ଗ୍ରହ ପୂଜା ଆଳରେ ଲୁଟ୍ ଅଭିଯୋଗରେ ଦୁଇ ଠକଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ ମାଲକାନଗିରି ଜେଲ୍ ଲାଇନ୍ରେ ରହୁଥିବା ଶ୍ରୀଧର ପଟ୍ଟନାୟକ ଗ୍ରହ ପୂଜା ପାଇଁ ଦୁଇ ପୂଜକଙ୍କୁ ଡକାଇଥିଲେ ।
କେତେ ସୁରକ୍ଷିତ ବ୍ୟାଙ୍କ ଲକର ? କେତେ ନିରାପଦ ବ୍ୟାଙ୍କରେ ଜମା ଥିବା ଆପଣଙ୍କ ମୂଲ୍ୟବାନ ଅଳଙ୍କାର ? କୋରାପୁଟ ଲକ୍ଷ୍ମୀପୁର SBI ଶାଖାରେ କଳାକନା ବୁଲାଇଥିବା ଦୁର୍ବୃତ୍ତ ନିକଟରେ ଧରା ପଡ଼ିଥିବା ବେଳେ ଆଜି ଢେଙ୍କାନାଳ ରାସୋଳ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ୯ ଜଣଙ୍କୁ ବାନ୍ଧିଛି ପୋଲିସ୍ ।
ଷ୍ଟ୍ରଙ୍ଗରୁମ୍ ପାଇଁ ଧାର୍ଯ୍ୟ ନିୟମାବଳୀକୁ ମାନୁଛନ୍ତି ତ ବ୍ୟାଙ୍କ କର୍ତ୍ତୃପକ୍ଷ ? ଲକର ନିର୍ମାଣରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ପେସିଫିକେସନର ପାଳନ କରୁଛନ୍ତି ତ ?
ଜୀବନଶୈଳୀ ସହିତ ସାପକୁ ଯୋଡିଲେ ହିଁ ସାପଙ୍କ ସୁରକ୍ଷା ସମ୍ଭବ । ଏହାକୁ ଆଧାର କରି ଏବେ ସାପ ଗହଣାର ପସରା ମେଲିଛି । ଯୁବବର୍ଗଙ୍କୁ ଏଭଳି ଆକର୍ଷଣୀୟ ଗହଣା ମାଧ୍ୟମରେ ସଚେତନ କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ସୋସିଆଲ୍ ମିଡିଆରେ ବି ଏନେଇ ପ୍ରଚାର ପ୍ରସାର ଜୋରଦାର ହେଉଛି ।
ବର୍ଲି: ଚୋରି କରିବା ପାଇଁ ଚୋରମାନେ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାନ୍ତି। ହେଲେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିବ। ଏହି ଚୋରମାନେ ମାତ୍ର ୧ ଫୁଟ୍ର ଗଭୀର ଗାତ ଖୋଳି ୭୮୦୦ କୋଟି ଟଙ୍କାର ଅଳଙ୍କାର ଚୋରି କରି ନେଇଯାଛନ୍ତି। ଜର୍ମାନୀର ଏକ ମ୍ୟୁଜିୟମ୍ରେ ଏହି ଚୋରି ହୋଇଛି। ଜର୍ମାନୀର ଡ୍ରେସ୍ଡେନ୍ ସ୍ଥିତ Green Vault ମ୍ୟୁଜିୟମ୍ରୁ ଚୋରମାନେ ଏହି ଚୋରି କରିଛନ୍ତି। Green Vault […]
ଭଦ୍ରକ: ଡାକ୍ତରାଣୀଙ୍କ ଘରେ ପଶି ଲୁଟ୍। ଭଦ୍ରକ ଟାଉନଥାନା ଅନ୍ତର୍ଗତ ଅପର୍ତ୍ତିବିନ୍ଧା ନିୟୁ କଲୋନୀରେ ଏକ ଭଡ଼ା ଘରେ ରହୁଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସସ୍ମିତା ଖିଲାରଙ୍କ ଘରେ ଏହି ଚୋରି ହୋଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଘରେ ପଶି ଏହି ଚୋରି କରିଛନ୍ତି। ଚୋରି ହୋଇଥିବା ଜିନିଷ ମଧ୍ୟରେ ନଗଦ ୧୪ ହଜାର ଟଙ୍କା, ୫ଟି ସୁନା ହାର, ୬ଟି କାନ ଫୁଲ, ହୀରା କାନ […]
ଅନୁଗୁଳ: ଅନୁଗୁଳରେ ପୁଣି ବ୍ୟାଙ୍କରୁ ଲୁଟ୍। ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଟଙ୍କା, ଅଳଙ୍କାର ଲୁଟ୍ ହୋଇଥିବା ଜଣାପଡ଼ିଛି। ଆଜି ଅନୁଗୁଳ ହରିମହୁରି ଛକରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖାରେ ଲୁଟ୍ ହୋଇଛି। ସୂଚନା ଅନୁସାରେ, ବ୍ୟାଙ୍କ ଖୋଲିବା ପରେ କିଛି ଦୁର୍ବୃତ୍ତ କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଓ ଅଳଙ୍କାର ଲୁଟ୍ କରିଥିଲେ। ୫ରୁ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା କୁହାଯାଉଛି। ବ୍ୟାଙ୍କର ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ,“ବ୍ୟାଙ୍କ ଖୋଲୁ […]
କୋଣାର୍କ ( ସଂଜୟ ପତି) : ମାନବିକତା ଆଗରେ ହାର ମାନିଛି ଟଙ୍କା ଓ ସୁନା ଅଳଙ୍କାରର ଲୋଭ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଦୁଇ ଯୁବକ । ଅଚାନକ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇବା ପରେ ବି ସେସବୁକୁ ଜଣେ ମହିଳାଙ୍କୁ ଫେରାଇ ନିଜର ସଚ୍ଚୋଟ ପଣିଆର ପ୍ରମାଣ ଦେଇଛନ୍ତି ଏହି ଦୁଇ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ, ଗତ […]
ସୋର: ସୋରରେ ସିରିଜ୍ ମନ୍ଦିର ଚୋରି। ସୋର ଥାନାର ସାବିରା ଗାଁରେ ଥିବା ୫ଟି ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଗହଣା ଚୋରି କରି ନେଇଛନ୍ତି। ପତ୍ରାଶୁଣି ମନ୍ଦିର ଓ ଜାଗୁଳେଇ ମନ୍ଦିରରୁ ଦୁର୍ବୃତ୍ତମାନେ ସୁନାଚିତା, ହାର, ରୂପା ସହ ଲକ୍ଷାଧିକ ଟଙ୍କା ଲୁଟ୍ କରିଛନ୍ତି। ସେହିଭଳି ରାଧାକୃଷ୍ଣ ମନ୍ଦିରର ହୁଣ୍ଡି ବାକ୍ସକୁ ନେଇ ଲୁଟେରା ମାନେ ଫେରାର ହୋଇ ଯାଇଛନ୍ତି। ଅଞ୍ଚଳରେ ଆଉ ଦୁଇଟି ମନ୍ଦିରରୁ ମଧ୍ୟ […]
ନବରଙ୍ଗପୁର : ନବରଙ୍ଗପୁର ଲକ୍ଷ୍ମୀ ମନ୍ଦିରରୁ ଚୋରୀ। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଠାକୁର ଘର ତାଲା ଭାଙ୍ଗି ମନ୍ଦିରର ଲକ୍ଷାଧିକ ସମ୍ପତ୍ତି ଲୁଟ କରିଛି। ମନ୍ଦିରରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ତଦନ୍ତ କରୁଛି ପୋଲିସ। କେହି ଜଣେ ଦୁର୍ବୃତ୍ତ ମୁହଁରେ ମୁଖା ପିନ୍ଧି ତାଲା ଭାଙ୍ଗୁଥିବା ଚିତ୍ର ସିସିଟିଭିରେ କଏଦ୍ ହୋଇଛି। ପରବର୍ତ୍ତୀ ସମୟରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯିବ […]
ବ୍ରହ୍ମପୁର : ପୁଲିସ୍ ପରିଚୟ ଦେଇ ମହିଳାଙ୍କଠୁ ଲୁଟ୍। ବ୍ରହ୍ମପୁର ବଡ଼ବଜାର ଥାନା ଖାସ୍ପା ସାହିରେ ଜଣେ ମହିଳାଙ୍କଠୁ ୭ ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମିଳିଥିବା ସୂଚନା ଅନୁସାରେ , ବଡ଼ବଜାର ଥାନା ଗୌଡ଼ ସାହିର ପାର୍ବତୀ ବେହେରା, ନିକଟରେ ଥିବା ଏକ ମନ୍ଦିରକୁ ଯାଇଥଇଲେ। ସେତିକି ବେଳେ ୩ ଜଣ ଲୁଟେରା ତାଙ୍କୁ ଟାର୍ଗେଟ କରିଥିଲେ। ପ୍ରଥମେ ବୃଦ୍ଧାଙ୍କୁ ପୁଲିସ୍ର ପରିଚୟ ଦେଇ ଭରସା ଦେଖାଇଥିଲେ। ଆଗରେ ପୁଲିସ୍ ଚେକିଂ କରୁଛି, […]
ବ୍ରହ୍ମପୁର : ବ୍ରହ୍ମପୁରରେ ଅଭିନବ ଉପାୟରେ ଲୁଟ୍। ନିଜକୁ ସିବିଆଇ ଅଧିକାରୀ କହି ଦମ୍ପତିଙ୍କଠାରୁ ଲୁଟିଲେ ସୁନା ଅଳଙ୍କାର। ମିଳିଥିବା ସୂଚନା ମୁତାବକ, ଭାସ୍କର ପାତ୍ର ଓ ତାଙ୍କ ପତ୍ନୀ କେ. ରାଜକୁମାରୀ ପାତ୍ର ଏକ ବାହାଘରରେ ଯୋଗ ଦେବାକୁ ଭୁବନେଶ୍ୱରରୁ ବ୍ରହ୍ମପୁର ଆସିଥିଲେ। ବୈଦ୍ୟନାଥପୁର ଥାନା ଜୟପ୍ରକାଶ ନଗର ମୁଖ୍ୟ ରାସ୍ତାରେ ଯାଉଥିବାବେଳେ ୩ ଜଣ ଯୁବକ ପ୍ରଥମେ ଅଟକାଇଥିଲେ। ରାସ୍ତାରେ କାହିଁକି ଏତେ ପରିମାଣର ଅଳଙ୍କାର ପିନ୍ଧି ଯାଉଛ ବୋଲି କହି ବୃଦ୍ଧାଙ୍କ ବେକରୁ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଜାରରେ ଏକ ଗହଣା ଦୋକାନରୁ ବଡ଼ ଧରଣର ଲୁଟ୍। ଆଖି ପିଛୁଳାକେ ପ୍ରାୟ ୨୦ଲକ୍ଷ ଟଙ୍କାର ଗହଣା ଲୁଟି ଫେରାର ମାରିଛନ୍ତି ଦୁର୍ବୃତ୍ତ। ଆଜି ସକାଳେ ମାଲିକ ଦୋକାନ ଖୋଲି ଧୂପ ଦେଉଥିବାବେଳେ ବାଇକ୍ରେ ୨ଜଣ ଦୁର୍ବୃତ୍ତ ଆସି ହଠାତ୍ ଗହଣା ଭର୍ତ୍ତି ବ୍ୟାଗ୍ଟିକୁ ଝାମ୍ପି ନେଇ ପଳାଇଥିଲେ। ଏହି ସମୟରେ ଦୋକାନୀ ପାଟି କରିଥିଲେ; ହେଲେ ଲୁଟେରାଙ୍କୁ ଧରି ହୋଇନଥିଲା। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି […]
କେନ୍ଦ୍ରାପଡ଼ା: ମନ୍ଦିର ଛପର କଣା କରି ଠାକୁରଙ୍କ ଅଳଙ୍କାର ଲୁଟ୍। କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନାର ସରକାର ପଡ଼ା ଗାଁରେ ଥିବା ରାମେଶ୍ୱର ମନ୍ଦିରର ଛପର କଣା କରି ଦୁର୍ବୃତ୍ତମାନେ ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏଥିସହ ଦୁର୍ବୃତ୍ତମାନେ ମନ୍ଦିର ପରିସରରେ ଥିବା ପୋଥି ଓ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ି ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।
କେନ୍ଦ୍ରାପଡ଼ା: ଚଳିତ ବର୍ଷ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜାରେ ଚମକିବ ଚାନ୍ଦି ମେଢ଼। ତାରକସି କାରୁକାର୍ଯ୍ୟରେ ନିର୍ମିତ ହେଉଥିବା ଏହି ମେଢ଼ ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କଟକ ତାରକସିର ସୂକ୍ଷ୍ମ କାରୁକଳା ଚଳିତ ବର୍ଷ ଦେଖିବାକୁ ମିଳିବ। ଚଳିତ ବର୍ଷ ପ୍ରଥମ କରି କାକଟ ମଙ୍ଗଳା କ୍ଲବ୍ ପକ୍ଷରୁ ଚାନ୍ଦି ମେଢ଼ ନିର୍ମାଣ ହେଉଛି। ପାଖାପାଖି ୪୨ କିଲୋ ଚାନ୍ଦିର ବ୍ୟବହାର ହୋଇଥିବା ମେଢ଼ ପାଇଁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। […]
ଲକ୍ଷ୍ନୌ: ଦୁଲ୍ହନ ବେଶରେ ଆସି ରୀତିନୀତି ଅନୁସାରେ ମନ୍ଦିରରେ ବିବାହ କଲେ, ଶେଷରେ ସୁନା ଅଳଙ୍କାର ନେଇ ଫେରାର ହୋଇଗଲେ। ସବୁଠାରୁ ବଡ଼ କଥା, ଏହି ବିବାହ ପାଇଁ ମଧ୍ୟସ୍ଥିଙ୍କ ସହ ଲକ୍ଷେ ଟଙ୍କା ମଧ୍ୟ ଛିଣ୍ଡି ଥିଲା। ଘଟଣାପରେ ନା ଯୁବତୀଙ୍କର କୌଣସି ପତ୍ତା ମିଳିପାରିଛି ନା ମଧ୍ୟସ୍ଥିଙ୍କ। ଉଭୟେ କେଉଁଆଡ଼େ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଉତ୍ତରପ୍ରଦେଶର ମିରଟରେ। ମୁଜାଫରନଗରରେ ରହୁଥିବା ଜଣେ କୃଷକ ବିବାହ ନାଁରେ ଠକାମିର ଶିକାର ହୋଇଥିବା ଅଭିଯୋଗ […]