• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

top india
ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଇଂଲଣ୍ଡକୁ ହଟାଇ ଶୀର୍ଷରେ ଟିମ୍ ଇଣ୍ଡିଆ

ଦୁବାଇ: ଚଳିତ ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଟିମ୍ ଭଲ ଆରମ୍ଭ କରିଛି ଏବଂ ଏପର୍ଯ୍ୟନ୍ତ ଅପରାଜେୟ ରହିଛି। ଏହାର ଫାଇଦା ଭାରତକୁ ଆଇସିସି ଦିନିକିଆ ରାଙ୍କିଙ୍ଗରେ ମଧ୍ୟ ମିଳିଛି। ଭାରତ ଏବେ ବିଶ୍ୱର ଏକ ନମ୍ବର ଦିନିକିଆ ଟିମ୍ ହୋଇଛି। ଏହି ମାମଲାରେ ଭାରତ ଇଂଲଣ୍ଡକୁ ହଟାଇ ଶୀର୍ଷ ସ୍ଥାନ କବଜା କରିଛି। ଭାରତ ୧୨୩ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ବିଶ୍ୱକପରେ ଇଂଲଣ୍ଡ ଟିମ୍ ୭ଟିରୁ ୩ଟି ମୁକାବିଲା ହାରିସାରିଛି ଏବଂ ଏହାର ପ୍ରଭାବ […]

  • Saturday, 17 July 2021
australia beat
ବିଶ୍ୱକପ୍‌ କ୍ରିକେଟ୍‌ ୨୦୧୯ : ଇଂଲଣ୍ଡକୁ ୬୪ ରନ୍‌ରେ ହରାଇଲା ଅଷ୍ଟ୍ରେଲିଆ

ଲଣ୍ଡନ : ଚଳିତ ଆଇସିସି ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଆଉ ଏକ ହାଇଭୋଲଟେଜ୍ ମୁକାବିଲାରେ ଅଷ୍ଟ୍ରେଲିଆ ୬୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୧୨ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡକୁ ହଟାଇ ପ୍ରଥମ ସ୍ଥାନକୁ ଉଠିବା ସହ ପ୍ରଥମ ଟିମ୍ ଭାବେ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ ପରାଜୟ ସହ ଇଂଲଣ୍ଡର ସେମିଫାଇନାଲ୍ ଆଶା କ୍ଷୀଣ ହେବାରେ ଲାଗିଛି। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ କ୍ୟାପଟେନ୍ ଆରୋନ୍ ଫିଞ୍ଚ […]

  • Saturday, 17 July 2021
AFGANI
ଆଫଗାନିସ୍ତାନକୁ ୬୨ ରନରେ ପରାସ୍ତ କଲା ବାଂଲାଦେଶ

ସାଉଥାମ୍ପଟନ୍: ସାକିବ୍ ଅଲ୍ ହାସନଙ୍କ ଅଲରାଉଣ୍ଡର ପ୍ରଦର୍ଶନକୁ ଆଧାର କରି ବାଂଲାଦେଶ ଚଳିତ ବିଶ୍ୱକପର ସୋମବାର ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନକୁ ୬୨ ରନରେ ପରାସ୍ତ କରିଛି। ଏହି ବିଜୟ ସହ ବାଂଲାଦେଶ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଛି। ରୋଜ୍ ବାଉଲରେ ଅନୁଷ୍ଠିତ ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୨ ରନ୍ କରିଥିଲା। ବାଂଲାଦେଶ ପକ୍ଷରୁ ମୁଶଫିକର ରହିମ୍ ସର୍ବାଧିକ ୮୩ (୮୭ ବଲ୍, ୪ […]

  • Saturday, 17 July 2021
india win
ଆଫଗାନିସ୍ତାନକୁ ୧୧ରନ୍‌ରେ ହରାଇଲା ଭାରତ

ସାଉଥାମ୍ପଟନ୍: ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଭଳି ଟିମ୍ ବିପକ୍ଷରେ ସହଜ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆକୁ ଆଫଗାନିସ୍ତାନ ବିପକ୍ଷରେ ନାକେଦମ ହେବାକୁ ପଡ଼ିଛି। ଶନିବାର ବିଶ୍ୱକପର ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଭାରତ ୧୧ ରନରେ ଆଫଗାନିସ୍ତାନକୁ ହରାଇ କଷ୍ଟସାଧ୍ୟ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଆଫଗାନିସ୍ତାନର ସ୍ପିନ୍ ଆକ୍ରମଣ ଆଗରେ ମୁଣ୍ଡ ନୁଆଁଇ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ […]

  • Saturday, 17 July 2021
worldcup
ଟିମ୍ ଇଣ୍ଡିଆକୁ ୨୨୪ ରନ୍‌ରେ ରୋକିଲା ଆଫଗାନିସ୍ତାନ

ସାଉଥାମ୍ପଟନ୍ : ଚଳିତ ବିଶ୍ୱକପର ୨୮ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଆଫଗାନିସ୍ତାନ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଆଫଗାନିସ୍ତାନର ସ୍ପିନ୍ ଆକ୍ରମଣ ଆଗରେ ମୁଣ୍ଡ ନୁଆଁଇଛନ୍ତି। ଫଳସ୍ୱରୂପ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୪ ରନ୍ କରିବାକୁ ସକ୍ଷମ ହୋଇଛି। ଆଫଗାନିସ୍ତାନକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୨୨୫ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ବିରାଟ୍ କୋହଲିଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ […]

  • Saturday, 17 July 2021
england
ଶ୍ରୀଲଙ୍କା ଠାରୁ ହାରିବା ପରେ ଇଂଲଣ୍ଡ ପାଇଁ ବଢ଼ିଲା ସମସ୍ୟା

ଲଣ୍ଡନ : ଚଳିତ ବିଶ୍ୱକପରେ ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ଶ୍ରୀଲଙ୍କା ଆୟୋଜକ ଇଂଲଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଏହା ପୂର୍ବରୁ ୨୦୧୧ ଓ ୨୦୧୫ ବିଶ୍ୱକପରେ ମଧ୍ୟ ଇଂଲଣ୍ଡକୁ ହରାଇଥିଲା। ତେବେ ୧୯୮୩ ବିଶ୍ୱକପରେ ଶ୍ରୀଲଙ୍କା ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଥିଲା। କିନ୍ତୁ ଶୁକ୍ରବାର ଶ୍ରୀଲଙ୍କା ଏହାର ପ୍ରତିଶୋଧ ନେଇଛି। ଶ୍ରୀଲଙ୍କା ଟିମର ପ୍ରଦର୍ଶନ ଦେଖି ଲାଗିଲା ଯେ, ସେମାନେ ବିଶ୍ୱକପ୍ ଜିତି ନେଇଛନ୍ତି। ନୁୱନ୍ ପ୍ରଦୀପ ଇଂଲଣ୍ଡର ଶେଷ ବ୍ୟାଟ୍ସମ୍ୟାନ୍ ମାର୍କ ଉଡଙ୍କୁ […]

  • Saturday, 17 July 2021
rohit
ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା, ରୋହିତ୍ ଆଉଟ୍

ସାଉଥାମ୍ପଟନ୍: ଏଠାରେ ଚାଲିଥିବା ଭାରତ ଓ ଆଫଗାନିସ୍ତାନ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଫର୍ମରେ ଥିବା ରୋହିତ୍ ଶର୍ମା ମାତ୍ର ୧ ରନ୍ କରି ଆଉଟ୍ ହୋଇଛନ୍ତି । ତାଙ୍କୁ ଆଫଗାନିସ୍ତାନ ସ୍ପିନର ମୁଜୀବ-ଉର୍-ରେହମାନ୍ କ୍ଲିନ୍ ବୋଲ୍ଡ କରିଛନ୍ତି । ତାଙ୍କୁ ଆଫଗାନିସ୍ତାନ ସ୍ପିନର ମୁଜୀବ-ଉର୍-ରେହମାନ୍ କ୍ଲିନ୍ ବୋଲ୍ଡ କରିଛନ୍ତି । ରୋହିତଙ୍କ ସହ ଓପନ୍ କରିବାକୁ ଆସିଥିବା ଲୋକେଶ ରାହୁଲ ୬ ରନ୍ କରି ବ୍ୟାଟିଂ […]

  • Saturday, 17 July 2021
eng
ବିଶ୍ୱକପ୍‌ ୨୦୧୯ : ଇଂଲଣ୍ଡକୁ ୨୦ ରନରେ ହରାଇଲା ଶ୍ରୀଲଙ୍କା

ଲିଡ୍ସ: ଲସିଥ୍ ମାଲିଙ୍ଗାଙ୍କ ଘାତକ ବୋଲିଂକୁ ଆଧାର କରି ଶ୍ରୀଲଙ୍କା ଚଳିତ ବିଶ୍ୱକପର ୨୭ତମ ମ୍ୟାଚରେ ଆୟୋଜକ ତଥା ଟାଇଟଲ୍ ଫେଭରିଟ୍ ଇଂଲଣ୍ଡକୁ ୨୦ ରନରେ ହରାଇ ବିପର୍ଯ୍ୟୟ ଘଟାଇଛି। ହେଡିଂଲେରେ ଅନୁଷ୍ଠିତ ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୨ ରନ୍ କରିଥିଲା। ଏହି ଲକ୍ଷ୍ୟକୁ ଇଂଲଣ୍ଡ ସହଜରେ ହାସଲ କରିନେବ ବୋଲି ଲାଗୁଥିଲା, କିନ୍ତୁ ଶ୍ରୀଲଙ୍କା ବୋଲରଙ୍କ ଦମଦାର ବୋଲିଂ ଆଗରେ ଘରୋଇ ଟିମ୍ […]

  • Saturday, 17 July 2021
g
ଶନିବାର ଭାରତ-ଆଫଗାନିସ୍ତାନ ମୁକାବିଲା

ସାଉଥାମ୍ପଟନ୍ : ପାକିସ୍ତାନ ବିପକ୍ଷ ବିଜୟ ଏବଂ ପାଞ୍ଚଦିନର ଲମ୍ବା ବ୍ରେକ୍ ପରେ ଟିମ୍ ଇଣ୍ଡିଆ ପୁଣିଥରେ କ୍ରିକେଟ୍ ମଇଦାନକୁ ଫେରିଛି। ଚଳିତ ବିଶ୍ୱକପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଶନିବାର ତା’ର ପଞ୍ଚମ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ। ଆହତ ସମସ୍ୟା ସତ୍ତ୍ୱେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ପାଇଁ ଫେଭରିଟ୍। ଭାରତ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ବିପକ୍ଷ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଛି। ଭାରତକୁ ଶୀର୍ଷକ୍ରମ ଲଗାତାର ବିଜୟୀ କରାଇ […]

  • Saturday, 17 July 2021
cricket
ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ସ୍କୋର କରି ବିଶ୍ୱ ରେକର୍ଡ କଲା ଏହି ଟିମ୍

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସର୍ବୋଚ୍ଚ ସ୍କୋରର ରେକର୍ଡ ଏବେ ଉଗାଣ୍ଡା ମହିଳା ଟିମ୍ ନାମରେ ହୋଇଛି। ଉଗାଣ୍ଡା ୨୦ ଓଭରରେ ୨ ୱିକେଟ୍ ହରାଇ ୩୧୪ ରନ୍ କରିଛି। ମାଲି ମହିଳା ଟିମ୍ ଟିମ୍ ବିପକ୍ଷରେ ଉଗାଣ୍ଡା ଏହି କାରନାମା କରିଛି। ତେବେ ଉଭୟ ମହିଳା ଓ ପୁରୁଷ ଟି-୨୦ କ୍ରିକେଟରେ ଏହା ସର୍ବୋଚ୍ଚ ସ୍କୋର। ଗୁରୁବାର କିଗାଲି ସିଟିରେ କ୍ୱିବୁକା ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟରେ ଉଗାଣ୍ଡା ଓ ମାଲି ମୁହାଁମୁହିଁ ହୋଇଥିଲେ। ଉଗାଣ୍ଡା […]

  • Saturday, 17 July 2021
warner
ଅଷ୍ଟ୍ରେଲିଆର ବିଶାଳ ସ୍କୋର ; ଅଷ୍ଟ୍ରେଲିଆ ୩୮୧/୫

ନଟ୍ଟିଂହାମ୍: ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ଧୂଆଁଧାର ଶତକ ଓ ଉସମାନ୍ ଖୱାଜାଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କରି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଚଳିତ ଆଇସିସି ବିଶ୍ୱକପର ବାଂଲାଦେଶ ବିପକ୍ଷ ମ୍ୟାଚରେ ୫୦ ଓଭରରେ ୫ ୱିକେଟ୍ ହରାଇ ୩୮୧ ରନ୍ କରିଛି। ଫଳରେ ବାଂଲାଦେଶକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୮୨ ରନ୍ କରିବାକୁ ପଡ଼ିବ। ଏହି ମ୍ୟାଚରେ ୱାର୍ଣ୍ଣର ଓ ଖୱାଜା ଦ୍ୱିତୀୟ ୱିକେଟ୍ ପାଇଁ ୧୯୨ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରି ଅଷ୍ଟ୍ରେଲିଆକୁ […]

  • Saturday, 17 July 2021
sikhar
ଇମୋସନାଲ୍‌ ମେସେଜ୍‌ ପୋଷ୍ଟ୍‌ କଲେ ଧୱନ

ଲଣ୍ଡନ୍‌ : ଆହତ ଯୋଗୁ ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନଙ୍କ ୨୦୧୯ ବିଶ୍ୱକପ୍‌ ଅଭିଯାନ  ଶେଷ ହୋଇଯାଇଛି। ଆଜି ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ଧୱନଙ୍କୁ ବାଦ୍‌ ଦେଇ ରିଷଭ ପନ୍ତଙ୍କୁ ସ୍କ୍ୱାଡ୍‌ରେ ସାମିଲ କରିଛି। ଏହି ଖବର ସାମ୍ନାକୁ ଆସିବା ପରେ ଧୱନ ଏକ ଇମୋସନାଲ ବାର୍ତ୍ତା ସମଗ୍ର ଦେଶର କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ପୋଷ୍ଟ କରିଛନ୍ତି। I feel emotional to announce that I will no longer be a part […]

  • Saturday, 17 July 2021
dhawan
ବିଶ୍ୱକପ୍‌ରୁ ଧୱନ ଆଉଟ୍‌

ଲଣ୍ଡନ : ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆକୁ ଜବରଦସ୍ତ ଝଟ୍‌କା ଲାଗିଛି। ଆହତ ସମସ୍ୟା ଯୋଗୁ ବିଶ୍ୱକପ୍‌ ୨୦୧୯ରୁ ସଂପୂର୍ଣ୍ଣ ରୂପେ ବାଦ ପଡ଼ିଛନ୍ତି ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ। ଆଜି ବିସିସିଆଇ ଓ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଧୱନ ବିଶ୍ୱକପ୍‌ ସ୍କ୍ୱାଡ୍‌ରୁ ବାଦ ପଡ଼ିଥିବାରୁ  ରିଷଭ ପନ୍ତଙ୍କୁ ତାଙ୍କ ବଦଳରେ ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ବେଳେ ଧୱନଙ୍କ ବୁଡ଼ା ଆଙ୍ଗୁଠିରେ […]

  • Saturday, 17 July 2021
virat
ବିଶ୍ୱକପ୍‌ରେ କାଲି ମହା ମୁକାବିଲା ; ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ

ମାଞ୍ଚେଷ୍ଟର : ସୁପର ସଣ୍ଡେର ସୁପର ମୁକାବିଲା। ଆସନ୍ତାକାଲି ହେବ ମହାମୁକାବିଲା। ବିଶ୍ୱକପ୍‌ରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ। ବିଗ୍ ଫାଇଟ ଆମୀର-ବିରାଟ ଟକ୍କର। ରୋହିତ୍ ଓ୍ୱାହାବ ସାମ୍ନାସାମ୍ନୀ। ମାଞ୍ଚେଷ୍ଟରରେ ମୁକାବିଲା। ପୁରୁଣା ଭେନ୍ୟୁ। ମୁକାବିଲା ଏମିତି ସେମିତି ନୁହେଁ । ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ବିଶ୍ୱକପ୍‌ରେ ହଟ ଫେବରେଟ୍ ଟିମ୍ ଇଣ୍ଡିଆ। ଏଥିପାଇଁ ଫେବରେଟ୍ ଯେ ଏପର୍ଯ୍ୟନ୍ତ ବିରାଟ ଆଣ୍ଡ କୋ ଅନବିଟେନ୍। ଏଥିପାଇଁ ଫେବରେଟ୍ ଯେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବିଶ୍ୱକପ୍‌ରେ […]

  • Saturday, 17 July 2021
india-1
ଜାପାନକୁ ହରାଇ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଭାରତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତୀୟ ପୁରୁଷ ହକି ଟିମ୍ ବିଜୟଧାରା ଅବ୍ୟାହତ ରଖି ଫାଇନାଲରେ ପ୍ରବେଶ କରି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସ୍ଥାନ ପକ୍କା କରିଛି। ଶୁକ୍ରବାର ଭାରତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଜାପାନକୁ ଏକତରଫା ଭାବେ ୭-୨ ଗୋଲରେ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି। ପରାଜୟ ସତ୍ତ୍ୱେ ଜାପାନର ଅଲିମ୍ପିକ୍ସକୁ ଯୋଗ୍ୟତା କରିଛି। କାରଣ ଆୟୋଜକ ଦେଶ ଭାବେ ଜାପାନ ସିଧାସଳଖ ଅଲିମ୍ପିକ୍ସକୁ କ୍ୱାଲିଫାଏ […]

  • Saturday, 17 July 2021
england
ରୁଟ୍‌ଙ୍କ ଧୂଆଁଧାର ଶତକରେ ଜିତିଲା ଇଂଲଣ୍ଡ

ସାଉଥାମ୍ପଟନ୍ : ଜୋ ରୁଟଙ୍କ ଆକର୍ଷଣୀୟ ଶତକ ଏବଂ ଦମଦାର ବୋଲିଂ ବଳରେ ଇଂଲଣ୍ଡ ଚଳିତ ବିଶ୍ୱକପର ଆଜି ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ଆୟୋଜକ ଟିମର ବୋଲିଂ ଆକ୍ରମଣକୁ ସାମ୍ନା କରିନପାରି ୪୪.୪ ଓଭରରେ ୨୧୨ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ୩୩.୧ ଓଭରରେ ୨ ୱିକେଟ୍ […]

  • Saturday, 17 July 2021
match
ବିଶ୍ୱକପ୍‌ କ୍ରିକେଟ୍‌ : ବର୍ଷା ଯୋଗୁଁ ଭାରତ-ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚ୍ ବାତିଲ୍‌

ନଟ୍ଟିଂହାମ୍: ଚଳିତ ବିଶ୍ୱକପରେ ଆଉ ଏକ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ଗୁରୁବାର ଟ୍ରେଣ୍ଟ ବ୍ରିଜରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍ ମ୍ୟାଚକୁ ମଧ୍ୟ ବର୍ଷା ଧୋଇ ନେଇଛି। ଏଥିସହ ମ୍ୟାଚ୍ ଦେଖିବାକୁ ଆସିଥିବା ହଜାର ହଜାର ଭାରତୀୟ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡ଼ିଛି। ମ୍ୟାଚ୍ ବାତିଲ ହେବା ଦ୍ୱାରା ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ପଏଣ୍ଟ ଭାଗ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ୭ ପଏଣ୍ଟ ସହ ଶୀର୍ଷରେ ସ୍ଥିର ରହିଥିବା […]

  • Saturday, 17 July 2021
rain
ନଟିଂହ୍ୟାମରେ ବର୍ଷା, ଟସ୍ ପଡ଼ିବାରେ ବିଳମ୍ୱ

ଲଣ୍ଡନ : ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା। ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଲା। ବର୍ଷା ଯୋଗୁ ଆଜି ଇଂଲଣ୍ଡର ନଟିଂହ୍ୟାମରେରେ ଖେଳାଯିବାକୁ ଥିବା ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ରେ ବିଳମ୍ବ ହୋଇଛି। ବର୍ଷା ହେଉଥିବାରୁ ଖବର ଲେଖାଯିବା ସୁଦ୍ଧା ଟସ୍ ମଧ୍ୟ ପଡ଼ିପାରିନି। ନଟିଂହ୍ୟାମରେ ଗତକାଲି ରାତିରେ ଲଗାଣ ବର୍ଷା ହୋଇଥିଲା। ଏହାପରେ ଆଜି ସକାଳେ ଦୁଇରୁ ତିନି ଘଣ୍ଟା ପାଇଁ ପାଗ ଶୁଖିଲା ରହିଥିଲା। ଏହାପରେ ପୁଣି ବର୍ଷା ଆରମ୍ଭ ହୋଇଛି। ଇଂଲଣ୍ଡ ପାଣିପାଗ […]

  • Saturday, 17 July 2021
austrelia
୪୧ ରନରେ ପାକିସ୍ତାନକୁ ପରାସ୍ତ କଲା ଅଷ୍ଟ୍ରେଲିଆ

ଟଣ୍ଟନ: ଚଳିତ ବିଶ୍ୱକପର ୧୭ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ପାକିସ୍ତାନ। ଏହି ମ୍ୟାଚରେ ଡେଭିଡ୍ ୱାର୍ଣ୍ଣରଙ୍କ ଶତକ ଓ ବୋଲରଙ୍କ ସଫଳ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ୪୧ ରନରେ ପାକିସ୍ତାନକୁ ପରାସ୍ତ କରି ବିଜୟଧାରାକୁ ଫେରିଛି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୭ ରନ୍ କରିଛି। ଟିମ୍ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ୧୦୭ (୧୧୧ ବଲ୍, ୧୧ ଚୌକା, ୧ ଛକା) ଓ […]

  • Saturday, 17 July 2021
match
ବର୍ଷା ଯୋଗୁ ବିଶ୍ୱକପ୍‌ର ଆଉ ଏକ ମ୍ୟାଚ୍‌ ବାତିଲ

ବ୍ରିଷ୍ଟଲ୍‌: ଆଇସିସି ବିଶ୍ୱକପ୍‌ରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବଳି ପଡ଼ିବାରେ ଲାଗିଛି। ଆଜି ବ୍ରିଷ୍ଟଲ୍‌ରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ କରିଦିଆଯାଇଛି। ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ଏହାପୂର୍ବରୁ ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ସେହିପରି ଗତକାଲି ମଧ୍ୟ ବର୍ଷା ଯୋଗୁ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ ବାତିଲ ହୋଇଯାଇଥିଲା। ବାଂଲାଦେଶ ଏବଂ ଶ୍ରୀଲଙ୍କା ବିଶ୍ୱକପ୍‌ରେ […]

  • Saturday, 17 July 2021
ବବ
ବିଦାୟୀ ଭାଷଣରେ ଭାବପ୍ରବଣ ଯୁବି

ନୂଆଦିଲ୍ଲୀ : ଦୁଇଟି ବିଶ୍ୱକପ୍ ବିଜେତା ଟିମର ସଦସ୍ୟ ଯୁବରାଜ ସିଂହଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ବ୍ରେକ୍ ଲାଗିଛି। ଯୁବି ଆଜି ନିଜର ସନ୍ନ୍ୟାସ ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଯୁବରାଜ କେବଳ ଭାରତୀୟ କ୍ରିକେଟର ଯୁବରାଜ ନୁହନ୍ତି, ବରଂ ପୂରା କ୍ରିକେଟ୍ ଦୁନିଆର ଯୁବରାଜ। ଯେତେବେଳେ ଏହି ଖେଳାଳି କ୍ରିଜରେ ଉପସ୍ଥିତ ଥାନ୍ତି, ସେତେବେଳେ ପ୍ରଶଂସକ ଭାବନ୍ତି ଯୁବି ଅଛନ୍ତି ତ ସବୁକିଛି ସମ୍ଭବ। କ୍ରିଜରେ ସର୍ବଦା ଦୃଢ଼ତାର ସହ ବୋଲରଙ୍କୁ ଧୂଲେଇ କରୁଥିବା ଯୁବରାଜ […]

  • Saturday, 17 July 2021
hockey
ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଭାରତର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି। ମ୍ୟାଚଟି ଏକ ସମୟରେ ୧-୧ ଗୋଲରେ ବରାବର ଥିଲା। କିନ୍ତୁ ଏହା ପରେ ଭାରତ ଲଗାତାର ଦୁଇଟି ଗୋଲ୍ ଦେଇ ମ୍ୟାଚକୁ ଜିତି ନେଇଥିଲା। ଭାରତ ପକ୍ଷରୁ କ୍ୟାପଟେନ୍ ମନପ୍ରୀତ ସିଂହ ଦୁଇଟି (୨୧ତମ, ୨୬ତମ) ଏବଂ ହରମନପ୍ରୀତ ସିଂହ […]

  • Saturday, 17 July 2021
wc
ବିଶ୍ୱକପ ୨୦୧୯ : ଅଷ୍ଟ୍ରେଲିଆକୁ ୩୬ ରନ୍‌ରେ ପରାସ୍ତ କଲା ଭାରତ

ଲଣ୍ଡନ୍: ଚଳିତ ବିଶ୍ୱକପର ରବିବାର ଖେଳାଯାଇଥିବା ହାଇଭୋଲଟେଜ୍ ମୁକାବିଲାରେ ଟିମ୍ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ଭେଟିଥିଲା। ଏହି ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟିମ୍ ଇଣ୍ଡିଆ ସବୁ ଦମଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଏହା ପୂର୍ବରୁ ଭାରତ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ପରାସ୍ତ କରିଛି। ଆଜି ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ […]

  • Saturday, 17 July 2021
dhoni
ବିନା “ବଳିଦାନ ବ୍ୟାଜ୍” ଗ୍ଲୋଭସ ପିନ୍ଧି ମଇଦାନକୁ ଓହ୍ଲାଇଲେ ଧୋନି

ଲଣ୍ଡନ: ଭାରତୀୟ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନିଙ୍କ ୱିକେଟ୍ କିପିଙ୍ଗ୍ ଗ୍ଲୋଭସରେ “ବଳିଦାନ ବ୍ୟାଜ୍”କୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ଆଇସିସି ସ୍ପଷ୍ଟ କରିଥିଲା ଯେ, ଧୋନି ନିଜ ଗ୍ଲୋଭସରେ ଏହି ସ୍ୱତନ୍ତ୍ର ବ୍ୟାଜ୍ ବ୍ୟବହାର କରି ଖେଳିପାରିବେ ନାହିଁ। ଏହା ପରେ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧୋନିଙ୍କ କିପିଙ୍ଗ୍ ଗ୍ଲୋଭସରେ ସେହି ବଳିଦାନ ବ୍ୟାଜ୍ ନଥିବା ଦେଖିବାକୁ ମିଳିଛି। ଧୋନି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବଳିଦାନ […]

  • Saturday, 17 July 2021
DAWANB
ବିଶ୍ୱକପ୍‌-୨୦୧୯ ; ଟିମ୍ ଇଣ୍ଡିଆ ୩୫୨/୫

ଲଣ୍ଡନ: ଚଳିତ ବିଶ୍ୱକପର ସୁପର ସଣ୍ଡେରେ ଆଜି ଏକ ହାଇଭୋଲ୍ଟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଟିମ୍ ଇଣ୍ଡିଆ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ। ଏହି ମ୍ୟାଚରେ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୫୨ ରନର ବିଶାଳ ସ୍କୋର କରିଛି। ଚଳିତ ବିଶ୍ୱକପରେ ଏହା ସର୍ବାଧିକ ସ୍କୋର । ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୩୪୮ ରନ୍ କରିଥିଲା। ଫଳରେ ଏହି ମ୍ୟାଚକୁ ଜିତିବା […]

  • Saturday, 17 July 2021