ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ର ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର। ଏଥରର ଚର୍ଚ୍ଚା, ତାଙ୍କର ଦ୍ୱିତୀୟ ବିବାହକୁ ନେଇ।
ଫେବୃୟାରୀ ଶେଷ ସପ୍ତାହରେ ତଥା ୨୫ ତାରିଖରେ ପୁରୀରେ ସେ ବିବାହ କରିବେ ବୋଲି ସୂଚନା ମିଳିଛି ।
କଂଗ୍ରେସ ପ୍ରଶ୍ନ କରିଥିଲା ଯେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ମମିତା ମେହେର, ମାନସ ସ୍ୱାଇଁ ହତ୍ୟା ଘଟଣାରେ ତାଙ୍କ ମା ଆଣିଥିବା ଅଭିଯୋଗ ଅନୁସାରେ ସଂପୃକ୍ତିର ଅଭିଯୋଗ ଥିବାରୁ ଆଇନ୍ଶୃଙ୍ଖଳା ପ୍ରସଙ୍ଗରେ ସେ କିଭଳି ଉତ୍ତର ରଖିବେ ?
ଏଠି ସରକାରୀ କଳ, ଅର୍ଥ ବଳ ଓ ବାହୁ ବଳ କାମ ଦେଇନି।
ମମିତା ହତ୍ୟା ମାମଲାରେ ମୋହନ ମାଝୀଙ୍କ ପ୍ରଶ୍ନରେ ଦିବ୍ୟଶଙ୍କରଙ୍କ ଉତ୍ତର । ମୁଖ୍ୟମନ୍ତ୍ରୀଙ୍କୁ ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଲେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ।
ସେଦିନ କଲେଜକୁ ଯାଇ କହୁଥିଲେ ଏଠି ଆସିକି ୟଙ୍ଗ୍ ଲାଗୁଛି। ଏବେ କହୁଛନ୍ତି ମୁଁ ସ୍କୁଲକୁ ଯାଇନିI କଳାହାଣ୍ଡି ଗୋଲମୁଣ୍ଡା କରଂଜକୋଟରେ ମୋ ପରିବାର ମୋ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ଦିବ୍ୟଶଙ୍କର । ସନସାଇନ ସ୍କୁଲକୁ କେବେ ଯାଇ ନଥିବା କହିଲେ ମନ୍ତ୍ରୀ । କର୍ମୀ ବି ଶୁଣିକି ମାରିଲେ ତାଳି।
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘରେ ଘଟିଥିଲା କଣ ? ଏହାର ଗୁମର ଖୋଲିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ମମିତା ହତ୍ୟା ମାମଲାରେ ରାୟପୁର ବୁଝାମଣା ନେଇ ଖୁଲାସା କଲେ ବିଧାୟକ ସନ୍ତୋଷ ସିଂହ ସାଲୁଜା । ପୂର୍ବରୁ ବିଜୟ ମହାପାତ୍ର, ନରସିଂହ ମିଶ୍ର ଏ ପ୍ରସଙ୍ଗରେ ଉଠାଇଥିଲେ, ଆଉ ଏବେ ପୁଣି ଥରେ ରାୟପୁର କଥା ଉଠାଇଛନ୍ତି କଂଗ୍ରେସ ବିଧାୟକ।
ପୁଣି ଚର୍ଚ୍ଚାରେ ସୌମ୍ୟଙ୍କ ସମ୍ପାଦକୀୟ ବାଣ । ବୃତ୍ତି, ପାର୍ଟି ଓ ମାଟି ଶୀର୍ଷକ ସମ୍ପାଦକୀୟ ବିବୃତ୍ତିକୁ ନେଇ ଚର୍ଚ୍ଚାରେ ସୌମ୍ୟ । ମମିତା ହତ୍ୟା କାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି ।
୮ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଆଜି ୮ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।
ଓଟିଭି ନାଁରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମାନହାନୀ ମାମଲା ରୁଜୁ କରିଛନ୍ତି। ଓଟିଭି, ଓଡ଼ିଶା ରିପୋର୍ଟର ଏବଂ ଅନ୍ୟ ଏକ ଚ୍ୟାନେଲ ନାଁରେ ମାମଲା ରୁଜୁ ହୋଇଛି। ମିଥ୍ୟା ଖବର ପ୍ରସାରଣ କରି ବଦନାମ କରିଥିବା ଅଭିଯୋଗ କରିଛନ୍ତି ଦିବ୍ୟଶଙ୍କର
ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏନେଇ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ, ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ? ତାଙ୍କୁ କିଏ ଘୋଡାଉଛି ଘଣ୍ଟ ?
ଭୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଗତକାଲି ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୧ ଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ୯ ଜଣ ରାଷ୍ଟ୍ରାପାହ୍ୟା ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ମନ୍ତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗ ବଣ୍ଟା ଯାଇଥିଲା। କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଶକ୍ତି, ଶିଳ୍ପ ଓ ଏମ୍ଏସ୍ଏମ୍ଇ ବିଭାଗ ଦାୟିତ୍ୱ ମିଳିବା ପରେ ସେ ସଙ୍ଗେ ନିଜ ବିଭାଗର ସମୀକ୍ଷା କରିଥିଲେ। ବାତ୍ୟା ‘ଫୋନି’ରେ […]