନୂତନ ଚୁକ୍ତି ଯୋଗୁଁ, ଜାନୁଆରୀ ୨୦୨୧ ପରଠାରୁ ତାଙ୍କୁ କୌଣସି ପ୍ରକାରର ଦରମା ଦିଆଯାଇନାହିଁ । ନୂତନ ଚୁକ୍ତି ବିଷୟରେ ଖେଳାଳିମାନେ ସ୍ପଷ୍ଟ ନୁହଁନ୍ତି ବୋଲି ମଧ୍ୟ କହିଛନ୍ତି । ଏହି ବାବଦରେ ତାଙ୍କୁ ଲିଖିତ ଭାବେ ସୂଚନା ଦିଆଯିବା ଉଚିତ୍‌ । ନୂଆ ଚୁକ୍ତିନାମା ଅନୁଯାୟୀ ଖେଳାଳିଙ୍କ ଦରମାରେ ୩୦ ପ୍ରତିଶତ କାଟ କରାଯିବ ବୋଲି ସ୍ଥିର ହୋଇଛି ।

ବିବାହ ବନ୍ଦ କରିବାକୁ ପଡିଲା

ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଦରମା ନପାଇଥିବାରୁ ଖେଳାଳିମାନେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । କିଛି ଖେଳାଳିଙ୍କୁ ଘରର କିସ୍ତି ଏବଂ ପିତାମାତାଙ୍କ ବୀମା ମଧ୍ୟ ଦେବାରେ ଅସୁବିଧା ହେଉଥିବା ଜଣାପଡ଼ିଛି । ଅନେକ ଖେଳାଳି ବିବାହ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ କରି ରଖିଛନ୍ତି । ସିନିୟର ଖେଳାଳି ଏବଂ ବୋର୍ଡ ମଧ୍ୟରେ ଝଗଡ଼ା କାରଣରୁ ଅନେକ ଜୁନିଅର ଖେଳାଳି ହଇରାଣ ହେଉଛନ୍ତି । ବର୍ତ୍ତମାନ ସେମାନେ ଅନୁଭବ କରୁଛନ୍ତି ଯେ, ବିନା କୌଣସି ଚୁକ୍ତିନାମା ଯୋଗୁଁ ତାଙ୍କ କ୍ୟାରିୟର ସବୁ ଶେଷ ହେବାକୁ ଯାଉଛି । କାରଣ ସେମାନଙ୍କ ମଧ୍ୟରୁ ଅନେକ ଖେଳାଳିଙ୍କୁ ଏହି ସିରିଜ୍ ପାଇଁ ମନୋନୀତ ମଧ୍ୟ କରାଯାଇ ନାହିଁ ।

ବରିଷ୍ଠ ଖେଳାଳିଙ୍କୁ ଦାୟୀ କରିଥିଲେ ମୁରଲୀଧରନ୍

ଶ୍ରୀଲଙ୍କାର କ୍ରିକେଟ୍‌ର ଦିଗଜ୍ଜ ଖେଳାଳି ମୁଥିଆ ମୁରଲୀଧରନ୍, ଅନୁବନ୍ଧ ପ୍ରସ୍ତୁତ କରୁଥିବା ବୈଷୟିକ ପରାମର୍ଶଦାତା କମିଟିର ଏକ ଅଂଶ । ସେ ବରିଷ୍ଠ ଖେଳାଳିଙ୍କ ଉପରେ ପ୍ରବଳ ରାଗ ସୁଜାଇଛନ୍ତି । ସେ କହିଛନ୍ତି ଯେ ନୂଆ ଚୁକ୍ତି ଅନୁଯାୟୀ ଦିମୁଥ କରୁଣାରତ୍ରେ ଏବଂ ଆଞ୍ଜେଲୋ ମାଥ୍ୟୁସଙ୍କ ଭଳି ଖେଳାଳିଙ୍କୁ କମ୍ ଦରମା ଦିଆଯାଉଛି । ସେମାନେ ନିଜ ଜୁନିଅର ଖେଳାଳିଙ୍କ କ୍ୟାରିଅରକୁ ନିଜ ସ୍ୱାର୍ଥ ପାଇଁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ।