ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଏହି ୧୬ ଜଣିଆ ଟେଷ୍ଟ ସ୍କ୍ୱାଡରେ ଦଳକୁ ଫେରିଛନ୍ତି ୟଙ୍ଗ୍ ସେନ୍ସେସନ୍ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ। ରୋହିତ ଶର୍ମା ଆହତ ହୋଇ ଓଡିଆଇ ଓ ଟେଷ୍ଟ୍ ସିରିଜ୍ରୁ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ପୃଥ୍ୱୀଙ୍କୁ ସ୍ଥାନ ମିଳିଛି। India’s Test squad: Virat (Capt), Mayank, Prithvi Shaw, Shubman, Pujara, Ajinkya Rahane (vc), Hanuma Vihari, Wriddhiman […]
ଦୁବାଇ: ପୁଣି ମନ୍ଥର ବୋଲିଂ ପାଇଁ ଭାରତୀୟ ଟିମ୍ ଉପରେ ଜୋରିମାନା ଲାଗିଛି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ମନ୍ଥର ବୋଲିଂ ପାଇଁ ଭାରତୀୟ କ୍ରିକେଟ୍ ଟିମ ଉପରେ ମ୍ୟାଚ୍ ଫି’ର ୨୦ ପ୍ରତିଶତ ଜୋରିମାନା ଲଗାଯାଇଛି। ଆଇସିସି ମ୍ୟାଚ୍ ରେଫରୀ କ୍ରିସ୍ ବ୍ରଡ୍ ଏହି ଜୋରିମାନା ଲଗାଇଛନ୍ତି। ଭାରତ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଟିଏ ଓଭର କମ୍ ପକାଇଥିଲା। ଫିଲ୍ଡ ଅମ୍ପାୟାର କ୍ରିସ୍ ବ୍ରାଉନ୍ ଓ ଶନ୍ ହେଗ୍ ଏବଂ ତୃତୀୟ […]
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା ଲାଗିଛି। ସୀମିତ ଓଭର କ୍ରିକେଟ୍ ଟିମର ଭାଇସ୍-କ୍ୟାପଟେନ୍ ରୋହିତ୍ ଶର୍ମା ଉଭୟ ଦିନିକିଆ ଓ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ବ୍ୟାଟିଂ କରୁଥିବା ସମୟରେ ରୋହିତଙ୍କ ଗୋଡ଼ର ପେଣ୍ଡାରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା, ଯେଉଁକାରଣରୁ ତାଙ୍କୁ ଚାଲିକାରେ କଷ୍ଟ ହୋଇଥିଲା। ଏହା ପରେ ସେ ବ୍ୟକ୍ତିଗତ ୬୦ ରନ୍ କରିଥିବା […]
ମୋନିକା ବାତ୍ରା ଓ ଶରତ କମଲଙ୍କ ଯୋଡ଼ି ରାଉଣ୍ଡ ଅଫ୍ ୧୬ରେ ଚୀନୀ ତାଇପେ ଯୋଡ଼ିଠାରୁ ପରାଜୟ ବରଣ କରିଛନ୍ତି । ଚୀନୀ ତାଇପେ ଯୋଡ଼ିଠାରୁ ଭାରତର ମନିକା ବାତ୍ରା ଓ ଶରତ କମଲଙ୍କ ଯୋଡ଼ି ୮-୧୧, ୬-୧୧, ୫-୧୧, ୪-୧୧ ସେଟ୍ରେ ପରାସ୍ତ ହୋଇଛନ୍ତି ।
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ ଜାରି ରଖି ସେମିଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାର୍ଟରଫାଇନାଲରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୭୨ ରନରେ ହରାଇଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ୍ ସାମ୍ ଫେନିଙ୍ଗ୍ ଭାରତୀୟ ପେସ୍ ବୋଲର ଆକାଶ ସିଂଙ୍କୁ କହୁଣୀ ମାରିଥିଲେ ଏବଂ ଏହି କାରଣରୁ ଆଇସିସି ଦଣ୍ଡସ୍ୱରୂପ ତାଙ୍କ (ଫେନିଙ୍ଗ) ଖାତାରେ ଦୁଇ ଡିମେରିଟ୍ ପଏଣ୍ଟ ଯୋଡ଼ିଛି। ଏ ନେଇ ଆଇସିସି ପକ୍ଷରୁ […]
ହାମିଲଟନ୍: ହାମିଲଟନରେ ହାଇଭୋଲଟେଜ୍ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଐତିହାସିକ ସିରିଜ୍ ବିଜୟ ହାସଲ କରିଛି। ବୁଧବାର ସେଡନ୍ ପାର୍କରେ ଖେଳାଯାଇଥିବା ରୋମଞ୍ଚକର ମୁକାବିଲାରେ ରୋହିତ୍ ଶର୍ମା ସୁପର୍ ଓଭରରେ ଲଗାତାର ଦୁଇଟି ଛକା ମାରି ନ୍ୟୁଜିଲ୍ୟାଣ୍ଡଠାରୁ ମ୍ୟାଚ୍ ଛଡ଼ାଇ ନେବା ସହ ଭାରତକୁ ଜବରଦସ୍ତ ବିଜୟ ଭେଟି ଦେଇଛନ୍ତି। ମ୍ୟାଚ୍ ନିର୍ଦ୍ଧାରିତ ଓଭରରେ ଟାଇ ରହିବାରୁ ସୁପର୍ ଓଭରର ସହାୟତା ନିଆଯାଇଥିଲା, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୭ ରନ୍ […]
ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଭାରତର ପ୍ରଦର୍ଶନ ମିଶ୍ରିତ ରହିଥିଲା । ବେଶି ଭଲ ପ୍ରଦର୍ଶନ କରିନାହିଁ କି ଅତ୍ୟନ୍ତ ନିରାଶା ଜନକ ପ୍ରଦର୍ଶନ ନଥିଲା । ତେବେ ଖୁସିର ଖବର ଯେ ତୀରନ୍ଦାଜୀରେ ଦୀପିକା-ପ୍ରବୀଣଙ୍କ ଯୋଡି ବିଜୟ ହୋଇଛି ।
ଖେଳ ମହାକୁମ୍ଭ। ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଆଜି ଭାରତୀୟ ପୁରୁଷ ହକି ଟିମ୍ ନ୍ୟଜିଲାଣ୍ଡକୁ ହରାଇ ତା’ର ଅଭିଯାନ ଆରମ୍ଭ କରିଛି। ଟିମ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ ଟକ୍କର ପରେ ଭାରତ ୩-୨ରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇଛି।
ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସର ଦ୍ୱିତୀୟ ଦିନ (୨୪ ଜୁଲାଇ) । ଭାରତୀୟ ଖେଳାଳିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତ ପାଇଁ ପଦକ ଖାତା ଖୋଲିବାର ଏକ ଭଲ ସୁଯୋଗ ରହିଛି ।
ତୀରନ୍ଦାଜୀରେ ଦେଶକୁ ପ୍ରଥମ ଅଲିମ୍ପିକ୍ ପଦକ ଉପହାର ଦେବା ଲକ୍ଷ୍ୟରେ ଥିବା ଭାରତୀୟ ତୀରନ୍ଦାଜଙ୍କୁ ଆଗକୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିବ ।
ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ସମାରୋହ ପୂର୍ବରୁ ଟୋକିଓରେ ପ୍ରବଳ ହଙ୍ଗାମା । ଅଲିମ୍ପିକ୍ସ ବନ୍ଦ କରିବା ପାଇଁ ଜମିଲା ଲୋକଙ୍କ ଭିଡ଼ ।
କୋଭିଡ -୧୯ ମହାମାରୀର ଭୟ ମଧ୍ୟରେ ଶୁକ୍ରବାର ଏକ ରଙ୍ଗାରଙ୍ଗ ଉଦଘାଟନୀ ସମାରୋହରେ ଟୋକିଓରେ ୩୨ ତମ ଅଲିମ୍ପିକ୍ସ ଗେମ୍ସ ଆରମ୍ଭ ହୋଇଯାଇଛି । ଏହି କରୋନା ପାଇଁ ପ୍ରାୟ ଏକ ବର୍ଷ ବିଳମ୍ବରେ ଆଲିମ୍ପିକ୍ସ ଆୟୋଜନ କରଯାଇଛି ।
ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦର୍ଶକଙ୍କ ପ୍ରତି ଅଭଦ୍ର ଶବ୍ଦ ପ୍ରୟୋଗ କରିଥିବାରୁ ଆଇସିସି ଆଜି ତାଙ୍କୁ ଦଣ୍ଡିତ କରିଛି। ତାଙ୍କ ମ୍ୟାଚ୍ର ୧୫% ଫି’ କାଟିବା ସହିତ ତାଙ୍କୁ ଗୋଟିଏ ଡିମେରିଟ୍ ପଏଣ୍ଟ ମିଳିଛି। ୪ର୍ଥ ଟେଷ୍ଟରେ ଷ୍ଟୋକ୍ସ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ। ତେବେ ପ୍ୟାଭିଲିୟନ ଫେରିବା ବେଳେ ସେ ଦର୍ଶକଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରୁଥିବା କ୍ୟାମେରାରେ କଏଦ […]
ନୂଆଦିଲ୍ଲୀ: ଆଜି ଭାରତ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା ହୋଇଛି। ବକ୍ସିଂରେ ୬ଥର ବିଶ୍ୱ ବିଜେତା ହୋଇଥିବା ଏମସି ମ୍ୟାରିକମଙ୍କୁ ସମ୍ମାନଜନକ ପଦ୍ମ ବିଭୂଷଣ ସମ୍ମାନ ପାଇଁ ମନୋନୀତ କରାଯାଇଛି। ସେହିପରି ବିଶ୍ୱ ଚାମ୍ପିୟନ ଶଟଲର ପିଭି ସିନ୍ଧୁ ଚଳିତ ବର୍ଷ ପଦ୍ମ ଭୂଷଣ ସମ୍ମାନ ପାଇବେ। ଏମାନଙ୍କ ବ୍ୟତୀତ ୬ ଜଣ କ୍ରୀଡ଼ାବିତଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଆଜି ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ପଦ୍ମଶ୍ରୀ […]
ବ୍ଲୋଏମଫୋଣ୍ଟେନ୍: ଚଳିତ ଆଇସିସି ଅଣ୍ଡର୍-୧୯ ବିଶ୍ୱକପରେ ଭାରତୀୟ ଯୁବ ଦଳ କ୍ରମାଗତ ତୃତୀୟ ବିଜୟ ସହ ସୁପରଲିଗରେ ସ୍ଥାନ ପକ୍କା କରିନେଇଛି। ଶୁକ୍ରବାର ଭାରତ ଗ୍ରୁପ୍-ଏ’ରେ ତା’ର ଶେଷ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡକୁ ଡିଏଲ୍ ନିୟମରେ ୪୪ ରନରେ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୩ ଓଭରରେ ବିନା ୱିକେଟ୍ ୧୧୫ ରନ୍ ହରାଇ କରିଥିଲା। ଫଳରେ ଡିଏଲ୍ ନିୟମ ଆଧାରରେ ନ୍ୟୁଜିଲ୍ୟାଣ୍ଡ୍ ଆଗରେ ୨୩ ଓଭରରେ ୧୯୩ ରନ୍ […]
ଦୁବାଇ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଷଷ୍ଠ ସ୍ଥାନରେ ସୁରକ୍ଷିତ ରହିଥିବା ବେଳେ ଆଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ଉଠି ଅଷ୍ଟମରେ ପହଞ୍ଚିଛନ୍ତି। କୋହଲିଙ୍କର ବର୍ତ୍ତମାନ ରେଟିଂ ପଏଣ୍ଟ ୯୨୮ ରହିଛି ଏବଂ ତାଙ୍କଠାରୁ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ (୯୧୧) ୧୭ ପଏଣ୍ଟ ପଛରେ ରହିଛନ୍ତି। ବୋଲରଙ୍କ ରାଙ୍କିଙ୍ଗରେ ପେସର ଯଶପ୍ରୀତ ବୁମ୍ରା ୭୯୪ ପଏଣ୍ଟ […]
ଅକଲ୍ୟାଣ୍ଡ୍: ନ୍ୟୁଜିଲାଣ୍ଡ ଗସ୍ତରେ ବିଜୟରୁ ଯାତ୍ରା ଆରମ୍ଭ କଲା ଭାରତ। ଆଜି ଅକ୍ଲ୍ୟାଣ୍ଡରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଘରୋଇ ନ୍ୟୁଜିଲାଣ୍ଡକୁ ଭାରତ ୬ ଓ୍ୱିକେଟରେ ପରାସ୍ତ କରିଛି। ୨୦୪ ରନ୍ ପିଛା କରୁଥିବା ଭାରତୀୟ ଦଳ ଶେଷ ଗୋଟିଏ ଓଭର ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଶ୍ରେୟଶ୍ ଆୟର ଧୂଆଁଧାର ବ୍ୟାଟିଂ କରି ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ନିଭେଇଥିଲେ। ସେ ମାତ୍ର ୨୯ ବଲ୍ ଖେଳି ୫ ଚୌକା ଓ […]
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ମଙ୍ଗଳବାର ଭାରତୀୟ ଦିନିକିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଆହତ କାରଣରୁ ଟି-୨୦ ଓ ଦିନିକିଆ ସିରିଜରୁ ଶିଖର ଧୱନ୍ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ସାମିଲ୍ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ଧୱନ୍ ଆହତ ହୋଇଥିଲେ ଏବଂ ଏହି କାରଣରୁ ସେ ବ୍ୟାଟିଂ କରିବାକୁ ଆସିନଥିଲେ। ଧୱନଙ୍କୁ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ […]
ସିଡନୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର ପୂର୍ବତନ ମହାନ୍ ବୋଲର କର୍ଟନୀ ୱାଲ୍ସ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମକୁ କୋଚିଂ ଦେବେ। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ । ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ନିଆଁରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଏକ ଚ୍ୟାରିଟି ମ୍ୟାଚର ଆୟୋଜନ କରାଯାଉଛି। ଏହି ମୁକାବିଲା ରିକି ପଣ୍ଟିଂ ଏକାଦଶ ଓ ଶେନ୍ ୱାର୍ଣ୍ଣ ଏକାଦଶ ମଧ୍ୟରେ ଖେଳାଯିବ। ଏହି ଦୁଇ ଟିମ୍ ପାଇଁ […]
ନୂଆଦିଲ୍ଲୀ: ସୀମିତ ଓଭର କ୍ରିକେଟରେ ଟିମ୍ ଇଣ୍ଡିଆର ମଧ୍ୟକ୍ରମରେ ମ୍ୟୁଜିକାଲ ଚେୟାର ଚାଲିଛି। କେତେବେଳେ କିଏ ବାଦ ପଡ଼ୁଛି ତ ଆଉ କେତେବେଳେ ନୂଆ ମୁହଁଙ୍କୁ ସୁଯୋଗ ଦିଆଯାଉଛି। ଏବେ ଏହି ମ୍ୟୁଜିକାଲ ଚେୟାର ନିଆଁରେ କେଦାର ଯାଦବଙ୍କ ପାଳି ପଡ଼ିବାକୁ ଯାଉଛି। ୩୪ ବର୍ଷୀୟ କେଦାରଙ୍କ ପ୍ରଦର୍ଶନକୁ ଏବେ ଟିମ ମ୍ୟାନେଜମେଣ୍ଟ ଯାଞ୍ଚ କରୁଛି। କୁହାଯାଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ କେଦାର ଯାଦବଙ୍କୁ ବାଦ ଦେବାକୁ ଚୟନକର୍ତ୍ତା ବିଚାର କରୁଛନ୍ତି। ଏପରି ହେଲେ ପୁଣିଥରେ […]
ରାଜକୋଟ୍: ଅନ୍ତର୍ଜାତୀୟ ଦିନିକିଆରେ ନୂଆ ମାଇଲଖୁଣ୍ଟ ଛୁଇଁଲେ ଟିମ୍ ଇଣ୍ଡିଆର ସ୍ପିନର୍ କୁଲଦୀପ ଯାଦବ। ସେ ଭାରତୀୟ ସ୍ପିନର୍ ଭାବେ ଦ୍ରୁତ ୧୦୦ ୱିକେଟ୍ ନେଇଛନ୍ତି। ରାଜୋକଟରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ଏହି ରେକର୍ଡ କରିଛନ୍ତି କୁଲ୍ଦୀପ। ଗତବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ପ୍ରଥମ ଭାରତୀୟ କ୍ରିକେଟର୍ ଭାବେ ଦୁଇଟି ହ୍ୟାଟ୍ରିକ୍ ନେବାରେ ଗୌରବ ଅର୍ଜନ କରିଥିଲେ। ଆଉ ଏବେ ତୃତୀୟ ଭାରତୀୟ ବୋଲର ଭାବେ ଦ୍ରୁତ ୧୦୦ ୱିକେଟ୍ ଦଖଲ କରିଛନ୍ତି। […]
ରାଜକୋଟ୍: ମୁମ୍ବାଇରେ ଲଜ୍ଜାଜନକ ପରାଜୟ ପରେ ସମାଲୋଚନାର ଶିକାର ହୋଇଥିବା ଟିମ୍ ଇଣ୍ଡିଆ ରାଜକୋଟରେ ରାଜକୀୟ ବିଜୟ ହାସଲ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଇଥିବା ‘କର ବା ମର’ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଥିଲା। ସିରିଜର ନିର୍ଣ୍ଣାୟକ ତଥା ତୃତୀୟ ମ୍ୟାଚ୍ ରବିବାର ବେଙ୍ଗାଲୁରୁରେ ଖେଳାଯିବ। ଶୁକ୍ରବାର ଅନୁଷ୍ଠିତ ଏହି ମୁକାବିଲାରେ […]
କେପ୍ ଟାଉନ୍: ଆଇସିସି ଅଣ୍ଡର୍-୧୯ ବିଶ୍ୱକପର ୧୩ଶ ଶୁକ୍ରବାରଠାରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ଗ୍ରୁପ୍ ପର୍ଯ୍ୟାୟରେ ପ୍ରତି ଦଳ ତିନୋଟି ଲେଖାଏ ମ୍ୟାଚ୍ ଖେଳିବେ। ପ୍ରତି ଗ୍ରୁପରୁ ଦୁଇଟି ଟିମ୍ କ୍ୱାର୍ଟରଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ। ଏହା ପରେ ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗ୍ରୁପ୍-ଏ’ରେ ସ୍ଥାନ ପାଇଥିବା ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ପଞ୍ଚମ […]
ନୂଆଦିଲ୍ଲୀ: ସରିଗଲା କି ମହେନ୍ଦ୍ର ସିଂ ଧୋନିଙ୍କ ଅନ୍ତର୍ଜାତୀୟ କ୍ୟାରିୟର। ଯେଉଁ ଟିମକୁ ସେ ଦୁଇଥର ବିଶ୍ୱ ବିଜେତା କରାଇଥିଲେ, ସେହି ଟିମକୁ ଆଉ ଲୋଡ଼ା ନାହିଁ ମହେନ୍ଦ୍ର ସିଂ ଧୋନିଙ୍କ ଅଭିଜ୍ଞତା। ତେବେ ଏଭଳି କହିବାର ଯଥାର୍ଥତା ରହିଛି। ଗୁରୁବାର ବିସିସିଆଇ ତା’ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ତାଲିକା ଘୋଷଣା କରିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ଏହି ତାଲିକାରେ ଧୋନିଙ୍କ ନାଁ ନାହିଁ। ଗତ ବର୍ଷ ପର୍ଯ୍ୟନ୍ତ ଧୋନିଙ୍କ ନାଁ […]
ନୂଆଦିଲ୍ଲୀ: ଆଇସିସି ଆୱାର୍ଡ୨୦୧୯ରେ ବାଜି ମାରିଛନ୍ତି ଭାରତୀୟ କ୍ରିକେଟର୍। ରୋହିତ ଶର୍ମାଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଘୋଷଣା କରାଯାଇଥିବାବେଳେ ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ସ୍ପିରିଟ୍ ଅଫ୍ କ୍ରିକେଟ ଆୱାର୍ଡ ଦିଆଯିବ। ଅନ୍ୟପକ୍ଷରେ ଯୁବ କ୍ରିକେଟର ଦୀପକ ଚହରଙ୍କୁ ଟି-୨୦ ପରଫରମାନ୍ସ ଅଫ୍ ଦି ଇଅର ଆୱାର୍ଡ ପାଇଁ ଚୟନ କରାଯାଇଛି। ୨୦୧୯ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଇଂଲଣ୍ଡର ବେନ୍ ଷ୍ଟୋକ୍ସ ପ୍ଲେଆର ଅଫ୍ ଦି ଆୱାର୍ଡ ପାଇବେ। ସେହିଭଳି ଆଉ କେଉଁ ଖେଳାଳିଙ୍କୁ […]