Advertisment

ଗ୍ରହ ପୂଜା ବାହାନାରେ ଅଭିନବ ଠକେଇ ! ପୂଜାର୍ଚ୍ଚନା ପରେ ଘରୁ ସୁନା ଅଳଙ୍କାର ଲୁଟି ଚଂପଟ ମାରିଲେ ପୂଜକ

ଗ୍ରହ ପୂଜା ଆଳରେ ଲୁଟ୍ ଅଭିଯୋଗରେ ଦୁଇ ଠକଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ ମାଲକାନଗିରି ଜେଲ୍ ଲାଇନ୍ରେ ରହୁଥିବା ଶ୍ରୀଧର ପଟ୍ଟନାୟକ ଗ୍ରହ ପୂଜା ପାଇଁ ଦୁଇ ପୂଜକଙ୍କୁ ଡକାଇଥିଲେ ।

author-image
Prangyan Parimita
ଅଦ୍ୟତନ ହୋଇଛି
loot

loot

ଗ୍ରହ ପୂଜା ବାହାନାରେ ଟଙ୍କା ସୁନା ଲୁଟ୍ ଅଭିଯୋଗ । ୨ ଠକକୁ ମାଲକାନଗିରି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମାଲକାନଗିରି ଜେଲ୍ ଲାଇନରେ ରହୁଥିବ ବିଜୟ ପଟ୍ଟନାୟକ ଘରେ ଗ୍ରହ ଶାନ୍ତି ପାଇଁ ଦୁଇ ଜଣ ବ୍ୟକ୍ତିଙ୍କୁ ଡାକିଥିଲେ । ସେମାନେ ହେଲେ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଥାନା ଅନ୍ତର୍ଗତ ବାଲିଡିଆଁ ଗ୍ରାମର ସନ୍ତୋଷ ସାହୁ ଏବଂ ମାନସ ସେନାପତି ।

Advertisment

ବିଜୟ ପଟ୍ଟନାୟକ ଝିଅ ଓ ଜ୍ୱାଇଁଙ୍କ ସହ ମାଲକାନଗିରି ଜେଲ ସାହିରେ ରହୁଥିବା ଜଣାପଡ଼ିଛି । ତାଙ୍କ ଘରେ ଗତ ଏକ ବର୍ଷ ମଧ୍ୟରେ ଦୁଇ ଦୁଇ ଜଣଙ୍କର ଅଚାନକ ମୃତ୍ୟୁ ହେବା ପରେ ସେ ଗ୍ରହଶାନ୍ତି ପୂଜା କରିବା ପାଇଁ ଚିନ୍ତା କରିଥିଲେ । ସୁନୀଲଙ୍କ ସହ ଗ୍ରହ ଶାନ୍ତି ପାଇଁ କଥାବାର୍ତ୍ତା କରି ପୂଜା ଆରମ୍ଭ କରିଥିଲେ । ସେତେବେଳକୁ ସଂଧ୍ୟା ହୋଇ ଆସୁଥିଲା । ମାତ୍ର ପୂଜକ ଦୁଇ ଜଣ ତାଙ୍କୁ ଭୟଭୀତ କରି ବେଡରୁମରେ ପୂଜା କରିଥିଲେ । ପ୍ରାୟ ରାତି ୧୧ଟା ଯାଏଁ ପୂଜା ଚାଲିଥିଲା । ଘର ସାରା ଧୂଆଁରେ ପରିପୂର୍ଣ୍ଣ ହୋଇଯାଇଥିଲା ।

ପୂଜା ସରିବା ପରେ ସେଠାରୁ ଚାଲିଯାଇଥିଲେ ଏବଂ ୪ ଦିନ ପର୍ଯ୍ୟନ୍ତ ବେଡରୁମକୁ ନଯିବା ପାଇଁ କହିଥିଲେ ଉଭୟ ଅଭିଯୁକ୍ତ । ତେବେ ହଠାତ ସୁନୀଲ ଘରର ଧୁଆଁ ସରିବା ପରେ କିଛି ମନରେ ଭାବି ଘର ଭିତରକୁ ପଶିଥିଲେ । ସେ ଯାହା ଦେଖିଲେ ହୋସ ଉଡିଯାଇଥିଲା । ଆଲମିରା ଭଙ୍ଗା ଯିବା ସହ ଟଙ୍କା ସୁନା କିଛି ନଥିବା ଦେଖିବାକୁ ପାଇଥିଲେ । ଏହା ପରେ ସେ କୌଶଳ କ୍ରମେ ସଂପୃକ୍ତ ଦୁଇ ପୂଜକଙ୍କୁ ଡକାଇ କାବୁ କରିଥିଲେ ଏବଂ ପୋଲିସ ଜିମା ଦେଇଥିଲେ । ପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ଘଟଣାର ଛାନଭିନ୍ କରି ଲୁଟ୍ ସୁନା ଗହଣା ଉଦ୍ଧାର କରିଥିଲା ।

Advertisment

ମାଲକାନଗିରିରୁ ଜିତେନ୍ଦ୍ରଙ୍କ ରିପୋର୍ଟ

Loot
Advertisment
Advertisment