ଜାକର୍ତ୍ତା: ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି। ଜାକର୍ତ୍ତାରେ ଚାଲିଥିବା ଏସିଆନ୍ସ ଗେମ୍ସର ପୁରୁଷ କୁସ୍ତି ୬୫ କେଜି ଫ୍ରି ଷ୍ଟାଇଲ ବର୍ଗରେ ସ୍ୱର୍ଣ୍ଣ ଜିତିଛନ୍ତି ବଜରଙ୍ଗ ପୁନିଆ। ଜାପାନର ତାକାତିନି ଦାଇଚିଙ୍କୁ ୧୧-୮ରେ ହରାଇ ସେ ଏହି ସଫଳତା ହାସଲ କରିଛନ୍ତି। ଏହାକୁ ମିଶାଇ ଟୁର୍ଣ୍ଣାମେଣ୍ଟରେ ଭାରତକୁ ମୋଟ ୨ଟି ପଦକ ମିଳିଛି। ଏହା ପୂର୍ବରୁ ଆଜି ସୁଟିଂରେ ଭାରତକୁ ପ୍ରଥମ ପଦକ ମିଳିଥିଲା। ୧୦ମିଟର ଏୟାର ରାଇଫଲ ଇଭେଣ୍ଟରେ ଅପୂର୍ବୀ ଚାଣ୍ଡେଲା […]
ଟ୍ରେଣ୍ଟବ୍ରିଜ୍: ଟ୍ରେଣ୍ଟ୍ବ୍ରିଜ୍ର ନଟିଂହାମ୍ରେ ଚାଲିଥିବା ଘରୋଇ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ମ୍ୟାଚ୍ରେ ଭାରତ ପ୍ରଥମ ଇନିଂସ୍ରେ ୩୨୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ଜବାବ୍ରେ ଇଂଲଣ୍ଡ ଶେଷ ଖବର ସୁଦ୍ଧା ବିନା କୌଣସି କ୍ଷତିରେ ୪୬ ରନ୍ କରିଛି। ନିର୍ଭରଯୋଗ୍ୟ କୁକ୍ ୨୧ ଓ ଅନ୍ୟତମ ଓପନର୍ ଜେନିଙ୍ଗ୍ସ୍ ୨୦ ରନ୍ କରି ବ୍ୟାଟିଂ ଜାରି ରଖିଛନ୍ତି। ପୂର୍ବଦିନର ସ୍କୋର୍ ୬ ୱିକେଟ୍ରେ ୩୦୭ ରନ୍ରୁ ଖେଳ ଆରମ୍ଭ କରି ମାତ୍ର ୧୬ ରନ୍ ଯୋଡ଼ିବା […]
ନୂଆଦିଲ୍ଲୀ: ଜାକର୍ତ୍ତା ଏସିଅାନ୍ ଗେମ୍ସରେ ଭାରତକୁ ପ୍ରଥମ ପଦକ। ସୁଟିଂରୁ ଭାରତକୁ ମିଳିଛି ପ୍ରଥମ ପଦକ। ୧୦ମିଟର ଏୟାର ରାଇଫଲ୍ ଇଭେଣ୍ଟରେ ଅପୂର୍ବୀ ଚାଣ୍ଡେଲା ଓ ରବିକୁମାରଙ୍କୁ ମିଳିଲା ବ୍ରୋଞ୍ଜ। ମିକ୍ସଡ୍ ଡବଲ୍ସ୍ ଟିମ୍ ଇଭେଣ୍ଟ୍ରେ ୪୨୯.୯ ପଏଣ୍ଟ ପାଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ ଏହି ଯୋଡ଼ି। ଏହି ପ୍ରତିଯୋଗିତାରେ ଚାଇନିଜ୍ ତାଇପେକୁ ସ୍ୱର୍ଣ୍ଣ ଓ ଚୀନ୍କୁ ରୌପ୍ୟ ପଦକ ମିଳିଛି। ସେପଟେ ଏସିଅାନ ଗେମ୍ସର ପ୍ରଥନ ଦିନରେ ଭାରତୀୟ ମହିଳା କବାଡିକୁ ପ୍ରାରମ୍ଭିକ ସଫଳତା […]
ଟ୍ରେଣ୍ଟବ୍ରିଜ୍: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍ରେ ଭାରତ ୦-୨ରେ ପଛୁଆ ରହିଛି। ତେବେ ଆଜି କମ୍ ବ୍ୟାକ୍ ଲକ୍ଷ୍ୟରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଛି। ଆଜିର ମ୍ୟାଚ୍ରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତ ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍ରେ ବେଶ ସତର୍କତାର ସହ ପାଳି ଆରମ୍ଭ କରିଛି। ଶେଷ ଖବର ସୁଦ୍ଧା ଟିମ୍ ଇଣ୍ଡିଆ ୩ ୱିକେଟ୍ ହରାଇ ୮୨ ରନ୍ କରିଛି। ଟିମ୍କୁ ଫେରିଥିବା […]
ମୁମ୍ୱାଇ: ପଠାନ୍ ବ୍ରଦର୍ସ ଏବେ ଟିମ୍ ଇଣ୍ଡିଆରେ ନାହାନ୍ତି ସତ। ହେଲେ ବର୍ତ୍ତମାନ ବି ସେମାନଙ୍କର ଫ୍ୟାନ୍ କମ୍ ନାହାନ୍ତି। ଇର୍ଫାନ ପଠାନ୍ କେବଳ ତାଙ୍କ ଖେଳ ପାଇଁ ନୁହେଁ ତାଙ୍କ କ୍ୟୁଟ୍ ଲୁକ୍ ପାଇଁ ମଧ୍ୟ ବେଶ୍ ପରିଚିତ। ବର୍ତ୍ତମାନ ଇର୍ଫାନ ତାଙ୍କ ପତ୍ନୀଙ୍କ ସହ କାଶ୍ମୀରରେ ଛୁଟି କଟାଉଛନ୍ତି। ଏହାରି ଭିତରେ ଇନ୍ଷ୍ଟାଗ୍ରାମରେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ତାଙ୍କୁ ସୋଶାଲ୍ ମିଡିଆରେ ଟ୍ରୋଲ୍ର ସାମ୍ନା କରିବାକୁ ପଡ଼ିଛି। ଫଟୋରେ […]
ଶ୍ରୀଲଙ୍କା ଦଳକୁ ପ୍ରଥମ ଦିନିକିଆରେ ୭ ୱିକେଟ୍ରେ ଭାରତଠାରୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି । ଟିମ୍ ଇଣ୍ଡିଆର ବି’ ଟିମ୍କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ସେପଟେ ଚୁକ୍ତିନାମା ବିବାଦ ହେତୁ ଶ୍ରୀଲଙ୍କାର ବଡ଼ ଖେଳାଳି ସିରିଜରୁ ଦୂରେଇ ରହିଛନ୍ତି
ଲଣ୍ଡନ: ଲର୍ଡସରେ ପୁଣି ଭାରତର ଲଜ୍ଜାଜନକ ପରାଜୟ। ଏକ ଇନିଂସ ଓ ୧୫୯ ରନ୍ରେ ଭାରତକୁ ହରାଇଲା ଇଂଲଣ୍ଡ। ମୋଟ ୫ଟିକିଆ ସିରିଜରେ ଇଂଲଣ୍ଡ ୨-୦ରେ ଆଗୁଆ ରହିଛି। ଏହି ଟେଷ୍ଟରେ ଜେମ୍ସ ଆଣ୍ଡରସନ୍ଙ୍କୁ ୯ଟି ଓ୍ଵିକେଟ ମିଳିଛି। ପ୍ରଥମ ଇନିଂସରେ ସେ ୫ଟି ଓ୍ଵିକେଟ୍ ନେଇଥିବା ବେଳେ ୨ୟ ଇନିଂସରେ ୪ଟି ଓ୍ଵିକେଟ ନେଇଛନ୍ତି। ଟସ୍ ଜିଣି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ୍ […]
ପ୍ରଦୀପ ଭାରତୀ ନୂଆଦିଲ୍ଲୀ/ଭୁବନେଶ୍ୱର: ନିଜ ପେଟ ପାଇଁ ସମାଲୋଚନାର ଶରବ୍ୟ ହୋଇଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। କେବଳ ସେତିକି ନୁହେଁ ଶାସ୍ତ୍ରୀ ସୋଶାଲ ମିଡିଆରେ ମଧ୍ୟ ଟ୍ରୋଲ୍ର ଶିକାର ହୋଇଛନ୍ତି। ଯେହେତୁ ସେ ଜଣେ ପୂର୍ବତନ ଭାରତୀୟ କ୍ରିକେଟର ଓ ଏବେକାର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍, ସେ ସଦା ସର୍ବଦା ଫିଟ୍ ରହିବା କଥା। କିନ୍ତୁ ତାଙ୍କ ପେଟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ତାଙ୍କର ପେଟୁଆ ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ସମାଲୋଚକମାନେ ତାଙ୍କୁ […]
ମୁମ୍ୱାଇ: ବଲିଉଡ୍ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗରେ କେବଳ ବଲିଉଡ୍ ନୁହେଁ ଭାରତୀୟ କ୍ରିକେଟ୍ ଜଗତ ବି ଅବାକ୍ ହୋଇଯାଇଛି। ତାଙ୍କ ଆତ୍ମହତ୍ୟା ଖବର ଶୁଣି ବହୁ ବଡ଼ ବଡ଼ କ୍ରିକେଟ୍ ଷ୍ଟାର୍ ଶୋକ ପ୍ରକାଶ କରିଛନ୍ତି। ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଇର୍ଫାନ ପଠାନ ଟ୍ୱିଟ୍ କରି ଲେଖିଛନ୍ତି, ” ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ। ତାଙ୍କ ପରିବାରକୁ ମୋର ସମବେଦନା। ମୁଁ ଶେଷଥର ପାଇଁ ସୁଶାନ୍ତଙ୍କ ସହ […]
ଲଣ୍ଡଂନ: ଆସନ୍ତା କାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ। ଏଜବାଷ୍ଟନରେ ହୋଇଥିବା ପ୍ରଥମ ଟେଷ୍ଟକୁ ଜିତିବା ପରେ ଇଂଲଣ୍ଡର ମନୋବଳ ବେଶ ଦୃଢ ରହିଛି। ସେପଟେ ପ୍ରଥମ ଟେଷ୍ଟର ପରାଜୟର ପ୍ରତିଶୋଧ ନେଇପାରେ ଟିମ୍ ଇଣ୍ଡିଆ। ପ୍ରଥମ ଟେଷ୍ଟରେ ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ଅଧିନାୟକ ବିରାଟ […]
ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ବିରାଟ କୋହଲି ବିଶ୍ୱର ଏକ ନମ୍ବର ଟେଷ୍ଟ ବ୍ୟାଟସ୍ମ୍ୟାନ୍ ମାନ୍ୟତା ପାଇଛନ୍ତି। ଏନେଇ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍ (ଆଇସିସି) ପକ୍ଷରୁ ସୂଚନା ଦିଆଯାଇଛି। ୯୩୪ ପଏଣ୍ଟ ସହ କୋହଲି ଏହି ସ୍ଥାନ ଅଧିକାର କରିଛନ୍ତି। ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍ଙ୍କୁ ପଛରେ ପକାଇ ବିରାଟ କୋହଲି ଏକ ନମ୍ବର ଟେଷ୍ଟ ବ୍ୟାଟସ୍ମ୍ୟାନ୍ ମାନ୍ୟତା ହାସଲ କରିଛନ୍ତି। ଇଂଲଣ୍ଡର ଏଜ୍ବାଷ୍ଟନ୍ଠାରେ ଖେଳାଯାଉଥିବା ଟେଷ୍ଟ୍ ସିରିଜ୍ର ପ୍ରଥମ ଇନିଂସ୍ରେ ୧୪୯ ଏବଂ ଦ୍ୱିତୀୟ […]
ଆଗାମୀ କିଛି ଦିନ ମଧ୍ୟରେ ୧୧ ହଜାର ୫୦୦ ଆଥଲେଟ୍ ଏବଂ ପ୍ରାୟ ୭୯ ହଜାର ପ୍ରଶାସକ, ସପୋର୍ଟ ଷ୍ଟାଫ୍ ଏବଂ ମିଡିଆ କର୍ମଚାରୀ ଜାପାନରେ ପହଞ୍ଚିବା ସହିତ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବ ।
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ପିତାଙ୍କ ଏସୟୁଭି କାର ଚୋରି ହୋଇଯାଇଛି। ଗୁରୁବାର ସକାଳେ କାରଟି ଚୋରି ହୋଇଥିଲା । ଏନେଇ ପରିବାର ତରଫରୁ ରାଜେନ୍ଦ୍ର ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେଣ୍ଟ୍ରାଲ ଡିସିପିଙ୍କ କହିବା ଅନୁଯାୟୀ ,ସିସିଟିଭି ମାଧ୍ୟମରେ ଚୋରକୁ ଖୋଜା ଚାଲିଛି। ରାଜେନ୍ଦ୍ର ନଗର ସ୍ଥିତ ବାସଭବନରେ ଗମ୍ଭୀର ତାଙ୍କ ବାପାଙ୍କ ସହିତ ରୁହନ୍ତି। […]
ବର୍ମିଂହାମ: ଅଧିନାୟକ ବିରାଟ କୋହଲିଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଇଂଲଣ୍ଡ ଗସ୍ତର ପ୍ରଥମ ଟେଷ୍ଟ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପରାଜୟର ତିକ୍ତ ସ୍ୱାଦ ପାଇଛି। ଏହା ସାଙ୍ଗକୁ ଏଜବାଷ୍ଟନ୍ ଟେଷ୍ଟର ପ୍ରଥମ ଇନିଂସରେ ଦର୍ଶନୀୟ ଶତକ ସାଙ୍ଗକୁ ଦ୍ୱିତୀୟ ଇନିଂସରେ କୋହଲିଙ୍କ ଅର୍ଦ୍ଧଶତକ ବେକାର ଯାଇଛି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟିଂ ଦୁର୍ଗ ତାସ ଘର ଭଳି ଭୁଶୁଡ଼ି ପଡ଼ିଲା ଆଉ ଗସ୍ତର ପ୍ରଥମ ଲଢ଼େଇରେ ଟିମ୍ ଇଣ୍ଡିଆ ୩୧ ରନ୍ରେ ଇଂଲଣ୍ଡଠାରୁ ପରାସ୍ତ […]
ବର୍ମିଂହାମ: ଯୁବ ଅଲରାଉଣ୍ଡର ସାମ କରାନ୍ଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ୱେ ଘରୋଇ ଇଂଲଣ୍ଡ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍ର ଦ୍ୱିତୀୟ ଇନିଂସରେ ମାତ୍ର ୧୮୦ ରନ୍ କରି ଅଲଆଉଟ୍ ହୋଇଯାଇଛି। ଗସ୍ତର ପ୍ରଥମ ମ୍ୟାଚ୍ରେ ବିଜୟ ପାଇଁ ବିରାଟ୍ ବାହିନୀ ସମ୍ମୁଖରେ ଏବେ ୧୯୪ ରନ୍ ରହିଛି। ଇନିଂସ ଆରମ୍ଭରୁ ରବିଚନ୍ଦ୍ରନ ଅଶ୍ୱିନ୍ ଇଂଲିଶ ଟପ୍ ଅର୍ଡରକୁ ପ୍ୟାଭିଲିୟନ୍ ରାସ୍ତା ଦେଖାଇଥିବା ବେଳେ ଘରୋଇ ଦଳର ମିଡିଲ ଅର୍ଡରକୁ ଧ୍ୱସ୍ତ କରିଦେଇଥିଲେ ସ୍ପିଡ୍ ଷ୍ଟାର ଇଶାନ୍ତ ଶର୍ମା। […]
ବର୍ମିହାମ : ଇଂଲଣ୍ଡର ଏଜ୍ବାଷ୍ଟନ୍ ଟେଷ୍ଟରେ ବିରାଟ କୋହଲିଙ୍କ ଶତକ ହାସଲ। ଟେଷ୍ଟ କ୍ରିକେଟ୍ରେ ଇଂଲଣ୍ଡ ମାଟିରେ ବିରାଟଙ୍କ ଏହା ପ୍ରଥମ ଶତକ। ଏହାସହ ଟେଷ୍ଟ କ୍ରିକେଟ୍ରେ କୋହଲି ୨୨ତମ ଶତକ ହାସଲ କରିଛନ୍ତି। ଗୁରୁବାର ୨ୟ ଦିନରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଜାରି ରହିଥିବା ବେଳେ କୋହଲି ଏହି ସ୍ମରଣୀୟ ଶତକ ହାସଲ କରିଛନ୍ତି। ୪ ବର୍ଷ ତଳେ ଯେଉଁ ବିରାଟ କୋହଲି ଇଂଲଣ୍ଡ ମାଟିରେ ବିଫଳ ହୋଇଥିଲେ ସେ ଆଜି ସଫଳତାର ସହିତ ଶତକ […]
ଭୁବନେଶ୍ୱର: ବିଶ୍ୱକପ୍ ହକି ପାଇଁ ସରକାରୀ ସ୍ତରରେ ଚାଲିଛି ପ୍ରମୋସନ। ଲଣ୍ଡନଠୁ ଆରମ୍ଭ କରି ଦିଲ୍ଲୀ ବେଙ୍ଗାଲୁରୁ ଓ ଭୁବନେଶ୍ୱର। ସବୁଠି ଜମିଛି ପ୍ରମୋସନ୍। ଏହା ସହିତ ଗ୍ୟାଲେରୀ କାମ ବି ଜୋରସୋରରେ ଚାଲିଛି। ଚାମ୍ପିୟନ୍ସ ଟ୍ରଫି ହକି ଏବଂ ବିଶ୍ୱହକି ଲିଗ ଫାଇନାଲ୍ରେ ଅଧିକ ଦର୍ଶକଙ୍କ ପାଇଁ ହେଉଛି କଳିଙ୍ଗ ଷ୍ଟାଡିୟମ୍ରେ ବ୍ୟବସ୍ଥା। ପୂର୍ବରୁ ୧୦ ହଜାର ଲୋକଙ୍କ ପାଇଁ ଏଠାରେ ୨ଟି ଗ୍ୟାଲେରୀ ଥିଲା। ଏବେ ତାହା ୪ଟି ଗ୍ୟାଲେରୀରେ ୧୬ ହଜାର ଦର୍ଶକଙ୍କ […]
ଇଂଲଣ୍ଡ : ଅାଜିଠୁ ଅାରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜ୍। ଇଂଲଣ୍ଡ ସହ ଭାରତ ଖେଳିବ ୫ଟିକିଅା ଟେଷ୍ଟ ସିରିଜ୍। ଶେଷ ଥର ପାଇଁ ୨୦୧୧ରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ହାରିବା ପରେ ପୁଣି ଥରେ ଇଂଲଣ୍ଡ ଗସ୍ତ କରିଛି ଟିମ୍ ଇଣ୍ଡିଅା। ଚଳିତ ବର୍ଷ ସିରିଜ ବିଜୟ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଅା। ହେଲେ ଘରୋଇ ପରିବେଶରୁ ପୁରା ଫାଇଦା ଉଠାଇବାକୁ ଚେଷ୍ଟା କରିବ ଇଂଲଣ୍ଡ ଟିମ୍। ନୂଅା ଦଳ , ନୂଅା ଅଧିନାୟକ […]
ଲଣ୍ଡନ: ଲଣ୍ଡନରେ ଚାଲିଥିବା ମହିଳା ବିଶ୍ୱକପ୍ ହକିରେ ଭାରତର ବାଜିମାତ। ମହିଳା ହକି ଟିମ୍ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି। ଗତକାଲି ଖେଳାଯାଇଥିବା ଏକ କ୍ରସ୍ଓଭର ମ୍ୟାଚରେ ଇଟାଲୀକୁ ୩-୦ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲ ଟିକେଟ୍ ହାସଲ କରିଛି। କାଲି ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଥିଲେ ଭାରତୀୟ ଖେଳାଳି। ଦଳ ପକ୍ଷରୁ ପ୍ରଥମ ୯ ମିନିଟ୍ରେ ଲାଲ୍ ରେମିସିଆମି ପ୍ରଥମ ଗୋଲ ସ୍କୋର କରିଥିଲେ। ୪୫ ମିନିଟରେ ପେନାଲ୍ଟି କର୍ଣ୍ଣରରେ ଦ୍ୱିତୀୟ ଗୋଲ ନେହା […]
ନୂଆଦିଲ୍ଲୀ: ନୂଆ ଦଳ ନୂଆ ଅଧିନାୟକ। ନୂଆ କୋଚ୍ ଫିଟ୍ ଏଣ୍ଡ ଫାଇନ୍ ୟୁଥ୍ ବ୍ରିଗେଡ୍। ୨୦୧୧ ପରାଜୟର ପ୍ରତିଶୋଧ ମୁଡ୍ରେ ଇଂଲିସ ଟିମ୍କୁ ଧୂଳି ଚଟାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ। କାଲି ଠାରୁ ଆରମ୍ଭ ହେବ ହ୍ୱାଇଟ୍ ଡ୍ରେସ ଫାଇଟ। ଇଂଲିସ୍ ଟିମକୁ ସ୍ପିନ ଜାଲରେ ଫସାଇବାକୁ ବ୍ୟାକୁଳ ଅଛନ୍ତି ସ୍ପିନର। ଟିମ୍ ଇଣ୍ଡିଆର ଟ୍ରମ୍ପ କାର୍ଡ ହେଉଛନ୍ତି ୟଙ୍ଗ ରିଷ୍ଟ ସ୍ପିନର କୁଳଦୀପ ଯାଦବ। ସେପଟେ ଏକୁଟିଆ ଇଂଲଣ୍ଡ ମେରୁଦଣ୍ଡ ଭାଙ୍ଗିବା ପାଇଁ ଦମ୍ […]
ଯାଜପୁର: ଓଡ଼ିଆ ବାଳକ ଅଭିଜିତ ରାଉତ ଅନ୍ତର୍ଜାତୀୟ ବେସବଲ ଲିଟିଲ୍ ଖେଳିବାକୁ ମନୋନିତ ହୋଇଛନ୍ତି। ୧୮ଜଣିଆ ଭାରତୀୟ ଦଳରେ ତାଙ୍କୁ ସ୍ଥାନ ମିଳିଛି। ଅଭିଜିତଙ୍କ ଘର ଯାଜପୁର ଦାନଗଦୀ ବ୍ଲକ ରାଛିପୁର ଗାଁରେ। ସେ ଯୁଝପଦା ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢନ୍ତି। ତାଇଓ୍ୱାନରେ ହେବାକୁ ଥିବା ବେସବଲ ଲିଟିଲ୍ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରିବେ। ପ୍ରତିଯୋଗିତାରେ ଭାଗନେବା ପୂର୍ବରୁ ସେ ଚଣ୍ଡିଗଡ଼ ଗସ୍ତ କରିଛନ୍ତି। ଚଣ୍ଡିଗଡ଼ କ୍ୟାମ୍ପରେ ସେ ଆସନ୍ତା ଅଗଷ୍ଟ୧୦ ତାରିଖ ଯାଏ ରହିବେ। […]
ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପରେ ଟିମ୍ ଇଣ୍ଡିଆର ବିଜୟଧାରା ଅବ୍ୟାହତ ରହିଛି। ଗୁରୁବାର ଟିମ୍ ଇଣ୍ଡିଆ ତା’ର ଷଷ୍ଠ ମୁକାବିଲାରେ ଦୁଇଥରର ଚାମ୍ପିଅନ୍ ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରି କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି। ଏବେ ଟିମ୍ ଇଣ୍ଡିଆ ୧୧ ପଏଣ୍ଟ ହାସଲ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ସେମିଫାଇନାଲ୍ ନିକଟତର ହୋଇଛି। ଏହି ମ୍ୟାଚରେ କ୍ୟାପଟେନ୍ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ […]
ନୂଆଦିଲ୍ଲୀ: ଚାରିବର୍ଷ ଭିତରେ ବହୁତ କିଛି ବଦଳି ସାରିଛି। ଏହାରି ଭିତରେ ବିରାଟ କୋହଲି କ୍ରିକେଟ ଜଗତରେ ବ୍ୟାଟିଂର ବାଦ୍ଶାହ ବନିଯାଇଛନ୍ତି। ଏହି କଥା କହିଛନ୍ତି ବିରାଟ କୋହଲିଙ୍କ ପିଲାଦିନର କୋଚ୍ ରାଜ୍ କୁମାର ଶର୍ମା। ସେ କହିଛନ୍ତି ୧ ଅଗଷ୍ଟରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ୫ ଟିକିଆ ଟେଷ୍ଟ ସିରିଜ୍ରେ ବିରାଟଙ୍କ ବ୍ୟାଟିଂକୁ କେହି ରୋକିପାରିବେନି। ଭାରତୀୟ ଦଳ ଯେତେବେଳ ୨୦୧୪ରେ ଇଂଲଣ୍ଡ ଗସ୍ତ କରିଥିଲା, ସେହି ସିରିଜ୍ରେ ୫ଟି ମ୍ୟାଚ୍ର ୧୦ ଟି […]
ମାଞ୍ଚେଷ୍ଟର: ଓଲ୍ଡ ଟ୍ରାଫର୍ଡରେ ପାକିସ୍ତାନକୁ ଆଇସିସି ବିଶ୍ୱକପ୍ ମ୍ୟାଚରେ ଦମଦାର ଢ଼ଙ୍ଗରେ ହରାଇବା ପରେ ଭାରତୀୟ ଟିମର ଖେଳାଳିମାନଙ୍କୁ ଦୁଇଦିନ ପାଇଁ ବ୍ରେକ୍ ମିଳିଛି। ଏହି ଦୁଇ ଦିନର ବିରତି ପରେ ଭାରତ ଶନିବାର ସାଉଥାମ୍ପଟନରେ ଆଫଗାନିସ୍ତାନ ବିପକ୍ଷ ହେବାକୁଥିବା ମ୍ୟାଚ୍ ପାଇଁ ପ୍ରସ୍ତୁତି କରିବେ। ଏ ନେଇ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଟିମ୍ ଦୁଇ ଦିନର ଛୁଟି ମିଳିଛି। ଭାରତ ଗତ ୧୨ ଦିନରେ ତିନୋଟି ମ୍ୟାଚ୍ ଖେଳିଛି। ଭାରତ ତା’ର […]
ଲଣ୍ଡନ: ଆଇସିସି ବିଶ୍ୱକପରେ ଭାରତଠାରୁ ୮୯ ରନରେ ହାରିବା ପରେ ପାକିସ୍ତାନୀ ପ୍ରଶଂସକ ବହୁତ ନିରାଶ ହୋଇଛନ୍ତି। ସେମାନେ ବର୍ତ୍ତମାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ଏବଂ ବାକି ଟିମକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ପରାଜୟ ପରେ ସୋଶାଲ ମିଡିଆରେ ପାକିସ୍ତାନୀ ପ୍ରଶଂସକ ନିଜ ଟିମର ଦୁର୍ବଳତା ଉପରେ ବର୍ଷିଛନ୍ତି। ପ୍ରଶଂସକ ମଧ୍ୟ ପାକିସ୍ତାନ ଟିମର ଫିଟନେସ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ମଧ୍ୟରେ ପ୍ରଶଂସକ କହିଛନ୍ତି, ପାକିସ୍ତାନ ଟିମ୍ ମ୍ୟାଚ୍ ପୂର୍ବରୁ ଫାଷ୍ଟ ଫୁଡ୍ ଯଥା ବର୍ଗର […]